ସ୍ୱପ୍ନର ସୌରଭ ସବୁ ପାଲଟନ୍ତି ଫୁଲ ଶ୍ରାବଣୀର ସ୍ୱର ହୋଇ ଠିକ୍ ମୋ ପ୍ରିୟା ପରିକା ।
ସକାଳର ଆଲବମ୍ ଫୁଲର ବଗିଚା ଘାସର କାର୍ପେଟ ଉପରେ ଗାଢ଼ ଅଳତାର ରଙ୍ଗ ଭିଜାଭିଜା- ଏ କାର ପାଦଚିହ୍ନ ଆହା !
ଛଳନାର ପଶାକାଠି ଶକୁନିର ଡାକେ ପୁଣ୍ୟତାର ପାଟଳ ତନୁକୁ ଚୁମେ ପାପ ମୃତ୍ୟୁର ବେଶରେ ।
ପ୍ରିୟା ମୋ କବିତା ପାଥେୟତା ମାଟି ଓ ମଣିଷ ସତ୍ୟ ସାଧନାର ପଥେ ସମୟ ତା ସାଥୀ ଲକ୍ଷ୍ୟ ତା'ର ଇତିହୀନ ଯାତ୍ରା ।
ହାତ ହତିଆର ନେଇ ଶେଷ କିନ୍ତୁ ଆଦିମ ଲଢ଼େଇ ମନ ସଂଗେ ମନ ମନ ଓ ବିବେକ ଚିନ୍ତା ଆଉ ଚେତନାର ଦ୍ୱନ୍ଦ୍ୱ ଖାଲି ଦ୍ୱନ୍ଦ୍ୱ କିଏ ହାରେ କିଏ...
ନଇଁ ଆସେ ଆଖିପତା ଅନ୍ତତଃ କ୍ଳାନ୍ତିରେ ଧୂସରିତ ବିଷାଦିତ ସନ୍ଧ୍ୟା ବାଲୁଚରେ ପାଗଭିଡ଼େ ଏଠି ପୁଣି ନଷ୍ଟ ଅପରାହ୍ଣ ବିକଳ ସୂର୍ଯ୍ୟରଗାରେ ସେ କିନ୍ତୁ ବିବର୍ଣ୍ଣ ।
ମାଟି ତଳେ ମାଟିକୁ କାମୁଡ଼ି ଭିଡ଼ି କରେ କାବୁ ଭିତରେ ଭିତରେ ବଢ଼ି ଶୋଷେ ଜଳ ସବୁ ।
ରଙ୍ଗ ଢାଙ୍କି ସୁବର୍ଣ୍ଣର ମୋହଗ୍ରସ୍ତ ଆଖି ଓ ଆଶାରେ-ମନ ଭୁଲାଇଲା ଜହ୍ନ ଓ ସମୁଦ୍ର ପରି ମାୟାରେ ମୋହିଲା ।
ଆକାଶ ପରି ନିବିଡ଼ ଫୁଲପରି ଆମାୟିକ ଭିଜାଭିଜା ନରମ ସକାଳ ।
ପବନ ନେଇଚି ତୋଳି ତୀକ୍ଷ୍ଣ ଚଞ୍ଚୁ ମୁନିଆ ପଞ୍ଝାରେ ଗଛରୁ ଫୁଲ-ମାଟିର ମହକ ଚାଟିଚୁଟି ପାଦଚିହ୍ନ ସବୁ ବଞ୍ଚିବାର ବେଳାଭୂଇଁ-ଚଟାଣ ଛାତିରୁ ।
ଆପଣଙ୍କ ମତାମତ