ଶ୍ରୀ ବି.ପି.ମେନନଙ୍କ ରଚିତ The Story of Integration of Indian States ନାମକ ଏକ ପୁସ୍ତକର ଏକ ପରିଚ୍ଛେଦର ସାଂରାଶ ଅନୁଯାୟା – ଯେଉଁ ରାଷ୍ଟ୍ର ନିଜ ଇତିହାସ ତଥା ନିଜ ଭୂଗୋଳକୁ ଭୁଲିଯାଏ ସେଇ ରାଷ୍ଟ୍ରର ବିନାଶ ଅବଶମ୍ଭାବୀ ।
କାଶ୍ମୀର ଉପରେ ଆକ୍ରମଣ ହୋଇଥିଲା । କାଶ୍ମୀରର ମହାରାଜା ଭାରତର ସହାୟତା ନିମିତ୍ତ ଅନୁରୋଧ କରିଥିଲେ । ଭାରତରେ କାଶ୍ମୀର ବିଲୀନକରଣ ପାଇଁ ସେ ଲିଖିତ ସ୍ୱୀକୃୃତି ମଧ୍ୟ ଦେଇଥିଲେ । ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ସର୍ଦାର ବଲ୍ଲବଭାଇ ପଟେଲଙ୍କ ସଚିବ ଥିଲେ ଶ୍ରୀ ମେନନ୍ । ଶ୍ରୀ ମେନନ ସୂଚନାତ୍ମକ ପରାମର୍ଶ ଦେଇଥିଲେ ଯେ କାଶ୍ମୀର ମହାରାଜାଙ୍କ ଲିଖିତ ବାର୍ତ୍ତାକୁ ଗ୍ରହଣ କରାଯାଉ । ରାଜରାଜୁଡ଼ା ଶାସିତ ପ୍ରଦେଶ ସମୂହକୁ ଭାରତରେ ବିଲୀନ କରାଇବାରେ ଶ୍ରୀ ମେନନଙ୍କ ଯୋଗଦାନ ଉଲ୍ଲେଖନୀୟ ଥିଲା । କାଶ୍ମୀର ବିଷୟରେ ଯେଉଁ ସୂଚନା ସେ ଭାରତ ସରକାରଙ୍କୁ ଦେଇଥିଲେ ତାହାର ପଶ୍ଚାତ୍ରେ ତାଙ୍କର ବିଚାର ଏହିପରି ଥିଲା- କାଶ୍ମୀର ଉପରେ ଆଜି ଯେଉଁ ଆକ୍ରମଣ କରାଗଲା ତାହାର ଭୟଙ୍କର ପ୍ରଭାବ ଅନ୍ୟ ଅବିଭାଜିତ ଅଞ୍ଚଳ ଉପରେ ନିଶ୍ଚୟ ପଡ଼ିବ ।
ମହମ୍ମଦ ଘୋରୀଙ୍କ ଆକ୍ରମଣ କାଳରୁ ଅର୍ଥାତ୍ ଅଷ୍ଟମ ଶତାବ୍ଦୀ ପୂର୍ବରୁ ପଶ୍ଚିମ -ଉତ୍ତର ସୀମା ପଟୁ ଭାରତ ଉପରେ ଲଗାତାର ଅନେକବାର ଆକ୍ରମଣ ହୋଇଆସିଛି । ମୋଗଲ ଶାସନକାଳରେ ଏହି କ୍ରମରେ କିଛି ଅପବାଦ ଥିଲା । ମହମ୍ମଦ ଘୋରୀ ସ୍ୱୟଂ ସତରବାର ଆକ୍ରମଣ କରିଛନ୍ତି । ବର୍ତ୍ତମାନ ସମୟରେ ପାକିସ୍ତାନ ନିର୍ମାଣର ମାତ୍ର ଛ’ ସପ୍ତାହ ମଧ୍ୟରେ ପଶ୍ଚିମ-ଉତ୍ତର ସୀମାରୁ ଲୁଣ୍ଠନକାରୀ ଜନିଜାତି ସମୂଦାୟଙ୍କୁ ପୁନଃ ଆକ୍ରମଣ ପାଇଁ ସ୍ୱଚ୍ଛନ୍ଦ ଛାଡ଼ି ଦିଆଯାଇଥିଲା । ଆଜି ଶ୍ରୀନଗର ତ କାଲି ଦିଲ୍ଲୀ । ତେଣୁ ଶ୍ରୀ ମେନନଙ୍କ ଅଭିପ୍ରାୟ ଥିଲା – A nation that forgets its history or it geography does so at its peril । କାଶ୍ମୀର ଭାରତର ମସ୍ତକ ସଦୃଶ୍ୟ । ଚଉଦଶହ ଶତାବ୍ଦୀ ପର୍ଯ୍ୟନ୍ତ ସେଠାରେ ବୌଦ୍ଧ ତଥା ଅନ୍ୟ ହିନ୍ଦୁ ରାଜାଙ୍କ ଶାସନ ଥିଲା । ଏହିସବୁ ଶାସକମାନଙ୍କ କାର୍ଯ୍ୟକାଳର ବର୍ଣ୍ଣନା କଲହ୍ଣଙ୍କ ରାଜତରଙ୍ଗିଣୀ ନାମକ ଏକ ପଦ-ଗ୍ରନ୍ଥରେ ଦେଖିବାକୁ ମିଳେ । ଡଃ ଷ୍ଟେନ କାଶ୍ମୀର ଇତିହାସ ବିଷୟରେ ଲେଖିଛନ୍ତି , “ମୁସଲମାନ ଆକ୍ରମଣ କାଳଖଣ୍ଡର ପୂର୍ବକାଳରୁ ଅବିରତ ଇତିହାସ ଲିଖିନ ଯଦି ଭାରତର କେଉଁ ଭୂଖଣ୍ଡରେ ହୋଇଆସିଅଛି ତାହା କେବଳ କାଶ୍ମୀରରେ ।” (1895 The Valley of Kashmir by Walter Lawren) କଲହ୍ଣଙ୍କ ଇତିହାସ ଲିଖିନ-କାର୍ଯ୍ୟକୁ ଆଗେଇ ନେଇଥିଲେ, ପଣ୍ଡିତ ଜୋନାରାଜା ଏବଂ ଏହି ପ୍ରକ୍ରିୟା ପନ୍ଦରଶହ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ଜାରିରହିଲା ।
ହିନ୍ଦୁ ରାଜାମାନଙ୍କ ରାଜତ୍ୱର କାଳଖଣ୍ଡରେ, ନିଜ ସ୍ୱଶାସନ ଭାର ସୂଚାରୁ ରୂପେ ନିର୍ବାହ ତଦ୍ବ୍ୟତିରିକ୍ତ ସେମାନେ ସୁରମ୍ୟ ସ୍ଥାପତ୍ୟ ଯଥା ମନ୍ଦିର ଏବଂ ସାର୍ବଜନୀନ ରଚନାମାନ ସୃଜିତ କରାଉଥିଲେ । ଅନନ୍ତନାଗ, ବ୍ରଜବିହାରୀ, ପାଣ୍ଡୁପଟ୍ଟଣ, ଶଙ୍କରାଚାର୍ଯ୍ୟପଟ୍ଟଣ, ମାର୍ତ୍ତଣ୍ଡ ସୂର୍ଯ୍ୟ ମନ୍ଦିର ଆଦି ନଗରର ଅବଶେଷ ଆଜି ବି ଦୃଷ୍ଟିଗୋଚର ଦୁଏ । ଏଥିରୁ ସେଠାରେ ଘନ ଜନବସତି ଥିବା ପ୍ରମାଣ ମିଳେ । ହିନ୍ଦୁରାଜାଙ୍କ ଶାସନକାଳରେ ସେଠାକାର ପ୍ରଜା ସୁଖ ସମୃଦ୍ଧିରେ କାଳତିପାତ କରୁଥିବେ ନିଶ୍ଚୟ । ପ୍ରାଚୀନ ନାଳ ବା ପୋଖରୀର ଅବସ୍ଥିତିରୁ ପ୍ରତୀତ ହୁଏ ଯେ ସେ କାଳର ରାଜାମାନେ ନିଜ ସମ୍ପତ୍ତିର ବିନିଯୋଗ କେବଳ ମନ୍ଦିର ନିର୍ମାଣରେ ନୁହେଁ ଅପିତୁ ତତ୍ପରତାର ସହ କୃଷିର ବିକାଶ ପାଇଁ ମଧ୍ୟ କରୁଥିଲେ ।
ମୁସଲମାନ ଆକ୍ରମଣକାରୀଙ୍କ ଯୋଗୁଁ କାଶ୍ମୀର ବିକାଶ ବାଧାପ୍ରାପ୍ତ ହେଲା, ବାହ୍ୟ ଆକ୍ରମଣକାରୀ ଅନେକ ଧ୍ୱଂସଲୀଲା ସଙ୍ଘଠିତ କରାଇଲେ । ହିନ୍ଦୁଙ୍କ ଧର୍ମାନ୍ତୀକରଣ କରାଗଲା । ୧୫୮୭ରେ ମୋଗଲ ଶାସକ ଆକ୍ବର କାଶ୍ମୀର ଅକ୍ତିଆର କରି ମୋଗଲ ସାମ୍ରାଜ୍ୟରେ ବିଲୀନ କରି ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ନିଜ ହିଲ୍ ଷ୍ଟେସନ ଭଳି ଆଧିପତ୍ୟ ଜାହିର କରିଚାଲିଲେ ।
ସମୟାନୁକ୍ରମେ କାଶ୍ମୀରରୁ ମୋଗଲ ଶାସନର ପରାକାଷ୍ଠା ହ୍ରାସ ପାଇଲା, ଅନେକ ଇଲାକା ସେମାନଙ୍କ ନିମନ୍ତ୍ରଣରେ ରହିଲେ ନାହିଁ । ୧୭୫୦ ପାଖାପାଖି ଆଫଗାନିସ୍ତାନର ଅହମ୍ମଦ ଶାହ ଅବଦଲି ଭାରତ ଉପରେ ଆକ୍ରମଣ କଲେ ଏବଂ କାଶ୍ମୀର ଉପରେ ନିଜ ଆଧିପତ୍ୟ ସ୍ଥାପନ କଲେ । ଏହାର ସତୁରୀ ବର୍ଷ ପର୍ଯ୍ୟନ୍ତ ବା ୧୮୧୯ ଯାଏ କାଶ୍ମୀର ଉପରେ ଭିନ୍ନ ଭିନ୍ନ ପଠାଣ ପ୍ରଶାସନ ନିଜ ଅଧିକାର ଜାହିର କରିଆସୁଛନ୍ତି ।
ମୋଗଲ ଶାସକଙ୍କ କ୍ରୁରତାର ବର୍ଣ୍ଣନା ଅନେକ ଇତିହାସକାର କରିଛନ୍ତି । ଇସଲାମର ବିସ୍ତାର କିପରି ହେଲା ତାହାର ସୁବିସ୍ତୃତ ଚିତ୍ରଣ ଏସବୁରେ ଦେଖିବାକୁ ମିଳେ ।
ପାକିସ୍ତାନ ନିର୍ମାଣର ଦୁଇ ମାସ ପରେ ଅର୍ଥାତ ୨୨ ଜାନୁଆରୀ, ୧୯୪୭ରେ ପାକିସ୍ତାନର ପାସ୍ତୁନ ଆଦିବାସୀ ସମୂଦାୟ, ପାକିସ୍ତାନ ସହାୟତାରେ କାଶ୍ମୀର ଉପରେ ଆକ୍ରମଣ କଲେ । କାଶ୍ମୀର ଶାସନର ନିଜସ୍ୱ ସେନା ମଧ୍ୟ ଥିଲା । ସେମାନେ ମୁଜଫରବାଦରେ ଏକତ୍ର ହୋଇଥିଲେ । ଲେଫ୍ଟନାଣ୍ଟ କର୍ଣ୍ଣେଲ ନାରାୟଣ ସିଂହ କାଶ୍ମୀର ସେନାର ସେନାପତି ଥିଲେ ।
କାଶ୍ମୀର ସେନାରେ ଅନେକ ମୁସଲମାନ ଧର୍ମାନୁଲମ୍ବୀ ଥିଲେ ଓ ଅନେକ ଡୋଗଗ୍ରେ ବି ନିଯୁକ୍ତ ଥିଲେ । ସେମାନଙ୍କ ବେତନ ଦାୟିତ୍ୱ କାଶ୍ମୀର ଶାସକ ନେଇଥିଲେ । କିନ୍ତୁ “ଆମର ଅଲଗା ସ୍ୱତନ୍ତ୍ର ରାଷ୍ଟ୍ର ଅଛି”ର ଭାବନା ମୁସଲମାନ ସମ୍ପ୍ରଦାୟର ନେତାଗଣ ଲୋକପ୍ରିୟ କରାଇଥିଲେ ।
ଆକ୍ରମଣ ହେଲା ମାତ୍ରକେ ଏହି କାଶ୍ମୀର ସେନାବାହିନୀର ମୁସଲମାନ ସୈନିକ ଅସ୍ତ୍ରଶସ୍ତ୍ର ସହିତ ପଳାୟନ କଲେ । ସେମାନେ କୁଆଡେ଼ ଗଲେ? ସେମାନେ ବି କାଶ୍ମୀର ଆକ୍ରମଣକାରୀଙ୍କ ସହିତ ମିଶିଗଲେ । ସେମାନେ ଆକ୍ରମଣକାରୀଙ୍କୁ ଗୁପ୍ତସ୍ଥଳ ଏବଂ ବ୍ୟକ୍ତିବିଶେଷଙ୍କ ଗୋପନ ତଥ୍ୟ ପ୍ରଦାନ କଲେ, ଶତ୍ରୁଙ୍କ ମାର୍ଗଦର୍ଶକ ସାଜିଲେ । ପକ୍ଷ ଛାଡ଼ିବା ପୂର୍ବରୁ ସେମାନେ ନିଜ ସେନାପ୍ରମୁଖଙ୍କ ହତ୍ୟା କରିବାକୁ ବି ପଶ୍ଚାତପାଦ୍ ହୋଇନଥିଲେ ।
ମୁସଲମାନ ସମାଜର ଆକ୍ରମକ ମନୋଭାବ ବିଷୟକୁ ଅଣଦେଖା କରି ଅଥବା ଏହି ତଥ୍ୟକୁ ଗୋପନ ରଖି ଭାରତୀୟ କଂଗ୍ରେସର ଶୀର୍ଷ ନେତାଗଣ ଜନତାକୁ ହିନ୍ଦୁ-ମୁସଲମାନ ଏକତାର ଭ୍ରମ ଜାଲରେ ବାନ୍ଧି ଧରି ରଖିଥିଲେ । କାଶ୍ମୀରର ହିନ୍ଦୁ-ସେନାଧିକାରୀଙ୍କ ଉପରେ ବି ଏହି ମିଥ୍ୟା ପ୍ରଚାରର ପ୍ରଭାବ ପଡ଼ିଲା ଭଳି ପ୍ରତୀତ ହେଉଥିଲା । ଆକ୍ରମଣର ସମ୍ମୁଖୀନ ହେବାର ଥିଲା । ଏହା ମୁସଲମାନଙ୍କ ଆକ୍ରମଣ ଥିଲା । ଧର୍ମ ନାମରେ ଆକ୍ରମଣ ଥିଲା । ଇସଲାମ ନାମରେ ଥିଲା । ଜିହାଦ ରୂପରେ ଥିଲା । ଏପରି ଅବସ୍ଥାରେ କାଶ୍ମୀରର ମହାରାଜା କର୍ଣ୍ଣେଲ ନାରାୟଣ ସିଂହଙ୍କୁ ପଚାରିଲେ – “ସେନାପତି ଆପଣଙ୍କ ବାହିନୀରେ ଅର୍ଦ୍ଧେକ ସୈନିକ ତ ମୁସଲମାନ । କେଉଁ ପ୍ରକାରର ଯୁଦ୍ଧ ଇଏ? କ’ଣ ଆପଣ କହିପାରିବେ,ଏଭଳି ସ୍ଥିତିରେ ମୁସଲମାନ ସୈନିକ କ’ଣ ଆପଣଙ୍କ ଆଜ୍ଞାର ପାଳନ କରିବେ? କ’ଣ ସେମାନଙ୍କ ନିଷ୍ଠା ଉପରେ ଆପଣଙ୍କ ଭରସା ଅଛି?” ସେନାପତି ଦୃଢ଼ତାର ସହ କହିଲେ, “ମହାରାଜ , ମୋର ଏବଂ ମୋ ସୈନିକଙ୍କ ମଧ୍ୟରେ ସଂପର୍କ ଏକ ଦୁଇ ଦିନର ନୁହେଁ ବର୍ଷ ବର୍ଷର ସଂପର୍କ । ଡୋଗ୍ରି ସୈନିକ ମୋର ଯେତିକି ବିଶ୍ୱାସପତ୍ର ତା’ଠାରୁ ଅଧିକ ବିଶ୍ୱସନୀୟ ମୋ ମୁସଲମାନ ସୈନିକଗଣ ।” ଏଭଳି ମତପୋଷଣ କରିବା ଯେ ନାରାୟଣ ସିଂହଙ୍କ ଅଦୂରଦର୍ଶିତା ଥିଲା, ଏହା ହୃଦବୋଧ କରିବାର ଅବସର ବି ତାଙ୍କର ତଥାକଥିତ ସ୍ୱାମୀନିଷ୍ଠ ସୈନିକ ତାଙ୍କୁ ଦେଇନଥିଲେ ।
ଧର୍ମାନ୍ତରଣରେ ବାଧା ଓ କର୍ଣ୍ଣେଲ ନାରାୟଣ ସିଂହଙ୍କ ମୁସଲମାନ ସୈନ୍ୟଙ୍କ ଉପରେ ଅଖଣ୍ଡ ବିଶ୍ୱାସର ପରିଣାମ କାଶ୍ମୀରବାସୀଙ୍କ ଭୋଗିବାକୁ ପଡ଼ିଲା ।
୧୯୩୦-୩୨ ଅବଧିରେ ଶେଖ ଅବଦୁଲ୍ଲାଙ୍କ ନେତୃତ୍ୱରେ ଅଖିଳ ଜାମ୍ମୁ କଶ୍ମୀର ମୁସଲିମ କନ୍ଫେରନ୍ସ ଆନ୍ଦୋଳନ କଲେ । ଏହାର ଉଦ୍ଧେଶ୍ୟ ଥିଲା ମୁସଲମାନଙ୍କୁ ସେମାନଙ୍କ ଅଧିକାର ପ୍ରାପ୍ତ କରାଇବା । ଏହି ପରିଷଦର ଆଙ୍ଗୁଳି ସେଙ୍କତରେ ବିଶିଷ୍ଟ ପଦ୍ଧତିରେ ଦଙ୍ଗାର ପ୍ରାର୍ଦୁଭାବ ଦେଖାଗଲା ।
ଧୂର୍ତ୍ତ ଶେଖ ଅବଦୁଲ୍ଲା ୧୯୩୬ରେ ଧର୍ମ ନିରକ୍ଷେପତାର ସାହାରା ନେଲେ । ପରିଣାମ ସ୍ୱରୂପ ଗାନ୍ଧୀଙ୍କ ନେତୃତ୍ୱରେ ହିନ୍ଦୁ କଂଗ୍ରେସ ଜନଙ୍କଠାରୁ କାଶ୍ମୀର ରାଜାଙ୍କ ବିରୁଦ୍ଧରେ ମୁସଲମାନଙ୍କ ପ୍ରରୋଚିତ ଆନ୍ଦୋଳନକୁ ପୁଷ୍ଟିପ୍ରଦ ହେଲା । ଶେଖ ଅବଦୁଲ୍ଲାଙ୍କୁ ଧର୍ମ ନିରପେକ୍ଷାତାର ଉପାଧି ମିଳିଲା । ଅବଦୁଲ୍ଲାଙ୍କ ପ୍ରୋତ୍ସାହନରେ ରୂପାନ୍ୱିତ ଦଙ୍ଗା ଏବେ ନ୍ୟାସନାଲ କଂଗ୍ରେସ ନାମରେ କରାଗଲା । ଶେଖ ଅବଦୁଲ୍ଲା ୧୯୪୬ରେ ‘ଛାଡ଼ କାଶ୍ମୀର’ ନାମକ ଆନ୍ଦୋଳନ ଆରମ୍ଭ କଲେ ଯାହାର ଲକ୍ଷ୍ୟ ମହାରାଜା ଥିଲେ । ଏହିସବୁ କାର୍ଯ୍ୟର ସ୍ଫୂର୍ତ୍ତି ଲାଗି ଯେମିତି ଗାନ୍ଧୀ ଜିଦ୍ କରି ଚାଲିଲେ ଯେ କାଶ୍ମୀରର ମହାରାଜା, ଶାସନ ଭାର ବା ସତ୍ତା ମୁସଲମାନଙ୍କୁ ବା ଶେଖ ଅବଦୁଲ୍ଲାଙ୍କ ସମର୍ପି ଦେବା ହିଁ ସର୍ବୋତ୍ତମ ପଦକ୍ଷେପ ହେବ ଏବଂ ସ୍ୱୟଂ ତୀର୍ଥାଟନରେ କାଶୀ ଯାତ୍ରା କରିବା ତାଙ୍କ ପକ୍ଷେ ସର୍ବାଚୀନ ହେବ । କ’ଣ ଏହାର ପରିଣାମ ଏପରି ହେବାର ଥିଲା ଯେ କାଶ୍ମୀର ସିଧା ସିଧା ଭାରତରେ ବିଲୀନ ହେବାକୁ ଇଛା ପ୍ରକଟ କରିବ? ସ୍ୱେକ୍ୟୁଲାର ଶେଖ ଏପରି ଚାହୁଁନଥିଲେ । ଗାନ୍ଧୀଜୀ ମଧ୍ୟ ଏପରି ଭେଦଭାବ ଭରା, ବିଚ୍ଛିନ୍ନତାବାଦୀ ପ୍ରକ୍ରିୟାକୁ ଏପରି ପୋଷଣ ଯୋଗାଇଲେ ଯେ ଏସବୁର ପ୍ରମାଣ ସେସବୁ ଦିନମାନଙ୍କର ଘଟଣାପ୍ରବାହରୁ ଦେଖିବାକୁ ମିଳେ ।
୧ ଅଗଷ୍ଟ ୧୯୪୭ରେ ଗାନ୍ଧୀଜୀ କାଶ୍ମୀର ଯାଇଥିଲେ । ଟାଇମସ୍ ରିପୋର୍ଟର ପରେ ଲେଖିଥିଲେ, “ଗାନ୍ଧୀଜୀଙ୍କ ସମୟାନ୍ତରରେ କାଶ୍ମୀର ଯାତ୍ରା ଓ ସମୟ-ସମୟରେ ତାଙ୍କ ବକ୍ତବ୍ୟ ଦ୍ୱାରା କାଶ୍ମୀର ରାଜନୀତି ପ୍ରଭାବିତ ହେଉଛି । କାଶ୍ମୀର ଭବିଷ୍ୟତ କାଶ୍ମୀରର ଜନତାଙ୍କ ଉପରେ ନ୍ୟସ୍ତ ହେବା ଆବଶ୍ୟକ । ସେମାନେ ନିଜ ଭାଗ୍ୟ ସ୍ୱୟଂ ନିଶ୍ଚିତ କରିବେ । ତେଣୁ ଗାନ୍ଧୀଜୀଙ୍କ କାର୍ଯ୍ୟପ୍ରଣାଳୀ ଯୋଗୁଁ କାଶ୍ମୀରର ଅବସ୍ଥା ଉତ୍ତର-ପଶ୍ଚିମ ସୀମାବର୍ତ୍ତୀ ଇଲାକା ପରି ହେଲା ।
ଗାନ୍ଧିଜୀ ନିଜ ମତ ବ୍ୟକ୍ତ କଲେ, “ମୋ ଯାତ୍ରାର ଉଦ୍ଧେଶ୍ୟ ଏହା ନୁହେଁ ଯେ କାଶ୍ମୀର କେଉଁ ଦେଶ (ହିନ୍ଦୁସ୍ତାନ ବା ପାକିସ୍ତାନ)”ରେ ବିଲୀନ ହେଉ । ଆମେ ବାସ୍ ଏତିକି କହିବାକୁ ଚାହୁୁଁ ଯେ କାଶ୍ମୀର ଜନତାଙ୍କୁ ଆମେ ଉପେକ୍ଷା କରୁନୁ । ବିଲୀନକରଣର ପ୍ରଶ୍ନର ଉତ୍ତର ଜନତା ହିଁ ନିଶ୍ଚିତ କରିବେ କାରଣ ଶେଷରେ ଜନତା ହିଁ ସର୍ବୋପରି ।” ପରେ ୬ ଅଗଷ୍ଟ ୧୯୪୭ରେ ଗାନ୍ଧୀଜୀ ପୁଣି ଆଶା ବ୍ୟକ୍ତ କରିଥିଲେ ଯେ କାଶ୍ମୀରର ସମସ୍ୟା ଦୁଇ ଦେଶ (ହିନ୍ଦୁସ୍ତାନ ବା ପାକିସ୍ତାନ) ନୁହେଁ ବରଂ କାଶ୍ମୀରର ଜନତା ଏବଂ ମହାରାଜା ନିର୍ଦ୍ଧାରିତ କରିବେ । ସେ କହିଲେ ଯଦି ଏକମତ ହୋଇ ନିର୍ଣ୍ଣୟ ନିଆଯାଏ ତାହେଲେ ଏହା ଅତି ଉତ୍ତମ ହେବ । କାଶ୍ମୀର ଏକ ବୃହତ୍ ପ୍ରଦେଶ ଏବଂ ଯୁଦ୍ଧ ଦୃଷ୍ଟିରୁ ଏହାର ଅତ୍ୟନ୍ତ ଗୁରୁତ୍ୱ ସର୍ବାଧିକ । କାଶ୍ମୀର ମୁଖ୍ୟତଃ ଏକ ମୁସଲମାନ ବହୁଳ ପ୍ରାନ୍ତ କିନ୍ତୁ ସ୍ଥାନୀୟ ଜନତା ଦେଶଭକ୍ତିରେ ଉଦ୍ବୁଦ୍ଧ । (Kashmir, a study in Indian Pakistan , Relations : Sisir Gupta, page 97) ଗାନ୍ଧୀଜୀଙ୍କ ଏପରି ଉକ୍ତି କାଶ୍ମୀରର ମୁସଲମାନଙ୍କ ମଧ୍ୟେ ବିଚ୍ଛିନ୍ନତାବାଦୀ ଭାବନାକୁ ଅଧିକ ପ୍ରଜ୍ଜଳିତ କଲା । ସେ ମଧ୍ୟ ମୁସଲମାନଙ୍କ ଦେଶଭକ୍ତି ଅର୍ଥାତ୍ ମହାରଜାଙ୍କ ବିରୁଦ୍ଧରେ ହେଉଥିବା ପ୍ରୟାସକୁ ପ୍ରୋତ୍ସାହିତ କଲେ ।
କାଶ୍ମୀରରେ ମୁସଲମାନଙ୍କ ସଂଖ୍ୟା ଅଧିକ । ଧର୍ମ ନିରପେକ୍ଷତା ନାମରେ ଶେଖ ଅବଦୁଲ୍ଲାଙ୍କୁ କାଶ୍ମୀରର ସ୍ୱତନ୍ତ୍ର ଅସ୍ତିତ୍ୱର କାମନା ଥିଲା । ହିନ୍ଦୁ ସଂଖ୍ୟାଗରିଷ୍ଠ ହିନ୍ଦୁସ୍ତାନ ସହିତ ସମାବିଷ୍ଟ ହେବା ବା ବିଳୀନ ହେବା ଅର୍ଥ ନିଜ ସ୍ୱାତନ୍ତ୍ର୍ୟ ପରିତ୍ୟାଗ କରିଦେବା । ଏହା ହିଁ ତାଙ୍କ ଅନ୍ତଃକରଣର ଗୁପ୍ତ ଭାବ ଥିଲା ।
୧୯୪୬ ମଇରେ ଶେଖ ଅବଦୁଲ୍ଲାଙ୍କୁ ‘କାଶ୍ମୀର ଛାଡ଼’ ଆନ୍ଦୋଳନ ଯୋଗୁଁ ନ’ ବର୍ଷ ପର୍ଯ୍ୟନ୍ତ କାରାବାସ ହୋଇଥିଲା କିନ୍ତୁ କେବଳ ପନ୍ଦର ମାସ ପଶ୍ଚାତ୍ ୨୯ ସେପ୍ଟେମ୍ବର ୧୯୪୭ରେ ମୁକ୍ତ କରିଦିଆଗଲା । ଶ୍ରୀ କାରବେଲ (ଐତିହାସିକ ଗବେଷକ)ନିଜ ତର୍କ ରଖିଲେ ଯେ ଏହା ବସ୍ତୁତଃ ପଣ୍ଡିତ ନେହେରୁଙ୍କ ମଧ୍ୟସ୍ଥତା ଯୋଗୁଁ ସମ୍ଭବ ହେଲା ।
କାରାମୁକ୍ତ ହେବା ପରେ ଶେଖ ଅବଦୁଲ୍ଲା ପ୍ରଚାର ଆରମ୍ଭ କଲେ ଯେ କାଶ୍ମୀରର ସତ୍ତା ଜନତାଙ୍କୁ ସମର୍ପି ଦେବା ଉତ୍ତମ ହେବ ।
ସ୍ୱରାଜ୍ୟ ଏବଂ ଦେଶ-ବିଭାଜନ ପ୍ରକ୍ରିୟା ସହିତ ଯୋଡ଼ି ହୋଇଥିଲା ରାଜାରାଜୁଡ଼ା ଶାସିତ ପ୍ରାନ୍ତମାନଙ୍କ ଭାରତରେ ବିଲୀନକରଣ ସମସ୍ୟା । କାଶ୍ମୀର ମହାରାଜା ସେ ସମୟରେ ଅତ୍ୟନ୍ତ ବିକଟ ପରିସ୍ଥିତିର ସାମ୍ନା କରୁଥିଲେ । ରାଜା ହିନ୍ଦୁ ଥିଲେ, କିନ୍ତୁ ବହୁ ସଂଖ୍ୟକ ପ୍ରଜା ମୁସଲମାନ । ସେଇ ଅସ୍ୱାଭାବିକ ପରିସ୍ଥିତିରେ କାଶ୍ମୀର ହିନ୍ଦୁସ୍ତାନର ହିଁ ଅବିଭାଜ୍ୟ ଅଙ୍ଗ ଥିଲା କିନ୍ତୁ ଧର୍ମାନ୍ତରିତ ପ୍ରଜାଙ୍କ ଯୋଗୁଁ ସେଠାରେ ପ୍ରବଳ ଦେଶ ବିରୋଧି ମନୋଭାବ ସଙ୍କଟଜନକ ଅବସ୍ଥା ଉପôନ୍ନ କରିଥିଲା । ଯଦି କାଶ୍ମୀର ପାକିସ୍ତାନରେ ବିଲୟ ହେବ ତା’ହେଲେ ଜାମ୍ମୁ-ଲଦାଖ ଆଦି ପ୍ରଦେଶରେ ବସବାସ କରୁଥିବା ହିନ୍ଦୁଙ୍କ ସଂହାର ନିଶ୍ଚିତ ଥିଲା ଏବଂ ସ୍ୱୟଂ ରାଜାଙ୍କର ନିଷ୍କାସିତ ହେବା ସମ୍ଭାବନା ଥିଲା । ଏହାର ବିପରୀତ ହିନ୍ଦୁସ୍ତାନରେ ବିଲୀନ ନିଷ୍ପତ୍ତି ମୁସଲମାନ ଜନତାଙ୍କ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ ଲାଗି ଆମନ୍ତ୍ରଣ ଭଳି ହୋଇଥା’ନ୍ତା ।
ସତ୍ତାଭାର ହସ୍ତାନ୍ତରଣର ଦୁଇ ମାସ ପୂର୍ବରୁ ମେଜର ଜେନେରାଲ ଜନକସିଂହ କାଶ୍ମୀର ମୁଖ୍ୟମନ୍ତ୍ରୀ ଥିଲେ । ସେ ମହାରାଜାଙ୍କ ତରଫରୁ ହିନ୍ଦୁସ୍ତାନ ଓ ପାକିସ୍ତାନ ସହିତ ‘ଯଥାସ୍ଥିତି ଅନୁବନ୍ଧ (Standstill Agreement) ପ୍ରସ୍ତାବ ଦେଇଥିଲେ । ଏହା ଉପରେ ବିଚାର ପାଇଁ ହିନ୍ଦୁସ୍ତାନ ସମୟ ନେଲା ।
ଅନୁବନ୍ଧନୁସାରେ ଦୁଇ ଦେଶ ଅର୍ଥାତ୍ ହିନ୍ଦୁସ୍ତାନ ଓ ପାକିସ୍ତାନ ସହିତ କାଶ୍ମୀରର ବ୍ୟବସାୟିକ ସମ୍ବନ୍ଧ ଜାରି ରଖିବାକୁ ଚୁକ୍ତି ଥିଲା । କିନ୍ତୁ ଏଥିରେ ପାକିସ୍ତାନ ବାଧା ସୃଷ୍ଟି କଲା । କାଶ୍ମୀରର ସାଢେ ଚାରିଶହ ମାଇଲ ସୀମା ଦେଇ ଆକ୍ରମଣକାରୀ ଓ ସୈନ୍ୟ ଅନୁପ୍ରବେଶ କଲେ । ପ୍ରଭୂତ ଲୁଟପାଟ ଓ ସଂହାର ଆରମ୍ଭ ହେଲା ।
ଶ୍ରୀ ମେହେର ଚାନ୍ଦ ମହାଜନ ସେତେବେଳେ କଶ୍ମୀରର ମୁଖ୍ୟମନ୍ତ୍ରୀ ପଦାସୀନ ଥିଲେ । ପରବର୍ତ୍ତୀ ସମୟରେ ସେ ଭାରତର ସର୍ବୋଚ୍ଚ ନ୍ୟାୟଳୟର ପ୍ରଧାନ ନ୍ୟାୟାଧୀଶ ହୋଇଥିଲେ ।
୧୫ ଅକ୍ଟୋବର ୧୯୪୭ରେ ମହାରାଜା ବ୍ରିଟିଶ ସରକାରଙ୍କୁ କହିଲେ,ପାକିସ୍ତାନ ଯଥାସ୍ଥିତି ଅନୁବନ୍ଧର ଉଲଙ୍ଗନ କରିଛି । ଗୁରୁଦାସପୁର, ଗିଳଗିଟ ପ୍ରଦେଶରେ ସେମାନଙ୍କ ଚଢ଼ାଉ ଜାରି ରହିଛି । ପୁଞ୍ଜରେ ବି ଆକମ୍ରଣରୁ ବର୍ତ୍ତୀ ପାରିନି । ବ୍ରିଟିଶ ସରକାର ହସ୍ତକ୍ଷେପ କରି ପାକିସ୍ତାନକୁ ବୁଝାନ୍ତୁ । ଏହି ପ୍ରକାର ଆଶା ସହିତ ମହାରାଜା ପତ୍ର ଲେଖିଥିଲେ ।
ଚିଠିର କୌଣସି ଉତ୍ତର ମିଳିଲାନି ।
୧୮ ଅକ୍ଟୋବର ୧୯୪୭ରେ ମହାରାଜା ହିନ୍ଦୁସ୍ତାନର ଗଭର୍ଣ୍ଣର ଜେନେରାଲ ଲଡର଼୍ ମାଉଣ୍ଟବ୍ୟାଟେନଙ୍କୁ ଏବଂ ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ଜିନ୍ନାଙ୍କୁ ଏକ ବିଶେଷ ପତ୍ର ଲେଖିଲେ ।
ଜିନ୍ନା ଉତ୍ତର ଦେଲେ । ସେଥିରେ ଅନେକ ଅଭିଯୋଗ ଥିଲା ଏବଂ ଭାଷା ଔଦ୍ଧତ୍ୟପୂର୍ଣ୍ଣ ଥିଲା । ପାକିସ୍ତାନକୁ ଆକ୍ରମଣ କରିବାର ଅଧିକାର ପ୍ରାପ୍ତ ଥିଲା । ସେଇ ଆକ୍ରମଣ ଦ୍ୱାରା ଯେଉଁ କ୍ଷତି ହେଲା ତାହାର ଦୁଃଖ ଅଭିବ୍ୟକ୍ତିର ଅଧିକାର ବି କାଶ୍ମୀରର ମହାରାଜାଙ୍କ ନ ଥିଲା । ମହାରାଜାଙ୍କ ମନୋସ୍ଥିତି ଏପରି ଥିଲା :
“ଆମେ ନିଶ୍ୱାସ ବି ନେଉ ତ ହେଉ ବଦନାମ ।
ସେମାନେ ହତ୍ୟା କଲେ ବି ହୁଏନି ଚର୍ଚ୍ଚା ।”
ଜିନ୍ନାଙ୍କ ଉତ୍ତରରେ ଲେଖାଥିଲା ଯେ ପୂର୍ବ ପଞ୍ଜାବର ଅଶାନ୍ତ ବାତାବରଣ ଯୋଗୁଁ ଯାତଆତ ବାଧାପ୍ରାପ୍ତ ହେଉଛି । ତେଣୁ କୋଇଲା ଉପଲବ୍ଧ ହେଉନାହିଁ । କେଉଁ କେଉଁ କାରଣ ଯୋଗୁଁ ବ୍ୟବସାୟିକ ସମ୍ବନ୍ଧରେ ବାଧା ଆସୁଛି ବା ରୋକ ଲାଗୁଛି ଏହା ତାଙ୍କ ଉତ୍ତରର ପ୍ରମୁଖ ବିଷୟବସ୍ତୁ ଥିଲା ।
କିନ୍ତୁ ତିନି-ଚାରିଦିନରେ ପାକିସ୍ତାନ କାଶ୍ମୀର ଉପରେ ବ୍ୟାପକ ଆକ୍ରମଣ କରିଦେଲା(ଅପରେସନ ଗୁଲମାର୍ଗ) । ଆଫ୍ରିକୀୟ, ବଝୀରୀ, ମସହଦ, ପଠାଣ ଆଦି ନାମଧାରୀ ସମ୍ପ୍ରଦାୟର ଦଳର ନେତୃତ୍ୱ ଛୁଟିରେ ଥିବା ପାକିସ୍ତାନର ସେନାଧିକାରୀ କରୁଥିଲେ । ଘରି ଏବଂ ଡୋମେଲକୁ ବିଧ୍ୱସ୍ତ କରି ସେମାନେ ମୁଜଫରବାଦରେ ପହଞ୍ଚିଲେ । ଲେଫ୍ଟନାଣ୍ଟ କର୍ଣ୍ଣେଲ ନାରାୟଣ ସିଂହଙ୍କ ସେନାରେ ନିଯୁକ୍ତ ମୁସଲମାନ ସୈନିକ ପାକିସ୍ତାନ ସମର୍ଥିତ ଆକ୍ରମଣକାରୀଙ୍କ ସହିତ ମିଳିତ ହୋଇ ପଳାୟନ କରିବା ବିଷୟ ପୂର୍ବରୁ ଉଲ୍ଲେଖ କରାଯାଇଛି । ମୁଜଫରାବାଦକୁ ଶତ୍ରୁ କବ୍ଜା କରିନେଲେ । ଏବେ ସେମାନଙ୍କ ନିଶାଣରେ ଥିଲା ବାରାମୁଲ୍ଲା । ବାଟରେ ସେମାନେ ଉରି ଉପରେ ଆକ୍ରମଣ କଲେ । କେବଳ ୨୫୦ ସୈନିକଙ୍କ ସହିତ ବି୍ରଗେଡ଼ିୟର ରାଜେନ୍ଦ୍ର ସିଂହ ଉରିରେ ବୀରତ୍ୱର ସହିତ ଶତ୍ରୁର ସାମ୍ନା କଲେ । ଏହି ଯୁଦ୍ଧ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଲା । ଅନ୍ତରେ ସମସ୍ତେ ବୀରଗତି ପ୍ରାପ୍ତ ହେଲେ । ଏହା ପରେ ହିଁ ଶତ୍ରୁ ଉରି କବ୍ଚା କରିନେବାରେ ସଫଳ ହେଲା ।
ଆକ୍ରମଣକାରୀ ୨୪ ଅକ୍ଟୋବରରେ ମାହୁରା ବିଦ୍ୟୁତ କେନ୍ଦ୍ର ଅକ୍ତିଆର କରିନେଲେ । ଶ୍ରୀନଗର ବିଦ୍ୟୁତ ଚାହିଦା ମେଣ୍ଟାଉଥିଲା ଏହି କେନ୍ଦ୍ର । ମହୁରା ଶତ୍ରୁ କବଳିତ ହେବା ପରେ ସଂପୂର୍ଣ୍ଣ ଶ୍ରୀନଗର ଅନ୍ଧାରରେ ଡୁବି ଗଲା ।୨୬ ଅକ୍ଟୋବରରେ ଇଦ୍ ଥିଲା । ଶତ୍ରୁସେନା ଘୋଷଣା କଲେ ଯେ ଇଦ୍ର ନମାଜ ଶ୍ରୀନଗରର ମସଜିଦରେ ପାଠ କରାଯିବ ।
୨୪ ଅକ୍ଟୋବରରେ କାଶ୍ମୀର ମହାରାଜା ହିନ୍ଦୁସ୍ତାନର ସହାୟତା ପାଇଁ ପ୍ରାର୍ଥନା କଲେ । ୨୫ ଅକ୍ଟୋବରରେ ହିନ୍ଦୁସ୍ତାନ ଶାସନ ସୁରକ୍ଷା ସମିତି ଗୋଷ୍ଠୀ ସ୍ଥାପନ ହେଲା । ଏହାର ଅଧ୍ୟକ୍ଷ ମାଉଣ୍ଟବ୍ୟାଟେନ ଥିଲେ ।
କାଶ୍ମୀରକୁ ସହାୟତା ଦେବା ପାଇଁ ବିଚାରବିମର୍ଶ ଚାଲିଲା । ଅଧିକାରୀଗଣଙ୍କ ଦିଲ୍ଲୀରୁ ଶ୍ରୀନଗର ଏବଂ ଶ୍ରୀନଗରରୁ ଦିଲ୍ଲୀ ବିମାନ ଯାତ୍ରା ଚାଲିଲା । ରାଜନୈତିକ ଦୃଷ୍ଟିକୋଣରୁ କାଶ୍ମୀର ହିନ୍ଦୁସ୍ତାନରେ ବିଲୀନ ପଶ୍ଚାତ୍ ହିଁ ସହାୟତା ଦେବା ସମ୍ଭାବନା ଥିଲା ।
ମହାରାଜା ନିଜ ବିଲୀନକରଣ ଯାଚିକାରେ ଲେଖିଥିଲେ, “ଶେଖ୍ ଅବଦୁଲ୍ଲାଙ୍କୁ ଶାସନଭାର ଅର୍ପଣ କରିବା ମୋର ଇଛା ।” ମହରାଜାଙ୍କ ଏହି ନିର୍ଣ୍ଣୟ ସ୍ୱତଃସ୍ଫୂର୍ତ୍ତ ଥିଲା ବା ହିନ୍ଦୁସ୍ତାନର ସହାୟତା ପାଇବା ଅଭିପ୍ରାୟରେ ସେ ଏହା ଏପରି କରିଥିଲେ ତାହା ସ୍ପଷ୍ଟ ନୁହେଁ, କାରଣ ଭାରତରେ ବିଳୟ ପାଇଁ ତାଙ୍କ ଉପରେ ଚାପ ପଡ଼ୁଥିଲା । କାରବେଲ ନିଜ ପୁସ୍ତକ (ପୃଷ୍ଠା ୮୫)ରେ ଶଙ୍କା ବ୍ୟକ୍ତ କରିଛନ୍ତି ଯେ ହିନ୍ଦୁସ୍ତାନ ଆଡ଼ୁ ଚାପ ଥିଲା । ଶ୍ରୀ ହୀରାଲାଲ ସାକ୍ସେନା ନିଜ ପୁସ୍ତକର ପ୍ରସ୍ତାବନାର ଆଠ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ହିନ୍ଦୁସ୍ତାନ ଶାସନ ‘ଯଥାସ୍ଥିତି’ ଅନୁବନ୍ଧକୁ ସେତେବେଳେ ସ୍ୱୀକାର କଲେ ଯେବେ ନ୍ୟାସନାଲ କଂଗ୍ରେସ ନେତା ଶେଖ ଅବଦୁଲ୍ଲାଙ୍କୁ କାଶ୍ମୀର ଶାସନ ମୁକ୍ତ କଲେ, ଅର୍ଥାତ ତତ୍କାଳୀନ ହିନ୍ଦୁସ୍ତାନ ଶାସନ ସହାୟତା ଦେବା ଲାଗି ସେତେବେଳେ ରାଜି ହେଲେ ଯେବେ କାଶ୍ମୀର ଶାସକ ଶେଖ ଅବଦୁଲ୍ଲାଙ୍କୁ ଶାସକ କରିବା ନିମନ୍ତ୍ରଣ ସ୍ୱୀକାର କଲେ ।
କାଶ୍ମୀରର ବିଳୀନକରଣକୁ ସ୍ୱୀକୃତି ମିଳିଲା । ସେହି ଅନୁସାରେ ଭାରତ ସରକାର ସେନା ପଠାଇବାର ଯୋଜନା କଲେ, କିନ୍ତୁ ସର୍ତ୍ତାନୁସାରେ । ସର୍ତ୍ତ ହେଲା ଆକ୍ରମଣକାରୀଙ୍କୁ କାଶ୍ମୀରୁ ଭଗେଇଦେବା ପରେ ହିଁ, କାଶ୍ମୀର ଜନମତ ଅନୁସାରେ କେଉଁଠାରେ ବି ସମ୍ମିଳିତ ହେବାପାଇଁ, ନିଜ ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବା ପାଇଁ ସ୍ୱତନ୍ତ୍ର ହେବେ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ସମୟରେ ଶେଖ ଅବଦୁଲ୍ଲା ନିଜ ପରିବାରକୁ ଇନ୍ଦୋରଠାରେ ନିଜ ଶଳାଙ୍କ ନିବାସକୁ ପଠାଇଦେଇଥିଲେ ଏବଂ ସେ ବି ଶ୍ରୀନଗରରେ ନଥିଲେ । (The Iron Curtain in Kashmir : ଲେଖକ ଶ୍ରୀ ହୀରାଲାଲ ସାକ୍ସେନା, ପୃଷ୍ଠା ୨୫) । ଶେଖ ଅବଦୁଲ୍ଲା ତତ୍କାଳୀନ ମନ୍ତ୍ରୀମଣ୍ଡଳ ଗଠନ କଲେ ।
କାଶ୍ମୀରର ଭବିଷ୍ୟତ କାଶ୍ମୀରବାସୀ ସ୍ଥିର କରିବେ, ଏପରି ନିର୍ଣ୍ଣୟ ଭାରତୀୟ ନେତାଙ୍କ ମୁସଲମାନ ତୁଷ୍ଟିକରଣ ନୀତି ଓ ଅପରିଣାମଦର୍ଶିତା ଥିଲା । ନେତାମାନେ ଭୁଲିଯାଇଥିଲେ ଯେ ମୂଳତଃ କାଶ୍ମୀର ହିନ୍ଦୁଭୂମି, ଏଠାକାର ନିବାସୀଙ୍କ ଧର୍ମାନ୍ତରଣ କରାଯାଇ ଇସଲାମ ଧର୍ମରେ ଦୀକ୍ଷିିତ କରାଯାଇଛି । ଓଲଟା ଏହା ସର୍ତ୍ତ ରଖିବାର ଥିଲା ଯେ ଆକ୍ରମଣକାରୀମାନେ କାଶ୍ମୀରରୁ ବାହାରକୁ ଚାଲିଯାଆନ୍ତୁ । ଏପରି ସର୍ତ୍ତ ଦେଶ ପ୍ରତି ଉପହାସ ସଦୃଶ୍ୟ ଯେ ଆମ ସୈନିକମାନେ ବଳିଦାନ ଦେବେ ଓ ସେଠାକାର ମୁସଲମାନଙ୍କ ସନ୍ତୁଷ୍ଟି ପାଇଁ ସେମାନଙ୍କୁ କୁହାଯିବ ଯେ ଆପଣମାନେ ଏବେ ସଙ୍କଟମୁକ୍ତ; ଯେଉଁଠାରେ ଇଚ୍ଛାସେହି ଦେଶ ସହିତ ବିଳୀନ ହେଇଯାଅ । ସେଠାକାର ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଭବିଷ୍ୟତ ବି ସେଠାକାର ମୁସଲମାନଙ୍କ ହାତରେ ବନ୍ଧା ପଡ଼ିଗଲା, ସେମାନଙ୍କ ଆଶ୍ରାରେ ଛାଡ଼ିଦେବା । ତା’ହେଲେ ଏ ପରିଶ୍ରମ କ’ଣ ପାଇଁ? ସୈନିକଙ୍କ ବଳି ଦେବା ଭଳି ଉଦାରତା କ’ଣ ପାଇଁ? ଶ୍ରୀ ବି.ପି.ମେନନ ସ୍ୱୀୟ ପୁସ୍ତକର ହାଇଦ୍ରାବାଦ ଅଧ୍ୟାୟରେ ଏକ ବାକ୍ୟ ଅନୁସାରେ , “It is axiomatic that no nation can afford to be generous at the cost of its integrity and India had no reasons to be afraid of her own shadow.” ଅର୍ଥାତ୍ “ଏ କଥା ସ୍ୱୟଂସିଦ୍ଧ ଯେ ନିଜ ଏକାତ୍ମକତା ହରାଇ ଉଦାର ହେବା କୌଣସି ରାଷ୍ଟ୍ର ଲାଗି ଶୁଭଙ୍କର ନୁହେଁ । ହିନ୍ଦୁସ୍ତାନ ନିଜ ଛାଇକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ।”
ଶ୍ରୀ ବି.ପି. ମେନନ ଏହାର ସମର୍ଥନ କରନ୍ତି ଯେ ଆମେ କାଶ୍ମୀରର ଆତ୍ମନିର୍ଣ୍ଣୟର ମାର୍ଗ ଉନ୍ମୁକ୍ତ ରଖିଲୁ । ନିଜ ପୁସ୍ତକର ପୃଷ୍ଠା ୪୧୩ରେ ସେ ଲେଖନ୍ତି ଯେ, “କାଶ୍ମୀର ପ୍ରସଙ୍ଗରେ ଆମର ଭୂମିବିସ୍ତାର ଅଭିଳାଷା ନଥିଲା । ଯଦି ଶତ୍ରୁ ଆକ୍ରମଣ ନ କରି ଥାଆନ୍ତେ, ତାହେଲେ ହିନ୍ଦୁସ୍ତାନ ସରକାର ହସ୍ତକ୍ଷେପ କରି ନ ଥାନ୍ତେ । ମାଉଣ୍ଟବ୍ୟାଟେନ ଇଂଲଣ୍ଡରୁ ଫେରିଥିଲେ । ସେ କହିଥିଲେ ଯେ କାଶ୍ମୀର ମହାରାଜା ଯଦି ନିର୍ଣ୍ଣୟ ନିଅନ୍ତି ଯେ କାଶ୍ମୀର ପାକିସ୍ତାନ ସହିତ ବିଲୀନ ହେବ ତା’ହେଲେ ଏପରି କରିବା ପାଇଁ ସେ ପୂର୍ଣ୍ଣ ରୂପରେ ସ୍ୱତନ୍ତ୍ର୍ୟ ଥିଲେ । ଏ କଥା ହିନ୍ଦୁସ୍ତାନ ଶାସନ ପକ୍ଷରୁ କଶ୍ମୀରର ମହାରାଜାଙ୍କ ଆଧିକାରିକ ଭାବେ କୁହାଯାଇଥିଲା । ”
ଏବଂ ହିନ୍ଦୁସ୍ତାନ ଶାସନ ନିଜର କେଉଁ ଭୂମିକା ଦ୍ୱାରା ପ୍ରେରିତ ହୋଇ, କେଉଁ ଅଧିକାରରେ କହିଲେ ଯେ କାଶ୍ମୀର ଯଦି ପାକିସ୍ତାନରେ ବିଲୀନ ହେବ ଆମର କୌଣସି ଆପତ୍ତି ନାହିଁ । କ’ଣ ଏପରି ମନୋଭାବ ଏଇଥିପାଇଁ ଯେ ସେଠାରେ ମୁସଲମାନ ବହୁସଂଖ୍ୟକ ଥିଲେ?ପୁଣି “ଆମେ ଦ୍ୱିରାଷ୍ଟ୍ରବାଦକୁ ମାନିଲୁ ନାହିଁ” ଏପରି ବାରମ୍ବାର ପ୍ରଚାର କେଉଁଥିପାଇଁ? ଶ୍ରୀ ମେନନ ନିଜ ଗ୍ରନ୍ଥର ପୃଷ୍ଠା ୪୧୨ରେ ଲେଖନ୍ତି ଜିନ୍ନା ଏବଂ ମୁସଲିମ୍ ଲିଗ୍ ଉଭୟ ବିଭାଜନ ପୂର୍ବ ଯାହା ବି କହିଥାଆନ୍ତୁ ନା କାହିଁକି ବିଭାଜନର ଅନୁମତି ଦେବାବେଳେ କଂଗ୍ରେସ ନେତା ଦ୍ୱିରାଷ୍ଟ୍ରବାଦର ଅନୁମତି ଦେଇନଥିଲେ ।
ଏହାର ଅର୍ଥ ଯେ କଂଗ୍ରେସ ଦୃଷ୍ଟିରେ ପାକିସ୍ତାନ-ନିର୍ମାଣର ସ୍ୱୀକୃତି ଦ୍ୱିରାଷ୍ଟ୍ରବାଦର ସିଦ୍ଧାନ୍ତ ଯୋଗୁଁ ହୋଇ ନ ଥିଲା । କିନ୍ତୁ ଏହା ଐତିହାସିକ ସତ୍ୟର କଣ୍ଠରୋଧ କରିବା ହେବ । କଂଗ୍ରେସ ଦ୍ୱାରା ଭାରତମାତାଙ୍କ ଅଙ୍ଗ-ଭଙ୍ଗର ଅପରାଧବୋଧ ବି ଅନୁଭବ ନକରିବା କେତେ ବଡ଼ ହୃଦୟହୀନତା । ଏହା ଦ୍ୱାରା ଏହି ନିଷ୍କର୍ଷରେ ମଧ୍ୟ ଉପନୀତ ହେବାକୁ ପଡ଼ୁଛି ଯେ କଂଗ୍ରେସର ନକ୍ସାରେ ଭାରତର ସୀମା ପାକିସ୍ତାନ ଛାଡ଼ିକରି ଥିଲା । ତେଣୁ ପାକିସ୍ତାନ ତ ତାଙ୍କ ସ୍ୱୀକୃତି ପୂର୍ବରୁ ଅସ୍ତିତ୍ୱରେ ଥିଲା । ସିଧା ପ୍ରଶ୍ନ ହେଉଛି ଶେଖ ଅବଦୁଲ୍ଲା ଏବଂ ନ୍ୟାସନାଲ କନଫେରେନ୍ସ ଯଦି ଦ୍ୱିରାଷ୍ଟ୍ରବାଦ ଦ୍ୱାରା ଗ୍ରସିତ ନ ଥିଲେ ଅର୍ଥାତ୍ ସ୍ୱେକ୍ୟୁଲାର ଥିଲେ ତାହେଲେ ହିନ୍ଦୁସ୍ତାନରେ ପୂର୍ଣ୍ଣ ରୂପରେ ସମ୍ମିଳିତ ହେବା ପାଇଁ ସେ କାହିଁକି କୁଣ୍ଠିତ ଥିଲେ? କଂଗ୍ରେସର ଦ୍ୱିରାଷ୍ଟ୍ରବାଦକୁ ମାନିବା ନ ମାନିବାରୁ କେବେ ବି କୌଣସି ସଠିକ୍ ନିଷ୍କର୍ଷ ବାହାରିନି । ଦ୍ୱିରାଷ୍ଟ୍ରବାଦର ଅର୍ଥ ହେଉଛି ଯିଏ ଯାହା ଚାହୁଁଛି ନିଅ କିନ୍ତୁ ଜନତା ଏହା ଅର୍ଥ ଭଲ ଭାବେ ଜାଣନ୍ତି । ଦ୍ୱିରାଷ୍ଟ୍ରବାଦର ଆଧାରରେ ଭାରତ-ବିଭାଜନ ପାଇଁ କଂଗ୍ରେସକୁ ଦୋଷୀ ମାନନ୍ତି ।
ହିନ୍ଦୁସ୍ତାନ ଭୂମିରେ ପାକିସ୍ତାନ କେବେ ବି ଅଭିପ୍ରେତ ନଥିଲା ତଥାପି ସେ ଭୂଭାଗ ହିନ୍ଦୁସ୍ତାନରୁ ଭାଙ୍ଗିନିଆଗଲା । ଏହାର ପଶ୍ଚାତ୍ ହିନ୍ଦୁସ୍ତାନର ସଂଲଗ୍ନ ଭୂଭାଗ ହରାଇ ପାକିସ୍ତାନର ଭୂମି ବିସ୍ତାର ଲୋଭକୁ ତୃପ୍ତ କରିବା ଦେଶ ପାଇଁ ହିତକାରୀ ନୁହେଁ । କ’ଣ ଏହି ବିଚାରାଧାରା ସେ ସମୟରେ ନେତାଗଣଙ୍କ ମନକୁ ପ୍ଲାବିତ କରିନଥିଲା? ସେଠାରେ ଅବଶ୍ୟ ମୁସଲମାନ ବହୁ ସଂଖକ କିନ୍ତୁ ଯେଉଁ କାଳଖଣ୍ଡରେ ଏହି ମୁସଲମାନଙ୍କ ପୂର୍ବଜ ହିନ୍ଦୁ-ସଂସ୍କୃତିରୁ ଭ୍ରଷ୍ଟ ହେଲେ ସେ ଆଠଶହ ବର୍ଷର ଇତିହାସ ଭୁଲିବା ଓ ସେ ଭୂଭାଗ ମୁସଲମାନ ତୃଷ୍ଟି ବା ପାକିସ୍ତାନର ଅଧୀନ କରାଯିବା ନିଜ ଦେଶ ପାଇଁ ଯେ ହାନିପ୍ରଦ, ଏଭଳି ଧାରଣା କ’ଣ ସେ ଦିନମାନଙ୍କରେ ସର୍ଦାର ପଟେଲଙ୍କ ଭଳି ନେତାମାନଙ୍କ ମନକୁ ଆସିନଥିବ?
ହିନ୍ଦୁସ୍ତାନର ସେନା କାଶ୍ମୀରରେ ବିମାନରୁ ଅବତରଣ କରିବାର ନିର୍ଣ୍ଣୟ ୨୬ ଅକ୍ଟୋବର ୧୯୪୭ରେ ନିଆଗଲା । ପରଦିନ ସକାଳେ ପାଖାପାଖି ୧୦୦ ବାୟୁଯାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଲେ । ପ୍ରାତଃ ଦଶଟାରେ ବିମାନର ପ୍ରଥମ ଦଳ ଶ୍ରୀନଗର ବିମାନବନ୍ଦରରେ ଚକ୍କର କାଟୁଥିବା ନଜର ଆସିଲା । ରନ୍ୱେ ଧ୍ୱସ୍ତ ହୋଇନାହିଁ ବୋଲି ନିଶ୍ଚିତ ହେଲା ପରେ ଆମର ବାୟୁଯାନ ସେଠାରେ ଅବତରଣ କରିବା ଆରମ୍ଭ କଲେ ।
ଆକ୍ରମଣକାରୀ ବାରମୂଲା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ସେମାନେ ଶ୍ରୀନଗର ଯାଏ ବି ଆସିଯାଇଥିଲେ । ବାରମୂଲା ବାଟେ ଶ୍ରୀନଗରକୁ ପ୍ରବେଶ ମାର୍ଗ ଥିଲା । ଆକ୍ରମଣକାରୀଙ୍କ ସଂଖ୍ୟା, ସେମାନଙ୍କ ଅସ୍ତ୍ରଶସ୍ତ୍ର, ସେମାନଙ୍କ ବ୍ୟାପକତା ଆଦିର କଳନା ଭାରତୀୟ ସେନା କରିନଥିଲେ । ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଏ ବାରମୂଲା ଦିଗେ ଅଗ୍ରସର ହେଲେ । ସେମାନେ ଦେଖିଲେ ତଥାକଥିତ ଜନଜାତି ସମୂଦାୟର ଉପଦ୍ରବକାରୀ ଆଧୁନିକ ଅସ୍ତ୍ରରେ ସୁସଜ୍ଜିତ । ସଂଖ୍ୟାବଳରେ ବି ସେମାନେ ଅଧିକ ଶକ୍ତିଶାଳୀ ଥିଲେ । ତେଣୁ ଶ୍ରୀ ରାଏ ପଟ୍ଟନଯାଏ ଆସିଲେ ଓ ଶତ୍ରୁର ସାମ୍ନା କଲେ । ରାଏ ଓ ତାଙ୍କର ଦଳ ମୃତାହତ ହେଲେ । ଆମର ସୈନିକଙ୍କ ସାହସିକତା ଅତୂଳନୀୟ ଥିଲା ।
କାଶ୍ମୀରର ଗିଲିଗିଟ କ୍ଷେତ୍ରରେ ମୁସଲମାନ ସୈନିକ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଜିର ଖାନଙ୍କ ନେତୃତ୍ୱରେ ୪ ନଭେମ୍ବର, ୧୯୪୭ରେ ସ୍ୱତନ୍ତ୍ର ରାଜ୍ୟ ଘୋଷିତ କଲେ । ଅନେକ ହିନ୍ଦୁଙ୍କୁ ସେଠାରେ ହତ୍ୟା କରାଗଲା ।
ଆମର ସେନା ନିଜର ସମସ୍ତ ଶକ୍ତି ଲଗାଇ ଚଢ଼ାଉ କରି ନଭେମ୍ବରରେ ବାରମୂଲାକୁ ସ୍ୱାଧୀନ କଲେ । ସେଠାକାର ଜନସଂଖ୍ୟା ୧୪୦୦ ଥିଲା, କିନ୍ତୁ ସେଠାରେ ମୁସ୍କିଲରେ ୧୦୦୦ ଲୋକ ହିଁ ବଞ୍ଚିଥିବେ । ଲୁଟପାଟ ସହିତ ଅନେକ ସ୍ତ୍ରୀ ଅପହୃତ ହୋଇଥିଲେ । ଗାଁର ମୁସଲମାନ ସମ୍ପ୍ରଦାୟ ଆକ୍ରମଣକାରୀଙ୍କ ମାର୍ଗଦର୍ଶନ ଓ ସେମାନଙ୍କ ସ୍ୱାଗତ କରିବାରେ ବ୍ୟସ୍ତ ଥିଲେ ।
ଶ୍ରୀ ମେନନ ଲେଖିଛନ୍ତି, ନାଦିର ଶାହ ଦିଲ୍ଲୀ ଧୋଇଲେ, ଏହା ଆମେ ଇତିହାସରେ ପଢ଼ିଛୁ । ଏହାର ପୁନରାବୃତ୍ତି ପାକିସ୍ତାନ ସମର୍ଥିତ ଜନଜାତି ସମୂଦାୟ କାଶ୍ମୀରରେ କଲେ । କିନ୍ତୁ ମୁସଲମାନ ଆକ୍ରମଣ କରିବାର ସାହସ, ଶକ୍ତି କେଉଁଠୁ ଜୁଟାଇ ପାରିଲେ? ସେମାନଙ୍କ ସଂଖ୍ୟାବଳ ବଢ଼ିଲା କେମିତି?ତାପôର୍ଯ୍ୟ ଏହା ଯେ ଇତିହାସର ପୁନରାବୃତ୍ତି କାଳେ କାଳେ ହୋଇଥାଏ । ଏହା କାଶ୍ମୀର ଇତିହାସରେ ସ୍ପଷ୍ଟ ପ୍ରତିଫଳିତ ହେଉଥିଲା ।
୧୧ ନଭେମ୍ବରରେ ରଜୌରୀରେ ଆକ୍ରମଣକାରୀ ଗୋଷ୍ଠୀଙ୍କ ନୃଂଶସତା ସୀମା ଟପିଗଲା । ତିନିଶହ ସ୍ତ୍ରୀ ରାଜୌରିର ତହସିଲ କୋଠାରେ ଅଗ୍ନିକୁଣ୍ଡ ପ୍ରସ୍ତୁତ କରି ଅଗ୍ନି ପ୍ରବେଶ କଲେ । ଏହା ଜୌହାର ଥିଲା । (The Iron Curtain in Kashmir : ଲେଖକ ଶ୍ରୀ ହୀରାଲାଲ ସାକ୍ସେନା) । ଆମର ସେନା ସେଠାରେ ପହଞ୍ଚି କେବଳ ହାଡ଼ର ସ୍ତୁପ ଦେଖିଲେ ।
ମୀରପୁରରେ ୨୫ ନଭେମ୍ବରରେ ୧୫୦୦ ହିନ୍ଦୁଙ୍କ ମୁଣ୍ଡକାଟ କଲେ ଏହି ବର୍ବର ଶତ୍ରୁଗୋଷ୍ଠୀ । ଆମରି ହିଁ ଲୋକେ ସ୍ୱ ସଂସ୍କୃତିରୁ ବାହାରିଯାଇ ମୂଳ ସଂସ୍କୃତିକୁ କିପରି ଛିନ୍ନଭିନ୍ନ କରିପକାନ୍ତି , ଏହା ତାହାର ପ୍ରତ୍ୟକ୍ଷ ଉଦାହରଣ ଥିଲା ।
ଆମର ସେନା ୧୧ ନଭେମ୍ବରରେ ଉରି ଅକ୍ତିଆର କଲେ ଓ ଅତ୍ୟନ୍ତ ଉତ୍ସାହର ସହ କ୍ରୁର ଶତ୍ରୁ ସହିତ ଲଢ଼ିଲେ, ଏହାର ପ୍ରମାଣ ହେଲା ଏକ ପରେ ଏକ ଶତ୍ରୁ କବଳିତ କ୍ଷେତ୍ରକୁ ସଫଳତାର ସହ ମୁକ୍ତ କରିନେବା ।
ଅପର ପକ୍ଷେ, ଦିଲ୍ଲୀ-କରାଚି ଏବଂ ଦିଲ୍ଲୀ ଲାହୋର ମଝିରେ ବାକ୍ୟୁଦ୍ଧ ଜାରିରହିଲା । କାଶ୍ମୀର ପ୍ରସଙ୍ଗ ଅସମାହିତ ବିତର୍କିତ ରୂପ ନେବାର ସପ୍ତାହେ ପଶ୍ଚାତ୍ ଅର୍ଥାତ୍ ୨୦ ନଭେମ୍ବର ୧୯୪୭ରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଭାଷଣ ଆକାଶବାଣୀରେ ପ୍ରସାରିତ ହେଲା । ସେ କହିଥିଲେ, “ସମସ୍ତ ପରିଣାମକୁ ବିଚାର କରି ଆମେ କାଶ୍ମୀର ପ୍ରକରଣରେ ପଦକ୍ଷେପ ନେଲୁ । ଆମର ଶାନ୍ତ ରହିବା ପରିଣାମ ହେଲା ଛଳବଳ, ଘର ଜାଳିବା, ବଳାକôାର, ନରସଂହାର ଓ ଏପରି କୃତରେ ଶିର ନୁଆଁଇ ରଖିବା କାଶ୍ମୀର ପ୍ରତି ବିଶ୍ୱାସଘାତକତା ହେବ । ଏହା କାଶ୍ମୀରର ଯୁଦ୍ଧ ଆକ୍ରମଣକାରୀଙ୍କ ବିପକ୍ଷରେ ଯୁଦ୍ଧ, ଜନତାର ଯୁଦ୍ଧ , ତେଣୁ ଥରେ ସେଠାରେ ଶାନ୍ତି ସ୍ଥାପିତ ହୋଇଗଲେ ଜାତିସଙ୍ଘର ଅନୁଶାସନରେ ସେଠାରେ ଲୋକମତର ବିଚାର କରାଯିବ ଏବଂ ବିଲୀନକରଣ କେଉଁଠାରେ ହେବ ଏହା ନିଶ୍ଚିତ କରାଯିବ । ” ନେହେରୁଙ୍କ ବ୍ୟକ୍ତବ୍ୟରେ ଶେଖ ଅବଦୁଲ୍ଲାଙ୍କ ପ୍ରଭାବ ଥିଲା ।
ଲିକାୟତ ଅଲ୍ଲୀଙ୍କ ପ୍ରତିକ୍ରିୟା ଲାହୋର ଆକାଶବାଣୀରେ ଧ୍ୱନିତ ହେଲା । ସେ କହିଲେ, “ଗୁଲାପ ସିଂହ (ଡୋଗ୍ରା ରାଜପୁତ ପ୍ରତିଷ୍ଠାତା ଏବଂ ଜାମ୍ମୁ କାଶ୍ମୀରର ପ୍ରଥମ ମହାରାଜା)ଏବଂ ଇଂରେଜଙ୍କ ମଧ୍ୟରେ ଅମୃତସରଠାରେ ହୋଇଥିବା ସନ୍ଧି (ଅମୃତସର ସନ୍ଧି, ୧୮୪୬)ମୂଳତଃ କୁଖ୍ୟାତ । ହିନ୍ଦୁସ୍ତାନର କାଶ୍ମୀର ଉପରେ ଆଧିପତ୍ୟ ଜାହିର କରିବା କେବଳ ଅବୈଧ ନୁହେଁ, ଅପିତୁ ଅନୈତିକ ବି । କାଶ୍ମୀରର ମହାରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କାଶ୍ମୀର ଲୋକଙ୍କର କିନ୍ତୁ ବାହାର ଲୋକଙ୍କର ସେଇ କାଶ୍ମୀର ଜନତାଙ୍କ ପ୍ରତି ସହାନୁଭୂତି ଅଛି । ତେଣୁ ହିନ୍ଦୁସ୍ତାନ ଶାସନ ଏପରି ଏକ ଦୃଶ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ଯେ କାଶ୍ମୀର ଉପରେ ବାହ୍ୟ ଆକ୍ରମଣ ହୋଇଥିଲା ।” ଇତିହାସରେ ମିଥ୍ୟା ରଚନା ଲିପିବଦ୍ଧ କରାଯାଇଥିଲା । କାଶ୍ମୀରକୁ ବଞ୍ଚାଇବା ହିନ୍ଦୁସ୍ତାନର ଉଦ୍ଧେଶ୍ୟ ନୁହେଁ, ବରଂ ପରୋକ୍ଷ ରୂପରେ ସେଠାକାର ରାଜସତ୍ତାକୁ ବଞ୍ଚାଇବା ହିଁ ତାଙ୍କ ଅସଲ ଉଦ୍ଧେଶ୍ୟ । ସେଠାକାର ଭୀରୁ ରାଜା ହିନ୍ଦୁସ୍ତାନ ସହିତ ସମ୍ମଳିତ ହେବା ପାଇଁ ଯେଉଁ ଅନୁବନ୍ଧ କରିଛନ୍ତି ତାହା କାଶ୍ମୀର ଜନତାଙ୍କ ପ୍ରତି ଧୋକା । ହିନ୍ଦୁସ୍ତାନ କାଶ୍ମୀରକୁ ଆକ୍ରମଣକାରୀର ସହାୟତା ଦେଇଛନ୍ତି ।
ଯଦି କାଶ୍ମୀର ପାକିସ୍ତାନରେ ବିଲୀନ ହୋଇଥାଆନ୍ତା ତା’ହେଲେ କାଶ୍ମୀରର ମହାରାଜା ଏବଂ ସେଠାର ହିନ୍ଦୁଙ୍କର କ’ଣ ଦୁର୍ଦ୍ଧଶା ହୋଇଥା’ନ୍ତା?ଏହା ଲିକାୟତ ଅଲ୍ଲୀଙ୍କ ଉପର୍ଯୁକ୍ତ ବ୍ୟକ୍ତବ୍ୟରୁ ସ୍ପଷ୍ଟ ହୁଏ ।
ପଣ୍ଡିତ ନେହେରୁ ୨୧ ନଭେମ୍ବର, ୧୯୪୭ରେ ସଂସଦରେ ବ୍ୟକ୍ତବ୍ୟ ଦେଲେ । ବିଗତ ଚାରି ସପ୍ତାହର ଘଟଣା ପ୍ରବାହର ସେ ବିବରଣୀ ଦେଲେ । କାଶ୍ମୀର ଜନତାଙ୍କୁ ନିଜ ଭବିଷ୍ୟତ ନିର୍ଦ୍ଧାରଣ କରିବାର ସୁଅବସର ମିଳିବ ଏପରି ଆଶ୍ୱାସନା ବି ଦେଲେ ।
୨୬ ନଭେମ୍ବରରେ ଦୁଇ ଦେଶ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା । ସେଥିରେ ବିଭାଜନରୁ ଉତ୍ପନ୍ନ ପରିସ୍ଥିତି ବିଷୟରେ ବି ଚର୍ଚ୍ଚା ହେଲା । ବିଭାଜନଜନିତ ସମସ୍ୟାର ସମାଧାନର ଅବଲମ୍ବନରେ ହିଁ ୨୭ ନଭେମ୍ବରରେ ୫୫ କୋଟି ଟଙ୍କା ଦେବାର ନିର୍ଣ୍ଣୟ ହେଲା ।
କିନ୍ତୁ ଏହା ପରେ ପାକିସ୍ତାନ ଅଧିକ ଉତ୍ସାହିତ ହୋଇ ନିଜ କାଶ୍ମୀର ଅଭିଯାନ ତୀବ୍ର କଲା । ସର୍ଦାର ପଟେଲ ତତ୍କ୍ଷାଣତ ସ୍ଥିତିର ଆକଳନ କରିନେଲେ ।
ଏବେ ଆଉ ପାକିସ୍ତାନର ଔଦ୍ଧତ୍ୟକୁ ବରଦାସ୍ତ କରାଯିବନି ବୋଲି ହିନ୍ଦୁସ୍ତାନର ନେତାଗଣ ନିଶ୍ଚିତ କଲେ । ଏକ ପଟେ ଆମ ନେତା ପ୍ରଯତ୍ନ କରୁଥିଲେ ଯେ ପାକିସ୍ତାନ ସମର୍ଥିତ ଜନଜାତି ସମୂଦାୟଙ୍କ କାଶ୍ମୀରର ବିଭିନ୍ନ ପ୍ରାନ୍ତ ଉପରେ ଆକ୍ରମଣକୁ ପ୍ରତିହତ କରିବା । କିନ୍ତୁ ଅପରପକ୍ଷେ ସେହି ଆକ୍ରମଣକାରୀକୁ ୫୫ କୋଟି ପ୍ରଦାନର ଆଶ୍ୱସନା ଏଭଳି ଆନ୍ତରିକ ଆକ୍ରମଣ ପ୍ରତିହତ ପ୍ରଯତ୍ନତାରେ ବାଧା ସୃଷ୍ଟି କରୁଥିଲା ।
ଏପରି ପରସ୍ପର ବିରୋଧି ପରିସ୍ଥିତିରେ ହିନ୍ଦୁସ୍ତାନ ୫୫ କୋଟିର ବିପୁଳ ଅର୍ଥରାଶି ପାକିସ୍ତାନୁ ନ ଦେବା ପାଇିଁଁ ନିଷ୍ପତ୍ତି ଗାନ୍ଧୀଜୀଙ୍କ ଅନଶନ ଯୋଗୁଁ ବଦଳାଇବାକୁ ବାଧ୍ୟ ହେଲେ ସରକାର । ସଦ୍ଭାବନା ବଜାୟ ରଖିବା ପାଇଁ ଏହି ଅର୍ଥ ରାଶି ପ୍ରଦାନ କରାଗଲା ବୋଲି ଯେତେ ଢୋଲ ପିଟା ଗଲେ କ’ଣ ହେବ ସେହି ସଦ୍ଭାବନାର ପ୍ରତିଦାନ ମିଳିଲା ନାହିଁ । ୫୫ କୋଟି ପ୍ରଦାନ ପଶ୍ଚାତ୍ ମଧ୍ୟ କାଶ୍ମୀର ପ୍ରଶ୍ନର ସମାଧାନର କୌଣସି ସହଯୋଗ ପାକିସ୍ତାନଠାରୁ ମିଳିଲା ନାହିଁ । ଗାନ୍ଧୀଙ୍କ ମୃତ୍ୟୁ ପରେ ଜାତିସଙ୍ଘର ସୁରକ୍ଷା ମଣ୍ଡଳରେ ପାକିସ୍ତାନର ପ୍ରତିନିଧି ଜଫରୁଲ୍ଲା ଖାନ୍ ଗାନ୍ଧୀଜୀଙ୍କୁ ଗୌରବପୂର୍ଣ୍ଣ ଶବ୍ଦାବଳୀରେ ସମୃଦ୍ଧ ଶ୍ରଦ୍ଧାଞ୍ଜଳୀ ନିଶ୍ଚୟ ଅର୍ପଣ କଲେ କିନ୍ତୁ ଏହା ତ କେବଳ ପରିସ୍ଥିତି ବଶତଃ ତତ୍କାଳ ଭାଷଣ ଥିଲା । ଏହି ବକ୍ତବ୍ୟରେ କାଶ୍ମୀର ବିଷୟକ ନୀତି ସହିତ କିଛି ବି ସମ୍ବନ୍ଧ ନଥିଲା । କାରଣ ପରବର୍ତ୍ତୀ ଦିନରେ ଜାତିସଙ୍ଘ ସଭାରେ ପାକିସ୍ତାନ ନିଜ କୁଟିଳତାପୂର୍ଣ୍ଣ ଆଚରଣରେ କୌଣସି ପରିବର୍ତ୍ତନ କରିନଥିଲା ।
ସର୍ଦାର ପଟେଲଙ୍କ ଆଶଙ୍କାକୁ ପାକିସ୍ତାନର କାର୍ଯ୍ୟ ସତ୍ୟରେ ପରିଣତ କଲା । ଗାନ୍ଧୀଙ୍କ ଜିଦ୍ ଯୋଗୁଁ ସର୍ଦାର ପଟେଲ ଦୁଃଖରେ ଉଦ୍ବେଳିତ ହୋଇଥିଲେ । ଏହି ଉଦ୍ବେଳନର କାରଣ ତାଙ୍କ ପ୍ରତିଷ୍ଠା ସମ୍ବନ୍ଧିତ ନ ଥିଲା । ସେ ନିଜର ବ୍ୟକ୍ତବରେ ହିଁ କହିଥିଲେ , “ଆର୍ଥିକ ଅନୁବନ୍ଧ ପାକିସ୍ତାନକୁ ସୁଦୃଢ଼ କରିବ । ତେଣୁ ପାକିସ୍ତାନ ନିଜ ଆର୍ଥିକ ସ୍ଥିରତା ବଜାୟ ରଖିବା ସକାଶେ ୫୫ କୋଟିର ଆର୍ଥିକ ଅନୁଦାନର ବଚନ ପ୍ରାପ୍ତ କରିନେଇଥିଲା । ଏହା ବଦଳରେ ଆମରି ସୁରକ୍ଷା ଉପରେ ହିଁ କୁଠାରଘାତ କଲା । ଅର୍ଥାତ୍ ଆମ ଦେଶର ପ୍ରତିଷ୍ଠା ନଷ୍ଟ କରି ଏଭଳି ପ୍ରଶ୍ନକୁ ଅର୍ଥ ଦେବା-ନେବା ପ୍ରଶ୍ନ ସହିତ ଯୋଡ଼ିବା ଆମ ପାଇଁ ହିଁ ହାନିକାରକ ହେଲା । ଆମକୁ ଏହା ଦେଖିବାର ଥିଲା ଯେ ଯେଉଁ ସଙ୍କଟଜନକ ପରିସ୍ଥିତି ଲାଗିରହିଛି, ତାହା ଆହୁରି ଉଗ୍ର ନ ହେଉ, ତାହା ନିମନ୍ତ୍ରଣ ବାହାରକୁ ନ ଚାଲିଯାଉ । ୧୨ ଡିସେମ୍ବର ୧୯୪୭ରେ ମୁଁ ନିଜ ବ୍ୟକ୍ତବରେ କହିଛି ଯେ ଆମରି ସଦ୍ଭାବନା ଯୋଗୁଁ ପଦକ୍ଷେପ ଆମ ପାଇଁ ବିପଦ ସାଜିଲା, ଆମ ସହିତ ଧୋକା ହେଲା । ଆମର ସଦ୍ଭାବନା ମନୋବୃତ୍ତି ଏବେ ବିପଦରେ । ଏବେ ପାକିସ୍ତାନ ଆମ ପାଇଁ ଦ୍ୱିତୀୟଥର ସଶସ୍ତ୍ର ସଙ୍ଘର୍ଷ ଆରମ୍ଭ କରିଛି । ଏପରି ପ୍ରତୀତ ହେଉଛି ଏହା ଆହୁରି ବ୍ୟାପକ ହେବ । ଯଦି ପାକିସ୍ତାନ ନିଜ ଉଦ୍ଧଣ୍ଡ ନୀତିରେ ସଫଳତାପ୍ରାପ୍ତ ହେବ ତାହେଲେ ବୁଝାମଣାର ଆଧାର ବିଗିଡ଼ି ଯିବ, ଭିତ୍ତି ହିଁ ଦୋଦୁଲ୍ୟମାନ ହେବ ଏବଂ ପାକିସ୍ତାନର ଆକ୍ରମଣ ମସୁଦା ଆହୁରି ସୁବିଧାଜନକ ହେବ ।”
କିନ୍ତୁ ଗାନ୍ଧିଜୀଙ୍କ ଜିଦ୍ ପୂରଣ କରିବାକୁ ପଡ଼ିଲା । ସର୍ଦାର ପଟେଲଙ୍କ ଶବ୍ଦରେ ରାଷ୍ଟ୍ରର ଅସ୍ମିତା ଦୋହଲି ଯାଇଛି ବୋଲି ଲାଗୁଥିଲା, କିନ୍ତୁ ଏହି ଅସ୍ମିତା ଗାନ୍ଧୀଙ୍କ ହଟ ଯୋଗୁଁ ବଳି ଚଢ଼ିଗଲା । ବଲ୍ଲଭଭାଇ ଅପମାନର ବିଷ ପିଇଗଲେ ଏବଂ ୨୬ ଜାନୁଆରୀ , ୧୯୪୮ରେ ବମ୍ବେଠାରେ ଏକ ସଭାରେ କହିଲେ, “ ସଦ୍ଭାବ ଓ ଦାନଶୀଳ ପ୍ରବୃତ୍ତି ପାଇଁ ଆମେ ୫୫ କୋଟି ପ୍ରଦାନ କଲୁ । ଏହି କଥା ପାକିସ୍ତାନର ବିତ୍ତ ସଚିବ ଏବଂ ଲଣ୍ଡନର ଅର୍ଥଶାସ୍ତ୍ରୀଗଣ ଗ୍ରହଣ କରିଥିଲେ । ଗାନ୍ଧୀଜୀଙ୍କୁ ମାନସିକ ଯାଥନାରୁ ନିସ୍ତାର ମିଳୁ ଏହି କାମନାରେ ଆମେ ଏହି ଧନରାଶିର ପ୍ରଦାନ ପାଇଁ ନିଷ୍ପତ୍ତି ନେଲୁ ।”
କ’ଣ ଏହି ଧନରାଶି ପ୍ରଦାନ ଯୁଦ୍ଧର ପରିସମାପ୍ତି ଘଟାଇଥିଲା? କ’ଣ ପାକିସ୍ତାନ ଆକ୍ରମଣ ବନ୍ଦ କଲା? କ’ଣ ନିର୍ବାସିତଙ୍କ ପୀଡ଼ା କମ୍ ହେଲା? ଏହା ଆମେ ହିନ୍ଦୁସ୍ତାନ ଶାସନର ବାର୍ତ୍ତା -ବିବରଣ ମନ୍ତ୍ରଣାଳୟ ଦ୍ୱାରା ୧୯୪୭ରେ ପ୍ରକାଶିତ ‘କାଶ୍ମୀରର ରକ୍ଷଣ’ (Defending Kashmir) ପୁସ୍ତକରେ ଲେଖା ଅଛି ।
କାଶ୍ମୀରର ଉତ୍ତର ଭାଗରେ ଆକ୍ରାମଣକାରୀ ବାହାରୁ ଆସିଥିଲେ, ଜାମ୍ମୁର ପଶ୍ଚିମ ଭାଗରୁ ଯେଉଁ ଦୁର୍ବୁତ୍ତ ଆସିଲେ ସେମାନଙ୍କୁ ସ୍ଥାନୀୟ ଲୋକେ ସହାୟତା କରିଥିଲେ । ସେମାନଙ୍କୁ ସେନା-ସାମଗ୍ରୀ ବାହାରୁ ପ୍ରାପ୍ତ ହେଉଥିଲା । (Defending Kashmir, ପୃଷ୍ଠା ୩୭) ।
ଅତ୍ୟାଚାରର ବଳି ପଡ଼ିଥିବା ସହସ୍ରାଧିକ ହିନ୍ଦୁ ନିର୍ବାସିତ (ମୂଳ ପୁସ୍ତକରେ ନନ-ମୁସଲିମ ଲେଖାଯାଇଛି) ନିଜ ସେନାର ଛାୟାରେ ଅସହାୟ ଅବସ୍ଥାରେ ଥିଲେ । ଆମ ସେନାଙ୍କ ସଂରକ୍ଷଣରେ ଥିଲେ । ସୀମାରକ୍ଷାରେ ବ୍ୟସ୍ତ କାଶ୍ମୀର ରାଜ୍ୟର ସୈନ୍ୟ ଆକ୍ରମଣକାରୀଙ୍କ ଦ୍ୱାରା ଘେରିଯାଇଥିଲେ ତେଣୁ ଅସହାୟ ଥିଲେ । ତାଙ୍କ ସହାୟତା ପହଞ୍ଚିବା ଏବଂ ନିର୍ବାସିତଙ୍କ ମୁକ୍ତ କରିବା, ଏହା ହିଁ ଆମ ସେନାଙ୍କ ପ୍ରାଥମିକତା ଥିଲା । କେବଳ ପୁଞ୍ଜରେ ହିଁ ୪୦,୦୦୦ ଶରାଣାର୍ଥୀ ଏକାଠି ହୋଇଥିଲେ । (ପୃଷ୍ଠା ୩୭)
୨୦ ଜାନୁଆରୀ, ୧୯୪୮ରେ ଲେଫ୍ଟନାଣ୍ଟ ଜେନେରାଲ କରିଅପ୍ପା ପଶ୍ଚିମ ସେନାଦଳର ନେତୃତ୍ୱ ସମ୍ଭାଳିଲେ । ନୌସେରା ପରିସରରେ ୬ ଫେବୃଆରୀକୁ ଘମାଘୋଟ ଲଢେ଼ଇ ହେଲା । ଆମର ସଦ୍ଭାବନାର ପାଲଟା ପ୍ରତିଜବାବ ଆମରି ସୈନିକଙ୍କ ଉପରେ ବନ୍ଧୁକର ଗୁଳି ଦ୍ୱାରା କ୍ଷତବିକ୍ଷତ ହୋଇଥିଲା । ପନ୍ଦର ହଜାର ଶତ୍ରୁସେନା ତିନି ଦଳରେ ବିଭକ୍ତ ହୋଇ ନୌସେରାରେ ଲଢ଼ିଥିଲେ । ଆମ ସେନା ବିଲକ୍ଷଣ ଶୌର୍ଯ୍ୟ ପ୍ରଦର୍ଶିତ କଲେ । ଶତ୍ରୁଙ୍କ ଦୁଇହଜାର ସୈନିକ ମୃତାହତ ହେଲେ କିନ୍ତୁ ଆମର କେବଳ ୨୧ ସୈନିକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା ଓ ନବେ ସୈନିକ କ୍ଷତାକ୍ତ ହୋଇଥିଲେ ।
(ପୃଷ୍ଠା ୪୨)
ଶୀତ ଋତୁ ପରେ ଆମର ସାହସୀ ସେନା ଶତ୍ରୁଅଧିକୃତ ଭୂଭାଗକୁ ମୁକ୍ତ କରିବା ଅଭିଯାନ ଆରମ୍ଭ କଲେ । ରଜୌରୀ ଶତ୍ରୁ ଅଧୀନରେ ଥିଲା । ତଥାପି ସେଠାରେ ଶରଣାର୍ଥୀ ରୁଣ୍ଡ ହୋଇଥିଲେ । ଆମର ସେନା ରାଜୌରୀ ଦିଗରେ ମାଡ଼ି ଚାଲିଲେ । ୧୩ ଅପ୍ରେଲ , ୧୯୪୮ରେ ଆମ ସେନା ସେଠାରେ ପହଞ୍ଚି ଦେଖିଲେ ଆକ୍ରମଣକାରୀ ପଳାୟନ କର ସାରିିଥିଲେ ।
ଆମ ସେନା ମଧ୍ୟ ଉତ୍ସାହିତ ଥିଲେ ସେ ରାଜୌରୀରେ ଏକତ୍ରିତ ଶରଣାର୍ଥୀ ସେମାନଙ୍କୁ ସ୍ୱାଗତ କରିବେ । କିନ୍ତୁ ସେଠାରେ ପହଞ୍ଚି ଦେଖିଲେ ଯେ କେବଳ ୧୨୦୦-୧୫୦୦ ନିର୍ବାସିତ ଜୀବିତ ଥିଲେ । ସେମାନେ କେବଳ ମହିଳା ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ପାଞ୍ଚଶହ ସ୍ତ୍ରୀଙ୍କୁ ମାରିବା ପାଇଁ ବିପଦଶଙ୍କୁଳ ଅବସ୍ଥାରେ ରଖାଯାଇଥିଲା ବା ପ୍ରସ୍ତୁତି ଚାଲିଥିଲା । କିନ୍ତୁ ଭାରତୀୟ ସେନାଙ୍କ ଆଗମନ ସୂଚନା ଯୋଗୁଁ ସେମାନେ ଭାଗିଯାଇଥିଲେ, ତେଣୁ ସେସବୁ ସ୍ତ୍ରୀ ବର୍ତ୍ତିଯାଇଥିଲେ ।
ଅନ୍ୟ ଶରଣାର୍ଥୀଙ୍କ କ’ଣ ହୋଇଥିଲା? ଅଧିକାରୀଙ୍କ ରିପୋର୍ଟରେ ଲେଖାଅଛି, ବାରାମୂଲ୍ଲାରେ ହୋଇଥିବା ନରସଂହାର ରାଜୌରୀଙ୍କ ସଙ୍ଘଠିତ ନରସଂହାର ତୁଳନାରେ ନଗଣ୍ୟ ଥିଲା । ରାଜୌରୀରେ ଶବ ଓ ଶଶ୍ମାନର ନୀରବତା ବ୍ୟାପ୍ତ ଥିଲା ।
ପଳାୟନ ପୂର୍ବରୁ ଆକ୍ରମଣକାରୀଙ୍କ ଦ୍ୱାରା ହିନ୍ଦୁ (ନନ୍ ମୁସଲମାନ)ଙ୍କର ସାର୍ବଜନିକ ସଂହାର ହେଲା । ଗୃହମାନଙ୍କ ଧ୍ୱସ୍ତ ରୂପ, ସ୍ଥାନେ ସ୍ଥାନେ ପୋତାଯାଇଥିବା ଅସଂଖ୍ୟ ଶବ, ଅଧା ପୋତାଯାଇଥିବା ପଚାଶଢ଼ା ମୁର୍ଦ୍ଧାରମାନ, ସେଥିରୁ ନିର୍ଗତ ଦୁର୍ଗନ୍ଧ ଦ୍ୱାରା ଆମର ସେନା ଜ୍ଞାତ ହେଲେ ଯେ ସେଠାରେ କ’ଣ ସବୁ ଘଟିତ ହୋଇଥିବ । ବର୍ତ୍ତିଯାଇଥିବା ମଣିଷଙ୍କ ଦେହରେ ଅସ୍ତ୍ରାଘାତ ଥିଲା । ସେମାନେ ଅତି କଷ୍ଟରେ ସାହାଯ୍ୟ ସନ୍ଧାନରେ ଥିଲେ ।
୧୫୦ ବର୍ଗପୁଟ ଲମ୍ବା ଏବଂ ପନ୍ଦର ଫୁଟ ଗଭୀର ତିନି ଗର୍ତ୍ତ ଶବରେ ଭର୍ତ୍ତି ହୋଇଥିଲା । ସେସବୁ ଶବ ମାଟିରେ ପୋତିବା ପାଇଁ ବି ଶତ୍ରୁ ପାଖରେ ସମୟ ନଥିଲା । ଆମର ସେନା ଯେତେ ଆଗକୁ ଯାଉଥିଲେ ନୂଆ ନୂଆ ଶବ ଦୃଷ୍ଟିଗୋଚର ହେଉଥିଲା । ଗୋଟିଏ ସ୍ଥାନରେ କଙ୍ଗଣର ଗଦା ଦେଖିଲେ । ପାଖରେ ସ୍ତ୍ରୀମାନଙ୍କ ଅନେକ ଚପଲ ପଡ଼ିଥିଲା । ଭୂଇଁ ରକ୍ତାଭ ଦିଶୁଥିଲା । କିିଛି କିଛି ସ୍ଥାନରେ ଶିଶୁଙ୍କର ଅର୍ଦ୍ଧପୋତା ପ୍ରାଣହୀନ ହାତଟିମାନ ଆକାଶ ଦିଗରେ ଉର୍ଦ୍ଧାୟିତ ଥିଲେ ।
ଗାଁରେ ଅଧାରୁ ଅଧିକ ଘର ଜଳା ଯାଇଥିଲା ବା ଫାଉଡ଼ା ଦ୍ୱାରା ଓପାଡ଼ି ଦିଆଯାଇଥିଲା । ରାଜୌରୀ ଉପରେ ଏହା ଦ୍ୱିତୀୟ ବଳାକôାର ଥିଲା । ନଭେମ୍ବର, ୧୯୪୭ର ପ୍ରାରମ୍ଭରେ ଆକ୍ରମଣକାରୀମାନେ ଯେବେ ରଜୌରୀକୁ ପ୍ରଥମେ ଅକ୍ତିଆର କଲେ ସେ ସମୟରେ ସେମାନେ ନିଜ କ୍ରୁରତାର ଯେଉଁ ପରିଚୟ ଦେଇଥିଲେ ତାହାର ବର୍ଣ୍ଣନା ପୂର୍ବରୁ କରାଯାଇଛି ।
ଗାନ୍ଧୀଜୀ ୫ ନଭେମ୍ବର ୧୯୪୭ରେ ଅହିଂସକ ଯୁଦ୍ଧର ସ୍ୱପ୍ନ-ଚିତ୍ର ଶବ୍ଦାଙ୍କିତ କରିଥିଲେ । ତାହାର ଏଠାରେ ସ୍ମରଣ କରାଯାଉଛି । ଜଣେ ପ୍ରଶ୍ନକର୍ତ୍ତା ଗାନ୍ଧୀଙ୍କୁ ପଚାରିଥିଲା, “କାଶ୍ମୀରରେ ହୋଇଥିବା ଆକ୍ରମଣର ପ୍ରତିକାର ଅହିଂସା ଦ୍ୱାରା କିପରି ସମ୍ଭବ?” ଗାନ୍ଧୀ କହିଲେ, “ଯେଉଁମାନଙ୍କ ଉପରେ ଆକ୍ରମଣ ହୋଇଛି ସେମାନଙ୍କୁ ସୈନିକ ସହାୟତା ନ କରାଯାଉ । ଜାତିସଙ୍ଘ ଅହିଂସକ ସହାୟତା କରନ୍ତୁ ତାହା ବି ବିପୁଳ ମାତ୍ରାରେ । ଏମିତି ସହାୟତା ମିଳୁ ବା ନମିଳୁ । ଆକ୍ରମଣ ଗ୍ରସିତମାନେ ବିନୟବଦ୍ଧ ସେନା ଅର୍ଥାତ୍ ଆକ୍ରମଣକାରୀଙ୍କ ପ୍ରତିରୋଧ ନକରନ୍ତୁ । ପୀଡ଼ିତ ନିଜ ସ୍ଥାନରେ (ପୋଷ୍ଟ ଅଫ ଡ୍ୟୁଟି)ରେ କ୍ରୋଧରହିତ ଏବଂ ଦ୍ୱେଷରହିତ ହୋଇ ଆକ୍ରମଣକାରୀଙ୍କ ଦ୍ୱାରା ନିହତ ହୁଅନ୍ତୁ । ସ୍ୱୟଂ ଶସ୍ତ୍ର ପ୍ରୟୋଗ ନକରନ୍ତୁ । ହାତ ମୁଠାରେ ବି ପ୍ରତି ପ୍ରହାର ନ କରନ୍ତୁ । ଏପରି ଅହିଂସକ ପ୍ରତିକାର ଏହି ପୃଥିବୀରେ ଆଜି ପର୍ଯ୍ୟନ୍ତ ହୋଇନଥିବ । ଏପରି ଶୌର୍ଯ୍ୟ ଦେଖାଯିବ । ପୁଣି କାଶ୍ମୀର ପବିତ୍ର ଭୂମି ହେବ । ସେ ପବିତ୍ରତାର ସୁଗନ୍ଧରେ କେବଳ ହିନ୍ଦୁସ୍ତାନ ନୁହେଁ ପୁରା ବିଶ୍ୱ ମହକିବ ।” ଏହା ଥିଲା ଗାନ୍ଧୀଜୀଙ୍କ ଉତ୍ତର ।
“ ଏହା ମାତ୍ର ସ୍ୱପ୍ନ ଏବଂ ତାହାର କାର୍ଯ୍ୟାୟନ କରିବାକୁ ମୁଁ ସର୍ବାଧିକ ପ୍ରଯତ୍ନଶୀଳ ।” ଏହା ବି ଗାନ୍ଧୀ କହିଥିଲେ । ଏହି କଥନ ଗାନ୍ଧୀଜୀଙ୍କ ପରି କେହି ଦିବ୍ୟ ଆତ୍ମାକୁ ସୁନ୍ଦର ଲାଗିଥାଆନ୍ତା ତାହେଲେ ଠିକ୍ ଅଛି । ମାନବିକତା ଦୃଷ୍ଟିରୁ ଏପରି ସମାଧାନ ପନ୍ଥା ବିଶ୍ୱରେ କେଉଁଠାରେ ଦିଶିନଥିବ । ବାରାମୁଲ୍ଲା ହେଉ ଅବା ରାଜୌରୀ, ସେଠାରେ ପ୍ରତିକାର ଅହିଂସକ ରୂପରେ ହିଁ ହୋଇଥିଲା , ହଜାର ହଜାର ସଂଖ୍ୟାରେ ଲୋକ ବଳି ପଡ଼ିଥିଲେ ଏବଂ ଆମର ସେନା ଏପରି ଅହିଂସକ ପ୍ରତିକାରର ତାଣ୍ଡବର ସଂଦର୍ଶନ କରୁଥିଲେ । କ’ଣ ସେସବୁର ଦୁର୍ଗନ୍ଧରେ ଏହି ଭୂମି ପବିତ୍ର ହୋଇଗଲା? ଗାନ୍ଧୀଙ୍କ ଅହିଂସା ନୀତିର ପରିଣାମର ଏହାଠାରୁ ବଡ଼ ଉଦାହରଣ କେଉଁଠାରେ ବି ଦେଖିବାକୁ ମିଳିବନି ।
୫୫ କୋଟି ଅର୍ଥରାଶି ପ୍ରଦାନ ପାଇଁ ନିଜ ଦେଶର ଶାସନତନ୍ତ୍ରୀକୁ ବାଧ୍ୟ ନ କରିଥିଲେ ହୁଏତ କିଛି ମାତ୍ରାରେ ଅଂହିସାର ପାଳନ ହୋଇଥା’ନ୍ତା । କିନ୍ତୁ ଏପରି ନ କରି ଗାନ୍ଧୀଜୀ ଅନ୍ୟ ଏକ ଅହିଂସକ ଯୁଦ୍ଧର ଦିବାସ୍ୱପ୍ନରେ ମଗ୍ନ ରହିଲେ ଓ ୫୫ କୋଟି ପ୍ରଦାନ ନିମନ୍ତେ ଉପବାସ ପାଳନ କଲେ । ଆକ୍ରମଣକାରୀଙ୍କୁ ଅଧିକ ସମର୍ଥ୍ୟ କରିବା ନିମନ୍ତେ ଅଧିକ ଯତ୍ନଶୀଳ ଗାନ୍ଧୀଜୀଙ୍କ ଉପଚାର ତାଙ୍କ ଅଂହିସା ତତ୍ତ୍ୱର ପୂର୍ଣ୍ଣତଃ ବିସଙ୍ଗତ ସିଦ୍ଧ ହେଲା ।
ରାଜୌରୀ ହରାଇବାକୁ ପଡ଼ିଲା । ଏହାର ପ୍ରତିଶୋଧ ନେବା ନିମନ୍ତେ ଆକ୍ରମଣକାରୀ ଦଳ ୧୬ ଅପ୍ରେଲରେ ଛ’ହଜାର ସଂଖ୍ୟାରେ ଝାଙ୍ଗର ଉପରେ ଆକ୍ରମଣ କଲେ । ଆମର ସେନା ସେମାନଙ୍କୁ ଭଗାଇଦେଲେ । ୨୩ ମେ’ରେ ଟୀଟବାଲା, ୨୬ ମେ’ରେ ଉରୁସା, ୨୮ ମେ’କୁ ପୋରକାଣ୍ଟୋକୁ ଆମର ସେନା ସ୍ୱାଧୀନ କରିଥିଲେ । ଆମର ସେନା ଲଢ଼ିଚାଲିଲେ, ବଡ଼ ସଂଖ୍ୟାରେ ବଳି ପଡ଼ିଲେ । ଭିନ୍ନଭିନ୍ନ ସେନାଦଳଙ୍କ ଏପରି ସ୍ଥିତି ଲାଗିରହିଲା ।
୧୪ ଅଗଷ୍ଟ, ୧୯୪୮ରେ ପାକିସ୍ତାନ ସେନା ମହୁମାଛିର ଦଳ ଭଳି ସ୍କାରର୍ଡୁ (ଗିଲଗିଟ, ପାକିସ୍ତାନ ଅଧିକୃତ କାଶ୍ମୀର)ସ୍ଥାନରେ ଆକ୍ରମଣ କଲେ । ଆମ ସେନା ଲଢ଼ିଚାଲିଲେ, ନ ସେମାନଙ୍କ ସହାୟତା ମିଲିବାର ଆଶା ଥିଲା ନା ବିଜୟ ପ୍ରାପ୍ତ ହେବାର ଆଶା । ଶତ୍ରୁର ବିଶାଳ ସେନାମୁ ସାମ୍ନା କରିକରି ସେମାନେ ନିଃଶେଷ ହୋଇଗଲେ । ପାକିସ୍ତାନ ସେନା ବିଜୟ ପ୍ରାପ୍ତ କଲେ । ନିଜ ମୁଖ୍ୟ ଦପ୍ତରକୁ ବିଜୟ ପ୍ରାପ୍ତିର ସନ୍ଦେଶ ପଠାଇଲେ । କ’ଣ ଥିଲା ଏହି ସନ୍ଦେଶ ? ସବୁ ଶିଖଙ୍କୁ ଗୁଳି ମାର । ସବୁ ସ୍ତ୍ରୀଙ୍କ ସହିତ ବଳାତ୍କାର କର । (All Sikhs shot. All women raped! Defending Kashmir, Page 72)
ଯଦି ଆମ ମଧ୍ୟରୁ କେହି ବଳାତ୍କାର ଭଳି ଦୁଃଷ୍କୃତ କରିବ ତାହେଲେ ଆମ ତାକୁ ଅପରାଧି ଭାବୁ, ନୀଚ ଭାବୁ ଓ ବଲାତ୍କାରୀ ମଧ୍ୟ ନିଜ କର୍ମ ଲାଗି ଗର୍ବିତ ହୁଏ ନାହିଁ । ସେ ଲଜ୍ଜିତ ହୁଏ କିନ୍ତୁ କାଶ୍ମୀରରେ ଅର୍ଥାତ୍ ହିନ୍ଦୁସ୍ତାନ ବିରୁଦ୍ଧ ‘ଧର୍ମଯୁଦ୍ଧ’ ‘ଭଗାବତ’ କରୁଥିବା ମୁସଲମାନଙ୍କ ନିଜ ଧର୍ମନୁସାରେ ସ୍ତ୍ରୀଙ୍କ ସହିତ ବଳପୂର୍ବକ ଶୋଷଣ ଗୌରବପୂର୍ଣ୍ଣ ପ୍ରତୀତ ହୁଏ । ସେମାନେ କେଉଁ କେଉଁ ବିଜୟରେ କ’ଣ କ’ଣ ଲୁଟ ପ୍ରାପ୍ତ ହେଲା, କେଉଁ ଭଳି ସାହସିକତା ପ୍ରଦର୍ଶନ କରାଗଲା, ଏଇସବୁ କଥନରେ ଏହି ‘ଧମକୃତ’ର ମଧ୍ୟ ନିଜ ସନ୍ଦେଶରେ ଉଲ୍ଲେଖ କଲେ ।
ଶତ୍ରୁ କ’ଣ କରିବା ଦରକାର? ଏହା ଅପେକ୍ଷା ଆମକୁ କ’ଣ କରିବା ଯତୋଚିତ୍ ଏହା ହିଁ ସେଦିନମାନଙ୍କରେ ଆମର ପ୍ରମୁଖ ସମସ୍ୟା ଥିଲା । ଆମର ସୈନିକଙ୍କ ଉତ୍ସର୍ଗ, ସ୍ତ୍ରୀଙ୍କ ଅପହରଣ ଓ ବଳାତ୍କାର, ଏବଂ ନିହତ ନାଗରିକଙ୍କ ନିର୍ବିବାଦ ରୂପରେ ସେ ୫୫ କୋଟି ଟଙ୍କା ବଳି ଥିଲା ।
କ’ଣ କେବଳ ୫୫ କୋଟିରେ ଯୁଦ୍ଧ ଲଢ଼ାଯାଏ? କ’ଣ ଏହା ସତ୍ୟ ନୁହେଁ ଯେ ଯୁଦ୍ଧରେ ୫୫ କୋଟି ରାଶି ଭଳି ଅନେକ ଅର୍ଥ ବ୍ୟୟ ହୁଏ । ଆଜ୍ଞା ହଁ । କିନ୍ତୁ ଅନ୍ୟ କଥା ଉପରେ ଏହା ନିର୍ଭରଶୀଳ । ସେହି ସମୟର ବିଷମ ପରିସ୍ଥିତିରେ ୫୫ କୋଟି ଅର୍ଥ ପାକିସ୍ତାନକୁ କିଭଳି ସାହାଯ୍ୟ ମିଳିଲା ଏହି କଥା ସର୍ଦାର ପଟେଲଙ୍କ ବକ୍ତବ୍ୟରୁ ଆମେ ଜାଣିସାରିଛୁ । ଆମ ନିକଟରେ ଅନେକ କୋଟି ଅଛି, ୫୫ କୋଟି ପାଇଁ କାହିଁକି ଦୁଃଖ କରିବା, ଏପରି ଆତ୍ମଘାତୀ ବିଚାର କରି ନଥିଲା । ଆମ ପାଖେ ଅନେକ ବିମାନ ଅଛି, ସେଥିରୁ ଗୋଟିଏ ପାକିସ୍ତାନ ବଳପୂର୍ବକ ନେଇଯାଇ ଜଳାଇଦେଲା ଏହାର ଦୁଃଖ କରିବା, ସେଥିପାଇଁ ପାକିସ୍ତାନ ଉପରେ କାହିଁକି କ୍ରୋଧ କରିବା, ଏହି ପ୍ରକାର ବିଚାର ଯେଉଁ ରାଷ୍ଟ୍ର କରିବ ସେ ସ୍ୱାଭିମାନୀ ନୁହେଁ । ଏପରି ରାଷ୍ଟ୍ର ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ର ଦ୍ୱାରା ପୋକଭଳି ଦଳି ହେଇଯିବ , ପାଦ ତଳେ ମକଚି ହେଇଯିବା ଯୋଗ୍ୟ ହେବ । ତେଣୁ ଆମ ବିମାନ ହରଣଚାଳ ହେଲା ଓ ଜାଳିଦିଆଗଲା ଏହି ଘଟଣାରେ କ୍ରୋଧ ନୁ୍ୟନତମ ଶବ୍ଦରେ ବ୍ୟକ୍ତ କରିବା । ଏହି କାରଣ ଯୋଗୁଁ ସେଇ ଦିନ ୫୫ କୋଟି ପ୍ରଦାନରେ ପୁରା ରାଷ୍ଟ୍ର ସଂତପ୍ତ ହୋଇପଡ଼ିଲା ।
ସେପ୍ଟେମ୍ବର ୧୩ ଏବଂ ୧୪ରେ ମରାଟା ଏବଂ ଜାଟ ଦଳମାନେ ବୋଟକୁଲମ୍ ଗଞ୍ଜରେ ଚଢ଼ାଉ କଲେ । କିନ୍ତୁ କେବଳ ତିରିଶ ୟାର୍ଡ ଅନ୍ତରରେ ସେମାନଙ୍କ ଉପରେ ଆକ୍ରମଣ ହେଲା । ପୁରା କମ୍ପାନୀ ନିହତ ହେଲେ ।
ଯୁଦ୍ଧ ବନ୍ଦ କରିବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ପ୍ରୟାସ ଚାଲିଲା, କିନ୍ତୁ ପ୍ରତ୍ୟକ୍ଷ ଯୁଦ୍ଧ ବନ୍ଦର କାର୍ଯ୍ୟାନ୍ୱୟନ ୩୧ ଡ଼ିସେମ୍ବର, ୧୯୪୮ର ମଧ୍ୟରାତ୍ରିରେ ହେଲା । ଏହି ପ୍ରକାର, ସଦ୍ଭାବନା ନାମରେ ୫୫ କୋଟି ଦେବା ପାଇଁ ନିର୍ଣ୍ଣୟର ପ୍ରାୟ ଏକ ବର୍ଷ ପଶ୍ଚାତ୍ ଆମର ସେନା ଭାଗ୍ୟରେ ‘ଅଗ୍ନି-ବର୍ଷା’ ମିଳିଲା, ଭେଟି ରୂପରେ ।