ଲୁହରେ ଲେଖୁଛିହୃଦୟର ଭାଷା
ରଖିନେବ କରି ସ୍ମୃତି ,
ତୁମ ବିନା ମୋରସବୁ ଜହ୍ନରାତି
ଭାବନା ରେ ଯାଏ ବିତି ।
ଦିଗ ହଜା ନୀଳଆକାଶ ବୁକୁରେ
ଭସା ବାଦଲଟିଏ ହୋଇ,
ଭାସି ବୁଲୁଥିଲିସାହାରା ଆଶାରେ
ସାଦରେ ନେଲ କୋଳେଇ।
ପ୍ରୀତିର ପ୍ରତିମାପ୍ରୀତି ପ୍ରିୟତମା
ନିଜ ହାତେ ଗଢି ଦେଲ ,
ହୃଦୟ ଭିତରୁଶତ ଉଲ୍ଲାସରେ
ଆଦରେ ପାଛୋଟି ନେଲ।
ଲକ୍ଷେ ଫଗୁଣରପ୍ରୀତି ପୁଷ୍ପ ନେଇ
ସପନରେ ସାଜି ଦେଲ,
ସେଇ ସପନକୁବେଦରଦୀ ସାଜି
ଲୁହରେ ଭିଜାଇ ଦେଲ ।
ଲକ୍ଷେ ଶ୍ରବଣ ବିଏକାକାର ହେଲେ
ସରୁନି ଆଖିର ଲୁହ ,
ଅନ୍ତର ବେଦନାସହି ବି ହୁଏନା
ଲୁଚୁନି ଛାତିର କୋହ ।
ହୃଦୟ ଭିତରୁଲୁହର ଶ୍ରବଣ
ଥରାଇ ଦେଉଛି ଛାତି ,
ଲୁହରେ ଲେଖୁଛିହୃଦୟର ଭାଷା
ରଖିନେବ କରି ସ୍ମୃତି ।