କବିତା

ତା ପାଦ ଅଳତା

Ramakrushna Dakuaa's odia poem taa paada alataa

ସୁନ୍ଦରୀ ସେ ପରୀ , ଅତି ସୁକୁମାରୀ….ସତେକି ରାଜ ଦୁଲଣୀ
ଆଖିରେ ଆଖିଏ ସପନ ସଜେଇ…ମୋ ଆଖିର ନିଦ ହଜେଇ ନେଇଛି

ତା ପାଦ ଅଳତା

ପାଦେ ତୋ ଅଳତା ଆଉ କଳା ସୂତା…ପାଗଳ କରିଛି ମୋତେ
ନଜର ହଟୁନି ଦେଖିତା ମେହେନ୍ଦି…ପାଗଳ ହେବି କି ସତେ ?

ଏମିତି ରୂପସୀ ସତେକି ସେ ପରୀ…ସଜ ହୁଏ ମୋ ପାଇଁ
ଆସିଛି ଆକାଶୁ ମୋ ପାଇଁ ଖସି…ମୋ ସାଥେ ରହିବା ପାଇଁ
ଭାବୁଛି ମୁଁ ବସି ଏକା ଏକା ଆଜି …ହେବ କି ସେ ମୋ ଘରଣୀ ?
ଚଉଁରାମୂଳେ ମୋ ଦେବ କି ସେ ପାଣି..ଦେଇ ମଥାରେ ନାଲି ଓଢ଼ଣୀ !

ସୁନ୍ଦରୀ ସେ ପରୀ , ଅତି ସୁକୁମାରୀ….ସତେକି ରାଜ ଦୁଲଣୀ
ଆଖିରେ ଆଖିଏ ସପନ ସଜେଇ…ମୋ ଆଖିର ନିଦ ହଜେଇ ନେଇଛି
ତାକୁ ନ ପାଇଲେ , ତାକୁ ନ ଦେଖିଲେ ..ଭଲ ଲାଗୁ ନାହିଁ ମୋତେ
ପାଦେ ତୋ ଅଳତା ଆଉ କଳା ସୂତା…ସତେ ପାଗଳ କରିଛି ମୋତେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top