ବନ୍ଧୁ ମୁଁ ବିଶ୍ୱର
କବିତା ମୋ ପ୍ରେମ ପତ୍ର
ସଦ୍ୟ ସକାଳର ।
ପ୍ରିୟା ମୋ କବିତା
ପାଥେୟତା ମାଟି ଓ ମଣିଷ
ସତ୍ୟ ସାଧନାର ପଥେ
ସମୟ ତା ସାଥୀ
ଲକ୍ଷ୍ୟ ତା’ର ଇତିହୀନ ଯାତ୍ରା ।
ପ୍ରିୟାର ସୋହାଗୀ
ଖୋଜି ଆଣି ତାକୁ ଦେବି
ହାତୀ ଘୋଡ଼ା ସୁନାର ଚନ୍ଦ୍ରମା
ହଜିଲା ଦିନର ସ୍ମୃତି
ସୁବର୍ଣ୍ଣ ମୁଦ୍ରିକା ।
ସମୟକୁ ଦେବି ସମ୍ଭାବନା
ମାଟିକୁ ମହତ୍ୱ
ସକଳ ମୁହଁରେ ହସ
ହସରେ ଉଠିବ ମାତି
ଏ ସାରା ଜଗତ ।