ଆକାଶେ ଶୀତଳ ପହିଲି ସୁରୁଜ ମନେ ସପନର ରାତି ବାହାରେ ଶୀତର ହେମାଳ ପରଶ ମନ ତଳେ କେତେ ତାତି ।
ଏ ଜୀବନ ମରୁବାଲି ଏକାଏକା ଚାଲି ଚାଲି ପାରି ହୋଇପାରେ ଯିଏ ଯାଏନା ଜୀବନେ ହାରି ।
ଲୁହର ଗଙ୍ଗା ଯମୁନାର ସୁଅ ବହେ ନିତି ନୂଆ ଲୁହ ସେ ସୁଅରେ ମିଶୁଥାଏ ତଥାପି ନାହିଁ ମୋ ଅବଶୋଷ କିଛି ମାନି ନାହିଁ ପରାଜୟ !
ନ ମାଗିଲେ କେବେ ମିଳିଥାଏ ସୁଖ ସେନେହ କେବେ ପୁଣି ମିଳେ ଛଳନାର ବିଷବଳୟ କାହିଁକି ଏମିତି ହୁଏ ଆଜିଯାଏ କେହି ବୁଝିନାହିଁ ।
ଆଲୋକିତ କଲି କୁଟୀର କାହାର ପୁଣି କାର ଚଲାପଥ ବାସର ଘର ମୁଁ ନିରବେ ଜଳିଲି କବି ପାଇଁ ହେଲି ଗୀତ ଭକତର ଲାଗି ମିନତି କଲି ମୁଁ ଦେବତା...
ପ୍ରତୀକ୍ଷାର ପ୍ରଦୀପ ଯେ ଦିବାରାତି ଜଳୁଥାଏ ଆଶା କି ଭରସା ନ ମିଳିଲେ କିଛି ଦୁଃଖ ନାହିଁ ଜୀବନରେ ନିରାଶା ମରୁରେ ଜଳେ ଯଦି ମନ
କଳ୍ପନାର ଫୁଲ ଫୁଟିଯାଏ ମନ କାନନେ କାମନାର କଇଁ ହସୁଥାଏ ଧୀର ପବନେ ମିଳନର ସୁଖ ନ ମିଳିଲେ ବି ତ ସପନରେ ମନ ହଜିଯାଏ ।
ଦେଇଥିବା କଥା ଭୁଲିଯାଇପାରେ କେହି ଶୁଣିଥିବା କଥା କିଏ ଭୁଲିପାରେ ନାହିଁ ଜଳାଏ ମନକୁ ସ୍ମୃତି ତା'ର ନିଶିଦିନେ !
ତୁମେ ଭୁଲାଇଛ କେତେ ଦୁଃଖ କେତେ ଯାତନା ଭରି ଦେଇଅଛ ମନେ ମୋର କେତେ କାମନା ନିଦାଘ ମରୁ ମୋ ଜୀବନ ହୋଇଛି ଯେମିତି ଫଗୁଣ ବନ !
ସବୁ ମାସ ନୁହେଁ ପରା ଫଗୁଣ ମାସ ଗ୍ରୀଷ୍ମ ବର୍ଷା ଆସେ ପୁଣି ଆସଇ ଶୀତ ସବୁ ସହି ଚାଲେ ସିଏ ମାନେନି ସେ ପରାଜୟ !
ଆପଣଙ୍କ ମତାମତ