ପ୍ରଧାନ ଶିକ୍ଷକ, ରାମଚ଼ଣ୍ଡୀ ଶିକ୍ଷା ନିକେତନ ଛୋଟୀ, ଶିକ୍ଷାଗତ ଯୋଗ୍ୟତା - ଏମ୍.ଏ. ଇଂରାଜୀ, ଇତିହାସ, ରା.ବିଜ୍ଞାନ, ଓଡ଼ିଆ, ଜ୍ୟୋତିଷ, ବି.ଏଡ଼୍ । ଲେଖକ ୧୯୭୬ ମସିହାରୁ ଶିକ୍ଷକତାକୁ ବୃତ୍ତିଭାବେ ଗ୍ରହଣ କରି ଆସିଛନ୍ତି । ୧୯୭୬ ମସିହାରେ ମରୀଚ଼ପୁର ହାଇସ୍କୁଲ୍ ମାଛଗାଁ । ୧୯୭୮ ମସିହାରୁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଭୁବନେଶ୍ୱର । ୧୯୭୯ରୁ ଜୀବନ ବିଦ୍ୟାଳୟ ଚ଼ମ୍ପତ୍ତିମୁଣ୍ଡା ଅନୁଗୁଳ । ୧୯୮୭ ରୁ ନବୋଦୟ ବିଦ୍ୟାଳୟ ନର୍ଳା କଳାହାଣ୍ଡି । ୧୯୯୬ ରୁ ରାମଚ଼ନ୍ଦ୍ର ହାଇସ୍କୁଲ୍ ଫକୀରାବାଦ୍ ଓ ୨୦୦୬ ରୁ ରାମଚ଼ଣ୍ଡୀ ଶିକ୍ଷା ନିକେତନ ଛୋଟୀରେ ଶିକ୍ଷକତା କରି ଆସୁଛନ୍ତି । ତାଙ୍କର ଗଳ୍ପ ସଂକଳନ ସପ୍ତକନ୍ୟା ଓ ଗୀତିନାଟ୍ୟ କୀଚ଼କବଧ ପ୍ରକାଶିତ । ବହୁ ପ୍ରବନ୍ଧ ଓ କବିତା ବିଭିନ୍ନ ସଂବାଦପତ୍ର ଆକାଶବାଣୀରେ ପ୍ରକାଶିତ । ଭାଗ୍ୟଲିପି ଓ ଦୈବୀଶକ୍ତିରେ ଲେଖକଙ୍କ ଜ୍ୟୋତିଷ ଓ ହସ୍ତରେଖା ସମ୍ୱନ୍ଧିୟ ପ୍ରବନ୍ଧ ପ୍ରକାଶ ପାଇ ଆସୁଅଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ବକ୍ତା ଓ ଅତିଥି ଭାବେ ଲେଖକ କେନ୍ଦ୍ରାପଡ଼ା ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୁପରିଚ଼ିତ ।
ଆପଣଙ୍କ ମତାମତ