ରସାୟନ ବିଜ୍ଞାନ ଗବେଷକ । ପିତା - ଶ୍ରୀଯୁକ୍ତ ବୀରବର ବରାଳ ଏବଂ ମାତା – ଶ୍ରୀମତୀ ସତ୍ୟଭାମା ବରାଳ । ଜନ୍ମ – ୦୮-୦୧-୯୩ । ଠିକଣା - ଗ୍ରା/ ପୋ – ବାଟଗାଁ, ଭାୟା – କାମାକ୍ଷାନଗର, ଜିଲ୍ଲା – ଢେଙ୍କାନାଳ, ଓଡିଶା , ପିନ - ୭୫୯୦୧୮ । ଗୋଧୂଳିର ବାସ୍ନା ଆଉ ପାହାଡି ସବୁଜିମାର ରଙ୍ଗରେ ମଜ୍ଜି ହୋଇ ବାଳୁତ ବେଳ ମୋର ଅତିବାହିତ ହୋଇଯାଇଛି । ସେଇ ପରିବେଶ ହିଁ ମୋ ପାଇଁ ପ୍ରେରଣାର ସ୍ରୋତ । କଣା ଚାଳ ଛପର ତଳେ ହଳୁଆ ହାତର ବାସି ପଖାଳ ଗୁଣ୍ଡାର ବାସ୍ନା କୁ ଧଳା କାଗଜରେ ଆଙ୍କିବାର ଅଭିଳାଷକୁ ପ୍ରଶମିତ କରିପାରିଲିନି, ଆଉ ଆଙ୍କିବାକୁ ଲାଗିଲି ପଞ୍ଜରା ତଳ ଭାବାବେଗର ଛବିକୁ ସାହିତ୍ୟର ଭାଷାରେ । ସେଇ ସାହିତ୍ୟକୁ ଢାଲ କରି ଓଦା ଆଖିର ଭାଷା କୁ ଆଙ୍କିବାର ଛୋଟ ଚେଷ୍ଟା କରୁଥିଲି , କରୁଛି ଆଉ କରିଚାଲିବି । ସାହିତ୍ୟ ପ୍ରତି ଆହେତୁକ ଦୁର୍ବଳତା ହେତୁ କାଚର କ୍ୟାନଭାସରେ ଅନେକ ଗୁଡିଏ ଛବି ଆଙ୍କିବାକୁ ବାଧ୍ୟ ହେଇଛି । ଛବି ଗୁଡିକୁ ପାଠକଙ୍କ ପାଖକୁ ଆଣିବାକୁ ଚେଷ୍ଟା କରିବି । ଆଶା କରିବି ଛବି ଗୁଡିକ ପାଠକଙ୍କ ଶୀତଳ ମସ୍ତିସ୍କକୁ ଜୀବନ୍ତ ଦୃଶ୍ୟପଟର ଅନୁଭବ ଦେବ ।
ଆଜି ନ ପାଏ ତୁମକୁ ଫଗୁଣେ ଫଗୁର ରଙ୍ଗରେ ନୀରେ ଇନ୍ଦୁ ପ୍ରତିବିମ୍ବରେ ବ୍ୟଙ୍ଗ କବିର ସୁପ୍ତ ସଙ୍ଗୀତେ ପ୍ରତି ପାଦେ ପ୍ରତି ଛନ୍ଦରେ ।।
ଏବେ ଏକାନ୍ତରେ, ଅଦିନେ ବଉଦୁ ବରଷା ଝରେ ଦୁର୍ଲଭ ଲୋହିତ ତାଜା ଗୋଲାପୁ କ୍ଷଣିକେ ମଧୁର ବାସ ଉତୁରେ ।।
ଆପଣଙ୍କ ମତାମତ