କବିତା

ଖୋଜୁଛି ମୁଁ କେଜାଣି କଣ?

Anshuman Mahapatra's odia poem Khojuchhi Mun Kejaani Kana ?

ଚାରିକାନ୍ଥରେ ଆବଦ୍ଧ ସେ ଅନ୍ଧାର ଆବାସରେ
କୋହ ଭରା ସେ ଡାଏରିର ମଳିନ ପୃଷ୍ଠାରେ
ପଶ୍ଚ୍ୟାତପର କାଳୀରେ କଳଙ୍କିତ ସେ ଅକ୍ଷରରେ

ଖୋଜୁଛି ମୁଁ କେଜାଣି କଣ ?

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ରାତ୍ର ଅନ୍ଧାରରେ ତାରକା ରଶ୍ମୀରେ
ମୌସୁମୀ ପବନର ମୃଦୁ ସ୍ପର୍ଶରେ
ଶାନ୍ତ ନଦୀର କୂଳରେ

ଖୋଜୁଛି ମୁଁ କେଜାଣି କଣ ?

ଅବାକ୍ ଆକାଶର ଅସରନ୍ତି ରଙ୍ଗରେ
ଅଶାନ୍ତ ସମୁଦ୍ରର ଏ ତରଙ୍ଗରେ
ଚଳ ଚଞ୍ଚଳ ଜନ ସମୁଦ୍ର ଭିତରେ

ଖୋଜୁଛି ମୁଁ କେଜାଣି କଣ ?

ଚାରିକାନ୍ଥରେ ଆବଦ୍ଧ ସେ ଅନ୍ଧାର ଆବାସରେ
କୋହ ଭରା ସେ ଡାଏରିର ମଳିନ ପୃଷ୍ଠାରେ
ପଶ୍ଚ୍ୟାତପର କାଳୀରେ କଳଙ୍କିତ ସେ ଅକ୍ଷରରେ

ଖୋଜୁଛି ମୁଁ କେଜାଣି କଣ ?

ପାଇଛି ତ କେବଳ ନିଜ ଭୁଲ
ପସ୍ତର ହୃଦୟେ ଦବି ଯାଇଥିବା ସ୍ମୃତି ସାମ୍ରାଜ୍ୟ
ମଉଳା ଫୁଲ ପରି ମୋର ସ୍ବପ୍ନ

ଖୋଜୁଛି ମୁଁ କେଜାଣି କଣ ?

1 Comment

1 Comment

  1. Krushna Chandra Mahapatra

    September 16, 2025 at 8:19 pm

    It is just i excepted ANSHUMAN MAHAPATRA

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top