ନ୍ୟାୟମୂର୍ତ୍ତି ଶ୍ରୀ କପୁର ନିଜ ରିପୋର୍ଟରେ ଗାନ୍ଧୀ ହତ୍ୟା କାରଣସବୁର ବିବେଚନା କରିଛନ୍ତି । (ଖଣ୍ଡ-୧, ପୃଷ୍ଠା ୨୨୬)ରେ ସେ ଲେଖିଛନ୍ତି:-
ଅନେକ ସାକ୍ଷୀ ନିଶ୍ଚିତତା ପୂର୍ବକ ଦୃଢ଼ତାର ସହିତ କହିଥିଲେ ଯେ ୫୫ କୋଟି ଟଙ୍କା ପାକିସ୍ତାନ ସରକାରକୁ ନ ଦେବା ଲାଗି ଭାରତ ସରକାରଙ୍କ ନିର୍ଣ୍ଣୟ ହିଁ ଗାନ୍ଧୀ ବଦ୍ଧର ପ୍ରମୁଖ କାରଣ । ପାକିସ୍ତାନକୁ ୫୫ କୋଟି ନଦେବାକୁ କ୍ୟାବିନେଟ ୯ ଜାନୁଆରୀ ୧୯୪୮ରେ ନିଷ୍ପତ୍ତି ନେବାରୁ ୧୩ ଜାନୁଆରୀରେ ଗାନ୍ଧୀ ଏହାର ବିରୋଧରେ ଅନଶନ ଆରମ୍ଭ କଲେ । ୧୪ ଜାନୁଆରୀର ମନ୍ତ୍ରୀମଣ୍ଡଳ ପୁନଃ ଆଲୋଚନା କଲେ । ଏହି ଆଲୋଚନାରେ ୫୫ କୋଟି ନଦେବା ନିର୍ଣ୍ଣୟ ପୁଣି ବଦଳିଲା । ଗାନ୍ଧୀଜୀ ଏହି ନିର୍ଣ୍ଣୟକୁ ଅଦ୍ୱିତୀୟ ବୋଲି ଆଖ୍ୟା ଦେଲେ । ଗାନ୍ଧୀଙ୍କ ଜଣେ ଶିଷ୍ୟ ପ୍ୟାରେଲାଲ ନିଜ ରଚିତ ପୁସ୍ତକ Mahatma Gandhi, The Last Phaseର , ଦ୍ୱିତୀୟ ଖଣ୍ଡ, ପୃଷ୍ଠା ୭୧୯ରେ ଲେଖିଛନ୍ତି “କେନ୍ଦ୍ର ସରକାରଙ୍କ ନିର୍ଣ୍ଣୟ ଏମିତି ବଦଳିବା ପଛରେ କ’ଣ କ’ଣ ଉଦ୍ଧେଶ୍ୟ ଥିଲା? ଗାନ୍ଧୀ ସ୍ୱୟଂ କହିଲେ, ନିଶ୍ଚୟ ମୋର ଅନଶନ । ଅନଶନ ଦ୍ୱାରା ପୂରା ଦୃଷ୍ଟିକୋଣ ବଦଳିଗଲା । ଯଦି ମୁଁ ଅନଶନ ନକରିଥାନ୍ତି ସେମାନେ ନିଜ ମନମୁତାବକ ଚାଲିଥାନ୍ତେ । ସେମାନେ ସେତିକି କରିଥାନ୍ତେ ଯାହା ଯୋଜନା ଅନୁସାରେ ଥିଲା । ଏହା ପରେ ଏକ କାନୁନ, ଏକ ନ୍ୟାୟିକ ବ୍ୟବସ୍ଥା ବି ଅଛି, ଯାହାକୁ ବାଦ୍ ଦେଇ ସେମାନେ ନିଜ ଯୋଜନା ମୁତାବକ ଆଗେଇ ପାରି ନଥାଆନ୍ତେ । ଇଂଲଣ୍ଡରେ ହଜାର ହଜାର ବର୍ଷ ଧରି ଏକ ନିୟମ ପ୍ରଚିଳିତ ; ଯେବେ ସାଧାରଣ କାନୁନର କଠୋରତା ଉଚିତ୍ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୁଏ ସେତେବେଳେ equity ବା ସମନ୍ୟାୟ ଦ୍ୱାରା କାର୍ଯ୍ୟ ସାଧିତ ହୁଏ ।
(ଅନୁଚ୍ଛେଦ ୧୨/୧)
ପ୍ୟାରେଲାଲଜୀ ସ୍ୱରଚିତ ପୁସ୍ତକରେ ସେହି ଦ୍ୱିତୀୟ ଖଣ୍ଡର ୭୧୮ ପୃଷ୍ଠାରେ ଲେଖିଛନ୍ତି – ଗାନ୍ଧୀଜୀଙ୍କୁ ପଚରାଗଲା, କ’ଣ ଆପଣଙ୍କ ଏହି ଅନଶନ ଗୁଜରାତ (ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ସହର ) ଷ୍ଟେସନରେ ନିର୍ବାସିତଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣ ତଥା ନରସଂହାର( ୧୯୪୮ରେ ୧୩୦୦ -୧୬୦୦ଶହ ହିନ୍ଦୁ ଏବଂ ଶିଖ ଶରଣାର୍ଥୀଙ୍କ ହତ୍ୟା ହୋଇଥିଲା) ଏବଂ କରାଚି ହତ୍ୟାକାଣ୍ଡ ଉପରେ ପ୍ରତିକୂଳ ପ୍ରଭାବ ପକାଇବନି? ଗାନ୍ଧୀ କହିଲେ – ମୁଁ ଅନଶନର ସମ୍ଭାବ୍ୟ ପରିଣାମର ଚିନ୍ତା କରିଥିଲି ପରନ୍ତୁ ଏପରି ବିଚାର କରି ମୁଁ ସ୍ୱୟଂକୁ ସତ୍ୟମାର୍ଗରୁ ବିଚଳିତ ହେବାକୁ ଦେଲିନାହିଁ ।
(ଅନୁଚ୍ଛେଦ ୧୨/୨)
ପାକିସ୍ତାନକୁ ଏହି ରାଶି ପ୍ରଦାନ କରାଯିବା ପରେ ଶ୍ରୀ ଏନ.ବି. ଗାଡ଼ଗିଲ (ସେ ସମୟରେ କେନ୍ଦ୍ରମନ୍ତ୍ରୀ) ମହାରାଷ୍ଟ୍ର ଗସ୍ତ କରିଥିଲେ । ସେ କହିଲେ ଗାନ୍ଧୀଜୀଙ୍କ ଏହି ନୀତି ଅଧିକାଂଶ ଜନତାଙ୍କ ପସନ୍ଦ ନୁହେଁ । ଶ୍ରୀ ଗାଡ଼ଗିଲ ଦିଲ୍ଲୀ ଲେଉଟି ଆସି ଗାନ୍ଧୀଜିଙ୍କୁ ଭେଟି କହିଥିଲେ, ମୁଁ ଲୋକଙ୍କୁ କହିଲି, ଆମେ ଗାନ୍ଧୀଜୀଙ୍କ ପ୍ରାଣ ୫୫ କୋଟିର ତୁଚ୍ଚ ରାଜି ଦେଇ ନିଲାମ କରିଛୁ । ଗାଡ଼ଗିଲଜୀ କହିଲେ “ମୋର ସାମାନ୍ୟ ଅନୁମାନ ବି ନଥିଲା ଯେ ଏହି ଅମୂଲ୍ୟ ପ୍ରାଣ କିଛି ଦିନ ମଧ୍ୟରେ ଆମଠାରୁ ବିଦାୟ ନେଇଯିବେ । ତାଙ୍କ ବିଚାର ଅନୁସାରେ ପ୍ରାର୍ଥନା ସ୍ଥଳରେ ହେଇଥିବା ବିଷ୍ଫୋଟ ୫୫ ଟଙ୍କା ପ୍ରଦାନ କରିବାର ପ୍ରତିକ୍ରିୟା ଥିଲା ।
(ଅନୁଚ୍ଛେଦ ୧୨/୩)
ମାଉଣ୍ଟବ୍ୟାଟନଙ୍କ ପଶ୍ଚାତ୍ ଶ୍ରୀ ରାଜଗୋପାଳଚାରୀ ଭାଇସରାୟ ହୋଇଥିଲେ । ସେ ଏକ ଗ୍ରନ୍ଥ ଲେଖିଥିଲେ । ତାହାର ଶୀର୍ଷକ ଥିଲା ଗାନ୍ଧୀଙ୍କ ଜ୍ଞାନ-ଉପଦେଶ ଓ ତାଙ୍କ ଦର୍ଶନ (Gandhi’s Teachings and Philosophy) । ରାଜାଜୀ ଲେଖିଥିଲେ, “ସର୍ଦାର ପଟେଲଙ୍କ ଭାଷାରେ ଗାନ୍ଧୀଜୀ ୫୫ କୋଟିର ଧନରାଶି ପାକିସ୍ତାନକୁ ଦେବାକୁ ଜିଦ୍ କଲେ ଯାହାର ପରିଣାମ ସ୍ୱରୂପ ତାଙ୍କୁ ହତ୍ୟା କରାଗଲା ।”
ଗାନ୍ଧୀଜୀ ୫୫ କୋଟିର ବୃହତ୍ ରାଶି ପାକିସ୍ତାନକୁ ପ୍ରଦାନ କରିବାକୁ ଆଦେଶ ଦେଲେ ; ତାହା ବି ଦେଶର ଏପରି କଠିନ ସମୟରେ ଯେବେ ହିନ୍ଦୁସ୍ତାନ ବିରୁଦ୍ଧରେ ପାକିସ୍ତାନ ସଶସ୍ତ୍ର ସେନା ଆକ୍ରମଣ ଭଳି ଦୁଷ୍କୃତିକୁ କାର୍ଯ୍ୟନ୍ୱିତ କରିବାକୁ ତପôର ଥିଲା । ସେହି ସମୟରେ ହିନ୍ଦୁଙ୍କ ମନରେ ଯେଉଁ କ୍ଷୋଭ ଜାଗ୍ରତ ହେଲା ତାହାର ଉଦ୍ଗୀରଣ ତାଙ୍କ ହତ୍ୟା ଥିଲା ବୋଲି ସର୍ଦାର ପଟେଲ ମତ ଦେଇଥିଲେ । ମହାରାଷ୍ଟ୍ରର କିଛି କଠୋରବାଦୀ ଦଳ ବିଚାର କଲେ ଯେ ଗାନ୍ଧୀଜୀ ଦେଶ ବିନାଶର ଚରମ ବିନ୍ଦୁରେ ପହଞ୍ଚିଯାଇଛନ୍ତି । ସେହି ଦଳର ବିଚାରନୁସାରେ ଏହା ଅକ୍ଷମଣୀୟ ଅପରାଧ ଏବଂ ଗାନ୍ଧୀଙ୍କ ଜୀବନର ଅନ୍ତ ହିଁ ଏହାର ସମୁଚିତ ପ୍ରତିକାର ଏବଂ ଅନ୍ୟ କୌଣସି ମାର୍ଗ ଫଳପ୍ରଦ ନୁହେଁ ।
(ଅନୁଚ୍ଛେଦ ୧୨/୪)
ରାଜାଜୀ ଆହୁରି ଲେଖିଛନ୍ତି, “ଏହି ହତ୍ୟା ୫୫ କୋଟି କାରଣରୁ ହିଁ ହେଲା ଅନ୍ୟ କୌଣସି ଅତୀତ ଘଟଣା ଯୋଗୁଁ ନୁହେଁ । ଏହି ବିଷୟରେ ଗାନ୍ଧୀଙ୍କ ମତ ଥିଲା “ଭାରତ-ବିଭାଜନରେ ଉଭୟ ପକ୍ଷରୁ ସ୍ୱୀକୃତ ଅନୁବନ୍ଧର ପାଳନ ଉଭୟଙ୍କୁ କରିବା ବାଞ୍ଛନୀୟ । ସ୍ୱାଧୀନତାର ପ୍ରାରମ୍ଭରେ ହିନ୍ଦୁସ୍ତାନ ସରକାର ଅନୁବନ୍ଧ ଅମାନ୍ୟ କରିବା ଶୋଭନୀୟ ନୁହେଁ ।”
(ଅନୁଚ୍ଛେଦ ୧୨/୬)
ଶ୍ରୀ ପୁରୁଷୋତ୍ତମ ତ୍ରିମକଦାସ(ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ, ଇଣ୍ଡିଆନ କମିଶନ ଅଫ ଜୁରିଷ୍ଟର ପ୍ରଧାନ ଅଧ୍ୟକ୍ଷ) କପୁର ଆୟୋଗ ସମ୍ମୁଖରେ ସାକ୍ଷ୍ୟ ଦେଇଥିଲେ । ସେ ଗାନ୍ଧୀ ବଦ୍ଧର କାରଣ ବୟାନ କରିବାକୁ ଯାଇ କହିଥିଲେ, ମୁସଲମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ବା ସେମାନଙ୍କୁ ସନ୍ତୁଷ୍ଟ କରିବା ମନୋବୃତ୍ତି, କଲିକତା ଓ ନୋଆଖାଲିରେ ଗାନ୍ଧୀଜୀଙ୍କ ଦ୍ୱାରା ଶାନ୍ତି ପ୍ରସ୍ତାବନାର ପ୍ରୟୋଗ, ୫୫ କୋଟି ଟଙ୍କା ପାକିସ୍ତାନକୁ ଦେବାକୁ ତାଙ୍କ ଜିଦ୍ (ଯାହା ତାଙ୍କର ଅନଶନର ଚାପ ଯୋଗୁଁ ସମ୍ଭବ ହେଲା) ଏବଂ ହିନ୍ଦୁ ସଭାର ଗାନ୍ଧୀଜୀଙ୍କ କାର୍ଯ୍ୟଧାରା ପ୍ରତି ଘୃଣା ଗାନ୍ଧୀ ବଧ ପାଇଁ ପର୍ଯ୍ୟାପ୍ତ କାରଣ ସମୂହ ଥିଲା ।
(ଅନୁଚ୍ଛେଦ ୧୨/୭)
ପଞ୍ଜାବ ତଥା ପଶ୍ଚିମ ସୀମାଞ୍ଚଳରୁ ହିନ୍ଦୁ ଓ ଶିଖ ଦିଲ୍ଲୀ ଏବଂ ପୂର୍ବ ପଞ୍ଜାବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶକୁ ଆସିଗଲେ । ସେମାନଙ୍କ ଧାରଣା ଥିଲା ଯେ ସେମାନେ ନିଜ ମାତୃଭୂମିକୁ ଫେରି ଆସିଛନ୍ତି, କିନ୍ତୁ ସେମାନଙ୍କ ସହିତ ବୈମାତୃକ ବ୍ୟବହାର ହେତୁ ସେମାନେ ନିଜକୁ ଆଗନ୍ତୁକ, ଅଯଥା ଅତିଥି ବୋଲି ମନେ କଲେ । କାରଣ ଗାନ୍ଧୀଜୀଙ୍କ ମତ ଥିଲା ଯେ ସେମାନେ ନିଜ ନିଜର ସହର ଫେରିଯାଆନ୍ତୁ । ତଳସ୍ତରର ନେତା ଗାନ୍ଧୀଜୀଙ୍କ ସହିତ ସ୍ୱର ମିଳାଇ ଲାଉଡ଼ ସ୍ପିକର କାମ କଲେ ଏବଂ ଗାନ୍ଧିଜୀଙ୍କ ମତର ପ୍ରସାର କରାଇଲେ । ଏହି କାରଣରୁ ନିର୍ବାସିତଙ୍କ ମନରେ ଗାନ୍ଧିଜୀଙ୍କ ପ୍ରତି ତିରସ୍କାରର ଭାବନା ସୃଷ୍ଟି ହେଲା ଏବଂ ଏହା ତୀବ୍ରତର ହେଲା ।
(ଅନୁଚ୍ଛେଦ ୧୨/୮)
ଗାନ୍ଧୀଜୀଙ୍କ ପ୍ରତି ନିର୍ବାସିତଙ୍କ କ୍ଷୁବ୍ଧ ମନୋଭାବ ଉପରୋକ୍ତ କାରଣ ଯୋଗୁଁ ହୋଇଥିଲା ପରନ୍ତୁ ସାଧାରଣ ସ୍ତରରେ ହିନ୍ଦୁ ଓ ବିଶେଷ କରି ହିନ୍ଦୁସଭାର ସଦସ୍ୟ ଗାନ୍ଧୀଙ୍କ ମୁସଲମାନ ତୁଷ୍ଟିକରଣ ନୀତି ପ୍ରତି ଅମାନ୍ୟ ଭାବ ଥିଲା । ସେମାନଙ୍କ ମତ ଥିଲା ଯେ ଏପରି ନୀତି ଯୋଗୁଁ ହିଁ ଦେଶ ବିଭାଜନ ହେଲା ଏବଂ ଏଥିପାଇଁ କେବଳ ଗାନ୍ଧୀଜୀ ହିଁ ଉତ୍ତରଦାୟୀ । ୫୫ କୋଟି ଅର୍ଥରାଶି ପାକିସ୍ତାନକୁ ଦେବା ଲାଗି ଗାନ୍ଧୀଜୀ ଅନଶନ କରିଥିଲେ ଏବଂ ଅନଶନ ସମାପ୍ତ କରିବା ଲାଗି ସାତଟି ସର୍ତ୍ତକୁ ଏହି ହିନ୍ଦୁଭାଇ ନେତା କଡ଼ା ବିରୋଧ କଲେ । କେବଳ ଏତିକି ନୁହେଁ ହିନ୍ଦୁ-ସଭାର ଜଣେ ନେତା ଶ୍ରୀ ଆଶୁତୋଷ ଲାହିରୀ ଏହି ସାତଟି ସର୍ତ୍ତ ସମ୍ମିଳିତ ଦସ୍ତାବିଜରେ ହିନ୍ଦୁଙ୍କ ତରଫରୁ ହସ୍ତାକ୍ଷର କରିବାକୁ ଅଗ୍ରାହ୍ୟ କରିଦେଲେ ।
(ଅନୁଚ୍ଛେଦ ୧୨/୯)
ହିନ୍ଦୁସଭାର ସାହାଯ୍ୟ ସହାନୁଭୂତିର ଛତ୍ରଛାୟାରେ ଦିଲ୍ଲୀରେ ରହୁଥିବା ଶରଣାର୍ଥୀ ବହୁତ କ୍ଷୁବ୍ଧ ହେଲେ । ନିଜ କ୍ରୋଧକୁ ସେମାନେ ବିଭିନ୍ନ ପ୍ରଦର୍ଶନ ଏବଂ ଧ୍ୱନି ଦ୍ୱାରା ପ୍ରତିଫଳିତ କରିବାକୁ ଚେଷ୍ଟିତ ରହିଲେ କିନ୍ତୁ ସେମାନଙ୍କ ଏପରି ପ୍ରତିକାର ମୌଖିକ ଥିଲା । ପୁଣେରେ ସାବରକରବାଦର ଅନୁଗାମୀ ମହାରାଷ୍ଟ୍ରର ଜନତା ବହୁତ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଲେ । ସହନଶକ୍ତିର ସୀମା ପାର କରିସାରିଥିବା ଗୋପାଳ ଗଡ଼ସେ ଆୟୋଗ ସମ୍ମୁଖରେ ନିଜ ସାକ୍ଷ୍ୟରେ କହିଛନ୍ତି କି ଗାନ୍ଧୀଜୀଙ୍କୁ ରାଜନୈତିକ ମଞ୍ଚରୁ ନହଟାଇଲେ ହିନ୍ଦୁ ଏବଂ ହିନ୍ଦୁତ୍ୱର ସଂରକ୍ଷଣ ସମ୍ଭବ ନଥିଲା । ସେ ହିଂସା, ଅହିଂସାର ତତ୍ତ୍ୱଜ୍ଞାନ ଦ୍ୱାରା ଆକ୍ରାନ୍ତ ନଥିଲେ ତେଣୁ ଏହି ସବୁ କାରଣର ନିରାକରଣ ସ୍ୱରୂପ ସେ ଗାନ୍ଧୀବଧ ଭଳି ଚରମ ନିଷ୍ପତ୍ତି ନେଲେ । ଗାନ୍ଧୀ ହତ୍ୟା ଷଡ଼ଯନ୍ତ୍ରର ସେ ହିଁ ମୁଖ୍ୟ ପୁରୋଧା ଥିଲେ । ତାଙ୍କର ପ୍ରଥମ ପ୍ରୟାସ ବିଫଳ ହେଲା, କିନ୍ତୁ ଦ୍ୱିତୀୟରେ ତାଙ୍କୁ ସଫଳତା ମିଳିଲା । ଗୋପାଳ ଗଡ଼ସେ ନିଜ ବ୍ୟକ୍ତବ୍ୟରେ ଏହା ମଧ୍ୟ କହିଛନ୍ତି ନାଥୁରାମ, ଆପଟ ଓ ସେମାନଙ୍କ ସାଥି ହତ୍ୟା ପୂର୍ବରୁ ଯଦି ବି ଧରା ପଡ଼ିଯାଇଥାଆନ୍ତେ ତେବେ ମଧ୍ୟ ଗାନ୍ଧୀଜୀଙ୍କ ସେଦିନ ବର୍ତ୍ତିବା ଅସମ୍ଭବ ଥିଲା । ଏହି ସାକ୍ଷ୍ୟରୁ ଅନୁମାନ କରାଯାଇପାରେ ଯେ ଗାନ୍ଧୀ ବିରୋଧି ବାତାବରଣ କେତେ ଉଗ୍ର ଓ ଷଡ଼ଯନ୍ତ୍ରର ବ୍ୟାପକତା କେତେ ଘଞ୍ଚ ଥିଲା ।
(ଅନୁଚ୍ଛେଦ ୧୨/୧୦)
ଶ୍ରୀ ଜେ.ଏନ ସାହାଣୀ କପୁର ଆୟୋଗକୁ କହିଛନ୍ତି ଯେ ପୂର୍ବ ପଞ୍ଜାବର ହିନ୍ଦୁ ଓ ଶିଖ ଶରଣାର୍ଥୀଙ୍କ ଗାନ୍ଧୀଜୀଙ୍କ ପ୍ରତି ଅପାର ଶ୍ରଦ୍ଧା ଥିଲା । ସେମାନେ ତାଙ୍କର ପ୍ରାୟ ପୂଜନ କରୁଥିଲେ, କିନ୍ତୁ କିଛି କାରଣ ଯୋଗୁଁ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧା ଊଣା ହେବାକୁ ଲାଗିଥିଲା ।
୧. ହିନ୍ଦୁସ୍ତାନ ସରକାର ମୁସଲମାନଙ୍କୁ ଆଗ୍ରହପୂର୍ବକ କହିଛନ୍ତି ଯେ ସେମାନେ ହିନ୍ଦୁସ୍ତାନ ଛାଡ଼ି ନଯାଆନ୍ତୁ ଏବଂ ଯେଉଁ ମୁସଲମାନ ହିନ୍ଦୁସ୍ତାନ ଛାଡ଼ି ଯାଇଛନ୍ତି ସେମାନଙ୍କୁ ପ୍ରାର୍ଥନା କଲେ କି ସେମାନେ ହିନ୍ଦୁସ୍ତାନ ଲେଉଟି ଆସନ୍ତୁ । ନୀତି ଦୃଷ୍ଟିରୁ ଏହା ଉଚିତ ହେଉ ଅବା ଅନୁଚିତ, ଧରାଯାଉ ଏହା ଉଚିତ ବି ତଥାପି ନିର୍ବାସିତଙ୍କୁ ଏହା ଅନୁଚିତ ଲାଗିଲା । ସେମାନଙ୍କ ବିଚାର ଥିଲା ଯେ ଯେଉଁ ମୁସଲମାନ ଗୃହ ଓ ଦୋକାନ ଆଦି ଏଠାରେ ଛାଡ଼ି ଯାଇଛନ୍ତି ସେସବୁ ସମ୍ପତ୍ତି ନିର୍ବାସିତଙ୍କ ପୁର୍ନବାସରେ ସହାୟକ ହୋଇପାରେ ।
୨. ପାକିସ୍ତାନକୁ ୫୫ କୋଟି ଦେବା ଲାଗି ଗାନ୍ଧୀଜୀଙ୍କ ଅନଶନ ଏକ ଜିଦ୍ ଥିଲା । ତେଣୁ ନିର୍ବାସିତ କ୍ରୋଧିତ ହେଲେ । କାରଣ ସେମାନଙ୍କ ଆଶଙ୍କା ଥିଲା ଯେ ଏହି ବୃହତ୍ ଅର୍ଥରାଶିର ଅପ ପ୍ରୟୋଗ ହେବ ଅର୍ଥାତ୍ କାଶ୍ମୀରରେ ସୁରକ୍ଷା କାର୍ଯ୍ୟରେ ବ୍ୟସ୍ତ ସୈନିକଙ୍କୁ ଆକ୍ରମଣ କରିବାରେ ପାକିସ୍ତାନ ଏହା ଅପବ୍ୟୟ କରିବ ।
୩. ହିନ୍ଦୁସ୍ତାନର ମୁସଲମାନ ପାକିସ୍ତାନ ନିର୍ମାଣ ପାଇଁ ଆଗ୍ରହୀ ଥିଲେ । ବସ୍ତୁତଃ ଆଜି ଯାହା ହିନ୍ଦୁସ୍ତାନ କୁହାଯାଉଛି ସେହି ଭୂଖଣ୍ଡର ମୁସଲମାନଙ୍କ ମତ ଦ୍ୱାରା ପ୍ରେରିତ ହୋଇ ପାକିସ୍ତାନ ନିର୍ମିତ ହେଲା । ହିନ୍ଦୁ ଓ ଶିଖଙ୍କ ଆତ୍ମରକ୍ଷାର ଓ ନିଜ ଅଧିକାରର ସୁରକ୍ଷା ଭାବନା ଉପôନ୍ନ ହୋଇଥିଲା । ସଂଗଠନ କରିବାର ଦୃଢ଼ ବିଚାର କରାଗଲା ଏବଂ ପୂରା ହିନ୍ଦୁସ୍ତାନରେ ଆନ୍ଦୋଳନ ବ୍ୟାପକ ହେବାକୁ ଲାଗିଲା ।
(ଅନୁଚ୍ଛେଦ ୧୨/୧୧)
ଗାନ୍ଧୀଜୀ ନିଜ ପ୍ରବଚନ ଉପରାନ୍ତ ପ୍ରଶ୍ନୋତ୍ତର କାଳରେ ସ୍ପଷ୍ଟ କହୁଥିଲେ, ନିର୍ବାସିତ ହିନ୍ଦୁ-ଶିଖଙ୍କ ପରିବାର ଖୋଲା ଆକାଶ ତଳେ ଶୀତରେ ଥରିଥରି ଭୋକ-ଉପାସରେ ରହିବାକୁ ପଡ଼ୁ ପଛେ ମୁସଲମାନଙ୍କ ସୁରକ୍ଷା ଜରୁରୀ । ଅନ୍ୟପକ୍ଷେ ଅମାନବୀୟ ଅତ୍ୟାଚାର ସହି ଘରଦ୍ୱାର ଛାଡ଼ି ପଳାୟନ କରିଥିବା ହିନ୍ଦୁ-ଶିଖ୍ଙ୍କ ପ୍ରତି ଗାନ୍ଧୀଜୀ ସହାନୁଭୂତିଭରା ଭାଷା କହୁନଥିଲେ । ଏହି ପ୍ରକାର ପ୍ରବଚନ ଓ ଶାସନ ଦ୍ୱାରା ମୁସଲମାନ ସଂକ୍ଷରଣ ନିର୍ବାସିତଙ୍କୁ ବହୁତ ବାଧୁଥିଲା । ଗାନ୍ଧୀଙ୍କ ଏହି ଭାବନାକୁ ହିନ୍ଦୁ ମହାସଭା, ବିଶେଷ କରି ଉଗ୍ର ବିଚାରସମ୍ପନ୍ନ ତ୍ତ୍ୱଗଣ ଓ ଏହାଙ୍କ ମଧ୍ୟରେ ମହାରାଷ୍ଟ୍ରର ଅନେକ ବ୍ୟକ୍ତିବିଶେଷ ଅତ୍ୟନ୍ତ ବିରୋଧ କଲେ ।
(ଅନୁଚ୍ଛେଦ ୧୨/୧୨)
ପଶ୍ଚିମ ପାକିସ୍ତାନରୁ ଆସିଥିବା ହିନ୍ଦୁ ଓ ଶିଖ, ହିନ୍ଦୁସ୍ତାନର ବିଭିନ୍ନ ପ୍ରଦେଶର ହିନ୍ଦୁ ଏବଂ ହିନ୍ଦସଭାର ଏହି ଧାରଣା ଦୃଢ଼ୀଭୂତ ହେଲା ଯେ କଂଗ୍ରେସ ଯେଉଁ ମୁସଲମାନ ତୁଷ୍ଟିକରଣ ନୀତି ଆପଣେଇଛି ଏହାର କୁପରିଣାମ ସ୍ୱରୂପ ପାକିସ୍ତାନରେ ହିନ୍ଦୁଙ୍କ ହତ୍ୟା କରାଯାଉଛି । ଏହି ମନୋଭାବ ଓ ତୁଷ୍ଟିକରଣ ଦ୍ୱାରା ପ୍ରୋତ୍ସାହିତ ହୋଇ ପାକିସ୍ତାନର ନିର୍ମାଣ ହେଲା ଓ ସେଠାକାର ହିନ୍ଦୁଙ୍କୁ ଘର ଛାଡ଼ିବାକୁ ପଡ଼ିଲା । କେବଳ ଗାନ୍ଧୀଙ୍କ ମୁଖରୁ ନୁହେଁ ଅପିତୁ ଛୋଟମୋଟ କଂଗ୍ରେସ ନେତାଗଣଙ୍କ ସଭାରେ ମଧ୍ୟ ଏହିପରି ଉପକ୍ରମମାନ ଦେଖାଗଲା । ଏତିକି ନୁହେଁ ସେମାନେ ଏପରି ପ୍ରସାରରେ ଗାନ୍ଧୀଙ୍କୁ ବି ପଛରେ ପକାଇ ଦେଲେ ।
(ଅନୁଚ୍ଛେଦ ୧୨/୧୩)
ଗାନ୍ଧୀଜୀଙ୍କ ଚେଲାଗଣ ଗାନ୍ଧୀଙ୍କୁ ଭ୍ରମିତ କଲେ, କହିଲେ, ମୁସଲମାନଙ୍କ ଉପରେ ବହୁତ ଅତ୍ୟାଚାର କରାଯାଉଛି । ସେମାନେ ତାଙ୍କ ମନରେ ଏକ ଭ୍ରାନ୍ତ ଧାରଣା ଦୃଢ଼ୀଭୂତ କଲେ ଯେ ନିର୍ବାସିତଙ୍କ ନିକଟରେ ପର୍ଯ୍ୟାପ୍ତ ଧନ ଅଛି, ସେମାନେ ସୁଖ-ଶାନ୍ତିରେ ରହୁଛନ୍ତି ଏବଂ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସୁବିଧାର ଦୁରୁପଯୋଗ କରୁଛନ୍ତି । ଏପରି ମିଥ୍ୟା ପ୍ରସାର ନିର୍ବାସିତ ଜନତାଙ୍କୁ କୄଦ୍ଧ କଲା । ସେମାନେ ଏପରି ମିଥ୍ୟାବାଦୀଙ୍କ ଘୃଣା କରିବାକୁ ଲାଗିଲେ । କାରଣ କଂଗ୍ରେସର କିଛି ନେତା ମୁସଲମାନଙ୍କୁ ପ୍ରସନ୍ନ କରିବାର ଚେଷ୍ଟାରେ ସଦା ବ୍ୟସ୍ତ ଥିଲେ । ନିର୍ବାସିତଙ୍କୁ ଅତ୍ୟାବଶ୍ୟକ ବସ୍ତୁ ଯୋଗାଇଦେବାରେ ବି ସେମାନେ ହେଳା କରୁଥିଲେ ।
(ଅନୁଚ୍ଛେଦ ୧୨/୧୪)
ନ୍ୟାୟମୂର୍ତ୍ତି କପୁରଙ୍କ ଅଭିପ୍ରାୟ ଥିଲା କି ଉପରଲିଖିତ କାରଣରୁ ଏପରି ପ୍ରତୀତ ହେବ ଯେପରି ନିର୍ବାସିତ ଗାନ୍ଧୀଜୀଙ୍କ ପ୍ରତି ଏପରି କ୍ରୋଧିତ ଥିଲେ ଯେ ତାଙ୍କୁ ହତ୍ୟା କରିବାର ଭାବନା ମନରେ ବସା ବାନ୍ଧିଲା ଯଦିଓ ବାସ୍ତବ ପରିସ୍ଥିତି ଯେପରି ନଥିଲା । ଗାନ୍ଧୀଜୀ ବହୁତ ଜନହିତକାରୀ କାର୍ଯ୍ୟମାନ କରିଥିଲେ ଯଦ୍ଧ୍ୱାରା ପଞ୍ଜାବୀ, ହିନ୍ଦୁ, ଶିଖ୍, ତଥା ଅନ୍ୟ ଜନ ସମୁଦାୟ ତାଙ୍କ ପ୍ରତି କୃତଜ୍ଞ ଥିଲେ । ସଙ୍କଟକାଳରେ ଗାନ୍ଧୀଙ୍କ ସାହାରା ଯୋଗୁଁ ସେମାନେ ତାଙ୍କର ଅତ୍ୟନ୍ତ ଆଦର ସମ୍ମାନ କରୁଥିଲେ । କିନ୍ତୁ ବିଭାଜନ ସେମାନଙ୍କୁ ବାଟହୁଡ଼ା କରିଦେଲା । ସାକ୍ଷୀ ଶ୍ରୀ ସାହାଣୀ କହିଛନ୍ତି, ନିର୍ବାସିତ ଚାହୁଁନଥିଲେ ଯେ ତାଙ୍କୁ କୌଣସି ପ୍ରକାର ଶାରୀରିକ କ୍ଷତି ହେଉ କିନ୍ତୁ ସାବରକରବାଦଙ୍କୁ ପୁରସ୍କୃତ କରିଥିବା ମହାରାଷ୍ଟ୍ରୀୟ ବହୁତ ଅସନ୍ତୋଷ ଥିଲେ ତେଣୁ ଗାନ୍ଧୀ ସେମାନଙ୍କ ଗୁଳିର ଶିକାର ହେଲେ ।
(ଅନୁଚ୍ଛେଦ ୧୨/୧୫)
ନ୍ୟାୟମୂର୍ତ୍ତି କପୁରଙ୍କ ନିଷ୍କର୍ଷ ଯେ ସମ୍ଭବତଃ ନିର୍ବାସିତ ଗାନ୍ଧୀଜୀଙ୍କୁ ଶାରୀରିକ ହାନି କରିବାକୁ ଚାହୁଁନଥିଲେ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ । କପୁରଙ୍କ ରିପୋର୍ଟରେ କିଛି ସାକ୍ଷୀଙ୍କ ବ୍ୟକ୍ତବ୍ୟ ଦେଖନ୍ତୁ-
ଶ୍ରୀ ରନ୍ଧୱା ଜଣେ ସାକ୍ଷୀ ଥିଲେ । ତାଙ୍କ ଅନୁକ୍ରମ ୧୮ଥିଲା । ସେ କହିଛନ୍ତି ଗାନ୍ଧୀଙ୍କ ଅନଶନ ଦିନମାନଙ୍କରେ ନିର୍ବାସିତ ତାଙ୍କ ବିରୁଦ୍ଧରେ ପ୍ରଦର୍ଶନ କରୁଥିଲେ ଏବଂ ‘ମରତା ହେ ତୋ ମରନେ ଦୋ’ କହୁଥିଲେ ।
(ଅନୁଚ୍ଛେଦ ୧୨-ଇ/୨୪, ପୃଷ୍ଠା ୧୮୭)
ଉପବାସ ସମୟରେ ପରିସ୍ଥିତି ବଡ଼ ବିକଟ ଥିଲା । ଚାରିଆଡେ଼ ହୋହଲ୍ଲା ଥିଲା । ନିର୍ବାସିତ ଭୀଷଣ ଅସନ୍ତୁଷ୍ଟ ଥିଲେ । ବିର୍ଲା ଭବନକୁ ଆସି ଗାନ୍ଧୀଙ୍କ ‘ମରିବାକୁ ଦିଅ’ ଆଦି ପ୍ରତିବାଦ କରୁଥିଲେ । ଏହାର ଆଂଶିକ କାରଣ ଥିଲା ଗାନ୍ଧୀଜୀଙ୍କ ୫୫ କୋଟି ଟଙ୍କା ପାକିସ୍ତାନକୁ ଦେବାର ଜିଦ୍ । ଦ୍ୱିତୀୟ କାରଣ ଥିଲା, ନିର୍ବାସିତଙ୍କୁ ସହାୟତା ଦେବା ବଦଳରେ ମୁସଲମାନଙ୍କୁ ସାହାଯ୍ୟ କରିବା ମନୋବୃତ୍ତି ।
(ଅନୁଚ୍ଛେଦ ୧୨-ଇ/୨୫)
ସେ ସମୟରେ ଶ୍ରୀ ରନ୍ଧୱା ଉପାଧ୍ୟକ୍ଷ (ଡେ଼ପୁଟି କମିଶନର) ଥିଲେ । ପଣ୍ଡିତ ନେହେରୁ ତଥା ଅନ୍ୟ ମନ୍ତ୍ରୀଙ୍କର ଭାରତକୁ ଶରଣାର୍ଥୀ ରୂପେ ଆଗମନ କରୁଥିବା ଜନତାଙ୍କ ପ୍ରତି ସହାନୁଭୂତି ନାହିଁ ବୋଲି ଧାରଣା ସହିତ ଏହି ଆୟୋଗ ସହମତ ନୁହେଁ ବୋଲି ନ୍ୟାୟମୂର୍ତ୍ତି ଶ୍ରୀ କପୁର ପୃଷ୍ଠା ୧୬୬ରେ (ଅନୁଚ୍ଛେଦ-୧୨-ସି/୨୯)ରେ କହିଛନ୍ତି । ଶ୍ରୀ ଜେ.ଏନ. ସାହାଣୀଙ୍କ କଥାରୁ ନେହେରୁଙ୍କ ମନୋସ୍ଥିତି ପ୍ରତିଫଳିତ ହୁଏ । କିନ୍ତୁ ଶରଣାର୍ଥୀ ଏପରି ମାନିବାକୁ ପ୍ରସ୍ତୁତ ନଥିଲେ । ଗାନ୍ଧୀଜୀଙ୍କଠୁ ଅନୁକମ୍ପାର ପ୍ରତ୍ୟଶା ରଖୁଥିଲେ ଏହି ବିପନ୍ନ ଜନତା । ତେଣୁ ଗାନ୍ଧୀଜୀ ପ୍ରାର୍ଥନା ପରବର୍ତ୍ତୀ ଭାଷଣରେ ଯେବେ ସହାନୁଭୂତିର ଝଲକ ମିଳୁନଥିଲା ନିର୍ବାସିତ କ୍ରୋଧାନ୍ୱିତ ହୋଇପଡ଼ୁଥିଲେ । ଗାନ୍ଧୀଜୀର ଅର୍ଥ କଂଗ୍ରେସ ଏବଂ କଂଗ୍ରେସର ଅର୍ଥ ହେଲା ଗାନ୍ଧୀ ଏହା ସେମାନଙ୍କର ସମୀକରଣ ଥିଲା । ଯେବେ ଗାନ୍ଧୀ କହୁଥିଲେ ତୁମେ ନିଜ ନିଜର ଘର ଲେଉଟିଯାଅ, ତେବେ ନିର୍ବାସିତ ଆହୁରି ଚିଡ଼ିଯାଉଥିଲେ । ଯେକୌଣସି ତ୍ୟାଗ କରିବାକୁ ପଛେ ସେମାନେ ଫେରିଯିବାକୁ ଆଦୌ ପ୍ରସ୍ତୁତ ନଥିଲେ । ସେଠାରେ ଯେଉଁପ୍ରକାର ର୍ଦୁବ୍ୟବହାର, ଅତ୍ୟାଚାରର ସାମ୍ନା ହୋଇଥିଲା ତାହା ସେମାନଙ୍କ ମନରୁ ଲିଭିନଥିଲା, ଏବଂ ସେମାନଙ୍କ ସହିତ ପାକିସ୍ତାନର ଅଧିକାରୀ ଓ ଜନତା ଯେ ଭଲ ବ୍ୟବହାର କରିବେ ଏହାର କୌଣସି ସମ୍ଭାବନା ବି ନଥିଲା । ମୁଜାଦିହ, ରଜାକାର(ଇଂରେଜ ଶାସନ କାଳରେ ହାଇଦ୍ରାବାଦ ପ୍ରଦେଶର ଅର୍ଦ୍ଧ ସୈନିକ ସ୍ୱୟଂସେବକ ବାହିନୀ), ଖାସକରି (ଅବିଭାଜିତ ଭାରତର ଲାହୋର, ପଞ୍ଜାବ ଏବଂ ବିଟ୍ରିଶ ଭାରତରେ ଇନାୟାତୁଲ୍ୟ ଖାନ ମାଶରିଖିଙ୍କ ଦ୍ୱାରା ପରିଚାଳିତ ଖାସକର ଆନ୍ଦୋଳନ ଦେଶ ବିଭାଜନର ବିରୋଧି ଥିଲା) ଏବଂ ମୁସଲିମ୍ ଲିଗ୍ର କାର୍ଯ୍ୟକର୍ତ୍ତା, ତଥା ସେଠାକାର ସରକାରୀ ଅଧିକାରୀ ଯେ ନିର୍ବାସିତଙ୍କୁ ସଦ୍ଭାବନା ପୂର୍ବକ ପ୍ରେମଭାବନା ସହିତ ସ୍ୱାଗତ କରିବେ ଏହାର କୌଣସି ଆଶା ସେମାନେ କରୁନଥିଲେ । ସେଥିପାଇଁ ସେମାନେ ଚାହୁଁଥିଲେ ଯେଭଳି ସେମାନେ ଭାରତ ଆସିଗଲେ, ସେହିପରି ମୁସଲମାନଙ୍କ ଲାଗି ସୃଷ୍ଟି ହୋଇଥିବା ପାକିସ୍ତାନକୁ ମୁସଲମାନ ପ୍ରସ୍ଥାନ ଉଚିତ । ଉପଯୁକ୍ତ କଥନ ନିର୍ବାସିତଙ୍କ ଧାରଣା ଥିଲା, କିନ୍ତୁ ଏଭଳି ବିଚାରଧାରାର ଔଚିତ୍ୟର ବିଶ୍ଲେଷଣ କରିବା କପୁର ଆୟୋଗର ପରିସରଭୁକ୍ତ ନଥିଲା । କିନ୍ତୁ ପାକିସ୍ତାନକୁ ୫୫ କୋଟି ପ୍ରଦାନ କରାଯିବା ଲାଗି ଗାନ୍ଧୀଜୀଙ୍କ ଅନଶନ ଦ୍ୱାରା ସେମାନେ ଅଧିକ ଉତ୍ତେଜିତ ହୋଇପଡ଼ିଲେ । ହିନ୍ଦୁଙ୍କ ଦୃଷ୍ଟିରେ ଏଭଳି କାର୍ଯ୍ୟ ବହୁତ କ୍ରୁର । କାରଣ ଏହି ଧନର ଉପଯୋଗ ଭାରତ ବିରୁଦ୍ଧରେ ଲଢ଼ୁଥିବା ପାକିସ୍ତାନର ସୈନ୍ୟଙ୍କ କାମରେ ଲାଗିବ । ଏଭଳି ଶଙ୍କା ନିରାଧାର ନଥିଲା । ଭାରତୀୟ ସେନାକୁ କାଶ୍ମୀର ପଠାଯାଇଥିଲା । ଯେଉଁ କାଶ୍ମୀର ନିଜକୁ ରକ୍ଷା କରିବାକୁ ଅସମର୍ଥ ଥିଲା ସେହି ଭୂସ୍ୱର୍ଗକୁ ପାକିସ୍ତାନ କବ୍ଜା କରିବାକୁ ଚେଷ୍ଟିତ ଥିଲା । ସେମାନଙ୍କ କୌଣସି ପ୍ରକାରର ବାଧା ରୋକିବାକୁ ସମର୍ଥ ନଥିଲା, କେବଳ ହିନ୍ଦୁସ୍ତାନ ସେନାର ଶୌର୍ଯ୍ୟ ହିଁ ସେମାନଙ୍କୁ ପରାହତ କରିପାରିବ, ଏଭଳି ମତ ଥିଲା ।
ଶ୍ରୀ କପୁର ନିର୍ବାସିତଙ୍କ ଭାବନାକୁ ହିଁ ଚିତ୍ରିତ କରିଛନ୍ତି । ସେମାନଙ୍କ ଭାବନା ଗାନ୍ଧୀଜୀଙ୍କ ବିରୁଦ୍ଧରେ ଥିଲା ବା ନୁହେଁ ଏହା ଏହି ଉଦ୍ଧୃତିରୁ ସ୍ପଷ୍ଟ ହୁଏ ।
ଶ୍ରୀ ବ୍ରଜକୃଷ୍ଣ ଚାନ୍ଦିୱାଲା, ସ୍ୱାଧିନତା ସଂଗ୍ରାମୀ ଓ ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ସହଯୋଗୀ (ସାକ୍ଷୀ କ୍ର. ୧୧)ଙ୍କ ବୟାନର ଉଲ୍ଲେଖ ନ୍ୟାୟମୂର୍ତ୍ତି କପୁର ନିଜ ପ୍ରତିବୃତ୍ତ (ଖଣ୍ଡ ୧୪୦, ୧୨-ଏ/୩୩)ରେ କରିଛନ୍ତି । ନ୍ୟାୟମୂର୍ତ୍ତି କପୁରଙ୍କ ପୂର୍ବରୁ ଏହି ଆୟୋଗର କାର୍ଯ୍ୟଭାର ଭାରତର ଉପରାଷ୍ଟ୍ରପତି ଗୋପାଳ ସ୍ୱରୁପ ପାଠକ ନିର୍ବାହ କରୁଥିଲେ । ତାଙ୍କ ସମ୍ମୁଖରେ ବୟାନରେ ଚାନ୍ଦିୱାଲା କହିଥିଲେ, ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀରେ ହିନ୍ଦୁ-ମୁସଲମାନ ଦଙ୍ଗା ହେଇଥିଲା ଏବଂ ଏଥିପାଇଁ ସେଠାରେ କର୍ଫ୍ୟୁ ଲାଗିଥିଲା । ଦଙ୍ଗାରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଲା । ଚାନ୍ଦିୱାଲା ସମୟାନ୍ତରରେ ଗାନ୍ଧୀଜୀଙ୍କୁ ଏହି ଖବର ଦେଉଥିଲେ । ସେହି ହିଁ ଗାନ୍ଧୀଜୀଙ୍କୁ କଲିକତାରୁ ଦିଲ୍ଲୀ ଡକାଇ ଆଣିଲେ । ଶ୍ରୀ ଚାନ୍ଦିୱାଲା କହିଲେ ଯଦି ଗାନ୍ଧୀ ସେଠାରୁ ନଆସିଥାଆନ୍ତେ ତା’ହେଲେ ଦିଲ୍ଲୀର ପ୍ରତି ଗଳିକନ୍ଦିରେ ବଡ଼ ନରସଂହାର ସଙ୍ଘଠିତ ହୋଇଥାଆନ୍ତା । ତାଙ୍କର ଆସିବା ଦ୍ୱାରା ଶାନ୍ତି ସ୍ଥାପିତ ହେଲା । କିନ୍ତୁ ପାକିସ୍ତାନରୁ ଆସିଥିବା ନିର୍ବାସିତ କ୍ରୋଧିତ ହେଲେ । ଥରେ ଯେବେ ଗାନ୍ଧୀ Kingsway କ୍ୟାମ୍ପ ଶରଣାର୍ଥୀ ଶିବିର ପରିଦର୍ଶନ କଲେ । ସେଠାରେ ଶରଣାର୍ଥୀ ସେମାନଙ୍କ ଦୁଃଖଭରା ଗାଥା ଶୁଣାଇଲେ । ଧିରେ ଧିରେ ବିରୋଧ ଉଗ୍ରରୂପ ନେଲା ଓ ଗାନ୍ଧୀଙ୍କୁ ଧମକପୂର୍ଣ୍ଣ ଗାଳି , ନିନ୍ଦାସୂଚକ ଶବ୍ଦଭରା ପତ୍ରମାନ ଆସିଲା । ଚାନ୍ଦିୱାଲା ସେ ପତ୍ର ସବୁ ପଢ଼ୁଥିଲେ । ସେ ମଧ୍ୟ ଥରେ ନିର୍ବାସିତଙ୍କୁ ଗାନ୍ଧୀଙ୍କ ସହିତ ଭେଟ କରାଇଲେ । ଥରେ ଗାନ୍ଧୀଜୀ ଅବସ୍ଥାନ କରୁଥିବା ବିର୍ଲା ଭବନଠାରେ ଏକ ବଡ଼ ପଟୁଆର ପହଞ୍ଚିଲା । ସେମାନଙ୍କ ଧ୍ୱନି ଥିଲା ‘ ରକ୍ତ ବଦଳରେ ରକ୍ତ’ । ସେ ପଟୁଆରକୁ ଆୟତ୍ତ କରିବାକୁ ବିର୍ଲା ଭବନରେ ଏକ ବଡ଼ ଆରକ୍ଷୀ ଦଳ ନିଯୁକ୍ତ ଥିଲେ । ସେହି ସମୟରେ ନେହେରୁ ଗାନ୍ଧୀଙ୍କ ସହିତ ବାର୍ତ୍ତାଳାପ କରୁଥିଲେ । ନେହେରୁ ବାହରକୁ ଆସି ଜନସମୁଦାୟକୁ ବୁଝାଇଲେ । ଏପରି ନକରିଥିଲେ ସେଇଦିନ ଗାନ୍ଧୀଙ୍କୁ ଜନତା ଆକ୍ରମଣ କରିଥାନ୍ତେ ।
ଅନୁଚ୍ଛେଦ ୧୨-ଏ/୩୪, ପୃଷ୍ଠା ୧୪୧ରେ ହିନ୍ଦୁସ୍ତାନ ଟାଇମସ୍ ୫ ଜାନୁଆରୀ ୧୯୪୮ ସଂସ୍କରଣରେ ୧୪ ଜାନୁଆରୀର ବୃତ୍ତାନ୍ତ ଛପାଯାଇଛି । କିଛି ଲୋକ ବିର୍ଲା ଭବନର ବାହ୍ୟ ପ୍ରାଙ୍ଗଣରେ ଏକତ୍ରିତ ହେଲେ । ସେମାନେ ସମବେତ କଣ୍ଠରେ ଉଚ୍ଚସ୍ୱର କହିଚାଲିଲେ, ‘ଗାନ୍ଧୀଜୀଙ୍କ ମୃତ୍ୟୁ ହିଁ କାମ୍ୟ’ । ଭିତରେ ଗାନ୍ଧୀଜୀ, ପଣ୍ଡିତ ନେହେରୁ, ସର୍ଦାର ପଟେଲ ଏବଂ ମୌଲାନା ଆଜାଦ ଆଲୋଚନାରତ ଥିଲେ । ପଣ୍ଡିତ ନେହେରୁ ଏପରି ଶୁଣିଲା ମାତ୍ରକେ ବାହାରକୁ ଆସି ପ୍ରଦର୍ଶନକାରୀଙ୍କ କଡ଼ା ସ୍ୱରରେ ଭର୍ତ୍ସନା କଲେ । କହିଲେ, “ତୁମେମାନେ ଏପରି ଶବ୍ଦ କିପରି କହିପାରୁଛ? ପ୍ରଥମେ ମୋତେ ମାର ।” ତା’ପରେ ପ୍ରଦର୍ଶନକାରୀମାନେ ସେଠାରୁ ଚାଲିଗଲେ ।
ଯେ ଏହି ଲୋକେ ଏପରି ସ୍ଲୋଗାନମାନ ଦେଇଥିଲେ ବୋଲି ନ୍ୟାୟମୂର୍ତ୍ତି କପୁର ନିଷ୍କର୍ଷ ଉପରଲିଖିତ ବୃତ୍ତାନ୍ତରୁ ଚାନ୍ଦିୱାଲାଙ୍କ ବର୍ଣ୍ଣନା ଦ୍ୱାରା ପ୍ରମାଣିତ ହେଉଛି ; କିନ୍ତୁ ପଣ୍ଡିତ ନେହେରୁ ବାହାରକୁ ଆସି ନଥିଲେ ଗାନ୍ଧୀଜୀଙ୍କ ଉପରେ ଲୋକେ ଆକ୍ରମଣ କରିଦେଇଥା’ନ୍ତେ ଏହି ଆଶଙ୍କାର ପୃଷ୍ଟି ହୁଏନାହିଁ ।
ସେ ଯାହା ହେଉ, ନ୍ୟାୟମୂର୍ତ୍ତି କପୁର ନିର୍ଯ୍ୟାର୍ଯରେ ଉପନୀତ ହେଲେ ଯେ ନିର୍ବାସିତ ଜନତା ଯେଉଁ ଯାତନା ସହିଥିଲେ ସେଥିରୁ ଉତ୍ପନ୍ନ କ୍ରୋଧ ଅପେକ୍ଷା ଗାନ୍ଧୀଜୀଙ୍କ ପ୍ରତି ପ୍ରେମ ଅଧିକ ମାତ୍ରାରେ ଥିଲା । କିନ୍ତୁ ଏପରି ମତ ପରିସ୍ଥିତିର ବିପରୀତ ବୋଧ ହୁଏ । ଏହାର ଅତିରିକ୍ତ ମଦନଲାଲ ଏହିପରି ଜଣେ ପୀଡିତ ନିର୍ବାସିତ ଥିଲା ଓ ସେ ପ୍ରତ୍ୟକ୍ଷ ରୂପରେ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲା । ଏଥିରୁ ପ୍ରମାଣ ମିଳେ ଯେ ନିର୍ବାସିତ ନିଜ ଅସନ୍ତୋଷର ଫଳସ୍ୱରୂପ ଚରମ ସ୍ତରରୁ ଯିବାର ସକ୍ଷମ ଥିଲେ ନିଶ୍ଚୟ ।
ପାଠକ ଉପଲବ୍ଧି କରିବେ ଯେ ଗାନ୍ଧୀବଦ୍ଧର ଯେଉଁସବୁ କାରଣ ନ୍ୟାୟଧୀଶ କପୁର ଦେଲେ ସେସବୁ ନାଥୁରାମ ଦେଇଥିବା କାରଣଗୁଡ଼ିକ ସହ ସାମଞ୍ଜସ୍ୟ ରଖୁଛି । ଦିଲ୍ଲୀର ସ୍ଥିତି ଏବଂ ନିର୍ବାସିତଙ୍କ ଯେଉଁ ମନୋସ୍ଥିତି ନାଥୁରାମ ଦେଖିଲେ ଓ ଏହାର ଯେଉଁ ବିବରଣ ସେ ଦେଲେ ସେସବୁ ନ୍ୟାୟମୂର୍ତ୍ତି ଦେଇଥିବା ବର୍ଣ୍ଣନାଠାରୁ ଭିନ୍ନ ନୁହେଁ ।