ମା' ମାଓବାଦୀ ହେଲେ ଥନ ହୁଏ ପୂତନା
ନିଜର ରକତ ଆଜି କରିଛି ପର, ଝରାଉ କାହିଁକି ବସି ଲୁହର ଧାର । ସମ୍ପର୍କର ସୂତା ଖିଅ ଯାଇଛି ଛିଡ଼ି, କିଏ ଜାଣେ କୋଉ ଜନ୍ମେ ହବ ସେ...
ଗାର ଡେଇଁଗଲେ ଭୋଗିବାକୁ ହେବ ବନବାସ ଚଉଦ ବରଷ ନିଆଁରେ ପୋଡ଼ି, ମାଟିରେ ହଜିଲେ ବି ଲିଭିବ ନାହିଁ ଅସତୀର କଳଙ୍କ ।
ଭୋକର ଦହନରେ ବିସ୍କୁଟର ଶାନ୍ତ୍ୱନାରେ ଭରସିଯାଏ ଜ୍ୱାଳା କିଛି ପ୍ରାପ୍ତିର ଆଶ୍ୱାସନାରେ ।
ଝାଳରେ ଉଷୁମୁଳିଆ ଗନ୍ଧାଉଥିବା ସ୍କୁଲ୍ ୟୁନିଫର୍ମ - ଛତି ମାରିଲାଣି ଆଲଣାରେ ପକ୍ଷାଘାତରେ ପୀଡ଼ିତ ରଙ୍ଗୀନ୍ ପୋଷାକସବୁ
କେତେବେଳେ ପେଟକରି କି କେତେବେଳେ ପିଠି କରି ପରିକ୍ରମାର ଅସ୍ତବ୍ୟସ୍ତ ଗ୍ରହ ମାନେ ସୂର୍ଯ୍ୟର ଚାରିକଡେ ଅଭିଆଡ଼ି ଫୁଲର ପରିଚୟ ବଦଳିଯାଏ ଠାକୁରଙ୍କ ମୁଣ୍ଡରେ ବି
ଧୋଇଯାଏ ଗୋପାଳ ସାହୁର ଚାଷ ନରିଆ ମା'ର ବାସ-ବସନ୍ତ ପେଟଖାଙ୍କି ପଡ଼େ ନଈ ବାଲିର-ଅତଡ଼ା କଡ଼ରେ ବେଣାବୁଦାରେ ଲଟକି ଯାଏ ଶାଢ଼ୀ ଚିଆଁ ପାଦଚିହ୍ନ-ପ୍ରେତ ପ୍ରମାଣ ନଈ ଛାଡିଗଲା ପରେ
ବୁନ୍ଦାଏ ନିଶାରେ ଘୋଟିଯାଏ ମାଟିରୁ ମହୋଦଧି ବିଷପରି ବିଶିରିଯାଏ ବଇଶାଖୀ ତାତି ।
ଆଖିରୁ ପ୍ରଲମ୍ୱିତ ଅସୁମାରୀ ତାରା ବ୍ୟାପି ସ୍ୱପ୍ନର ଆକାଶରୁ ପାହାଡ଼ର ଏ ଜଙ୍ଗଲ ବେଶ ଗ୍ରହରୁ ନକ୍ଷତ୍ର ସଞ୍ଚରିଯାଇଚି ଇନ୍ଦ୍ରଜାଲ, ଏ ଭୋକ ।
ଆପଣଙ୍କ ମତାମତ