ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ପିଲାଦିନ ମୋରଗାଆଁରେ କଟିଛି
ପାରୁନି ଜମାରୁ ଭୁଲି,
ସେହି ପିଲାଦିନଖୋଜୁଛି ଆଜି ମୁଁ
ବୟସ ଗଲେବି ଚାଲି ।
ବାଲିଧୂଳି ଖେଳସାଙ୍ଗସାଥୀ ମେଳ
ପୋଖରୀ ଗାଧୁଆ ଡିଆଁ,
ଖଜୁରୀର କୋଳିଆଉ ଆମ୍ବ ଚୋରି
କିଆ ବୁଦାର ସେ ନିଆଁ ।
ଲୁଚକାଳି ଖେଳକଷାକଷି ବଳ
ବାପାଙ୍କ ଗିଦ୍ କେତେ,
ଆଈମା’ର ଗପମିଛ ଅଭିଶାପ
ଭାରି ମନେ ପଡେ ସତେ ।
ଜାନିଯାତ୍ରା ବୁଲାବାଉଁଶର ଠୋଲା
ଜାମୁ କୋଳିର ସେ ବାଣ,
ଜେଜେବାପା ଘୋଡାଆଉ ଗଛଚଢା
ନମିଳିବ ଆଉ ଜାଣ ।
ଖେଳ ରାଣୀରାଜାପେଁକାଳିର ମଜା
ବର କନିଆର ବେଶ,
ସଡେଇର ଭାତସଡେଇର ଡାଲି
ଲାଗୁ ଅଛି ଭାରି ହସ ।
ଟିଉସନ୍ ଡରହୋମ୍ୱାର୍କ ମାଡ
ଗୋଟି ଗୁଲି ଲୁଡୁ ଖେଳ,
ଯେତେ ବଡ ହେଲେଆଜି ଝୁରେ ମନ
ସତେ ସେହି ପିଲା ବେଳ ।

Soubhagya
June 14, 2016 at 4:33 pm
Bhaut sundar hoichhi kabitati….@jahaki piladinara kichhi jhapsha anubhuti.
aravinda ads
June 11, 2016 at 11:53 am
Pila dina ra abhula smruti jibanta ehi kabitare…best wshes for future.
Subhasmita
June 10, 2016 at 1:43 pm
satare pila dinara se abhula smrutiku kabi mane pakeidele. bahut bahut dhanyabad