କବିତା

ତୁମ ବିନା ଯେ ମୁଁ ଅଧା

Anchal Kabi's odia poem Tuma Bina Je Mun Adha

ତୁମେ ବୁଝିଯାଆନ୍ତ କି,
ଆଖିରେ ଆଖିଏ ସ୍ବପ୍ନ ର ମାନେ
ମୋ ହାତରେ ତୁମ ନାଁ ଚି଼ହ୍ନ ର ମାନେ ।

ତୁମ ବିନା ଯେ ମୁଁ ଅଧା

ତୁମେ ବୁଝିଯାଆନ୍ତ କି ,
ମୋ ଅକୁହା କଥା ସବୁ
ମୋ ମନ ର ବ୍ୟଥା ସବୁ ।

ତୁମେ ବୁଝିଯାଆନ୍ତ କି ,
ଗଭୀରତା ମୋ ପ୍ରେମ ର
ତୁମକୁ ଖୋଜେ ମୋ ନଜର ।

ତୁମେ ବୁଝିଯାଆନ୍ତ କି,
ଆଖିରେ ଆଖିଏ ସ୍ବପ୍ନ ର ମାନେ
ମୋ ହାତରେ ତୁମ ନାଁ ଚି଼ହ୍ନ ର ମାନେ ।

ତୁମେ ବୁଝିଯାଆନ୍ତ କି,
କାହିଁକି ମୁଁ ଲେଖି ବସେ କବିତା
କେବେ ପୁଣି ବନି ଯାଏ ଲେଖିକା ।

ତୁମେ ବୁଝିଯାଆନ୍ତ କି,
ତୁମ ବିନୁ ଯେ ମୁଁ ଅଧା
ତୁମ ବିନୁ ଯେ ମୁଁ ଅଧା ……..

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top