ଟିକି ମନରେ ଦୁଃଖ ଆସିଲେ
ଟିକି ଆଖିରେ ଲୁହ
ଟିକି କଥାରେ ଆଘାତ ଦେଲେ
ପରାଣେ ଉଠେ କୋହ ।
ଟିକି ଶିଶୁଟି ଟିକେ କଥାକୁ
ପାରେନା କେବେ କହି
ଟିକେ ଅକ୍ଷର ଶିଖିନଥିଲେ
ପଢ଼ିହୁଏନା ବହି ।
ଟିକି ମନକୁ ରଖିବ ସଫା
ନକରି କେବେ କଳି
ଟିକେ ଅନ୍ଧାର ଦୂରେଇ ଦିଏ
ଟିକି ଦୀପଟେ ଜଳି ।
ଟିକି ମନକୁ ରଖିବ ସଫା
ନକରି କେବେ କଳି
ଟିକେ ଅନ୍ଧାର ଦୂରେଇ ଦିଏ
ଟିକି ଦୀପଟେ ଜଳି ।
ଟିକି ମନରେ ଦୁଃଖ ଆସିଲେ
ଟିକି ଆଖିରେ ଲୁହ
ଟିକି କଥାରେ ଆଘାତ ଦେଲେ
ପରାଣେ ଉଠେ କୋହ ।
ଟିକି ଶିଶୁଟି ଟିକେ କଥାକୁ
ପାରେନା କେବେ କହି
ଟିକେ ଅକ୍ଷର ଶିଖିନଥିଲେ
ପଢ଼ିହୁଏନା ବହି ।
ଟିକି ମନକୁ ରଖିବ ସଫା
ନକରି କେବେ କଳି
ଟିକେ ଅନ୍ଧାର ଦୂରେଇ ଦିଏ
ଟିକି ଦୀପଟେ ଜଳି ।