କବିତା

ତମ ଗାଁ

Binay Mohapatra's odia poem Tama Gaan

ତମ ଗାଁ ନଇ ପଠା
କାଶତଣ୍ଡି ଫୁଲ
ଶରତର ତୋଫା ଜହ୍ନ
ଭାରି ମନେ ପଡେ ।

ତମ ଗାଁ

ବଉଳ ଫୁଲର ବାସ୍ନା
ତମ ଗାଁ ବଗିଚାର
ଗୁଆ ନଡିଆ ଗଛର ଫାଙ୍କରେ
ସେ ଫାଳିକିଆ ଜହ୍ନ
ମୋର ସତେ ମନେ ପଡେ
ଭାଆରି ମନେ ପଡେ।

ତମ ଗାଁ ନଇ ପଠା
କାଶତଣ୍ଡି ଫୁଲ
ଶରତର ତୋଫା ଜହ୍ନ
ଭାରି ମନେ ପଡେ ।

ତମ ଗାଁ ନଇ କୂଳ
କାଚ କେନ୍ଦୁ ପାଣି
ତୁମର ସେ ଭିଜା ଭିଜା ବାସ୍ନା
କଳ କଳ କୁମାରୀ କଣ୍ଠର
ଖିଲି ଖିଲି ବେପରୁଆ ହସ
ମୋର ସତେ ମନେ ପଡେ
ଭାଆରି ମନେ ପଡେ ।

ତମ ଗାଁ ନଇ କୁଳ
ତୁଠ ପଥର ଉପରେ
ତମ ପଦ ପାଉଁଜିର
ରୁଣୁଝୁଣୁ ସୁର
ଆଉ କେଇ ପଟ
ପାଣି କାଚର ଝଙ୍କାର
ମନେ ପଡେ
ଭାଆରି ମନେ ପଡେ ।

ତମ ଚୁର୍ଣ କୁନ୍ତଳ ରେ
ଲାଗି ଥିବା ବୁନ୍ଦା ବୁନ୍ଦା ଜଳ
ସକାଳ ଶିଶିର ପରି
ଚକ୍ ମକ୍ ସତେ ଅବା
କଳା ବାଦଲରେ
ବିଜୁଳି ଚମକ
ମନେ ପଡେ
ଆଜି କିଆଁ ଭାଆରି
ମନେ ପଡେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top