ତେଣୁକରି ସେ ଦେଶଟିକୁ ଧର୍ମର ଆଧାରରେ ସଂଖ୍ୟାଲଘୁ ଓ ସଂଖ୍ୟାଗରିଷ୍ଠଙ୍କ ମଧ୍ୟରେ ବାଣ୍ଟିଦେଲେ । ସେ ଏହି ଧର୍ମନିରପେକ୍ଷତା ବିଚାରର ସର୍ଜନା କରିଲେ ଯାହାର ଭାରତୀୟ ବିଚାରଧାରାରେ କୌଣସି ଭିତ୍ତି ଭୂମି ମଧ୍ୟ ନଥିଲା । ତେଣୁକରି ସମ୍ବିଧାନ ପ୍ରଣୟନ ସଭାରେ ଅନ୍ୟ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିଲେ, “ ଆପଣ ହିନ୍ଦୁ ବ୍ୟକ୍ତିଗତ ଆଇନ , ମୁସଲିମ ବ୍ୟକ୍ତିଗତ ଆଇନ , ଏଭଳି ଭିନ୍ନ ଭିନ୍ନ ଆଇନ କାହିଁକି ତିଆରି କରୁଛନ୍ତି।“ ଭାରତୀୟ ଦର୍ଶନ ଉଚିତ ଓ ଅନୁଚିତ ର ଧର୍ମ ବିଷୟରେ କୁହେ । ‘ଧାରୟତେ ଇତି ଧର୍ମ” ଯାହା ମୋତେ ଧାରଣ କରି ରଖେ ତାହା ହେଉଛି ଧର୍ମ । ଆପଣ କାହିଁକି ଏକ “ସର୍ବସମ ଦେୱାନି ବିଧି” (Uniform Civil Code ) ପ୍ରଣୟନ କରିପାରିବେ ନାହିଁ ? ସେତେବେଳେ ଜବାହରଲାଲ କହିଲେ କି ନା ଆମେ ମୁସଲମାନମାନଙ୍କୁ ସେମାନଙ୍କର ଧାରଣା ପରିବର୍ତ୍ତନ କରିବାକୁ କହିପାରିବା ନାହିଁ କାରଣ କୁରାନ-ଏ-ଶରୀଫ୍ କହେ କି ଅନ୍ତିମ ବିଚାରର (ପ୍ରଳୟର) ଦିନ (Day of Judgement) ପର୍ଯ୍ୟନ୍ତ ଏହା ଏହିପରି ହିଁ ରହିବ କିନ୍ତୁ ଆମେ ହିନ୍ଦୁମାନଙ୍କୁ ପରିବର୍ତ୍ତନ କରିବାକୁ କହିପାରିବା ।
ନେହେରୁଙ୍କର ଧର୍ମନିରପେକ୍ଷତା ବହୁତ ସରଳ ଥିଲା । କେହି ଯଦି ମଦ୍ରାସା ଗୁଡିକ ଉପରେ ନିୟନ୍ତ୍ରଣ ଚାହେଁ ତେବେ ସେ ସାମ୍ପ୍ରଦାୟିକ ବିଚାରବାଦୀ , ଯଦି କେହି ମନ୍ଦିର ଗୁଡିକ ଉପରେ ନିୟନ୍ତ୍ରଣ ଚାହେଁ ତେବେ ସେ ହେଉଛି ଧର୍ମ-ନିରପେକ୍ଷ । ତାଙ୍କ ହିସାବରେ ସୋମନାଥ ମନ୍ଦିରର ପୁନର୍ନିର୍ମାଣ ହେଉଛି ସାମ୍ପ୍ରଦାୟିକତା ମାତ୍ର ଶହ, ଶହ ରାସ୍ତା ଇସଲାମୀୟ ଲୁଣ୍ଠନକାରୀ ରାଜାମାନଙ୍କ ନାମରେ ନାମିତ କରିବା ହେଉଛି ଧର୍ମନିରପେକ୍ଷତା । ନେହେରୁଙ୍କ ଅନୁଯାୟୀ ଶିକାର ନିଜର ଆତ୍ମରକ୍ଷା କରିବା ହେଉଛି ଶିକାରୀର ଅଧିକ ହିଂସ୍ର ହେବାର କାରଣ।
ମୌଲାନା ଅବଦୁଲ କଲାମ ଆଜାଦଙ୍କ ପରି ବ୍ୟକ୍ତିତ୍ଵ ଉପରେ ସମଗ୍ର ଦେଶ ପୁନର୍ବାର ଅଧ୍ୟୟନ କରିବା ଉଚିତ୍ । ସେ ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ହେବା ସ୍ଵୟଂ ଏକ ବିଡ଼ମ୍ବନା ଥିଲା । ତାଙ୍କ ସମୟରେ ଇତିହାସ ବିଷୟଟିରେ ନିନ୍ଦନୀୟ ପରିବର୍ତ୍ତନମାନ କରାଗଲା , ଦେଶକୁ ଭ୍ରମିତ କରିବାର ଯେଉଁ ପ୍ରୟାସ କରାଗଲା, ମୋର ବିଶ୍ୱାସ ଯେ ଦେଶକୁ ଦ୍ୱନ୍ଦରେ ପକାଇବାକୁ ଏହି ପ୍ରୟାସରେ ଅବଦୁଲ କଲାମ ଆଜାଦଙ୍କର ଏକ ଭୂମିକା ଥିଲା । ମୁଁ ଏହି ମନ୍ତବ୍ୟକୁ ଯଥେଷ୍ଟ ଉତ୍ତରଦାୟିତ୍ଵ ସହିତ କହୁଛି । ଅବଦୁଲ କଲାମ ଆଜାଦ ସୁଫି ଧର୍ମରେ ବିଶ୍ୱାସ କରୁନଥିଲେ ବରଂ ସେ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ତାଙ୍କ ବାପା ପିର-ମୁରିଦୀ (ସୁଫିବାଦ ର ଗୁରୁ ଶିଷ୍ୟ ପରମ୍ପରା) ରେ ବିଶ୍ୱାସ କରୁଥିଲେ କିନ୍ତୁ ସେ ଏହା ଉପରେ ବିଶ୍ୱାସ କରୁନଥିଲେ ଓ ଏହାକୁ ଅଜ୍ଞତା ବୋଲି ଭାବୁଥିଲେ ।
ସୋଭିଏତ୍ ଋଷର କମ୍ୟୁନିଷ୍ଟ ବ୍ଲକ୍ ୧୯୫୦ ଦଶକରୁ ହିଁ ନେହେରୁଙ୍କ କ୍ୟାବିନେଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଆସୁଥିଲା । କୃଷ୍ଣ ମେନନ, ପି ଏନ ଅକ୍ଶର , ଲଲିତ ନାରାୟଣ ମିଶ୍ରଙ୍କ ପରି ଲୋକମାନେ ସୋଭିଏତ ଗୁପ୍ତଚରମାନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ରହସ୍ୟମୟୀ ହତ୍ୟା ପରେ ସେମାନଙ୍କୁ ସବୁଠାରୁ ବଡ ସଫଳତା ମିଳିଥିଲା ଓ ସେତେବେଳେ ଇନ୍ଦିରା ଗାନ୍ଧୀ ହଠାତ୍ ରାଜନୀତି ରେ ସାମ୍ନାକୁ କେନ୍ଦ୍ରବିନ୍ଦୁ ସାଜି ଆସିଥିଲେ । ଇନ୍ଦିରା ଗାନ୍ଧୀଙ୍କର KGB କୋଡ ନାମ ଥିଲା “ବାନୋ” (VANO) । ରାଜନୀତିରେ କମ୍ ଅଭିଜ୍ଞତା ହେତୁ ଇନ୍ଦିରା ଗାନ୍ଧୀଙ୍କଠାରେ କେଜିବିକୁ ନିଜର ଆଦର୍ଶ ସହଯୋଗୀ ଦିଶିଥିଲା । ଶୀତଳ ଯୁଦ୍ଧ ସମୟରେ କେଜିବି ଭାରତକୁ କମ୍ୟୁନିଷ୍ଟ ବ୍ଲକ ସହ ମିଶାଇକରି ରଖିବା ପାଇଁ , ଭାରତୀୟ କଂଗ୍ରେସ୍ ପାର୍ଟି ଫଣ୍ଡ କୁ ମସ୍କୋ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲା ।
ଆଜି ଆମର ବାର୍ତ୍ତାଳାପ ୟୁରୀ ଆଲେକ୍ସାନ୍ଦ୍ରୋବିଛ ବେଜମଏନୋଭ ଙ୍କ ସହିତ ଅଛି ଯିଏ ନୋଭୋଷ୍ଟି ସହିତ ଏକ ଉଲ୍ଲେଖନୀୟ କ୍ୟାରିୟର କରିଥିଲେ, ଯାହାକି କେ ଜି ବୀ ପାଇଁ ଅଗ୍ରଧାଡି ରେ ଉଲ୍ଲେଖଯୋଗ୍ୟ ଥିଲା । ସେ ସୋଭିଏତ ଋଷର ମିଥ୍ୟା ପ୍ରଚାର ପ୍ରସାର ଏବଂ ସକ୍ରିୟ ବିଭ୍ରାନ୍ତିକର ବିଷୟ ର ପ୍ରଚାର ଉପରେ ନିଶ୍ଚିତ ଭାବରେ ଜଣେ ବିଶ୍ୱ ପ୍ରସିଦ୍ଧ ବିଶେଷଜ୍ଞ |
କ୍ଷମା କରିବେ କିନ୍ତୁ ଆପଣ କଅଣ କହୁଛନ୍ତି କି ସେତେବେଳେ ଆପଣ ଏକ କାର୍ଯ୍ୟ ସଂକ୍ରାନ୍ତରେ ଭାରତରେ ଥିଲେ ?
– “ହଁ, ମୁଁ ନୂଆଦିଲ୍ଲୀରେ ସୋଭିଏତ୍ ଦୂତାବାସରେ, ଏକ ପ୍ରେସ ଅଧିକାରୀ ଭାବରେ କାମ କରୁଥିଲି। ମୋର ପ୍ରଥମ ଦାୟିତ୍ତ୍ୱ ଥିଲା ଗୁଜୁରାଟ ରାଜ୍ୟରେ ବଡ ବଡ ରିଫାଇନାରୀ (ବିଶୋଧନାଗାର) ପ୍ରତିଷ୍ଠା କରିବା । ଯେଉଁ ନିର୍ଦ୍ଦିଷ୍ଟ ପ୍ରଣାଳୀ ରେ ମୋତେ ତାହା କରିବାକୁ କୁହାଯାଇଥିଲା ତାହା ହେଉଛି ଉତ୍କୋଚ ଦେବା, ରାଜନେତା, ବ୍ୟବସାୟୀ, ପ୍ରଭାବଶାଳୀ ବିଦ୍ୱାନ, ଅମଲା ମାନଙ୍କ ସହ, ଅନ୍ୟ ଶବ୍ଦରେ କହିଲେ କୌଣସି ବ୍ୟକ୍ତି, ଯିଏ କି ଲୋକମତକୁ ସୋଭିୟେତ ବୈଦେଶିକ ନୀତି ଆଡକୁ ଅଣେଇପାରିବେ, ସେମାନଙ୍କସହ ବନ୍ଧୁତା ସ୍ଥାପନ କରିବା । ଯାହା ଆମେ ଭାରତ ମଧ୍ୟକୁ ଆଣିବାକୁ ଯାଉଥିଲୁ, ତାହା ଏକ ନୂଆ ପ୍ରକାରର ଉପନିବେଶବାଦ ଥିଲା । ”
କେଜିବିର କୁଖ୍ୟାତ ସେନାଧ୍ୟକ୍ଷ ଅଲିଭ କାଲୋକିନଙ୍କ ମତରେ ୧୯୭୦ ଦଶକ ଆସିଲା ବେଳକୁ, ଭାରତଟା ପୁରା ବିଶ୍ୱରେ କେଜିବିର ଅନୁପ୍ରବେଶର ପେଣ୍ଠସ୍ଥଳ ହୋଇସାରିଥିଲା । ଏପରି ଲାଗୁଥିଲା କି ସାମଗ୍ର ଦେଶହିଁ ବିକ୍ରି ହୋଇଯିବାକୁ ପ୍ରସ୍ତୁତ ହୋଇ ରହିଛି । ଯେତେବେଳେ ବସିଲି ମିତ୍ରୋଖିନ୍ ଙ୍କର ପ୍ରସିଦ୍ଧ ଅରକାଇଭ (ଅଭିଲେଖାଗାର ) ଉନ୍ମୋଚିତ ହେଲା, ତା’ପରେ କଂଗ୍ରେସ ଏବଂ କେଜିବି ମଧ୍ୟରେ ହୋଇଥିବା ମେଣ୍ଟ ରେ ଘଟିଥିବା ଶହ ଶହ ଘଟଣା ବିଷୟରେ ଲୋକେ ଜାଣିବାକୁ ପାଇଲେ । ଅବଶ୍ୟ ଏହି ଖବର ର ପ୍ରସାରଣ ଭାରତରେ ରାତାରାତି ଦମନ କରାଯାଇଥିଲା ।
ଅନ୍ୟ ଶବ୍ଦରେ କହିଲେ ୟୁଏସଏସଆର ର ଭାରତୀୟ ଆଭ୍ୟନ୍ତରୀଣ , ରାଜନୈତିକ ମାମଲା ଗୁଡିକରେ ପ୍ରତ୍ୟକ୍ଷ ଯୋଗଦାନ ଦେଖିବାକୁ ପାଇବା । ଜଣାପଡ଼ିଥିବା ଏକ ଆକର୍ଷଣୀୟ ତଥ୍ଯ ହେଉଛି କି ଇନ୍ଦିରା ଗାନ୍ଧୀଙ୍କୁ ପ୍ରାୟ ୨୦ ନିୟୁତ ଟଙ୍କା ପ୍ରଦାନ କରାଯାଇଥିଲା । ଅଭିଲେଖାଗାର ତଥ୍ୟ ଏହା ମଧ୍ୟ ସୂଚିତ କରେ ଯେ ଗାନ୍ଧୀ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଅର୍ଥ ହସ୍ତାନ୍ତର କରାଯାଇଥିଲା, ଯାହାର ଅର୍ଥ ଏହା ସୋନିଆ ଗାନ୍ଧୀ କିମ୍ବାଅନ୍ୟ କେହି ହୋଇଥାଇପାରନ୍ତି । ମିତ୍ରୋଖିନ୍ ଙ୍କ ମତରେ ପାଖାପାଖି ୧୦ ଟି ଖବର କାଗଜକୁ ରାଜନୈତିକ ପ୍ରଚାର ଉଦ୍ଦେଶ୍ୟରେ ଚଳାଯାଉଥିଲା ।
ଦଶନ୍ଧି ଦଶନ୍ଧି ଧରି ଭାରତରେ କମ୍ୟୁନିଷ୍ଟ ପାର୍ଟିକୁ ଅର୍ଥ ପ୍ରଦାନ କରୁଥିବା ସୋଭିଏତ୍ ଋଷ ବୁଝିସାରିଥିଲା ଯେ ଭାରତରେ ହିଂସା ପରି ରଣନୀତି ବିଫଳ ହେବ । ସତ୍ୟକୁ ଭଲଭାବେ ବୁଝିକରି କେଜିବି ଇନ୍ଦିରା ଗାନ୍ଧୀ ଏବଂ ମୋରାର୍ଜୀ ଦେଶାଇଙ୍କ ମଧ୍ୟରେ ମତପାର୍ଥକ୍ୟକୁ ଆହୁରି ବଢାଇଲା ଏବଂ ସେ କଂଗ୍ରେସ ଦଳରେ ବିଭାଜନ ସୃଷ୍ଟି କରିଥିଲା ।
୧୯୬୯ ମସିହାରେ ଇନ୍ଦିରା ଗାନ୍ଧୀ ନିଜ ଭାଗରେ ପଡିଥିବା କଂଗ୍ରେସ ପାର୍ଟିକୁ ସୁଦୃଢ କରିବା ପାଇଁ କମ୍ୟୁନିଷ୍ଟ ପାର୍ଟି ସହିତ ଏକ ମେଣ୍ଟ ଗଠନ କରିଥିଲେ। । ବର୍ତ୍ତମାନ କମ୍ୟୁନିଷ୍ଟ ପାର୍ଟି ଭାରତରେ କ୍ଷମତାକୁ ଆସିପାରିବା ସମ୍ଭବ ଥିଲା । ସୋଭିଏତ ଋଷ ଚାହୁଁଥିଲା ଯେ ସେ ତାଙ୍କ ଆଦର୍ଶ ଅର୍ଥାତ୍ ମାର୍କ୍ସବାଦକୁ ଭାରତୀୟଙ୍କ ମନରେ ରୋପଣ କରିବ । ଯଦି ସମଗ୍ର ସହରକୁ ଏକ ଶ୍ମସାନରେ ପରିଣତ କରିବାକୁ ଅଛି, ତେବେ ଜଳ ଯୋଗାଣ ଉପରେ ଆକ୍ରମଣ କରିବା ଠାରୁ ଭଲ ଉପାୟ ଆଉ ନାହିଁ । ସୋଭିଏତ ଋଷ ଇଙ୍ଗିତରେ ଇନ୍ଦିରା ଗାନ୍ଧୀ କମ୍ୟୁନିଷ୍ଟମାନଙ୍କ ପାଇଁ ଭାରତର ଶିକ୍ଷା ବ୍ୟବସ୍ଥା ଖୋଲିଦେଇଥିଲେ । ଆଗାମୀ ଅନେକ ପିଢୀର ଭବିଷ୍ୟତ କିଛି ଟଙ୍କା ପାଇଁ ,ସତ୍ତାର ଚୌକି ପାଇଁ ସାହେବ ମାନେ ବିକ୍ରି କରିଦେଇଥିଲେ । ଏହା ଥିଲା ଭାରତର ତୃତୀୟ ଉପନିବେଶ, ଏକ ପ୍ରକାର ଆଦର୍ଶଗତ ଅବଦମନ ।
(ଏହି ଚିତ୍ର ରେ ) ମୁଁ ଜଣେ ପ୍ରସିଦ୍ଧ କବି ସୁମିତ୍ରାନନ୍ଦନଙ୍କ ପାଖରେ ଛିଡା ହୋଇଛି ଯିଏ ଏକ ପ୍ରସିଦ୍ଧ କବିତା “ଲେନିନ୍ ପାଇଁ ରାପ୍ସୋଡି(ପ୍ରଶସ୍ତି) ” ରଚୟିତା ଓ ଯାହା ପାଇଁ ତାଙ୍କୁ ୟୁଏସଆରଏସକୁ ନିମନ୍ତ୍ରଣ କରାଯାଇଥିଲା । ଆମ ପାଇଁ ସେମାନେ ଏକ ପ୍ରକାରର ରାଜନୈତିକ ବେଶ୍ୟା ମାନଙ୍କର ସମୂହ ଥିଲେ, ଯେଉଁମାନଙ୍କର ବିଭିନ୍ନ ପ୍ରଚାର କାର୍ଯ୍ୟ ପାଇଁ ଫାଇଦା ନେବାର ଯୋଜନା ଥିଲା ।
ରୋମିଲା ଥାପର , ଇରଫାନ ହବିବ, ଆର କେ ଶର୍ମା, ବିପିନ ଚନ୍ଦ୍ର ପରି ଅନେକ ବୁଦ୍ଧିଜୀବୀ ଏବଂ ଇତିହାସକାର ଲୋକ ଲୋଚନ କୁ ଆସିବାକୁ ଲାଗିଲେ, ଅନେକ ନୂତନ ପତ୍ର ପତ୍ରିକା ଛପା ହେବାକୁ ଲାଗିଲା ।
ଜଣେ ପ୍ରଫେସରଙ୍କ ସହ ବନ୍ଧୁ ହେବାର ଏହା (ଚିତ୍ରରେ) ହେଉଛି ପ୍ରଥମ ପର୍ଯ୍ୟାୟ । ଏଠାରେ ଆପଣ ମୋହର ବାମ ପାର୍ଶ୍ୱରେ ଦେଖିପାରିବେ ମୋର କେଜିବି ସୁପରଭାଇଜର କମରେଡ ଏବଂ ମଝିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୈତିକ ବିଜ୍ଞାନର ପ୍ରଫେସରଯିଏ କି ନିଜ ପତ୍ନୀଙ୍କ କାରରେ ବସିଛନ୍ତି । ତାଙ୍କୁ ବିଶ୍ବାସ ଦିଆଯାଇଥିଲା ଏଥିପାଇଁକି ସେ ଜଣେ ବିଚକ୍ଷଣ , ସୂଚିନ୍ତକ ବିଶେଷ ବ୍ୟକ୍ତି । ସେଥିପାଇଁ ତାଙ୍କୁ ଗୋଟିଏ ମାଗଣା ଭ୍ରମଣର ସୁଯୋଗ ଦିଆଯାଇଥିଲା । ସଂପୂର୍ଣ୍ଣ ମିଥ୍ୟା କଥା । ସେ ସେଠାରେ ଏଥିପାଇଁ ଉପସ୍ଥିତ ଥିଲେ କାରଣ ସେ ଜଣେ ଉପଯୋଗୀ ମୂର୍ଖ ଥିଲେ । ସେ ଏଠାରୁ ବିଦାୟ ନେଇ, ସୋଭିଏତ୍ ସମାଜବାଦ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ପିଢୀ ପରେ ପିଢୀ ପର୍ଯ୍ୟନ୍ତ କହିଚାଲିବେ ।
ସମଗ୍ର ବିଶ୍ୱରେ ମାର୍କ୍ସବାଦ ଏବଂ ଇସଲାମ ପରସ୍ପରର ଘୋର ଶତ୍ରୁ ଅଟନ୍ତି । ଇସଲାମ ଦେଶରେ କମ୍ୟୁନିଜିମ ଉପରେ ନିଷେଧାଦେଶ ଦିଆଯାଇଛି ଏବଂ କମ୍ୟୁନିଷ୍ଟ ଦେଶଗୁଡ଼ିକରେ ସେମାନେ ତୋପ ବୋମା ରେ ମସଜିଦ ଉଡ଼ାଇ ଦିଅନ୍ତି । କିନ୍ତୁ ସାହେବ ମାନଙ୍କର ଭାରତରେ ଏକ ନିଆରା ଜିନିଷ ଦେଖାଗଲା, ଯେ ମାର୍କ୍ସବାଦୀମାନେ ଉଦ୍ଦେଶ୍ୟ ମୂଳକ ଭାବରେ ଇସଲାମବାଦୀମାନଙ୍କୁ ଗୋଟି ଗୋଟି କରି ପ୍ରୋତ୍ସାହିତ କରିଥିଲେ । ଭାରତ ଉପରେ ଇସଲାମୀୟ ଆକ୍ରମଣ ପୂର୍ବର ପୁରା ଇତିହାସ କୁ ଜାତୀୟତାବାଦୀ ପ୍ରଚାର ବୋଲି କହି ପୁସ୍ତକରୁ ଲିଭାଯାଇଥିଲା ଏବଂ ମିଥ୍ୟା ବୋଲି ଘୋଷଣା କରାଯାଇଥିଲା ଏବଂ ଶହ ଶହ ବୁଦ୍ଧିଜୀବୀମାନେ ଗାଜୀ ଆକ୍ରମଣକାରୀ ମାନଙ୍କୁ ଭାରତ ଇତିହାସର କେନ୍ଦ୍ର ବିନ୍ଦୁ ବୋଲି ବର୍ଣ୍ଣନା କରିଥିଲେ ।
୨୫ ଫେବୃଆରୀ ୧୫୬୮ ରେ ୪୦୦୦୦ ହିନ୍ଦୁଙ୍କୁ ହତ୍ୟା କରିଥିବା ଆକବରଙ୍କୁ ଏହି ହିନ୍ଦୁ ସମାଜରେ ଆକବର ଦି ଗ୍ରେଟ୍ କହି ପଢାଯାଏ । ଯଦି ସଭ୍ୟତା ସ୍ତରରେ ଇସଲାମୀୟ ରାଜାମାନଙ୍କ ପ୍ରତି ଏହି ସମାଜରେ ଘୃଣା ରହିଥାଏ ତେବେ ଆପଣ ଏହି ଦେଶକୁ ଇସଲାମୀୟ କରିପାରିବେ ନାହିଁ । ଯାହାକି ଏହି ଦେଶର ଗ୍ରାମଗୁଡିକରେ ଦେଖିବାକୁ ମିଳେ। ଏହି ଦେଶର ସହରୀ ହିନ୍ଦୁ ଜିମ୍ମୀ ଅଟେ । କିନ୍ତୁ ଗ୍ରାମଗୁଡିକରେ ଏପରି ନଥାଏ । ଗ୍ରାମଗୁଡିକରେ ହିନ୍ଦୁ ଭଲ ଭାବରେ ଜାଣେ, କିଏ ମୋର ଶତ୍ରୁ ଓ କିଏ ମିତ୍ର । ଆପଣଙ୍କର ଶତ୍ରୁ ବୋଧକୁ ହ୍ରାସ କରିବା ପାଇଁ, ମୁସଲମାନ ଆକ୍ରମଣକାରୀ ମାନଙ୍କର ମହିମା ମଣ୍ଡନ କରାଯାଇଥିଲା, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଥିଲା ।
ମୁଁ ସେତେବେଳେ ୧୯୬୯ କିମ୍ବା ୧୯୭୦ ମସିହା ପାଖାପାଖି ଦର୍ଶନ ଏବଂ ଶିକ୍ଷା ବିଭାଗରେ ରିଡର ଭାବରେ NCERT ରେ କାର୍ଯ୍ୟ କରୁଥିଲି । ଦିନେ ହଠାତ କରି ପାର୍ଥସାରଥୀ ନାମରେ ଜଣେ ବ୍ୟକ୍ତି ଯିଏ କି ନେହେରୁ ପରିବାର ର ଘନିଷ୍ଟ ଥିଲେ , ମୋ ପାଖକୁ ଆସିଲେ । ସେ କହିଲେ , ଆମକୁ ଆମ ପାଠ୍ୟ ପୁସ୍ତକ ଗୁଡିକୁ ନିର୍ମଳ କରିବାକୁ ପଡିବ। ମୁଁ କହିଲି ମୁଁ ବୁଝିପାରୁନାହିଁ ଆପଣ କ’ଣ କହିବାକୁ ଚାହୁଁଛନ୍ତି , ଟିକିଏ ବୁଝାଇ କୁହନ୍ତୁ । ସେ କହିଲେ ଉଦାହରଣ ସ୍ବରୂପ , ବନାରସ ସହର ରେ ଗୋଟିଏ ମସଜିଦ ଅଛି , ଯାହା ବିଷୟରେ କୁହାଯାଏ କି ତାହାକୁ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ କରାଯାଇଛି । ଏପରି କଥା ଗୁଡିକ ଆମେ ପୁସ୍ତକରେ ରଖିବା ଉଚିତ ନୁହେଁ । ମୁଁ ପ୍ରଶ୍ନ କଲି, କୁହନ୍ତୁ ଏହା ସତ୍ୟ ଘଟଣା କି ନୁହେଁ ? ରାଗିଯାଇ ସେ ପଚାରିଲେ “ତୁମେ କ’ଣ ଚାହୁଁଛ?”। ସେହି ସମୟ ରେ ସେ ରାଗରେ ଗରମ ହୋଇ ଯାଇଥିଲେ । ୧୦ ରୁ ୧୨ ଦିନ ପରେ ଏକ ଆନୁଷ୍ଠାନିକ ଚିଠି ଆସିଲା କି ଭଇରପ୍ପା(ମୋ ନିଜ ନାମ ) ର ନାମ କାଟି ଦିଆଯାଉ । ସେତେବେଳେ ସମଗ୍ର ଦେଶରେ, ସମସ୍ତ ରାଜ୍ୟରେ କଂଗ୍ରେସ ଶାସନ କରୁଥିଲା । ସମସ୍ତ ରାଜ୍ୟ ତାହାକୁ ଗ୍ରହଣ କରିନେଲେ ଓ ତାହା ସିଲାବସ(ପାଠ୍ୟକ୍ରମ) ହୋଇଗଲା ।
କିଛି ଦିନ ମଧ୍ୟରେ ଇନ୍ଦିରା ଏବଂ ସାହେବମାନେ ଲଣ୍ଡନରେ ହାଲବରି କଲେଜ ଆଧାରରେ ଦିଲ୍ଲୀରେ , ଜଣେ ବିଶ୍ୱସ୍ତ ପ୍ରଶାସନିକ ଅଧିକାରୀ ନିର୍ମାଣ କରିବା ପାଇଁ ଜେଏନୟୁ ର ଭିତ୍ତିପ୍ରସ୍ଥର ସ୍ଥାପନ କରିଲେ ।
ଘଟଣାଟି ଅତିରିକ୍ତ ସେବେ ଘଟିଲା ଯେବେ ଇନ୍ଦିରା ଶୟଦ ନୂରୁଲ ହସନଙ୍କୁ ଭାରତର ଶିକ୍ଷା ମନ୍ତ୍ରୀ କରିଥିଲେ । ହସନ ଏକ ତାଲୁକଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଶିକ୍ଷିତ ମାର୍କ୍ସବାଦୀ ଥିଲେ । ହସନଙ୍କ ଶାସନ କାଳରେ କେବଳ କାର୍ଡ ଧାରଣକାରୀ କମ୍ୟୁନିଷ୍ଟମାନେ ଜେଏନୟୁରେ ଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ । ଦେଶର ସେବାରେ ଏହି ସମସ୍ତେ ଭର୍ତ୍ତି ହେବା ପ୍ରଣାଳୀକୁ ଏହି ସାହେବ ମାନେ ବାମପାନ୍ଥ ଇକୋସିଷ୍ଟମରେ ପରିଣତ କରିଦେଲେ ଏବଂ ତାହା ମଧ୍ୟ ମାତ୍ର କିଛି ବର୍ଷ ମଧ୍ୟରେ । ୧୯୭୫ ମସିହାରେ ସୁପ୍ରିମକୋର୍ଟ ରାୟ ଦେଲେ ଯେ ଇନ୍ଦିରା ଗାନ୍ଧୀ ନିର୍ବାଚନ ପ୍ରକ୍ରିୟାକୁ କଳଙ୍କିତ କରି ନିର୍ବାଚନରେ ଜିତିଛନ୍ତି । ଏହି ଖବର ପାଇବା ମାତ୍ରେ ଇନ୍ଦିରା ଗାନ୍ଧୀ କ୍ଷମତାର ଭୋକରେ, ସମଗ୍ର ଭାରତକୁ ଅରାଜକତା ମଧ୍ୟକୁ ଠେଲି ଦେଇଥିଲେ । ଗଣତନ୍ତ୍ରର ଘୋର ଅବମାନନା କରି ନେହେରୁଙ୍କ ପୁତ୍ରୀ ଏକ ଏକଛତ୍ରବାଦୀ ଶାସକଙ୍କ ପରି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ସେ ସଂସଦକୁ ସ୍ଥଗିତ ରଖି ସମଗ୍ର ଦେଶର ଶାସନକୁ ନିଜ ଅଧୀନକୁ ନେଇଥିଲେ । ଇନ୍ଦିରା ଗାନ୍ଧୀ ପୁଣି ଅସାମ୍ବିଧାନିକ ବାଟରେ ୪୨ ତମ ସଂଶୋଧନ ଗୃହୀତ କରାଇଥିଲେ ।
ଏହି ସଂଶୋଧନ ହେତୁ ସମ୍ବିଧାନରେ ଦୁଇଟି ଶବ୍ଦ ଯୋଡି ହେଲା – ସମାଜବାଦୀ ଏବଂ ଧର୍ମନିରପେକ୍ଷ । ଗୋଟିଏ ଶବ୍ଦ ସୋଭିୟେତ ଋଷର ସ୍ୱାର୍ଥରେ ଅନ୍ୟଟି ଇନ୍ଦିରାଙ୍କ ସ୍ୱାର୍ଥରେ ଥିଲା ।