କବିତା

ସବୁ ଏଠି ମନା

Deepankar Jena's odia poem Sabu Ethi Manaa

ମେଲାଇବାକୁ ଡେଣା
ଆଉ ସହିବାକୁ ଉଡ଼ିବା ର
ଅଦମନୀୟ , ଅପୂରଣୀୟ
ଇଚ୍ଛା ର ଜ୍ଵଳନ

ସବୁ ଏଠି ମନା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଖି ଅଛି , ହେଲେ ସ୍ୱପ୍ନ ଦେଖିବା
ନିଷିଦ୍ଧ ଏଇଠି,
ସ୍ୱପ୍ନ ପାଇଁ ବହୁତ୍ ନିୟମ କାନୁନ
କଣ ଦେଖିବ, କଣ ନ ଦେଖିବ
ତା ବି ନିର୍ଦ୍ଧିଷ୍ଟ କରାଯାଇଛି,
ତା ପାଇଁ ବି ସମୟ ସାରଣୀ,
ବହୁ ଆଗରୁ ଜଣାଇ ଦିଆ ଯାଇଛି
ଆଙ୍କି ଦିଆ ଯାଇଛି
ସ୍ୱପ୍ନ ରାଜ୍ୟର ସୀମାରେଖା ।

ଡେଣା ଥାଇ ବି ଏଠି ଉଡିବାକୁ ମନା,
ମୁକ୍ତ ଆକାଶ ଟା ଏଠି କଣ୍ଟାବାଡ
ଘେରା ପରିସୀମା ରେ ଆବଦ୍ଧ,
କେଉଁ ଏକ ଅଦୃଶ୍ୟ ହାତ
ବାନ୍ଧି ଦେଇଛି ଟାଣୁଆ ରଜ୍ଜୁ ରେ
ଶକ୍ତି ଥାଇ ଶକ୍ତି ହୀନ
ସମସ୍ତ ସାମର୍ଥ୍ୟ ଖଟାଇ
ଖୋଲିବାକୁ ଅସମର୍ଥ ବନ୍ଧନ,
ମେଲାଇବାକୁ ଡେଣା
ଆଉ ସହିବାକୁ ଉଡ଼ିବା ର
ଅଦମନୀୟ , ଅପୂରଣୀୟ
ଇଚ୍ଛା ର ଜ୍ଵଳନ ।

ହାତ ଆଉ ଗୋଡ଼ ଥାଇ ବି ଏଠି
ପଙ୍ଗୁତ୍ଵ ର ନିଶବ୍ଦ ପ୍ରତିଧ୍ୱନୀ
ପ୍ରତି କୋଣେ ଅନୁକୋଣେ,
ପାଦ ଆଉ ଆଗେଇ ଯାଉନି
ନିଜ ଲୋକକୁ ସ୍ୱାଗତ କରିବାକୁ
ହାତ ଏବେ ଆଉ ଉଠିଯାଉନି
କାହାକୁ ସମ୍ମାନ ଦେବାକୁ,
ଆଉ କାହାକୁ ଅଭିବାଦନ କରିବାକୁ,
ଆଉ ଏବେ ଜାବୁଡ଼ି ଧରୁନି
ଆପଣା ର ଲୋକଙ୍କ
ନୀରବ ଆଲିଙ୍ଗନ ।

ଅସ୍ତିତ୍ବ ର ପରିଧି ଭିତରେ
ଓ ବାହାରେ କେବଳ
ଅଳନ୍ଧୁ, ବୁଢିଆଣୀ ବସା ଘେରା
ସଫା କରିବାକୁ ଅନାଗ୍ରହ,
ସେମିତି ଅଳିଆ ଘେରା
ହୋଇ ରହିଥାଉ ଜୀବନ,
ଶଗଡ଼ ଗୁଳା ରେ ଚାଲିବାରେ
ଅଭ୍ୟସ୍ତ ମଣିଷ,
ଆଉ କାହିଁ କରିବ
ନୂତନତ୍ବ ର ସନ୍ଧାନ
ବରଂ ଭଲ ଆଶା ହୀନ ହୋଇ
ନୀରବରେ ବିତିଯାଉ
ଅବଶିଷ୍ଟ ଆୟୁଷ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top