ନୁହେଁ ମୁଁ ଲେଖକ ଅବା ସାହିତ୍ୟିକ,
କିନ୍ତୁ ମୋ ଭାବନା ହେଉ ବାସ୍ତବ ଅବା କାଳ୍ପନିକ
ଶବ୍ଦରେ କରିଦିଏ ପ୍ରକାଶ,
ହେଉ ସେ ରାତ୍ରି ଅବା ହେଉ ଦିବସ
ବୟସ: ୨୬, ଜନ୍ମ ସ୍ଥାନ: ବିଜୟରଘୁନାଥପୁର, ଶେରଗଡ଼, ଗଞ୍ଜାମ । ନା ଅଛି ଶବ୍ଦ ଚାତୁରୀ, ନା ଅଛି ଶବ୍ଦର ଗନ୍ତାଘର । କିନ୍ତୁ ଓଡ଼ିଆରେ ଲେଖାଲେଖି କରିବାରେ ଆଗ୍ରହ ବହୁତ । ମୋ ଜେଜେ ଓ ବାପା ହେଉଛନ୍ତି ମୋ ପ୍ରେରଣା । ମୋ ଜେଜେଙ୍କ କଲମର ମୁଁ ଜଣେ ବଡ଼ ପ୍ରସଂଶକ । ତାଙ୍କ ଲେଖା କେଉଁଠି ପ୍ରକାଶ ହୋଇନି କିନ୍ତୁ ସେ ଶ୍ରୀମଦ୍ ଭାଗବତ ମହାପୁରାଣ ଓ ଶ୍ରୀମଦ୍ ଭାଗବତ ଗୀତା ଓଡ଼ିଆ ନବାକ୍ଷରୀରେ ଅନୁବାଦ କରିଛନ୍ତି । ଓଡ଼ିଆ ସାହିତ୍ୟ ସମୁଦ୍ର ପାଇଁ ଏକ ନଦୀ ନ ହୋଇପାରିଲେ ମଧ୍ୟ ଏକ ଛୋଟ ନାଳ ହୋଇପାରିଲେ ନିଜକୁ ଧନ୍ୟ ମନେ କରିବି ।
ଆପଣଙ୍କ ମତାମତ