ସାପ ବନି ଆଗକୁ ଲମ୍ବିଥିବା ରାସ୍ତା ଉପହାରରେ ଦେବାଲାଗି ପ୍ରସ୍ତୁତ ଧୂଆଁର ମାରଣ ବିଷ ।
ବଳକା ବିନ୍ଦୁ ବିନ୍ଦୁ ପାଣି ଲୁହହୋଇ ଝରୁଥାଏ ଡାଳପତ୍ର ଆଖିରୁ ସ୍ମୃତିରେ ସ୍ମୃତିରେ ତମେ ଗଲା ପରେ ।
ଡୁବି ସାରି ଥାଏ ଛୋଟ ଝିଅ ମାନା ହାତ ମୁଠାରେ ନେଇ ବଡ଼ ପ୍ରତୀକ୍ଷାକୁ ।
ପ୍ରୟାସ ଜାରିଅଛି ଥୋଇ ଦେବା ଲାଗି ଶୂନ୍ୟତା ଝୁଲିରେ ଯୋଜନା ଭବିଷ୍ୟତର ।
ଭିଜା ମାଟିର ବାସ୍ନାରେ ପାଣି ପାଣିରେ ସବୁକିଛି ଭିଜିଗଲା ପରେ ବି ଭିଜେନା ତା'ର ଦେହ ।
ମିଛ ସୁସ୍ଥ ସମ୍ପର୍କର ଆଣ୍ଟିବାୟୋଟିକ ।
ବନ୍ଦ ଝର୍କା ନିବୁଜ ଦରଜା ଡେଇଁ କାୟା ବିସ୍ତାର କରୁଛି ବିଜୁଳିର ବିକଟ ଆଭା ଘଡ଼ଘଡ଼ିର ମସ୍ତ ଶବ୍ଦ ।
ଯେଉଁଠି ସଳଖି ଠିଆ ହୋଇପାରିବାର ଦମ୍ଭ ଖୋଜୁଥିଲି ସେଇଟା ଥିଲା ଚୋରାବାଲି !
ପହଞ୍ଚି ସାରିଲେ ଖାଲି ହୁଏ ଦେହ ସମ୍ପର୍କର ହୁଏ ଇତି ସ୍ମୃତିର ଡାଏରୀରେ ବଦଳିଯାଏ ତାରିଖ ଆଗକୁ ମାଡ଼ିଚାଲେ ପାଦ ।
ପ୍ରତିନିୟତି ଆତ୍ମାକୁ ନିଲାମ କରି ଲାଭକ୍ଷତିର ଫଳାଫଳରେ ତଳକୁ ଖସୁଛି କ୍ରମଶଃ ନିଜ ବଡ଼ପଣ ।
ଆପଣଙ୍କ ମତାମତ