ଜନ୍ମ ସ୍ଥାନ - ବାଲେଶ୍ଵର, ବାଲିଆପାଳ, ୭୫୬୦୨୬ । ଜନ୍ମ ତାରିଖ - ୦୮/୦୨/୧୯୯୬ । ଅନେକ ଅନୁଭୂତି, ଅନୁଭବ,ଦୃଶ୍ୟ ଅଦୃଶ୍ୟର ଛାଇଖେଳ, ପ୍ରବାହମାନ ସମୟର ସ୍ଵରରେ ମୋ ଲେଖନୀ ତାର କୁନି କୁନି ପାଦ ଥାପେ । ଅନେକ ଅନ୍ତରଙ୍ଗ ବନ୍ଧୁ, ପ୍ରିୟଜନଙ୍କ ବାରମ୍ବାର ତାଗିଦ୍ ମୋତେ ବାଧ୍ୟକରିଥିଲା । ଧନ୍ୟବାଦ ଜଣାଇ ସେମାନଙ୍କ ଆନ୍ତରିକତାକୁ ଅସ୍ୱୀକାର କରିବାର ଧୃଷ୍ଟତା ତ କରିପାରିବିନି ବରଂ ଋଣୀ ହୋଇ ଆପଣାଙ୍କୁ ସ୍ୱୀକାର କରି ନେଉଛି ଆଜି । ସାହିତ୍ୟକୁ ଭଲ ପାଏ , ଅନୁଭବ ଉତ୍ତାରି ହୋଇଯାଏ କଲମ ମୁନରେ । ଏଥି ପୂର୍ବରୁ ସମାଜ 'ସାପ୍ତାହିକ' ରେ ମୋର ୨ ଟି କବିତା ପ୍ରକାଶ ପାଇଛି ଏବଂ ଶୁଭପଲ୍ଲବ ଇ ପତ୍ରିକାରେ ୩ ଟି କବିତା, ଆହ୍ୱାନ ଇ ପତ୍ରିକାରେ , ସୃଜନ ଝର ପତ୍ରିକାରେ ରେ ମଧ୍ୟ ଗୋଟିଏ ପ୍ରକାଶିତ। ତେବେ ଦୁଇଟି ଗଳ୍ପ 'ଅଭୁଲାଦ୍ଵୀପ ',' ସେଇ ଜହ୍ନ',କବିତା ' ଓ 'ମାେ କବିତା' ଯାହା ଆଜିଯାଏଁ ଅପ୍ରକାଶିତ ଆଶା କରେ ଆଗାମୀଦିନରେ ସାରସ୍ଵତ ଜଗତେ ପାଦଥୋଇବ । ପୁରସ୍କାର - ସ୍କୁଲ ,କଲେଜ୍ରେ ବିଭିନ୍ନ କବିତା କ୍ଷୁଦ୍ର ଗଳ୍ପ ପାଇଁ ,ଏବଂ ବାଲେଶ୍ଵରର ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ମୋ ଲେଖା ପାଇଁ ପ୍ରଶଂସା ପତ୍ର ଏବଂ ବିଭିନ୍ନ ପୁରସ୍କାର ।
ଠିକ୍ ଯେମିତି - ମୋ ହୃଦୟରୁ ପ୍ରିତିଭରା ଝରଣା ଏବେ ଆଉ ଝରୁନାହିଁ ; ବୁକୁତଳେ ଜମି - ଜମି ବରଫ ହେଲାଣି ।
ଆପଣଙ୍କ ମତାମତ