କନ୍ୟା ସନ୍ତାନ ଲୋଡ଼ା ନାହିଁ କାହାର ବ୍ୟସ୍ତ ସଭିଏଁ ମୋତେ ମାରିବାରେ ମୁଁ କରିଛି କି ଅପକାର ବାରେ ତୁ ପଛକୁ ଫେର
ଟଳିତ ଆଜି ମା ଜୀବନ ଘାଟ ଠକା ଯେ ଜୀବନ ମା ଆଜି ଶଠ ।। ।।
ନନ୍ଦନ କାନନ ପୁଷ୍ପ ପାରିଜାତ ଛାଗ ସଙ୍ଗେ ବାଘ ବସେ ଏଠି ମିତ ।। ।।
ଅସହ୍ୟ ଯମ ଯନ୍ତ୍ରଣା କଣ୍ଟକିତ ଜୀବନ ପଥ ମୁକ୍ତିର ପ୍ରତୀକ୍ଷାରେ କ୍ଷଣ ଅନୁକ୍ଷଣ ମା'ତୁ ପାରିବୁନି ସହି ।। ।।
କୁନି ଶରୀରଟି ଶବ ପାଲଟେ ପିଚ ପିଚ ଅନ୍ଧାରରେ ମିଶିଯାଏ କୁଆଁ କୁଆଁ ରାବ ସୁନ ସାନ ଜୀବନର ରାସ୍ତା
ମୃତ୍ୟୁ ପରିଭାଷା ବଦଳିଛି ଆଜି ଜୀବନ ଖେଳରେ ସିଏ ମାରେ ବାଜି ।।
ଆଲୋକର ଦେଶ ଛାଡି ଆସିଥିଲି ଜୀବନ ବଞ୍ଚିବା ପାଇଁ ଫେରିଯାଏ ପୁଣି ସେହି ଦେଶେ ମାତୃ ଆଦେଶ ପାଇ ।। ।।
ପର ଚପେ କନ୍ୟା ଭ୍ରୁଣ ବଧ ନୁହେଁ ଏ ତୋର ଅପରାଧ ତୋ ସ୍ମୃତି ରହିବ ସାଥେ ।। ।।
ସବୁ କନ୍ୟା ଶିଶୁ ଅନ୍ତରରେ ମଲେ କେହି ବି ଜଣେ ଜନମ ନ ନେଲେ ତିଷ୍ଠି ପାରିବକି ଏ ମହି ମା ପାରିବୁକି ତୁ କହି ।। ।।
ଦୁଇ କୁଳ ହିତା କନ୍ୟା ଯେ ଦୁହିତା ଦୁଇ କୁଳ ହିତେ ଜନମ ଯାହାର କିଆଁ ସର୍ବନାଶ ତାର କରୁ କୋଉ କଥା କୁ ତୁ ଡରୁ ।। ।।
ଆପଣଙ୍କ ମତାମତ