ଠିକଣା : ବେଉଳିଗ୍ରାମେଶ୍ଵର, ଜଗତ୍ସିଂହପୁର, ୭୫୪୧୦୩ । ଜନ୍ମ ତାରିଖ ୨୫/୦୬/୧୯୯୪ । ସ୍କୁଲ୍ ଅଥବା କଲେଜ ପାଠ୍ୟକ୍ରମ ବହିପୃଷ୍ଠାର ବାହାରେ ସାହିତ୍ୟ କଣ ମୁଁ ଜାଣି ନ ଥିଲି କି ଅନୁଭବ ମଧ୍ୟ କରି ନ ଥିଲି । ବୋଧେ ଜାଣିବାକୁ ଇଚ୍ଛା ନ ଥିଲା କେବେ । ତା ଭିତରର ଦୁନିଆ ଏମିତି ଅନନ୍ୟ ଓ ଅଭିନ୍ନ ଯାହା ମୁଁ ଜାଣିଲି ୨୦୧୨ ମସିହା ମୋ ଇଞ୍ଜିନିୟରିଂ ପଢ଼ିବା ସମୟରେ । ସେବେଠୁଁ ଲେଖୁଛି-ପଢୁଛି-ଚିହ୍ନୁଛି-ଜାଣୁଛି-ସଙ୍ଖୁଳୁଛି ସାହିତ୍ୟକୁ । ଅଚିହ୍ନା ବାଗରେ - ଅଚିହ୍ନା ରାଗରେ ଭୋଗୁଥିବା କାଳ ସବୁ ମୋଠିଁ ସିଞ୍ଚି ହୋଇଯାଉଛନ୍ତି, ସେତିକିରେ ଜଡ଼ସଡ଼ ଓଦା, ମୁଁ ଆଉ ମୋ କଲମ । କେବେ କଲମର ସ୍ୟାହି କ୍ରିୟାଶୀଳ ତ କେବେ ପକ୍ଷାଘାତରେ ଆକ୍ରାନ୍ତ । ଓଜନିଆ ମେଘଖଣ୍ଡ ଆକାଶଠି ନାଉ ହେଲା ଭଳି ମୋ କୁଣ୍ଡଳୀର ତମାମ ସମୟତକ ନାଉ ହେଉଛନ୍ତି ମୋ କଲମର ସ୍ୟାହିରେ । ବେଶୀ ଓଜନିଆ ହୋଇଗଲେ ଖସିପଡ଼ନ୍ତି କବିତା ଗଳ୍ପ ହୋଇ କାଗଜ ପୃଷ୍ଠାରେ ।
ପରିପକ୍ୱ ଶବ୍ଦମାନଙ୍କୁ ଉଡ଼ିଯିବା ସମୟରେ ହିଁ ଶିରବିଦ୍ଧ କରି ଖସେଇ ଦେବା କାଗଜ ଛାତିରେ ... କୌଶଳରେ ଖସିଯାଉଥିବା ଶବ୍ଦମାନଙ୍କ ପାଇଁ ଜାଲଟେ ବାନ୍ଧିବା ସ୍ୱପ୍ନର ଦିଗରେ ।
ଆପଣଙ୍କ ମତାମତ