ପ୍ରବନ୍ଧ

ବନ୍ଧୁତ୍ୱ

Ajay Kumar Rout's odia prose Bandhutwa

ଆଜିର ଦିନରେ ସମସ୍ତ ବ୍ୟକ୍ତି କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ତ୍ୱକୁ ଦୃଷ୍ଟି ଗୋଚର କରିବା କଥା ଏବଂ ଆମ୍ଭର ପରମ୍ପରା ବହୁତ କିଛି ଶିକ୍ଷା ଦେଇଥାଏ ।

ବନ୍ଧୁତ୍ୱ

ଆଜିର ଦିନରେ ପ୍ରେତ୍ୟେକ ମନୁଷ୍ୟ ସେମାନଙ୍କର କର୍ମରେ ଅହେତୁକ ଭାବେ ବ୍ୟସ୍ତ ଓ ଉଦବିଗ୍ନ ପାଲଟିଛି । ଦେଖିବାକୁ ଗଲେ ପରିବାର ସଦସ୍ୟ ମାନଙ୍କ ପ୍ରତି ସମୟ ଦେବା କାଠିକର ପାଠ ହେଉଛି । କେହି କାହା ପ୍ରତି ସମୟ ସଠିକ ଭାବେ ଦେଇ ପାରୁ ନାହାନ୍ତି ଓ ସେମାନଙ୍କର ପାଖରେ ସମୟ ନ ଥାଏ କାହା ସହ କଥା ହେବା ପାଇଁ ଏହି କର୍ମମୟ ଜୀବନରେ । କଥା ହେବା ତ ଦୂରର କଥା , ଦେଖାହେଲେ ମୁହଁରେ ହସ ଟିଏ ବି ଆଣିବାକୁ କଷ୍ଟ ହେଉଛି । ଆଜିର ଦିନରେ ବିଜ୍ଞାନର ଅଗ୍ରଗତି ଘଟୁଛି ସତ କିନ୍ତୁ ମଣିଷର ବ୍ୟବହାରିକ ଜ୍ଞାନର ପତନ ଘଟୁଛି । ଯେପରି ଗୋଟିଏ ମୁଦ୍ରାରେ ଦୁଇଟି ପାର୍ଶ୍ୱ ଥାଏ, ସେପରି ମନୁଷ୍ୟର ଶାନ୍ତିରେ ରହିବା ଗୋଟିଏ ପାର୍ଶ୍ୱ ବନ୍ଧୁତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବନ୍ଧୁତ୍ୱ ବିନା ଜୀବନର ମାନେ କିଛି ନୁହେଁ । ବନ୍ଧୁତ୍ୱ ଜୀବନରେ ହସ, ଖୁସି, ଶାନ୍ତି ଇତ୍ୟାଦି ଭରିଦିଏ, ଜୀବନକୁ ସାର୍ଥକ କରିଥାଏ । ଛାଇ ପରି ସିଏ ସବୁବେଳେ ଆମ ପାଖରେ ଥାଏ । ଦୁଃଖ , ସୁଖର ଆମର ସେ ଭାଗିଦାର ହୋଇଥାଏ । ଆଜିର ଆଧୁନିକ ଯୁଗରେ ବନ୍ଧୁତ୍ୱର ରହସ୍ୟ ବୁଝିବା କଷ୍ଟସାଧ୍ୟ ଅଟେ । ଅଧିକାଂଶ ବନ୍ଧୁତ୍ୱର ମୂଲ୍ୟ ହିଁ ବୁଝି ପାରନ୍ତିନାହିଁ । ଯଦି ଏହି ସୁନ୍ଦର ସମ୍ପର୍କ ସୁତାଜାଲ ପରି ଛଳନା, ପ୍ରତାରଣାର ଗଢାଯାଇଥାଏ ତାହା କେବେ ତିଷ୍ଟି ରୁହେ ନାହିଁ । ଗଛରୁ ପତ୍ର ପଡିଲା ପରି ଏ ସମ୍ପର୍କ ମଧ୍ୟ ଭାଙ୍ଗି ଯାଏ । ବିଶ୍ୱାସରେ ଈଶ୍ବର ଥାନ୍ତି ଯଦି ସେହି ବିଶ୍ବାସ କିଏ ଭାଙ୍ଗେ ତେବେ ଦୁତୀୟ ଥର କାହାକୁ ବିଶ୍ୱାସ କରିବାକୁ ଇଚ୍ଛା ହୁଏ ନାହିଁ । ମଣିଷ ତା ଜୀବନରେ ଏମିତି ଜିନିଷକୁ ଗୁରୁତ୍ୱ ଦେଉଛି ଯାହା ପ୍ରକୃତରେ ତା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ପ୍ରକୃତ ଖୁସି ଜଣେ ଭଲ ବନ୍ଧୁତ୍ୱ ରୁ ପାଇଥାଏ । ସମସ୍ତେ ନିଜ ପାଇଁ କିଛି ନ କିଛି ଆଶା କରିବାରେ ବ୍ୟସ୍ତ । ସମସ୍ତଙ୍କ ବ୍ୟକ୍ତିତ୍ୱ, ଚିନ୍ତାଧାରା, ଆଚାର ବ୍ୟବହାର ଏବଂ ଚରିତ୍ର ଭିନ୍ନ ଏବଂ ସ୍ୱତନ୍ତ୍ର ହୋଇଥାଏ । ଏହି ସବୁ ଗୁଣକୁ ଦେଖି ଆମ୍ଭେ ବନ୍ଧୁତ୍ୱର ହାତ ବଢ଼ାଇଥାଉ । ସେହିବନ୍ଧୁ ଯେତେବେଳେ ହସିକି ଭଲରେ ପଦୁଟିଏ କଥା ହୁଏ ଆମ୍ଭେମାନେ ଖୁସି ହୋଇଥାଉ । କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟବହାରରେ ପରିବର୍ତ୍ତନ ଆସିଲେ ଆମ୍ଭେ ଭାଙ୍ଗିପଡୁ । ନିଜ ବନ୍ଧୁ ସହ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା ଉଚିତ । ସେ ମୁହୂର୍ତ୍ତଗୁଡିକ ସହ ବାନ୍ଧି ହୋଇ ରହିଲେ ଆମେ ଆଗକୁ ବଢ଼ିପାରିବ ନାହିଁ । ଯଦି ଜଣେ ବନ୍ଧୁ ବନ୍ଧୁତ୍ୱର ମୂଲ୍ୟ ବୁଝି ପାରୁ ନାହିଁ, ବନ୍ଧୁତ୍ୱର ଅଲଗା ଅର୍ଥ ବାହାର କରୁଛି , ସେପରି ବ୍ୟକ୍ତି ସହ ବନ୍ଧୁତା ରଖିବା ହିଁ ଭୁଲ । ଯେଉଁ ବନ୍ଧୁ “ସମୟ ନାହିଁ” “କାର୍ଯ୍ୟରେ ବ୍ୟସ୍ତ” ବିଭିନ୍ନ ପ୍ରକାର ବାହାନା କରିବା ସହିତ “ତୋର ମୋ ବନ୍ଧୁ ହେବାକୁ ଯୋଗ୍ୟତା ନାହିଁ”, “ମୋତେ ନୂଆ ବନ୍ଧୁ ମିଳିଗଲେଣି” କହି ସମ୍ପର୍କ ଓ କର୍ତ୍ତବ୍ୟକୁ ଏଡାଇ ଦେଇଥାନ୍ତି ସେହି ପରି ବନ୍ଧୁତ୍ୱ ନିଜର ନିକୃଷ୍ଟ ବ୍ୟକ୍ତିତ୍ୱର ସୂଚନା ଦିଏ । ବର୍ତ୍ତମାନର ଆଧୁନିକ ଯୁଗରେ ବନ୍ଧୁତ୍ବର ମୂଲ୍ୟ ଦିନକୁ ଦିନ ଅଲଗା ଅର୍ଥରେ ବ୍ୟବହାର କରିବା ସହିତ ସେହି ବନ୍ଧୁକୁ ହତ୍ୟା ଭଳି ଘୃଣ୍ୟ କର୍ମ କରିବାକୁ ପଛାଉନାହାନ୍ତି । ଜଣେ ଉତ୍ତମ ବନ୍ଧୁ ଅନ୍ୟ ବନ୍ଧୁର ଦୁଃଖ, କଷ୍ଟକୁ ନିଜର ଭାବି ସେ ତୁମକୁ ବିଭିନ୍ନ ବାଧାବିଘ୍ନ ଠାରୁ ଦୁରେଇ ରଖିବାକୁ ଚେଷ୍ଟା କରିଥାଏ । ଅନ୍ୟ ଜଣେ ବନ୍ଧୁ ତାର ବନ୍ଧୁକୁ ବ୍ୟବହାର କରି ସମସ୍ତ ସୁବିଧା, ସୁଯୋଗ, ସାହାଯ୍ୟ ପାଇଁ ସାରିବାପରେ ତା ପରି ବନ୍ଧୁ ଅଲୋଡା ହୋଇଯାଇଥାଏ । ଲେମ୍ବୁ ଚିପୁଡିବା ପରି ସେ ବନ୍ଧୁକୁ ବ୍ୟବହାର କରିସାରି ବନ୍ଧୁକୁ ଦୁରେଇ ଦେଇ ଥାଏ । ଲେମ୍ବୁର ଯେପରି ରସ ବାହାରିଯିବା ପରେ ତାକୁ ଫୋପାଡ଼ି ଦିଆଯାଏ ସେହି ପରି ବ୍ୟବହାର କରିଥାଏ । ଆଜିର ଦିନରେ ବନ୍ଧୁତ୍ୱର ପାଖରେ ଟଙ୍କା ଥିବା ଯାଏ ସେହି ବ୍ୟକ୍ତି ଭଲ ବନ୍ଧୁ ହୋଇଥାଏ ।

ଯେଉଁଦିନ ଅର୍ଥ ସରିଯାଏ ବନ୍ଧୁତ୍ୱ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ । ଏହିପରି କିଛି ବ୍ୟକ୍ତି ବନ୍ଧୁତା ସ୍ଥାପନ କରି ଦେହର ଉପଭୋଗ କରିଥାନ୍ତି । ବନ୍ଧୁଙ୍କ ଠାରୁ ପାଉଥିବା ସାହାଯ୍ୟ କିମ୍ବା ବନ୍ଧୁତ୍ୱଙ୍କ ଠାରୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ପାଇଥିବା ସାହାଯ୍ୟକୁ ସେହି ବନ୍ଧୁ ମାନେ ସହଜରେ ଭୁଲି ଥାନ୍ତି , କେବଳ ସେମାନଙ୍କର ସ୍ୱାର୍ଥ ହାସଲ ପାଇଁ ସେହି ବନ୍ଧୁ ଜୀବନରେ ଆସିଥାନ୍ତି । ସେହି ବନ୍ଧୁ ସାହାଯ୍ୟ ପାଇଥିବା ଲୋକଙ୍କୁ ମଧ୍ୟ ଛାଡି ନ ଥାଏ, ଅନ୍ୟ ମାନଙ୍କ ସାମ୍ନାରେ ନିନ୍ଦା କରିବାକୁ ପଛେଇ ନ ଥାନ୍ତି । ସ୍ୱେଉଁ ମାନେ ନିଜର ସ୍ୱାର୍ଥ ପାଇଁ ଅନ୍ୟର ବିଶ୍ୱାସ ସହ ଖେଳନ୍ତି ଏବଂ ବନ୍ଧୁତାର ଆଭାସ ଦେଇ ଠକାନ୍ତି । ସେମାନେ ନିଜକୁ ଚାଲାକ ଭାବନ୍ତି । ଜାଣନ୍ତି ନାହିଁ ଯେ ସେ ଅନ୍ୟକୁ ଠକାଇଲେ ଭବିଷ୍ୟତରେ ନିଜେହିଁ ଠକି ଯିବେ । ଏମିତି ବନ୍ଧୁଟିଏ ବନାଅ ଯିଏ ଜୀବନର ପ୍ରତିଟି ମୁହୂର୍ତ୍ତରେ ତୁମକୁ ସାଥି ହେବ । ତୁମ ସହିତ ଉପଭୋଗ କରି ପାରିବ । ବନ୍ଧୁଠାରୁ ପାଇଥିବା ସାହାଯ୍ୟକୁ ଭୁଲିଯାଇ ପାର ତୁମେ ଭଗବାନଙ୍କ କୃପାରୁ ବଡ଼ ଚାକିରୀ କରିପାର କିନ୍ତୁ ଦିନେ ନା ଦିନେ ତୁମେ କରିଥିବା କର୍ମ ତୁମକୁ ହୀନ ଦୃଷ୍ଟିରେ ଦେଖିବ ସେତେବେଳେ ଭଲ ବନ୍ଧୁ କଥା ମନେପକାଇବ କିନ୍ତୁ ସେ ମହକ ଓ ବାସ୍ନା ନ ଥିବ । ତୁମେ ସେ ବନ୍ଧୁକୁ ପଚାରି ନ ପାର ହେଲେ ଭାବିଲା ବାଳକୁ ସେ କଥା ସରିଯାଇଥିବ । ନିଜେ ଏମିତି ବନ୍ଧୁଟିଏ ହେବାକୁ ଚେଷ୍ଟା କର ଯେମିତି ତୁମକୁ ଭଲ ପାଉଥିବା ବନ୍ଧୁ ପରମୁହୂର୍ତ୍ତରେ ତୁମକୁ ଧୋକାବାଜ କହି ନ ପାରିବେ । ପ୍ରକୃତ ବନ୍ଧୁତ୍ୱର ମୂଲ୍ୟ ବୁଝିବା ସମସ୍ତଙ୍କର ପାଇଁ କଷ୍ଟ ହେଲେ ବନ୍ଧୁତା ନିଭେଇବାକୁ କହି ସେହି କର୍ତ୍ତବ୍ୟରୁ ଆଡେଇଯିବା ବହୁତ ସହଜ । ଯେତେବେଳେ ନିଜର ଭଲ ସାଙ୍ଗଟିଏ ଧୋକା ଦିଏ ସେତେବେଳେ ସମସ୍ତଙ୍କ ଉପରୁ ବିଶ୍ବାସ ତୁଟିଯାଏ । ଏବଂ ସମ୍ପର୍କ ଭାଙ୍ଗି ଯାଏ । ହେଲେ ତା ସହ ବିତେଇଥିବା ପ୍ରେତ୍ୟେକ ମୁହୂର୍ତ୍ତ ଚେଷ୍ଟା କଲେ ବି ଭୁଲି ପାରିବା ନାହିଁ । ପ୍ରକୃତ ଆନନ୍ଦ ଓ ପ୍ରକୃତ ବନ୍ଧୁତ୍ୱ କେବଳ ନିଜ ଭିତରେ ସୀମିତ ଥାଏ । ଆମେ ଯେତେବି ନିଜକୁ ବୁଝିବାକୁ ଚେଷ୍ଟା କରିବା ଆଉ ନିଜ ସହ ବନ୍ଧୁତ୍ୱ ସ୍ଥାପାନ କରିବା ତେବେଯାଇ ଆମେ ଆମ ଜୀବନରେ ଖୁସିରେ ରହିବା । କାହିଁକି ନା ଧୋକା ଖାଇବାର କି ବନ୍ଧୁଟିଏ ହରାଇବାର ଭୟ ନ ଥାଏ । ତେବେ ଯାଇ ଜୀବନ ମାର୍ଗରେ ଅଗ୍ରଗତି ବିନା ଦ୍ବିଧାରେ ଆମକୁ ସ୍ୱାଗତ ଜଣାଇବ ।

ଆଜିର ଦିନରେ ସମସ୍ତ ବ୍ୟକ୍ତି କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ତ୍ୱକୁ ଦୃଷ୍ଟି ଗୋଚର କରିବା କଥା ଏବଂ ଆମ୍ଭର ପରମ୍ପରା ବହୁତ କିଛି ଶିକ୍ଷା ଦେଇଥାଏ । ଆଜିର ଦିନରେ କୃଷ୍ଣ ଓ ସୁଦାମା ପରି ବନ୍ଧୁତା ପାଇବା ବଡ଼ କଷ୍ଟକର । ସେମାନଙ୍କ ମଧ୍ୟରେ ଥିଲା ସ୍ନେହ, ଭଲ ପାଇବା , ସେମାନଙ୍କ ଭଲ ପାଇବାରେ ନ ଥିଲା ସ୍ୱାର୍ଥ, ଅହଂକାର ଏବଂ ଗରିବ ଓ ଧନୀର ତାରତମ୍ୟ । ସୁଦାମାର ଚାଉଳ ଭଜା ପୁଡିଆ ସିନା ହେଲେ କୃଷ୍ଣ ସେହି ଚାଉଳଭଜା ଖାଇବାରେ ଯେଉଁ ଆନନ୍ଦ ପାଇଲେ ତାହା ଅବର୍ଣ୍ଣନୀୟ । ଭଲପାଇବା ଥିଲେ ସବୁ ଜିନିଷ ଅମୃତ ତୁଲ୍ୟ । ସତ ଓ ପ୍ରେମରେ ଉଚ୍ଚ ନୀଚ୍ଚ ନା ଧନୀ ଗରିବ ଦେଖାଯାଏ । ଏତେ ଯୁଗ ପରେ ବି କୃଷ୍ଣ ଓ ସୁଦାମା ବନ୍ଧୁତ୍ୱ ସହ ପ୍ରେମ ବନ୍ଧୁତ୍ୱ ପ୍ରତୀକ ରୂପରେ ମାନେ ପକାନ୍ତି । ପ୍ରେତ୍ୟେକ ବନ୍ଧୁ ଏମିତି ଏକ ବନ୍ଧୁ କର ଯାହାକି ଚିର ସ୍ମରଣୀୟ ହୋଇ ରହିବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top