ନାରୀମାନଙ୍କ ମଧ୍ୟରେ ତୁମେ ଯେପରି ସର୍ବଶ୍ରେଷ୍ଠ ରୂପବତୀ ପୁରୁଷମାନଙ୍କ ମଧ୍ୟରେ ନଳ ସେହିପରି ବିରଳ ସୌନ୍ଦର୍ଯ୍ୟର ଅଧିକାରୀ । ଆପଣ ତାଙ୍କୁ ବିବାହ କଲେ ତାହା ମଣିକାଞ୍ଚନ ସଂଯୋଗ ପରି...
ହେ ପରନ୍ତପ, ଦେବରାଜ ମଧ୍ୟ ଆପଣଙ୍କୁ ଯୁଦ୍ଧରେ ପରାଜିତ କରିପାରିବେ ନାହିଁ । ଆତ୍ମା ପୁତ୍ର ରୂପେ ଉତ୍ପନ୍ନ ହେବାରୁ ତାକୁ ଆତ୍ମଜ କୁହାଯାଏ । ସେହି କାରଣରୁ ଆପଣ...
ଏବେ ତୁମର ସପତ୍ନୀ ଚିତ୍ରାଙ୍ଗଦାଙ୍କ ପୁତ୍ର ଦ୍ୱାରା ନିଜ ପତିଙ୍କର ମୃତ୍ୟୁ ବିଧାନ କରାଇ ତୁମେ ଆନନ୍ଦ ଅନୁଭବ କରୁଛ । ମୋ ଅଜାଣତରେ ମୁଁ ତୁମର ପ୍ରିୟ କାର୍ଯ୍ୟ...
ହେ କ୍ରୁରା ନାରୀ, ଏବେ ତୁମେ ଏକା ସାଙ୍ଗରେ ତିନୋଟି ମୃତ୍ୟୁକୁ ଅବଲୋକନ କରି ପ୍ରସନ୍ନ ହୁଅ ।
ଏତେ ବର୍ଷ ପରେ ପୁତ୍ରକୁ ଦେଖି ପିତା ଶ୍ରଦ୍ଧାରେ ତାଙ୍କୁ ଆଲିଙ୍ଗନ କରିବା ପରିବର୍ତ୍ତେ ଦ୍ୱନ୍ଦ୍ୱ ଯୁଦ୍ଧକୁ ଆହ୍ୱାନ କରୁଛନ୍ତି । ଇଏ କି ସଙ୍କଟର ସେ ସମ୍ମୁଖୀନ ହେଲେ...
ଗଙ୍ଗାଜଳରେ ସନ୍ତରଣରତା ନାଗରାଜାଙ୍କ କନ୍ୟା ଉଲୂପୀ ବହୁସମୟ ଧରି ତୀରଦେଶରେ ଉପବେଶନ କରିଥିବା ଅର୍ଜୁନଙ୍କର ଦୀର୍ଘଦେହ, ବିଶାଳ ବକ୍ଷ, ଆଜାନୁଲମ୍ୱିତ ବଳିଷ୍ଠ ବାହୁଦ୍ୱୟ, ଉନ୍ନତ ନାସା, ପ୍ରଶସ୍ତ କପାଳ, ଆୟତ...
କାକମାନେ ଆସି ନୀତିନିଷ୍ଠ ବ୍ରାହ୍ମଣର ଯଜ୍ଞହବି ଅପହରଣ କଲେ, ଶାର୍ଦ୍ଦୁଳର ଗୁହାରେ ଶୃଗାଳ ନିଜର ପରାକ୍ରମ ପ୍ରଦର୍ଶନ କଲା ।
ପରପୁରୁଷକୁ ଅବଲୋକନ କରିବାର ଧୃଷ୍ଟତା ପାଇଁ ଏକମାତ୍ର ଶାସ୍ତି ମୃତ୍ୟୁଦଣ୍ଡ ।
ମୁଁ ମୋର ଆନନ୍ଦ ପାଇଁ ପ୍ରାଣୀ ସକଳଙ୍କର କଷ୍ଟର କାରଣ ହୋଇପାରିବିନି ।
ସେହି ଅନୁପମା ନାରୀ ଯେଉଁଠାରେ କ୍ଷଣିକ ପାଇଁ ସ୍ଥିର ହୋଇ ଠିଆ ହେଉଥିଲେ ସେ ଅଞ୍ଚଳ ଆଲୋକିତ ହୋଇ ରହୁଥିଲା । ସେ ପୁଣି ଆଗକୁ ଆଗକୁ ଯିବାବେଳେ ଅରଣ୍ୟର...
ଆପଣଙ୍କ ମତାମତ