ଅନୁବାଦ ସାହିତ୍ୟ

ଦେଶ ବିଭାଜନର ଆତଙ୍କ

Desha Bibhajanara Aatanka : Mun Gandhi Baddha Kana Pain Karili ? an odia translated version of Nathuram Vinayak Godse's book Maine Gandhi Vadh Kyon Kiya by Ritika Pattnaik

କଲିକତାରେ ନରସଂହାର ପୂରାପୁରି ସଫଳ ହେଲାନାହିଁ କିନ୍ତୁ ତା’ର କୁପରିଣାମ ଅବଶ୍ୟ ଫଳିଲା ।

ଦେଶ ବିଭାଜନର ଆତଙ୍କ

ଦେଶ ବିଭାଜନର ଆତଙ୍କ

ଗାନ୍ଧୀଜୀଙ୍କ ହତ୍ୟା ବିଷୟରେ ବିଶ୍ଲେଷଣାତ୍ମକ ଅନୁସନ୍ଧାନ କରିବା ନିମନ୍ତେ ଏକ ଆୟୋଗ ଗଠନ କରାଗଲା । ସର୍ବୋଚ୍ଚ ନ୍ୟାୟଳୟର ସେବାନବୃତ୍ତ ନ୍ୟାୟମୂର୍ତ୍ତି ଶ୍ରୀ ଜୀବନଲାଲ କପୁରଙ୍କୁ ଏହି ଆୟୋଗର ଅଧ୍ୟକ୍ଷ ରୂପେ ନିଯୁକ୍ତ ଦିଆଗଲା । କ’ଣ ଏହି ଦୁର୍ଘଟଣା ଏଡ଼ାଇ ଦିଆଯାଇପାରିଥାନ୍ତା ଓ କ’ଣ ସରକାରୀ କର୍ମଚାରୀ ସୁରକ୍ଷା ସେବାରେ ଅବହେଳା କଲେ? ଏହିପରି ବିଷୟମାନ ଆୟୋଗ ସାମ୍ନାରେ ଥିଲା । ଏହି ବିଷୟ ଅନ୍ତର୍ଗତ ତତ୍କାଳୀନ ଦିଲ୍ଲୀ ବାତାବରଣର ଚିତ୍ରଣ କରିବା ତାଙ୍କୁ ଆବଶ୍ୟକ ପ୍ରତୀତ ହେଲା । ଏଥି ସହିତ ଗାନ୍ଧୀଙ୍କର ସମ୍ବନ୍ଧରେ ଲୋକମତ କିପରି ଥିଲା ଏହା ଆକଳନ କରିବା ବି ତାଙ୍କୁ ଅନିବାର୍ଯ୍ୟ ଲାଗିଲା । କିଛି ତଥ୍ୟ ଆଧାରରେ ଓ ତାଙ୍କ ସାମ୍ନାକୁ ଆସିଥିବା ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଶ୍ରୀ କପୁର ଏହି ବିଷୟରେ ଚର୍ଚ୍ଚା କଲେ ।

(କପୁର ଆୟୋଗ ରିପୋର୍ଟ ଭାଗ-୧ ପୃ-୧୮୩)

ଦିଲ୍ଲୀର ପରିସ୍ଥିତି

ପଞ୍ଜାବ ଉଚ୍ଚନ୍ୟାୟଳୟର ଜଣେ ନ୍ୟାୟମୂର୍ତ୍ତି ଶ୍ରୀ ଜି.ଡ଼ି. ଖୋସଲା ଏକ ପୁସ୍ତକ ଲେଖିଛନ୍ତି । The Stern Reckoning ଶୀର୍ଷକ ଏହି ପୁସ୍ତକରେ ଭାରତର ବିଭାଜନ ପର୍ଯ୍ୟନ୍ତ ଘଟିତ ଘଟଣାମାନ ଏବଂ ବିଭାଜନର ଭୟାନକ ପରିଣାମ ସମ୍ବନ୍ଧିତ ଯେଉଁ ଅଧ୍ୟାୟ ଅଛି ତାହାର ଆଧାର ଶ୍ରୀ କପୁର ନିଜ ରିପୋର୍ଟରେ ଲେଖନ୍ତି । ୧୨ ଡ଼ିସେମ୍ବର ୧୯୪୫ରେ ‘ଦି ଡନ’ ଖବରକାଗଜରେ ଜିନ୍ନା ଲେଖିଥିଲେ ଯଦି ଲୋକେ ସ୍ୱଇଚ୍ଛାରେ ସ୍ଥାନାନ୍ତକରଣ କରିବାକୁ ଚାହିଁବେ ତାହେଲେ ଏହା ହୋଇପାରିବ । ସେ ଲୋକମତର ଆକଳନ କରିବାକୁ ଚାହୁଁଥିଲେ । ଯେଉଁ ପ୍ରାନ୍ତ ପାକିସ୍ତାନକୁ ଯିବାର ଥିଲା ସେଠାକାର ହିନ୍ଦୁଙ୍କ ଏଥିରେ ସହମତି ନଥିଲା । କିନ୍ତୁ ମୁସଲିମ ଲିଗକୁ ଏହି ସ୍ଥାନାନ୍ତକରଣ ଯୋଜନାର କାର୍ଯ୍ୟାନ୍ଵୟନ ତୁରନ୍ତ କରିବାକୁ ଚାହୁଁଥିଲେ କାରଣ ଏହାଦ୍ୱାରା ପାକିସ୍ତାନ ଗଠନକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସଠିକ୍ ଉତ୍ତର ଦିଆଯାଇପାରିବ । ପଞ୍ଜାବ , ଉତ୍ତର-ପଶ୍ଚିମ ସୀମା ପ୍ରାନ୍ତ , ସିନ୍ଧ ଓ ବଙ୍ଗାଳ ଏହିସବୁ ପ୍ରାନ୍ତର ବସବାସ କରୁଥିବା ହିନ୍ଦୁ ଘରଦ୍ୱାର, ବ୍ୟବସାୟ, ବ୍ୟାପାର , କାମଧନ୍ଦା ଛାଡ଼ିବାକୁ ଅରାଜି ଥିଲେ । ସେମାନେ ପିଢ଼ି ପିଢ଼ି ଧରି ଅନେକ ପରିଶ୍ରମ ପୂର୍ବକ ଉଦ୍ୟୋଗ ଓ ଭିତ୍ତି ଗଢ଼ିଥିଲେ । ଜିନ୍ନାଙ୍କ ଚଞ୍ଚଳ ଚିତ୍ତ ଅତୀବ କଳ୍ପନପ୍ରବଣତା ସ୍ରୋତରେ ବୋହିଯାଇ ଭିକାରୀ ହେବା, ନିର୍ବାସିତ ପରି ଘୁରିବୁଲିବା ସେମାନଙ୍କୁ ସ୍ୱୀକାର ନଥିଲା । ଅନ୍ୟ ପଟେ ଉତ୍ତର ପ୍ରଦେଶ, ମୁମ୍ବଇ, ମଧ୍ୟ ପ୍ରଦେଶ ଆଦି ପ୍ରାନ୍ତର ମୁସଲମାନ ସମ୍ପ୍ରଦାୟ ମଧ୍ୟ ଘରଦ୍ୱାର ଛାଡ଼ି ଚାଲିଯିବାକୁ ଅନିଚ୍ଛୁକ ଥିଲେ । ଏହି କଠିନ ପରିସ୍ଥିତିର ସମାଧାନ ଲାଗି ମୁସଲିମ୍ ଲିଗକୁ ଭିନ୍ନ ମାର୍ଗ ଖୋଜିବା ଜରୁରୀ ଥିଲା ।

(ଅନୁଚ୍ଛେଦ -୧୨ /ଏ-୧ )

କଲିକତାରେ ନରସଂହାର ପୂରାପୁରି ସଫଳ ହେଲାନାହିଁ କିନ୍ତୁ ତା’ର କୁପରିଣାମ ଅବଶ୍ୟ ଫଳିଲା । ଏହି ଗଣହତ୍ୟାର ଆତଙ୍କ ଦ୍ୱାରା ଗ୍ରସିତ ଅନେକ ହିନ୍ଦୁ ନିଜ ଘରଦ୍ୱାର ଛାଡ଼ିବାକୁ ବାଧ୍ୟ ହେଲେ । ଏହି ଆତଙ୍କରାଜ ନୂଆଖାଲ ଓ ଟିପ୍ପେରା ଆଦି ସହରରେ ଅଧିକ ଫଳପ୍ରଦ ହେଲା । ସେଠାକାର ହିନ୍ଦୁଙ୍କ ମନରେ ଭୟ ଉତ୍ପନ୍ନ କରିବା, ତାଙ୍କ ସମ୍ପତ୍ତି ଲୁଟପାଟ କରିବା, ସ୍ତ୍ରୀଙ୍କ ଉପରେ ଅତ୍ୟାଚାର ଏବଂ ହିନ୍ଦୁଙ୍କୁ ସାମୂହିକ ରୂପରେ ଭ୍ରଷ୍ଟ କରି ଇସଲାମ ଧର୍ମରେ ଦୀକ୍ଷିତ କରିବା ସୁବିଧା ହେଲା । ଏହି ମାର୍ଗ ଦ୍ୱାରା ଲୋକଙ୍କୁ ସ୍ଥାନାନ୍ତକରଣ କରିବାକୁ ଏକରକମ ବିବଶ କରିବା ମୁସଲିମ ଲିଗକୁ ଉପଯୁକ୍ତ ଲାଗିଲା । ଏହି ଘୃଣିତ ଷଡ଼ଯନ୍ତ୍ରର ପ୍ରତିକ୍ରିୟା ବିହାରରେ ହେଲା । ସେଠାକାର ମୁସଲିମଙ୍କୁ ସିନ୍ଧୁ ଯିବାକୁ ପଡ଼ିଲା । ଲୋକଙ୍କ ସ୍ଥାନାନ୍ତକରଣ ପ୍ରଶ୍ନ ପୁନଃ ଆଲୋଚନା ପରିସରଭୁକ୍ତ ହେଲା । ପୁଣି ୨୬ ନଭେମ୍ବର ୧୯୪୬ରେ ଜିନ୍ନା ‘ଡନ’ ଖବରକାଗଜରେ ପ୍ରକାଶିତ କଲେ ଯେ ସ୍ଥାନାନ୍ତକରଣ ପ୍ରସ୍ତାବର ତୁରନ୍ତ ସମାଧାନ କରାଯାଉ । ପୂରା ଭାରତରେ ହିନ୍ଦୁ ଏହାର ବିରୋଧ କଲେ, କିନ୍ତୁ ମୁସଲିମ ଲିଗ ଏହାର ପୁନରାବୃତ୍ତି କଲେ । ମୁସଲମାନ ନେତା ଏହି ସ୍ଥାନାନ୍ତକରଣ କାର୍ଯ୍ୟକୁ ସମ୍ପନ୍ନ କରିବାକୁ ଧମକ ଦେଲେ ।

(ଅନୁଚ୍ଛେଦ- ୧୨ / ଏ-୨ )

ସେ ସମୟରେ ସାର ଇବାନ ଜେକିନସ୍ ପଞ୍ଜାବର ରାଜ୍ୟପାଳ ଥିଲେ । ଏପରି ଘଟଣାକୁ ‘ହିନ୍ଦୁଙ୍କୁ ବଳପୂର୍ବକ ତଡ଼ି ଦିଆଯିବା’ ବୋଲି ଖୋଲାଖୋଲି ମତ ଦେଲେ । ସେ କହିଲେ ନୱାବ ମମଦୋତ(ପଞ୍ଜାବର ଜଣେ ମୁସଳମାନ ନେତା)ଙ୍କ ବ୍ୟକ୍ତବ୍ୟର ସାଧାସିଧା ଅର୍ଥ ଏହା ଯେ ପଞ୍ଜାବର ହିନ୍ଦୁଙ୍କୁ ଛଳପୂର୍ବକ ବାହାର କରିଦିଆଯିବା, କିନ୍ତୁ ମୁସଲିମ ଲିଗର ନେତା ଏହି ପରିଭାଷାକୁ ପ୍ରତ୍ୟାଖାନ କଲେ ଓ କହିଲେ, ଅସଲରେ ପଞ୍ଜାବର ବହୁସଂଖ୍ୟକ ଧର୍ମାଲବମ୍ବୀଙ୍କ ମଧ୍ୟରେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ସ୍ଥିତି ଅସୁରକ୍ଷିତ ଓ ଭୀତିପ୍ରଦ, ତେଣୁ ସେମାନେ ଭିନ୍ନ ପ୍ରଦେଶ ସନ୍ଧାନ କରିନେବା ସମୁଚିତ ।

(ଅନୁଚ୍ଛେଦ ୧୨/ ଏ-୩)

ସାର ଫିରୋଜ ଖାନ୍ ନୁନ ଧମକାଇଲେ ଚେଙ୍ଗିଜ ଖାନ୍ ଓ ହଲାକୁ ଖାନ୍ ଦ୍ୱାରା ସଙ୍ଘଠିତ ଅତ୍ୟାଚାରର ପୁନରାବୃତ୍ତି ହେଇଯିବ । ନୁନ ଭୁଲିଯାଇଥିଲେ ଯେ ସେ ମୁସଲମାନ ନୁହେଁ । ଜାନୁଆରୀ ୧୯୪୭ରେ ମୁସଲମାନ ନିଜର ଅତ୍ୟାଚାରୀ ଆନ୍ଦୋଳନ ଆରମ୍ଭ କଲେ । ଏହା ଦ୍ୱାରା ପଞ୍ଜାବରେ ସଂପୃକ୍ତ ମନ୍ତ୍ରୀମଣ୍ଡଳର ଶାସନ ସମାପ୍ତ ହେଲା ।

(ଅନୁଚ୍ଛେଦ -୧୨ / ଏ-୪)

ଏହା ଆରୋପ ହେଲା ଯେ ପଞ୍ଜାବର ହିନ୍ଦୁ ନେତା ବିଶେଷ କରି ମାଷ୍ଟର ତାରା ସିଂହଜୀ କଡ଼ା ଓ ଅପଶବ୍ଦରେ ଏହାର ବିରୋଧ କରିଛନ୍ତି । ବସ୍ତୁତଃ ସେ କଡ଼ା ଶବ୍ଦରେ ବ୍ୟବହାର କରିଥିଲେ ବୋଲି କୌଣସି ଆଧାର ନଥିଲା । ମୁସଲମାନ କେବଳ ବାହାନା ଖୋଜନ୍ତି । ରାୱଲପିଣ୍ଡିରେ ହେଇଥିବା ହିନ୍ଦୁମାନଙ୍କ ଗଣହତ୍ୟାକାଣ୍ଡର ବର୍ଣ୍ଣନା ରାୱଲପିଣ୍ଡିର ବଳାତ୍କାର ବୋଲି କୁହାଯାଏ । ନିଜର ପ୍ରାଣରକ୍ଷା ପାଇଁ ହିନ୍ଦୁଙ୍କ ଓ ଛଳ ପ୍ରୟୋଗ ଯୋଗୁଁ ଇସଲାମ ଧର୍ମ ସ୍ୱୀକାର କରିବାକୁ ପଡ଼ିଲା । ସଂଖ୍ୟାଧିକ ହିନ୍ଦୁ ଓ ଶିଖ ସ୍ତ୍ରୀମାନେ ଅଗ୍ନିରେ ପ୍ରବେଶ କରି ଜୌହରର ପ୍ରଥା ପାଳନ କଲେ । ସେମାନେ କୂଅକୁ ଡେ଼ଇ ଆତ୍ମବଳିଦାନ ଦେଲେ । ସେମାନେ ନିଜ ଶିଶୁ କନ୍ୟାଙ୍କୁ ହତ୍ୟା କଲେ । ନିଜ ଲଜ୍ୟା ରକ୍ଷା ନିମନ୍ତେ ସେମାନଙ୍କ ନିକଟରେ କେବଳ ଏହି ମାତ୍ର ଅବଲମ୍ବନ ଥିଲା ।

(ଅନୁଚ୍ଛେଦ -୧୨/ଏ-୫)

ଗାଡ଼ିମାନଙ୍କରେ ଭର୍ତ୍ତି ହୋଇ ନିର୍ବାସିତ ଜନତା ଦଳ ଦଳ ହୋଇ ହିନ୍ଦୁସ୍ତାନ ପହଞ୍ଚିଲେ । ସେମାନଙ୍କ ଯାତନାର ଅନୁଭବ ବର୍ଣ୍ଣନା ହୃଦୟକୁ ବିଦୀର୍ଣ୍ଣ କରିଦେବା ଭଳି ଥିଲା । ତ୍ରସ୍ତ ମାନବତାର ବଡ଼ ପ୍ରବାହ ବହୁଥିଲା । ରେଳଡବାରେ ନିଶ୍ୱାସ ନେବା ଭଳି ସ୍ଥାନଟିଏ ମଧ୍ୟ ନଥିଲା । ଡବାର ଛାତ ଉପରେ ବସି ମଧ୍ୟ ଲୋକେ ଆସୁଥିଲେ । ପଶ୍ଚିମ ପଞ୍ଚାବର ଲୋକଙ୍କ ଆଗ୍ରହ ଥିଲା ଯେ ସ୍ଥାନାନ୍ତରଣ ହେବା ଆବଶ୍ୟକ କିନ୍ତୁ ଏହା ସିଧା ଢଙ୍ଗରେ, ବିନା ଛଳନାରେ ହେଉ ଏହା ସେମାନଙ୍କ ସ୍ୱୀକାର୍ଯ୍ୟ ନଥିଲା । ଏହି ହିନ୍ଦୁଙ୍କ ପଳାୟନ ସମୟରେ ଭୟ, କ୍ରୁରତା, ପଶୁତ୍ୱ, ଅମାନୁଷିକତା, ଅବହେଳା ଆଦି ନାନାଦି ଭାବର ଭୋଗ ବି ହେବା ଦରକାର । ଏହା ସେମାନଙ୍କ କାମନା ଥିଲା ଏବଂ ବ୍ୟବହାର ବି ସେହି ଅନୁରୂପ ଥିଲା ।

(ଅନୁଚ୍ଛେଦ /ଏ-୯ )

ଷ୍ଟେସନମାନଙ୍କରେ ଗାଡ଼ି ଅନେକ ସମୟ ଅଟକି ରହୁଥିଲା । ଏହି ବିଳମ୍ବର କୌଣସି କାରଣ ନଥିଲା । ପାଣିକଳ ଭଙ୍ଗା ଯାଇଥିଲା । ଛୋଟ ଶିଶୁ ଭୋକ ଉପାସରେ ଛଟପଟ ହୋଇ ମରୁଥିଲେ । ଏହା ଅତି ବିକଟ ସମସ୍ୟା ଥିଲା । ଏକ ଅଧିକୃତ/ବିଶ୍ୱସନୀୟ ସୂଚନା ଅନୁସାରେ ମାତା-ପିତା ନିଜ ପିଲାଙ୍କୁ ଜଳ ନୁହେଁ ମୂତ୍ର ପିଆଉଥିଲେ । କିନ୍ତୁ ତାହା ବି ତାଙ୍କ ପାଖରେ ମହଜୁଦ ଥିଲେ ତ । ନିର୍ବାସିତଙ୍କ ଉପରେ ଆକ୍ରମଣ ହେଉଥିଲା । ସେମାନଙ୍କୁ ନେଇଯାଉଥିବା ଟ୍ରକ ଓ ଲରି ଆଦି ରାସ୍ତାରେ ରୋକି ଦିଆଯାଉଥିଲା । ଅପ୍ରାପ୍ତ ବୟସ୍କା ଝିଅମାନଙ୍କୁ ଉଠାଇ ନିଆଯାଉଥିଲା । ପ୍ରାପ୍ତ ବୟସ୍କା ସ୍ତ୍ରୀଙ୍କୁ ବଳାତ୍କାର ଏବଂ ଅପହରଣ କରାଯାଉଥିଲା । ପୁରୁଷଙ୍କୁ ହତ୍ୟା କରାଯାଉଥିଲା । ଯଦି କୌଣସି ପୁରୁଷ ବଞ୍ଚିଯାଉଥିଲା ତାହେଲେ ସେ ଅନ୍ତତଃ ପ୍ରାଣ ବଞ୍ଚି ଗଲା ବୋଲି ଭାବି ସନ୍ତୁଷ୍ଟ ରହିବାକୁ ପଡ଼ୁଥିଲା ।

(ଅନୁଚ୍ଛେଦ -୧୨/ ଏ-୧୦)

ନିର୍ବାସିତଙ୍କ ପଟୁଆର ଦଳ ଦଳ ହୋଇ ରାସ୍ତା ଅତିକ୍ରମ କରୁଥିଲେ । ବୃଦ୍ଧ, ପୁରୁଷ ତଥା ସ୍ତ୍ରୀ ଚାଲି ଚାଲି ଥକି ପଡ଼ୁଥିଲେ । ସେମାନଙ୍କୁ ସଡ଼କଧାରରେ ମରିବାକୁ ଛାଡ଼ିଦିଆଯାଉଥିଲା । ଦଳ ଆଗକୁ ବଡ଼ୁଥିଲା । ରୋଗୀ, ମୃତପ୍ରାୟ ମଣିଷ, ପରିଜନଙ୍କ ଦେଖାରେଖା କରିବାକୁ କାହା ପାଖରେ ସମୟ ନଥିଲା । ରାସ୍ତାସାରା ଶବ ପଡ଼ିଥିଲା । ଏଥି ଯୋଗୁଁ ଦୁଗର୍ନ୍ଧ ଚାରିଆଡେ଼ ଖେଳାଇ ଯାଇଥିଲା । କୁକୁର ଓ ଗୃଧ ସେଗୁଡ଼ିକୁ ନିଜ ଆହାର କରୁଥିଲେ । ଏଭଳି ସମୂହ ପଳାୟନ ସତେ ଯେମିତି ପରାଜିତ ଚିତ୍ତ, ଶୋକ ବିହ୍ୱଳିତ ଓ ଭୟ ବିଗଳିତ ମନର ଅନନ୍ତଯାତ୍ରା ଥିଲା ।

(ଅନୁଚ୍ଛେଦ/ ଏ-୧୧)

ଅଳ୍ପ ସଂଖ୍ୟକଙ୍କୁ ନିଷ୍ଠୁର ଭାବେ ନିଷ୍କାସନ ଯୋଜନା ମୁସଲିମ୍ ଲିଗ ଓ ପାକିସ୍ତାନ ରଚନାକୁ ପ୍ରୋତ୍ସାହିତ କରିବା ଭଳି ମନସ୍ତତ୍ତ୍ୱ ଉପରେ ଅଧାରିତ ଥିଲା । ଏଣୁ ଏପରି ଲୋକଙ୍କଠାରୁ ସଦ୍ବ୍ୟବହାର, ସହାନୁଭୂତି ଅଥବା ସୁବିଧାର ଆଶା ରଖିବା ଅର୍ଥହୀନ ଥିଲା । ତାଙ୍କ ସୈନିକଗଣ, ଆରକ୍ଷୀ(ପୋଲିସ)ଗଣ, ତାଙ୍କ ଯାତ୍ରାରକ୍ଷୀ ଗଣ, (escorts) ପ୍ରାୟ ମୁସଲମାନ ଥିଲେ । ସେମାନଙ୍କଠୁ ନିର୍ବାସିତଙ୍କୁ ରକ୍ଷା ମିଳିବା ଅସମ୍ଭବ ଥିଲା । ନିର୍ବାସିତଙ୍କ ବି ସେମାନଙ୍କ ଉପରେ ବିଶ୍ୱାସ ନଥିଲା । ପୀଡ଼ିତଙ୍କୁ ରକ୍ଷା କରିବା ଅପେକ୍ଷା ନିଜ ଧର୍ମବନ୍ଧୁଙ୍କ ଦ୍ୱାରା କରାଯାଇଥିବା ଲୁଟପାଟରେ ସାମିଲ ହେବାରେ ସେହି ସମ୍ପ୍ରଦାୟର ଅଧିକ ଆଗ୍ରହ ଥିଲା ।

(ଅନୁଚ୍ଛେଦ ୧୨/ ଏ-୧୨)

ପଶ୍ଚିମ ପଞ୍ଜାବରୁ ଆସିଥିବା ନିର୍ବାସିତଙ୍କ ଗାଡ଼ି ଉପରେ ଅନେକବାର ଆକ୍ରମଣ ହୋଇଥିଲା କିନ୍ତୁ ୧୪ ଅଗଷ୍ଟ ୧୯୪୭ ପଶ୍ଚାତ୍ ଯେଉଁ ଆକ୍ରମଣ ହେଇଥିଲା ତାହା ଅତ୍ୟନ୍ତ କ୍ରୁର ଥିଲା । ସେପ୍ଟେମ୍ବରରେ ଜେଲମ ଜିଲ୍ଲାର ପିଣ୍ଡଦାଦନଖାନ ଗ୍ରାମ୍ୟରୁ ବାହାରିଥିବା ଗାଡ଼ି ଉପରେ ତିନି ସ୍ଥାନରେ ଆକ୍ରମଣ ହୋଇଥିଲା । ୨୦୦ ସ୍ତ୍ରୀଲୋକଙ୍କୁ ହତ୍ୟା କରାଯାଇଥିଲା ଅଥବା ଭଗାଇ/ଅପହରଣ କରିନିଆଯାଇଥିଲା । ସେଠାରୁ ବାହାରିଥିବା ଗାଡ଼ି ଉପରେ ୱଜିରାବାଦ ଉପରେ ଆକ୍ରମଣ ହେଇଥିଲା । ସେ ଗାଡ଼ି ସିଧା ରାସ୍ତାରେ ଯିବା ବଦଳରେ ଅନ୍ୟ ରାସ୍ତାରେ ଲାହୋର ପରିବର୍ତ୍ତେ ସିଆଲକୋଟ ଦିଗରେ ମୋଡ଼ିଲା । ଏହା ସେପ୍ଟେମ୍ବର ୧୯୪୭ର ଘଟଣା । ଅକ୍ଟୋବରରେ ସିଆଲକୋଟରୁ ଆସୁଥିବା ଏକ ଗାଡ଼ି ଉପରେ ଏହିପରି ଆକମ୍ରଣ ହୋଇଥିଲା । ଜାନୁଆରୀ ୧୯୪୮ରେ ବନ୍ନୁରୁ ବାହାରିଥିବା ଗାଡ଼ି ଉପରେ ଗୁଜରାଟ ଷ୍ଟେସନରେ ଅତ୍ୟନ୍ତ ବର୍ବର ଆକ୍ରମଣ କରାଗଲା । ହିନ୍ଦୁଙ୍କ ଘୋର ସଂହାର କରାଗଲା । ସରଗୋଧା ଓ ଲାଏଲପୁର ରାସ୍ତାରେ ସେଇ ଗାଡ଼ିଟି ସିଧା ଲାହୋର ଅଣାଯାଇ ଯିବା ବଦଳରେ ଖୁଶାବ, ମାଲକବାଲ, ଲାଲମୁସା, ଗୁଜୁରାତ ଓ ୱଜିରାବାଦ ମାର୍ଗରେ ଲାହୋର ନିଆଗଲା । ବିହାର ସୈନିକ ଦଳକୁ ଯାତ୍ରାରକ୍ଷା ପାଇଁ ନିଯୁକ୍ତ କରାଗଲା । ସେମାନଙ୍କ ଉପରେ ବି ଅସ୍ତ୍ରଧାରୀ ପଠାଣ ଆକ୍ରମଣ କଲେ ଓ ଗୁଳିଗୋଳା ଚଳାଇଲେ ।

ଯାତ୍ରୀରକ୍ଷୀ ଦଳମାନ ପ୍ରତ୍ୟୁତ୍ତରରେ ଗୁଳି ଚଳାଇଲେ । କିନ୍ତୁ ଶୀଘ୍ର ସେମାନଙ୍କ ଗୋଳାବାରୁଦ ସମାପ୍ତ ହୋଇଗଲା । ଏହି ସୂଚନା ପଠାଣଙ୍କ ପ୍ରାପ୍ତ ମାତ୍ରକେ ତିନି ସହସ୍ର ପଠାଣ ଏହି ଗାଡ଼ି ଉପରେ ଆକ୍ରମଣ କରିଦେଲେ । ୫୦୦ ଲୋକଙ୍କ ହତ୍ୟା କଲେ । ଅଧିକାଂଶ ଯାତ୍ରୀ ବନୁ ପ୍ରଦେଶରେ ଓ ଧନୀ ସମ୍ପ୍ରଦାୟର ଥିଲେ । ଯାତ୍ରୀଙ୍କ ସମସ୍ତ ଧନ ଲୁଟି ନିଆଗଲା । ଏହି ଦୁଃଖଦ ଘଟଣା ୧୯୪୮ ଜାନୁଆରୀରେ ହୋଇଥିଲା ।

(ଅନୁଚ୍ଛେଦ ୧୨/ ଏ-୧୩)

ପାରଚିନାରର ହିନ୍ଦୁଙ୍କ ଉପରେ ନିକଟସ୍ଥ ଜନଜାତି ସମୁଦାୟ ଆକ୍ରମଣ କଲେ । ସେମାନଙ୍କ ଘର, ଦୋକାନ ଲୁଟାଗଲା । ସେମାନଙ୍କୁ କୋହାଟ ସ୍ଥାନାନ୍ତରିତ କରିବାକୁ ପ୍ରବନ୍ଧ କରାଗଲା । ଯାହାଦ୍ୱାରା ସେଠାରୁ ସେମାନଙ୍କୁ ରେଳଗାଡ଼ି ଦ୍ୱାରା ଭାରତ ପଠାଯାଇପାରିବ । ସେ ପର୍ଯ୍ୟନ୍ତ ସେମାନଙ୍କୁ ତମ୍ବୁ ଛାଉଣୀରେ ରଖାଯିବାର ବନ୍ଦୋବସ୍ତ କରାଗଲା ।

(ଅନୁଚ୍ଛେଦ ୧୨/ ଏ-୧୪)

ଏହି ବ୍ୟବସ୍ଥାନୁସାରେ ପୀଡ଼ିତ ହିନ୍ଦୁମାନଙ୍କୁ ଛାଉଣୀରେ ତ ରଖାଗଲା କିନ୍ତୁ ନା ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଦିଆଗଲା ନା ଅନ୍ୟ କୌଣସି ସହାୟତ । ଘରଦ୍ୱାର ତ ଲୁଟିଯାଇଥିଲା । ବର୍ଷ ଗଡ଼ିଚାଲିଲା । ଶାସନ କର୍ତ୍ତା ଏହି ଘଟଣା ଦିଗକୁ ଧ୍ୟାନ ଦେଲେ । ଉତ୍ତର-ପଶ୍ଚିମ ସୀମା ପ୍ରାନ୍ତରେ ରାଜ୍ୟପାଳ ଛାଉଣୀ ଛାଡ଼ିବାକୁ ଅନୁମତି ଦେଲେ । କିନ୍ତୁ ସେଠାରେ ଆଶ୍ରୟ ନେଇଥିବା ଶରଣାର୍ଥୀ ସେ ସ୍ଥାନ ଛାଡ଼ିବାକୁ ମନା କଲେ । ଅତି ପ୍ରତିକୂଳ ପରିସ୍ଥିତିରେ ବି ସେଠାରେ ରହିବାକୁ ସେମାନେ ନିଷ୍ପତ୍ତି ନେଲେ । ଘର ବାହୁଡ଼ିବା ସେମାନେ ଅସୁରକ୍ଷିତ ଅନୁଭବ ହେଉଥିଲା । କିନ୍ତୁ ଛାଉଣୀରେ ବି ଦୁର୍ଭାଗ୍ୟ ସେମାନଙ୍କ ପିଛା ଛାଡ଼ିଲାନି । ୨୨ ଜାନୁଆରୀରେ ଜନଜାତିମାନେ ପାରଚିନାର ଛାଉଣୀ ଉପରେ ଆକ୍ରମଣ କଲେ । ୧୩୦ ହିନ୍ଦୁଙ୍କ ହତ୍ୟା ହେଲା । ୫୦ ଆଘାତପ୍ରାପ୍ତ ହେଲେ । ୫୦ଜଣ ମହିଳାଙ୍କୁ ଅପହରଣ କରାଗଲା । ଏହା ପରେ ୪୦୦ ନିର୍ବାସିତଙ୍କ ପାରାଚିନାରରୁ କୋହଟ ପଠାଦିଆଗଲା ।

(ଅନୁଚ୍ଛେଦ -୧୨/ ଏ-୧୫)
(ପାରାଚିନାର ହତ୍ୟାକାଣ୍ଡ ପାକିସ୍ତାନର ଅବହେଳାର ଚରମ ପରିଣାମ ଥିଲା ବୋଲି ‘ହିନ୍ଦୁସ୍ତାସ ଟାଇମସ୍’ ନିଜ ୧୮ ଜାନୁଆରୀ ୧୯୪୮ ସଂସ୍କରଣରେ ଲେଖିଥିଲା)

ଯୁବତୀଙ୍କ ଅପହରଣ କରିନେବା ଓ ସେମାନଙ୍କ ସହିତ କ୍ରୁରତାପୂର୍ଣ୍ଣ ବ୍ୟବହାର କରିବା ମାନବ ଇତିହାସର ଏକ ନୀଚତମ ଅଧ୍ୟାୟ ଥିଲା । ସ୍ତ୍ରୀମାନଙ୍କୁ ଟାଣିନେବା, ଅପହରଣ, ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିବା ଆଦି ଘଟଣା ମାନବ ଇତିହାସର କ୍ରୁର ଅଧ୍ୟାୟ ଥିଲା । ପ୍ରାୟତଃ ଅବଳାମାନେ ଏ ର୍ଦୁବ୍ୟବହାରର ଲକ୍ଷ୍ୟ ଥିଲେ । ଏହି ଅସହାୟ ନାରୀମାନଙ୍କୁ ଗୋଟିଏ ପୁରୁଷରୁ ଆଉ ଗୋଟିଏ ପୁରୁଷଙ୍କୁ ସମର୍ପି ଦିଆଯାଉଥିଲା । ସେମାନଙ୍କ ବ୍ୟାପାର ହେଉଥିଲା । ପଶୁ ଭଳି ସେମାନଙ୍କ କ୍ରୟ-ବିକ୍ରୟ ଚାଲିଥିଲା । ଏତେ ସବୁ ହେବା ଉପରାନ୍ତ ବି ଯଦି କୌଣସି ସ୍ତ୍ରୀକୁ ମୁକୁଳାଇ ନିଆଯାଉଥିଲା, ସେ ନିଜ ଉପରେ ହୋଇଥିବା ଆକ୍ରମଣର ବିସ୍ତୃତ ବର୍ଣ୍ଣନା ହୃଦୟରେ ଦ୍ରୁତ କମ୍ପନ ସୃଷ୍ଟି କରୁଥିଲା ।

(ଅନୁଚ୍ଛେଦ ୧୨/ଏ-୧୬)

ବଳାତ୍କାର, ଅପହରଣ, ଲୁଟପାଟ, ନିଆଁ ଲଗାଇବା, ନରସଂହାର ପରି କୃତର ସୂଚନା ଯେବେ ପୂର୍ବ ପଞ୍ଜାବର ଲୋକଙ୍କ ନିକଟରେ ପହଞ୍ଚିଥିଲା ପରେ ଘୋର ପ୍ରତିକ୍ରିୟା ଦେଖାଯାଇଥିଲା । ଏହା କୁହାଯାଇ ପାରିବ ନାହିଁ ଯେ ଏହି ପ୍ରତିକ୍ରୟା ଦ୍ୱାରା ଜନତାଙ୍କ ପ୍ରତିକାରତ୍ମକ ଶୈଳୀ ଗୌରବଯୋଗ୍ୟ ଥିଲା କିନ୍ତୁ ଜନସାଧାରଣ ସୀମାରେ ନିଯୁକ୍ତ ସୁରକ୍ଷାଦଳଙ୍କୁ ଭରସି କରିପାରୁନଥିଲେ । ତେଣୁ ସେମାନେ ନିଜ ବରିଷ୍ଠ ନେତାଗଣଙ୍କୁ ନିଜ ସୁରକ୍ଷା ପାଇଁ ଦାବୀ କରିବାକୁ ଉପକ୍ରମ କଲେ । ଏହି ପରିପ୍ରେକ୍ଷୀରେ ଅନେକ ବ୍ୟକ୍ତିଗତ ପତ୍ର ଜବାହାରଲାଲ ନେହେରୁ ଓ ସର୍ଦାର ପଟେଲଙ୍କ ନିକଟରେ ପହଞ୍ଚିଲା । କିଛି ପତ୍ରରେ ନିଜ ପତ୍ନୀ, ପିତା ବା ପରିଜନଙ୍କୁ ବଞ୍ଚାଇ ଦେବାର ଦାବି ଥିଲା । ହିନ୍ଦୁସ୍ତାନର ପ୍ରଧାନମନ୍ତ୍ରୀଙ୍କ ନିର୍ଯ୍ୟାତିତ ବି ହିନ୍ଦୁଙ୍କ ପ୍ରତି ସହାନୁଭୂତି ନାହିଁ ଆଦି ଆରୋପରେ ଭରା ଥିଲା ସେସବୁ ପତ୍ରମାନ । ସେହିପ୍ରକାର ପଶ୍ଚିମ ପଞ୍ଜାବରେ ହିନ୍ଦୁ ପ୍ରାଣର ଆହୂତି ଦେଲେ । ଏହାକୁ ଦେଶ ନିମନ୍ତେ ବଳିଦାନର ଆଖ୍ୟା ଦେଇ ଆପଣ ସ୍ୱରାଜ୍ୟର ଫଳ ଉପଭୋଗ କରୁଛନ୍ତି, ଭଳି ନିନ୍ଦାପତ୍ର ମଧ୍ୟ ଆସୁଥିଲା । ଯେଉଁ ପରିଜନଙ୍କ ପତ୍ତା ମିଳୁନଥିଲା ସେମାନଙ୍କ ବିଷୟରେ ମଧ୍ୟ ଲେଖା ଥିଲା ।

(ଅନୁଚ୍ଛେଦ -୧୨/ ଏ-୧୭)

ପ୍ରତିଦିନ, ପ୍ରତି ସପ୍ତାହେ. ପଶ୍ଚିମ ପାଞ୍ଚାବରୁ ଦଳ ଦଳ ହିନ୍ଦୁ ହିନ୍ଦୁସ୍ତାନ ଆସୁଥିଲେ । ରେଳଗାଡ଼ିରେ , ଲରିରେ ଆସୁଥିଲେ । ବିମାନରେ , ବଳଦଗାଡ଼ି ମଧ୍ୟ ଆସୁଥିଲେ । ଡ଼ିସେମ୍ବର ୧୯୪୭ ପର୍ଯ୍ୟନ୍ତ ପାଖାପାଖି ୪୦ ଲକ୍ଷ ଲୋକ ହିନ୍ଦୁସ୍ତାନ ଆସିଯାଇଥିଲେ । ସେମାନେ ନିଜର ଘରଦ୍ୱାର ପଛରେ ଛାଡ଼ିଥିଲେ । ମୂଲ୍ୟମାନ ବସ୍ତୁ ମଧ୍ୟ ପଛରେ ଛାଡ଼ିଥିଲେ । ସମସ୍ତେ ଶୋକତ୍ରସ୍ତ ଥିଲେ । ସେମାନଙ୍କ ଶରୀର ଦୂର୍ବଳ, ଆହତ ଓ ଆତ୍ମା ଭୟାନକତାର ଧକ୍କାରେ ରକ୍ତସ୍ନାତ ଥିଲା । ଏପରି ଅବସ୍ଥାରେ ସେମାନେ ନୂଆ ପରିବେଶରେ ପ୍ରବେଶ କଲେ । ଏଠାକାର ଶରଣାର୍ଥୀ ଶିବିରରେ ଅସୁବିଧା ଓ କଷ୍ଟରେ ଅନିଶ୍ଚିତ ଭବିଷ୍ୟତ ନେଇ ସେମାନେ କୌଣସିମତେ ଜୀବନ ଅତିବାହିତ କରିଥିଲେ । କେବଳ ଯାହା ମୃତ୍ୟୁର ଭୟ ଦୂରୀଭୂତ ହେଉଥିଲା ଓ ସ୍ତ୍ରୀ ପିଲାଙ୍କ ସୁରକ୍ଷାର ପ୍ରବନ୍ଧ ବି ହେଇଥିଲା । ଯେମିତି ସେମାନେ ହିନ୍ଦୁସ୍ତାନ ମାଟିରେ ପାଦ ରଖିଲେ ସେମାନଙ୍କ ବିଷାଦନେସା ନୀରବ ଓଠରୁ ବିଜୟର ଉନ୍ମାଦଭରା ଉଦ୍ଗାରର ଅଭିବ୍ୟକ୍ତି ଶୁଣିବାକୁ ମିଳିଲା । ସେମାନେ କହୁଥିଲେ, ଆମକୁ ଆଶ୍ରୟ ମିଳିଲା, ଆମେ ଏବେ ବିପଦମୁକ୍ତ ଏହି ଭାବନାରେ ବଶୀଭୂତ ହେଇ ସେମାନେ କାନ୍ଦି ପକାଇଲେ । ଜୟ ହିନ୍ଦ କହି ହିନ୍ଦୁସ୍ତାନର ବନ୍ଦନା କଲେ ।

(ଅନୁଚ୍ଛେଦ ୧୨/ ଏ-୧୮ )

ସିନ୍ଧର ସୁଲତାନକୋଟରେ ମୁସଲମ ଲିଗର ଏକ ପରିଷଦର ସଦସ୍ୟଗଣ ଏକତ୍ରିତ ହୋଇଥିଲେ । ସେଠାରେ ଏକ ଗୀତ ଗାନ କରାଗଲା । ଯେଉଁଥିରେ ପାକିସ୍ତାନ ଗଠନରେ ନିର୍ଣ୍ଣାୟକ ଭୂମିକାରେ ଉତ୍ତୀର୍ଣ୍ଣ ଚରିତ୍ରମାନଙ୍କ ମନୋକାମନା ପ୍ରତିବିମ୍ବିତ ହେଉଥିଲା ।

ଗୀତଟି ଥିଲା-

ପାକିସ୍ତାନରେ ଇସଲାମର ସ୍ୱତନ୍ତ୍ର କେନ୍ଦ୍ର
ନିର୍ମାଣ ହେଉ…
ପାକିସ୍ତାନରେ ଅଣମୁସଲମାନ ଲୋକଙ୍କ
ମୁହଁ ବି ଦେଖିବାର ଦୁର୍ଭାଗ୍ୟ ଆମକୁ ନ ମିଳୁ ।
ମୁସଲିମ ରାଷ୍ଟ୍ରର ଭାଗ୍ୟ ସେବେ ଝଲସି ଉଠିବ
ଯେବେ ପାକିସ୍ତାନରୁମୂର୍ତ୍ତିର ପୂଜକମାନଙ୍କ
ଅସ୍ତିତ୍ୱ ନ ରହିବ ।

ହିନ୍ଦୁଙ୍କ ଭାଗ୍ୟ କେବଳ ଗୁଲାମ ହେବା
ଏପରି ଗୁଲାମଙ୍କୁ ରାଜ୍ୟ ଶାସନରେ ଭାଗ ନେବା
ଅଧିକାର କେମିତି ପ୍ରାପ୍ତ ହୋଇପାରିବ?
ରାଜ୍ୟ ଶାସନ କରିବାର ଗୌରବ/ଯଶ ସେମାନଙ୍କୁ
କେବେ ବି ମିଳିନାହିଁ ।

(ଅନୁଚ୍ଛେଦ ୧୨/ ଏ-୧୯ )

ଜଳନ୍ଦର ଓ ଲୁଧିଆନା ମଧ୍ୟବର୍ତ୍ତୀ ସଡ଼କରେ ଓ ସେହିପ୍ରକାର ଲୁଧିଆନା ଓ ରାଜପୁରା ରାସ୍ତାରେ ଗାଡ଼ିମାନଙ୍କ ଉପରେ ହିନ୍ଦୁଙ୍କ ହେଲା । କୁହାଯାଏ ଯେ ପଟିଆଲା ଶିଖ ଏହା ପାଇଁ ଉତ୍ତରଦାୟୀ । ଅଧିକାରୀ ଏହି ଆକ୍ରମଣକୁ ପ୍ରତିହିତ କରିବାକୁ ପ୍ରଯତ୍ନ କଲେ । କିନ୍ତୁ ଶିଖଙ୍କ ମନ ଅବସ୍ଥା ଏପରି ନଥିଲା ଯେ ସେମାନେ ଏଥିରୁ କ୍ଷାନ୍ତ ହୁଅନ୍ତେ କାରଣ ସେହି ସମୟରେ ପଶ୍ଚିମ ପାକିସ୍ତାନରେ ମୁସଲମାନ କ୍ରୋଧର ନିଶାଣ ଶିଖ ହିଁ ଥିଲେ । ଶିଖଙ୍କ ଜୀବନ କେଉଁଠାରେ ବି ସୁରକ୍ଷିତ ନଥିଲା । ସେମାନଙ୍କୁ ଦେଖିଲା ମାତ୍ରକେ ହତ୍ୟା କରାଯାଉଥିଲା ।

(ଅନୁଚ୍ଛେଦ ୧୨/ ଏ-୨୦)

ସିନ୍ଧରେ ବି ଅନୁରୂପ ଘଟଣାମାନ ଘଟିଲା । ୧୧ ଜାନୁଆରୀ ୧୯୪୮ରେ ଏକ ଘଟଣା ପ୍ରମାଣ ରୂପରେ (ପ୍ରମାଣ କ୍ର.ମ. ୨୬୦)ଦର୍ଶାଯାଇଛି । ୮୫୦ ହିନ୍ଦୁ ନିର୍ବାସିତଙ୍କ ଏକ ଦଳ ୯ ଜାନୁଆରୀ ୧୯୪୮ରେ ଓଖା (ସୌରାଷ୍ଟ)ରେ ପଟ୍ଟନ (ବନ୍ଦରଗାଁ) ପହଞ୍ଚିଲା । କ୍ୱେଟା ମେଲରେ ଯେଉଁ ଲୋକ କ୍ୱେଟାରୁ କରାଚିକୁ ଗଲେ ସେହି ଦଳର ଲୋକ ଥିଲେ । ସେମାନଙ୍କୁ ରାସ୍ତାରେ ଲୁଟ କରାଗଲା । ହତ୍ୟା ଭଳି ଘଟଣା ସଙ୍ଘଠିତ କରାଗଲା । ସେହି ପ୍ରମାଣ ଦସ୍ତାବିଜରେ ମଧ୍ୟ ଲେଖାଯାଇଛି ଶିଖଙ୍କ ସହିତ ସିନ୍ଧୀ, ହିନ୍ଦୁସ୍ତାନିଙ୍କୁ ମଧ୍ୟ ହତ୍ୟା କରାଗଲା । ସ୍ତ୍ରୀଙ୍କ ଅଳଙ୍କାର, କାନଚଣା ଭଳି ଗହଣାଦି ଛିଣ୍ଡାଇ ନିଆଗଲା ।

(ଅନୁଚ୍ଛେଦ ୧୨/ ଏ-୨୧)

୧୫ ଜାନୁଆରୀ ୧୯୪୮ରେ ଏକ ପ୍ରପତ୍ର , ପ୍ରମାଣ କ୍ର. ୨୬୦ରେ ଉଦ୍ଧୃତି ହେଇଛି । ଏହା ଏକ ସର୍କୁଲାର । ଏହି ପତ୍ରରେ ବମ୍ବେରୁ ଗୁପ୍ତଚର ବିଭାଗର ଡେପୁଟି ଇନ୍ସପ୍ଟେର ଜେନେରାଲ ପୋଲିସଙ୍କ ତରଫରୁ ପୋଲିସ ଏସପି ବିଭାଗୀୟ ଡିଆଜିଙ୍କୁ ପଠାଗଲା । ସେଥିରେ ଲେଖାଥିଲା- ୬ ଜାନୁଆରୀ ୧୯୪୮ରେ କରାଚିରେ ହିନ୍ଦୁ ଓ ଶିଖଙ୍କ ଉପରେ ମୁସଲମାନ କଠୋର ଅତ୍ୟାଚାର କଲେ । ସେହି ନିର୍ବାସିତଙ୍କ ଏକ ଦଳରେ ୬୫୦ ହିନ୍ଦୁ ଥିଲେ ।ସେମାନେ କାଠିଆୱାଡ଼ାର ଓଖା ବନ୍ଦରରେ ପହଞ୍ଚିଲେ । ଆହୁରି ଅନେକଙ୍କର ଆଗମନ ବାକି ଥିଲା । ସେମାନଙ୍କ ମଧ୍ୟରେ ସବୁ ସ୍ତରରେ ବ୍ୟକ୍ତି ଥିଲେ । ମରାଠୀ, ପଞ୍ଜାବୀ, ସିନ୍ଧୀ, କାଠିଆୱାଡ଼ୀ, ମାରୱାଡ଼ୀ ଆଦି ସବୁ ପ୍ରଦେଶରୁ ଥିଲେ । ‘ନିର୍ବାସିତଙ୍କୁ ଦରକାର ମୁସଲମାନଙ୍କ ରକ୍ତ ।’ ଏପରି ସେହି ଦସ୍ତାବିଜରେ ଲେଖାଥିଲା ।

(ଅନୁଚ୍ଛେଦ ୧୨/ ଏ-୨୨)

ନ୍ୟାୟମୂର୍ତ୍ତି କପୁର ପ୍ରଦତ୍ତ ସନ୍ଦର୍ଭ ଓ ସେହି ଦିନମାନଙ୍କରେ ତାଙ୍କର ଦିଲ୍ଲୀ ଅବସ୍ଥାର ବିବେଚନାରେ ପକ୍ଷପାତର ଆଭାସ ମିଳେ ଓ ଏହା ଏକାପାଖିଆ ବୋଲି ଆପତ୍ତି କରିବା ଅସମ୍ଭବ ନୁହେଁ । ସାଧାରଣତଃ କୁହାଯାଏ ଯେ ଯେଉଁପ୍ରକାର ମୁସଲମାନ ହିନ୍ଦୁଙ୍କୁ ସଂହାର କଲେ, ସେଇ ପ୍ରକାର ହିନ୍ଦୁ ବି ମୁସଲମାନଙ୍କ ଉପରେ କରୁଥିଲେ । ଅତଏବ କ୍ରୁରତା ପାଇଁ ଉଭୟ ଦୋଷୀ । ବିଭାଜନ ଉପରେ ପରଦା ପକାଇବା ପାଇଁ ଏହା ଏକ ଛଦ୍ମ ଯୁକ୍ତିବାଦ । ଏପରି ଉଭୟ ପକ୍ଷର କ୍ରୁରତା ଉପରାନ୍ତ ହିନ୍ଦୁସ୍ତାନର ଅବିଭାଜିତ ରହିଥାଆନ୍ତା ତା’ହେଲେ ସେହି ନରସଂହାରର ଦେଣ-ନେଣ ହୋଇଗଲା ବୋଲି କୁହା ଯାଇପାରିଥାଆନ୍ତା । କିନ୍ତୁ ବିଭାଜନକୁ ପ୍ରୋତ୍ସାହନ କରୁଥିବା ମୁସଲିମ ଲିଗ୍ ପ୍ରତ୍ୟକ୍ଷ ରୂପେ ନରସଂହାର ଓ ଅତ୍ୟାଚାର ଚାଲୁ ରଖିଲା । ପ୍ରତିକାର ହେଲା ପରନ୍ତୁ ଏହା ବିଭାଜନକୁ ରୋକିବାକୁ ନୁହେଁ ଅପିତୁ ଖଣ୍ଡିତ,ଯନ୍ତ୍ରଣାସିକ୍ତ ହିନ୍ଦୁସ୍ତାନରେ ଏପରି ଅତ୍ୟାଚାରର ପ୍ରତିହତ ଉଦ୍ଧେଶ୍ୟରେ କରାଯାଇଥିଲା ।

ଦ୍ୱିତୀୟରେ, ବିଭାଜନ ପ୍ରକ୍ରିୟାରେ ପୀଡ଼ିତ ଜନତାଙ୍କ ସ୍ଥାନାନ୍ତରଣ ଯଦି ସେହି ଅନୁପାତରେ ହୋଇଥାଆନ୍ତା, ତା’ହେଲେ ସେହି ରକ୍ତପାତର ଉତ୍ତର ଦାୟୀ ଗୋଟିଏ ଜାତି ବିଶେଷ ଉପରେ ଲଦି ଦିଆଯାଇନଥାନ୍ତା । କିନ୍ତୁ ଏପରି ହୋଇନଥିଲା । ଆମ ନିକଟରେ ସଂଖ୍ୟାବଳ ଓ ଶୌର୍ଯ୍ୟ ଥିଲେ ମଧ୍ୟ ଆମର ନେତୃବର୍ଗ ବିଶିଷ୍ଟ ଉପଦେଶର ମୋହପାଶରେ ଆବଦ୍ଧ ହୋଇ ମୁସଲମାନଙ୍କ ଆକ୍ରମଣାତ୍ମାକ ଢଙ୍ଗ ସାମ୍ନାରେ ମୁଣ୍ଡ ନୁଆଁଇଲେ । ଆମର ନେତାଗଣଙ୍କ ନରମ, ଉଦାର ବ୍ୟବହାର ଅନ୍ତରାଳରେ ମୁସଲମାନ ସଂକ୍ରମଣ ଯୋଗୁଁ ଦିଲ୍ଲୀ ଯେପରି କ୍ଷତାକ୍ତ ହେଲା, ସେହି ପୃଷ୍ଟଭୂମି ଗାନ୍ଧୀ ହତ୍ୟାର ତଦନ୍ତ ବିଷୟରେ ଅଭିପ୍ରେତ ଥିଲା । ତେଣୁ ନ୍ୟାୟମୂର୍ତ୍ତି କପୁର ସେହି ବିଷୟ ଆଧାରରେ ନିଜ ରିପୋର୍ଟରେ ଅଙ୍କିତ କରିଛନ୍ତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top