କବିତା

ତା ପାଦ ଅଳତା

Ramakrushna Dakuaa's odia poem taa paada alataa

ସୁନ୍ଦରୀ ସେ ପରୀ , ଅତି ସୁକୁମାରୀ….ସତେକି ରାଜ ଦୁଲଣୀ
ଆଖିରେ ଆଖିଏ ସପନ ସଜେଇ…ମୋ ଆଖିର ନିଦ ହଜେଇ ନେଇଛି

ତା ପାଦ ଅଳତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପାଦେ ତୋ ଅଳତା ଆଉ କଳା ସୂତା…ପାଗଳ କରିଛି ମୋତେ
ନଜର ହଟୁନି ଦେଖିତା ମେହେନ୍ଦି…ପାଗଳ ହେବି କି ସତେ ?

ଏମିତି ରୂପସୀ ସତେକି ସେ ପରୀ…ସଜ ହୁଏ ମୋ ପାଇଁ
ଆସିଛି ଆକାଶୁ ମୋ ପାଇଁ ଖସି…ମୋ ସାଥେ ରହିବା ପାଇଁ
ଭାବୁଛି ମୁଁ ବସି ଏକା ଏକା ଆଜି …ହେବ କି ସେ ମୋ ଘରଣୀ ?
ଚଉଁରାମୂଳେ ମୋ ଦେବ କି ସେ ପାଣି..ଦେଇ ମଥାରେ ନାଲି ଓଢ଼ଣୀ !

ସୁନ୍ଦରୀ ସେ ପରୀ , ଅତି ସୁକୁମାରୀ….ସତେକି ରାଜ ଦୁଲଣୀ
ଆଖିରେ ଆଖିଏ ସପନ ସଜେଇ…ମୋ ଆଖିର ନିଦ ହଜେଇ ନେଇଛି
ତାକୁ ନ ପାଇଲେ , ତାକୁ ନ ଦେଖିଲେ ..ଭଲ ଲାଗୁ ନାହିଁ ମୋତେ
ପାଦେ ତୋ ଅଳତା ଆଉ କଳା ସୂତା…ସତେ ପାଗଳ କରିଛି ମୋତେ

2 Comments

2 Comments

  1. Suraj

    October 27, 2016 at 6:09 pm

    Ati Sundar…

  2. prasanta kumar nayak

    October 8, 2016 at 11:43 pm

    Nice

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top