ବରଙ୍କର ପ୍ରଥମ ଦୁଇ ବିଭା ସ୍ତିରୀ ମରିଛନ୍ତି, ଏଇଟା ହେବ ତେହକି ବିଭା । ବରଙ୍କ ବୟସ ଏହି ମାଘରେ ପଞ୍ଚଷଠି ପଶିବ ।
ଗାଁର ପାଞ୍ଚ ମାଇପେ କହନ୍ତି, "ମାଳତୀର ଚାଲିଟି କେଡ଼େ ସୁନ୍ଦର !"
ମହାଜନ ବିଦେଶୀ, କଚେରିର ବଡ଼ ବଡ଼ ଚାକର ପ୍ରାୟ ବିଦେଶୀ । ରେଳ-ଷ୍ଟେସନରେ କର୍ମ ପାଇବା ଓଡ଼ିଆଙ୍କ କପାଳରେ ଲେଖାନାହିଁ ।
ଗୋପାଳ ବାବୁ ଚାଣକ୍ୟରେ ପଢ଼ିଥିଲେ, "ଘର ଛିଦ୍ର କଥା ଦାଣ୍ଡରେ ପକାଇବ ନାହିଁ ।"
କ'ଣ ହେ, ଆମକୁ ନ ପଚାରି ଡାକ୍ତର ଆଣି ଧାଇଁଛ, ଏ ରୋଗକୁ ଡାକ୍ତର ତ ଡାକ୍ତର, ଡାକ୍ତରର ବାପା । ପିତାସୁଣୀ ପବନ ଲାଗିଛି ।
ବଣ ସାନ୍ତାଳ ଗାଁରୁ କି ବଣଜନ୍ତୁଟାଏ ଆଣିଛି, ଭକ୍ତିଦାୟିନୀ କଥାଟା କହି ଆସୁନାହିଁ, କହୁଛି କ'ଣ ନା, ଭଗବତୀ ଡାଆଣୀ । କ'ଣ ଖୋଜୁଥିଲି, କ'ଣ ପାଇଲି- କପାଳ କଥା...
ପେସ୍କାର ଆଉ ମୁକ୍ତାର ବାବୁଙ୍କ ମାଆମାନଙ୍କର ଖୁବ୍ ମନ ମିଳେ । ତାହା ତ ମିଳିବ, ଦୁହେଁ ଏକ- ବୟସୀ, ପୁଣି ବୁଢ଼ୀ ।
ଜ୍ୟୋତିଷ ବିଦାୟ ଗ୍ରହଣ କଲେ, ପୁନର୍ବାର ଆଖି ବନ୍ଧାଗଲା, ପୂର୍ବକଥିତ ଦସ୍ୟୁ ଦୁଇ ଜଣ ବାଟରେ ଛାଡ଼ି ଦେଇଗଲେ ।
ଏଟା କିଏ, କାହିଁକି ଆଣିଲ ?" ଆଗନ୍ତୁକ ଦୁଇଜଣ ଜ୍ୟୋତିଷର ପରିଚୟ ଦେଲେ ।
ସେମାନେ ଜାଣନ୍ତି, ଦେଶୀୟ ରାଜା ମହାରାଜାଙ୍କୁ ହତ୍ୟା କଲେ କାଳେ ରକ୍ଷା ପାଇ ପାରିବେ, ମାତ୍ର ପବିତ୍ର ଶ୍ୱେତଚର୍ମ ସ୍ପର୍ଶ କଲେ ରକ୍ଷା ନାହିଁ ।
ଆପଣଙ୍କ ମତାମତ