କବିତା

ତୁମେ ନାରୀ ନା ଅବତରି???

Mohan Chandra Bisoi's odia poem Tume Naari naa Abatari

ନାରୀ ମାରି ପାରେ, ନାରୀ ତାରି ପାରେ
ସେ ନୁହେଁ ଅବଳା ଦୂର୍ବଳା ।

ତୁମେ ନାରୀ ନା ଅବତରି???

ନାରୀ, କେବେ ତୁମେ ପରି, କେବେ ତୁମେ ସ୍ତିରି,
କେବେ ପୁଣି ସତୀ ସାବିତ୍ରୀ ।
କେବେ ତୁମେ ସୀତା, କେବେ ଯେ ଦୁହିତା,
କେବେ ମାତାସାଜ ବକ୍ଷ ଚିରି ।

କେବେ ବରି ଶ୍ରୀରାମ, କେବେ ତାରି ସତ୍ୟବାନ,
କେବେ ବିନାସିଲ ଦଶଶିରି ।
କେବେ ପୁଣି ଦଶଭୁଜା ରୂପେ ମହିଶାସୁର ମାରି
ତୁମେ ଉସ୍ୱାସିଲ ବସୂନ୍ଧରି ।

କେବେ ତୁମେ ରାଧା, କେବେ ତୁମେ ମୀରା,
କେବେ ପୁଣି ତୁମେ ଯଶୋଦା ।
କେବେ ପ୍ରେମ ପୂରବୀରେ, କେବେ ଭକ୍ତି ସୋରୋବରେ ।
କେବେ ସ୍ନେହରେ ନିବାର କ୍ଷୁଦା ।

କେବେ ତୁମେ ଭଗ୍ନୀ, କେବେ ତୁମେ ଯାୟା,
କେବ ମାତା, କେବେ ଦୁହିତା ।
କେବେ ତୁମେ ଦାସୀ, କେବେ ଅଟ ପ୍ରୀୟସି,
କେବେ ରମ୍ଭା, କେବେ ଉର୍ବଶୀ ।

କେତେ ଯୁଗେ ପୁଣି, କେତେ ଅବତାର ନେଇ,
ଏ ଧରା ଧାମେ ନାରୀ ତୁହି ।
ନିଶ୍ୱର୍ଥରେ କେତେ ତ୍ୟାଗ କରିଅଛୁ,ସ୍ନେହ ପରସିଛୁ,
ତୋ ଋଣ ଶୁଝି ନପାରିବେ କେହି ।

ନାରୀ ମାରି ପାରେ, ନାରୀ ତାରି ପାରେ
ସେ ନୁହେଁ ଅବଳା ଦୂର୍ବଳା ।
ସେ ପ୍ରେମରେ ଛନ୍ଦେ, ସେ ମମତାରେ ବାନ୍ଧେ,
କୋପେ ସେ ଆଗ୍ନେୟ ଜ୍ଵାଳା ।

ପୁରୁଷ ଠୁ ନାରୀ କମ୍ ନୁହେଁ, ଭଲରେ ହେଉ କି ମନ୍ଦରେ
ସେ ସଦା ଦୁଇପାଦ ଆଗେ ।
ଇତିହାସ ତାର ମୂକ ସାକ୍ଷୀ, ନାରୀ ସଦା ପୁଜନିୟା
ଚୀର ବନ୍ଦନିୟା ଯୁଗେ ଯୁଗେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top