ଦ୍ୱନ୍ଦ୍ୱର ଦହନରେ ଆକର୍ଷଣ ବିକର୍ଷଣ ଆକାଶେ ଆଲୁଅର ମହୋତ୍ସବ ତୃଷିତ ତାରାମାନଙ୍କର ।
କେଉଁ ଉପାଦାନରେ ବିହି ଗଢ଼ିଦେଲା ମୋତେ କେଜାଣି ?
ମହୁ ପିଇବାର ଫିକ୍ ଫିକ୍ ଖୁସି କି ଲିମ୍ୱ ଚାଖିବାର ତିକ୍ତ ଭ୍ରୁକୁଞ୍ଚନ ସ୍ୱାଦ ସମଗ୍ରର ଏକକ ଏକାଂକ୍ଷିକା ପରୀକ୍ଷା, ପରଖି ନେବାର ପରମ ପରିତୃପ୍ତି !
ଧାସ ଯାହା ହେଉ ପଛେ ଚିହ୍ନେଇଦିଏ ତା'ର ପରାକ୍ରମ ସଞ୍ଚିତ ସାମର୍ଥ୍ୟ ଝାଉଁଳାଏ ନଉଲି ଦେହ କୁହୁଳାଏ ଛାତିର ନିଆଁ ତାତିବି ବଢ଼ିଯାଏ ଜିହ୍ୱାର ଫଣ ଫଣ ଆଇଁଷ ଗନ୍ଧରେ...
ମାର୍ବଲ ବାରଣ୍ଡାରୁ ପହଁରିଯାଏ ଆଖି ଚାଳଘର ମାଟି କଙ୍କାଳରେ ଯେଉଁଠି ଠିଆ ହେଇଚି କୋଠାଘର ବଗିଚା ଦେଇପିଣ୍ଡି ମୁଣ୍ଡେଇଚି ଅଧଲାଖ ଟଙ୍କାର ପଥର ଚଉଁରା ବଉର ଜମିଦାରୀ (ଇଛା) ବହପରେ...
ଚାଳଘର ସବୁ ପାତାଳି ହେଇଗଲାପରେ ହଜିଲାଦିନ ସ୍ମୃତି ହେଲା ପରେ ଗପ ହେଇ ରହିଗଲା ଚାଳଘର ରଚନା ଖାତାରେ ଉପକାରିତା କି ଅପକାରିତା କଥା ଲେଖା ହେଇ ରହିଯିବ ।
ତା' ଛୁଆ ମୁହଁ ଗୁଞ୍ଜିଚି ଛାତି ବୋତଲରେ କମ୍ପ୍ଲାନ୍ ପିଉଚି ତା' ଫଟାଗୋଇଠି ଢ଼ଳେଇ ରାସ୍ତାରୁ ଚଁ ଚଁ ତାତି ପିଉଚି ।
କଲମର ସାଉଁଳା ଭାଷାରେ ଆଖି କାମ ଉଚ୍ଚାଟନ ଖଇ ଫୁଟେ ଦେହ ମନ ଛୁଞ୍ଚିରେ ପାଦ ଥାପି ଖସ ଖସ ଚମ ଯଉବନ ।
ଏବେ ଜହ୍ନର ଜମିରେ ଜମି ଯାଇଚି ଜଳ ପଥର ଖୋଲରେ ବର୍ଷାପାଣି ପରି ଓସେନ୍ ସାଟେଲାଇଟ୍ ଆଖିରେ ଝୁଲିଗଲା ବିନ୍ଦୁଏ ଭରସା ଠୋପାଏ ଆଭାସ ଆକସ୍ମିକ ଅଶେଷ ଆହ୍ଲାଦ ଆଶ୍ୱାସନା...
ଖୋଜୁଚନ୍ତି ଗଣଦ୍ରୋହୀମାନଙ୍କୁ ହାଣ୍ଡିରେ, ଫାଣ୍ଡିରେ ସରକାର ଅଫିସ ପାଇଖାନା ଆଉ ପାର୍ଲିଆମେଣ୍ଟ୍ ମନ୍ଦିର, ମସ୍ଜିଦ୍ କି ରାଜଧାନୀ ମଇଦାନରେ ।
ଆପଣଙ୍କ ମତାମତ