ପ୍ରତୀକ୍ଷାର ବେଳ ମନେହୁଏ ଧୁ, ଧୁ ଖରାବେଳ ସବୁଜ ବନ, ଝରଝର ଝରଣା ବଦଳିଯାଏ ନିଥର ମରୁ ଭାସିଯାଏ ଭଲ ପାଇବାର ଗୋଲାପି ଅକ୍ଷର ।
ମୁଁ ଭାବେ, ମୁଁ ତ ଭାଙ୍ଗିନି ତେବେ ଭାଙ୍ଗିଲା କିଏ ? ହୁଏତ କାଳ ପୁରୁଷ ଆସିଥିଲା ରାତିରେ ତା' ପ୍ରତିବିମ୍ୱ ଧରି ରଖିବାକୁ ଅସମର୍ଥ ହୋଇଥିବ ସେ ।
ଦର୍ପଣ ଛାତିକୁ ପଥରରେ ଭାସି ଉଠିଲା ଚମତ୍କାର ଶବ୍ଦ ମାଟିରେ ପଡ଼ି ରହିଲା କାଚର କଙ୍କାଳ ।
ବାଟୁଳିର ଗୁଳି ଭଳି ଛୁଟୁ ଥିଲା ଅହର୍ନିଶ ସେଠି ବି ନିଅଣ୍ଟ ହେଲା ଶବ୍ଦ ବର୍ଣ୍ଣବୋଧର ଅଣଚାଶ ଅକ୍ଷର ଉଡ଼ିଗଲେ ଅଣଚାଶ ବାଆରେ ।
ମୁଁ ନିଜେଇ ଏକ ଜ୍ୱଳନ୍ତ ଚିତାଗ୍ନି. . . ଶ୍ମଶାନର ବିଭତ୍ସ ରୂପକୁ ଦେଖି ଭୟ ପାଏନା ।
ତମେ ମାନ କି ନ ମାନ, କାଲି ରାତିରେ ଜନ୍ମ ନେଇଛି ସେହି ଦେବଶିଶୁ- ସକଳ ଆଦେଶକୁ ଉପେକ୍ଷା କରି ।
ସତସତିକା ଡଙ୍ଗା ହୋଇ ଛୁଟେ- ଗାଁ ଗୋହିରୀ, ତଳମାଳ ଓ ରାସ୍ତା ଘାଟ । ଆଖି ପାଉନଥିବା ପାଣି କାତ ଠିକୁନଥିବା ନଈ କେଉଁଠି ବିଲୁଆଖାଇ ତ କେଉଁଠି
ଆପଣଙ୍କ ମତାମତ