କବିତା

ଟିକି କବିତା

Sasmita Swain's odia children poem Tiki Kabita

ଟିକି ମନକୁ ରଖିବ ସଫା
ନକରି କେବେ କଳି
ଟିକେ ଅନ୍ଧାର ଦୂରେଇ ଦିଏ
ଟିକି ଦୀପଟେ ଜଳି ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଟିକି ମନରେ ଦୁଃଖ ଆସିଲେ
ଟିକି ଆଖିରେ ଲୁହ
ଟିକି କଥାରେ ଆଘାତ ଦେଲେ
ପରାଣେ ଉଠେ କୋହ ।

ଟିକି ଶିଶୁଟି ଟିକେ କଥାକୁ
ପାରେନା କେବେ କହି
ଟିକେ ଅକ୍ଷର ଶିଖିନଥିଲେ
ପଢ଼ିହୁଏନା ବହି ।

ଟିକି ମନକୁ ରଖିବ ସଫା
ନକରି କେବେ କଳି
ଟିକେ ଅନ୍ଧାର ଦୂରେଇ ଦିଏ
ଟିକି ଦୀପଟେ ଜଳି ।

1 Comment

1 Comment

  1. ନିହାର ରଞ୍ଜନ ସାବତ

    ନିହାର ରଞ୍ଜନ ସାବତ

    July 25, 2025 at 1:16 pm

    ହୃଦୟସ୍ପର୍ଶୀ କବିତା।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top