ଡ. ବିଶ୍ୱରଂଜନ ଦାସ

ଡ. ବିଶ୍ୱରଂଜନ ଦାସ

ଠିକଣା - ବିଭାଗ ମୁଖ୍ୟ ଅଧ୍ୟାପକ, ଓଡ଼ିଆ ବିଭାଗ, ବିରଞ୍ଚିନାରାୟଣ ମାଧବ ଅର୍ଜ୍ଜୁନ ମହାବିଦ୍ୟାଳୟ, ପାଳିଆବିନ୍ଧା, ଭଦ୍ରକ, ଓଡ଼ିଶା । ସମକାଳୀନ ଓଡ଼ିଆ ପ୍ରବନ୍ଧ, ସମ୍ପାଦନା ଓ ସାହିତ୍ୟ-ସମାଲୋଚନା କ୍ଷେତ୍ରରେ ଅନ୍ୟତମ ସ୍ପଷ୍ଟ ଓ ସମୃଦ୍ଧ ଉଚ୍ଚାରଣ । ଗଭୀର ଅନୁଶୀଳନ ଓ ମୌଳିକ ବିଶ୍ଳେଷଣାତ୍ମକ ଦୃଷ୍ଟିକୋଣ ତାଙ୍କ ପ୍ରବନ୍ଧକୁ ଦେଇଥାଏ ଏକ ନୂତନ ଉଚ୍ଚତା । ‘ସାହିତ୍ୟଶ୍ରୀ’, ‘ଚଳନ୍ତିକା’, ‘ପାଦର ଭାର’, 'ଓଡ଼ିଆ କବିତା ପ୍ରୟୋଗବାଦରୁ ଉତ୍ତର ଉତ୍ତର ଆଧୁନିକତା' ଆଦି ପୁସ୍ତକର ସ୍ରଷ୍ଟା ଭାବେ ସେ ବେଶ୍ ସୁପରିଚିତ । ଓଡ଼ିଆ କାବ୍ୟ ସାହିତ୍ୟର ନିରବଚ୍ଛିନ୍ନ ଗବେଷକ ଭାବେ ବହୁ ଉଚ୍ଚକୋଟୀର ପ୍ରବନ୍ଧ ଓ ସନ୍ଦର୍ଭ ଉପସ୍ଥାପନ କରି ସମକାଳୀନ କାବ୍ୟଧାରାର ବିଭିନ୍ନ ଦିଗକୁ ଆଲୋକିତ କରିଛନ୍ତି । ସଂପ୍ରତି ସେ ଭଦ୍ରକ ଜିଲ୍ଲା ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମାଧବ ଅର୍ଜ୍ଜୁନ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଭାବେ ଅବସ୍ଥାପିତ ।

Posts By ଡ. ବିଶ୍ୱରଂଜନ ଦାସ

To Top