କବିତା

ରାଉରକେଲା

Prakash Chandra Patra's odia poem Rourkela

ଏଇ ସେଇ ଆମ
ଇସ୍ପାତ ସହର ରାଉରକେଲା !

ରାଉରକେଲା

କିଏ ଜଣେ ମହାମନିଷୀ କେମିତି
ଚିହ୍ନଟ କରିଥଲା କେଜାଣି
ଏଠିକାର ଗୋଡି-ମାଟି
ପଥର ଓ ପାଣି–
ଏବେ ଏବେ ନେଉ ଅଛି ଟାଣି
ଛିହ୍ନ କରି ପୂର୍ବଜଙ୍କ
ଅସ୍ମିତାର ଅଗନା ଅଗନି ।

ଘଞ୍ଚ ଅରଣ୍ୟର ରାଉର କେଲା
ବୟସ ଛାପରେ ଝଲସି ଗଲା
ସୃଷ୍ଟି କରି ନବନବ ବିଖ୍ୟାତ ସଉଧ
ଉତ୍କଳରେ ଶ୍ରେଷ୍ଠ ଅର୍ଜିଲା
ଆମଅଜା ଆମବାପ ଆମପରିଜନ
ଲହୂଦେଇ କରିଥଲେ ନୂତନ ସର୍ଜନା
ଏବେ ଆମେ ଭୋଗକଲେ ସିନା
ଭୁଲିଗଲେ ପୂର୍ବଜଙ୍କ କଥା !!

ରାଉରକେଲା
ଆଜିକାଲି ସଂଭ୍ରାନ୍ତ ସହର
ରାସ୍ତାଘାଟ, ଘରଦ୍ଵାର,
ନଈପଠା,ବନ ସବୁ ଆଜି ସ୍ଥାନ ଭିନ୍ନଭିନ୍ନ
କିଏ ଏଠି ଅଟ୍ଟାଳିକା ମଧ୍ୟେ
ନିତି ନିତି ଦେଖଇ ସପନ ତ’
ଆଉ କିଏ ଚିପ୍‌ ଟାଇ ଘରେ
କଟାଏ ଜୀବନ
ତଥାପି ନଶୁଖଇ ମମତାର ଝୋଲା
ଏଇ ସେଇ ଆମ
ଇସ୍ପାତ ସହର ରାଉରକେଲା !

ଏଠି ଭଲ ବର୍ଷା ହୁଏ ଶୀତରେ ଶୀତ
ଖରାଦିନେ ପ୍ରଚଣ୍ଡ ରୌଦ୍ରରେ
ଜଳୁ ଥାଏ ଷ୍ଟିଲ୍‌ ସିଟି
କାରଖାନାର ବ୍ଳାଷ୍ଟଫର୍ଣ୍ଣେନେସ୍‌ ଭଳି
ତଥାପି ସହି ନିଏ ପ୍ରଗତୀ ମଣିଷ
ସ୍ଥିତପ୍ରଜ୍ଞ କରିବାକୁ ନିଜ ଭବିଷ୍ୟତ ।

ଏଠି ସବୁ ସେକ୍ଟର ଅଛି
ଏକ ରୁ ଏକୋଇଶି ଯାଏଁ
ସବୁ ବର୍ଣ୍ଣ ସବୁ ଶ୍ରେଣୀ ସବୁ
ଜାତିକୁ ନେଇ କ୍ଵାଟର
ବେଳେ ବେଳେ ଭାଇଚାରାରେ
ବାନ୍ଧି ହୁଅନ୍ତି ସଭିଏଁ
ରାଗ, ରଷା ଅଭିମାନରେ ବି’
ଦିନେ ଦିନେ କଞ୍ଚିଉଠେ
ରାଉରକେଲା- ବସ୍ତିରୁ ବଜାର
ଚହଲି ଯାଆନ୍ତି ଏଠିକା ମଣିଷ
ଉଦିତ୍‌ ନଗର ଠାରୁ ଛେଣ୍ଡ କଲୋନି,
ଫର୍ଟିଲାଇଜରରୁ ବାସନ୍ତି କଲୋନୀ ଯାଏଁ
ଶୁନ୍‌ ଶାନ୍‌ ହୋଇପଡେ ବିଶ୍ରା ଛକ,
କୋଇଲି ନଗର, ନୟାବଜାର,
ଜଗଦା, ଝିର୍‌ ପାଣି ଆଉ
ନିଟ୍‌ କଲୋନି ପର୍ଯ୍ୟନ୍ତ
ମାତି ଚାଲେ ଅସହିଷ୍ଣୂତା !

ହେଲେ ସହଜରେ କୋଳାକୋଳି ହୋଇଯାନ୍ତି
ପୂଣ୍ୟତୋୟା ପରି
ପାନପୋଷ୍‌ ବେଦବ୍ୟାସ ଠାରେ
ଶଂଖ, ସରସ୍ବତୀ-କୋଇଲିର
ସଙ୍ଗମ ସ୍ଥଳରେ
ବ୍ରାହ୍ମଣୀଭଳି– ମନ ସବୁ ମିଶିଯାଏ
ପରଷ୍ଣର ସୃଷ୍ଟିହୁଏ ଅନନ୍ତ ଚେତନା
ନବୀନ ବିଶ୍ୱର ପରିକଳ୍ପନାରେ–!!

ନେହୂରୁ ମୈଦାନ ମେଲଣ-ପଡିଆ-
ତେର ନମ୍ବର ଏରୋଡ୍ରମ୍‌ ରେ
ସବୁ ଆଂକାକ୍ଷାର ଅନ୍ତଘଟେ
ଫୁଲତୋଡ଼ା, ଘଣ୍ଟଘଣ୍ଟା,
ଆତସବାଜୀର କର୍କଶ ଶବ୍ଦରେ
ବିସର୍ଜିତ ହେଇଯାନ୍ତି ନେତା ଓ ଠାକୁର !

‘ରୁରୁର୍‌ କେଲା’ ନାଆଁ ଥିଲା ବୋଲି
ଏଠି ଘର ଚଟିଆଙ୍କ ଭିଡ
ଆଇ ଜି ପାର୍କ ହେଉକି ଜୁବୁଲି ପାର୍କ
ସବୁଠି ନୁଆ ହୋଇ ଉଡି ବାର ମନ
ଆଦିମ ଭାବକୁ ନଭୁଲି
ଆଗେଇ ଚାଲନ୍ତି ବିଲୁପ୍ତିର ବିସ୍ମୟ ଆଡକୁ !

କେବେ କେମିତି ମହାମହିମ
ମାନେ ରାଉରକେଲା ଆସନ୍ତି
ଯୋଜନା କରନ୍ତି
ପାଣିପାଇଁ, ରାସ୍ତା ପାଇଁ, ଶିକ୍ଷା
ଆଉ ସ୍ପାସ୍ଥ୍ୟ ପାଇଁ !

ଲୁହା ପାଇଁ ସଂଘର୍ଷ ହୁଏ ନକ୍ସଲଙ୍କ ସହ
ବିଚାର ବିମର୍ଷ ଚାଲେ
ରାଉରକେଲା ହାଉସ୍‌ ରେ
ଭି.ଆଇ.ପି କଲୋନୀର ନିବୃତ ଚାମ୍ବର ଭିତରେ
ଯିଏ ଯାହା ଚାହେଁ ତାକୁ ତାହା ମିଳେ
ବିନା କଷ୍ଟରେ ବିନା ସର୍ତରେ !

ଏଠି ଗିର୍ଜା, ମନ୍ଦିର, ମସଜିଦ
ମୁହାଁ ହୁଅନ୍ତି ଜନତା
ହନୁମାନ ବାଟିକା ହେଉ କିବା
ପ୍ଳାଣ୍ଟ ସାଇଡ ବୈଷ୍ଣୋଦେବୀ ମନ୍ଦିର
ହମିରପୁରର ଗୀର୍ଜ ହେଉ ବା’
ନାଲ୍ଲାରୋଡର ମସଜିଦ୍‌
ସବୁଠି ଈଶ୍ୱରଙ୍କ ଦେଖାମିଳେ
ପ୍ରତିଦିନ ପ୍ରାତଃ ଓ ସଞ୍ଜରେ !

ସାହେବ୍‌ ଢାଞ୍ଚାରେ ହେଉ
କି’ ଭିକାରୀ ବେଶରେ
କିଛି ଆଶା କିଛି ମନସ୍କାମନାରେ !

ଆଇ. ଜି.ଏଚ୍‌ ବେଡରେ ହେଉ କିମ୍ବା
ସୁପର ଷ୍ଣେସାଲିଷ୍ଟ୍‌ ହସ୍ସିଟାଲରେ
ଫଳ ପାଉକି ନପାଉ
ଭୁଲିଯାଏ ଈଶ୍ୱର ଦର୍ଶନେ
ନିରୁତା ଭଲ ପାଇବାର ଭାବ ସନ୍ଦର୍ଶନେ
ବ୍ୟତିକ୍ରମ ଘଟେ-ଆଦରି ନିଏ ସଭିଙ୍କୁ
ଜୀବନକୁ ମୂଳାଧାର କରି–
ଇସ୍ପାତ ଷ୍ଟାଡିୟମରେ ଖେଳକୁଦ ମିଳେ
ସିଭିକ୍‌ ସେଣ୍ଟରର କଳା-ସଂସ୍କୃତି
ପୂଜ୍ୟପୂଜାରେ ପ୍ରବୀଣ ହୋଇ ଉଠେ
ଭଞ୍ଜ ଭବନରେ ସାହିତ୍ୟ ସଭା
ଚମକାଇ ଦିଏ ରାଉରକେଲା
ଦେଖ ଦେଖ ଆଜି ଉନ୍ମାଦନାରେ
ଇସ୍ପାତ ନଗରୀ ଝଲସି ଯାଏ !

ପ୍ରଗତି ସଙ୍ଗୀତ ଶୁଣାଇ ଶୁଣାଇ
ଆତ୍ମ ଚେତନାକୁ ଭୁଲାଇ ଦିଏ !
ସବୁ ଚାକଚକ୍ୟ ଦେଖ୍ଵଦେଖ୍ଵ
ଅତୀତକୁ ଖୋଜି ହୁଏ
ଆତ୍ମଗ୍ଲାନିରେ ହଜିଯାଏ ସରଳ ମଣିଷ
କେଉଁ ଟେମ୍ପୁ କିମ୍ବା କାର୍‌ ଭିତରେ !

ବନ୍ଧମୁଣ୍ଡାର ପାଦଚଲା ରାସ୍ତା
ରେଳ ଷ୍ଟେସନର ପ୍ଳାଟଫର୍ମରେ
ମହୁଲି, ହାଣ୍ଡିଆ ନିଶାରେ
ଚୁର୍‌ ହୋଇ ଯାଇଥିବା ନିରୀହ ମୁଣ୍ଡା !

ବୁଝିପାରେନି ବିକାଶ-
ବ୍ରୁଝିପାରେନି ମାନ୍ୟବରଙ୍କ
ବିର୍ସାମୁଣ୍ଡା ହକିଷ୍ଟାଡ଼ିୟମର କଥା !

ଖାଲି ଜଳଜଳ କରି ଚାହିଁ ରହିଥାଏ
ବିର୍ସାମୁଣ୍ଡାଙ୍କ ବ୍ରୋଞ୍ଜ ପ୍ରତିମୂର୍ଭିକୁ
ମନେମନେ ଭାବି ଚାଲିଥାଏ
କିଏ ଜଣେ ଥ୍ବଲେ ଆମ ପୂର୍ବ ବଂଶଧର
ଏ’ ମାଟି ଏ’ ଜଙ୍ଗଲକୁ ଆପଣାର କରି
ମାଟି ମାଆର ନାଆଁ ଦେଇଥ୍ବଲେ ‘ରୁରୁର୍‌ କେଲା’ !
ସେଇ ସ୍ବାଭିମାନ ସେଇ ଅସ୍ମିତାକୁ
କୋଳେଇ ନେଇ ଦେଖ ଦେଖ ଆଜି ଝଲସି ଉଠୁଛି–ଆମ ‘ଅହଂ’ ର’-
ଇସ୍ପାତ ନଗରୀ ରାଉର କେଲା
ଇସ୍ପାତ ନଗରୀ ରାଉର କେଲା

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top