ଠିକଣା- ଇ-୧୦୨, ପ୍ରଗତି ବିହାର ହଷ୍ଟେଲ୍, ଲୋଦୀ ରୋଡ୍, ନୂଆଦିଲ୍ଲୀ-୧୧୦୦୦୩ । ବିହାରର ସମସ୍ତୀପୁର ଜିଲ୍ଲା ଅନ୍ତର୍ଗତ ବିଭୁତିପୁର ପ୍ରଖଣ୍ଡରେ ଅବସ୍ଥିତ ମହଥୀ ଗ୍ରାମ ନିବାସୀ । ପିତା ପ୍ରୋ. କପିଳେଶ୍ୱର ପ୍ରସାଦ ଓଡ଼ିଶା ଶିକ୍ଷା ସେବାରେ କାର୍ଯ୍ୟରତ ଥିବାରୁ ଲେଖକଙ୍କ ଜନ୍ମ ଏବଂ ପଢ଼ା-ପଢ଼ି ଓଡ଼ିଶାରେ ହି ହେଲା । ଭଦ୍ରକ କଲେଜ୍ରୁ ବିଜ୍ଞାନରେ ଗ୍ରାଜୁଏସନ, ରେଭେସା କଲେଜ୍ରୁ ଫିଜିକ୍ସରେ ପୋଷ୍ଟ୍-ଗ୍ରାଜୁଏସନ୍, ଇ ଏମ. ବି. ଏ ଶିକ୍ଷା ପ୍ରାପ୍ତ କରି ବର୍ତ୍ତମାନ ଭାରତ ସରକାର ଅଧୀନ ସଞ୍ଚାର ଏବଂ ସୂଚନା ପ୍ରଦ୍ଦୌଗିକୀ ମନ୍ତ୍ରାଳୟରୁ ସଂଯୁକ୍ତ ରାଷ୍ଟ୍ରୀୟ ସୂଚନା- ବିଜ୍ଞାନ କେନ୍ଦ୍ର, ନୂଆ ଦିଲ୍ଲୀରେ ପ୍ରଧାନ ବୈଜ୍ଞାନିକ ପଦରେ ଅଧିଷ୍ଠିତ । ଛାତ୍ର ଦିନରୁ ଘର ବାତାବରଣରୁ ପ୍ରେରିତ ହୋଇ ସାହିତ୍ୟ ସାଧନାରେ ଅବିରତ ସଲଗ୍ନ ରହିଲେ । ବିଦ୍ୟାର୍ଥୀ ଜୀବନରେ ଉତ୍କୃଷ୍ଟତା ପାଇଁ ରାଧାନାଥ ବେଷ୍ଟ୍ ଗ୍ରାଜୁଏଟ୍ ଟ୍ରଫୀ, ରୋଟାରୀ ଇଣ୍ଟର୍ନାସନାଲ୍ ଗୋଲ୍ଡ-ମେଡ଼ାଲ ଫର ବେଷ୍ଟ ଫିଜକ୍ସ ଗ୍ରାଜୁଏଟ ୧୯୮୩, ଯୁଗଳ କିଶୋର ପଟ୍ଟନାୟକ ବେଷ୍ଟ୍ ସାଇନ୍ସ ରଙ୍ଗନୀ ସିଲ୍ଡ ଇତ୍ୟାଦି ସମ୍ମାନରୁ ପୁରସ୍କୃତ । ୧୯୭୯ରେ ମେଟ୍ରିକ୍ କରୁଥିଲା ବେଳେ ତାଙ୍କର ପ୍ରଥମ ଓଡ଼ିଆ କ୍ଷୁଦ୍ର ଗଳ୍ପ କିଶୋର ଆଉ . . . ପତ୍ରିକା ବନଶ୍ରୀରେ ପ୍ରକାଶିତ ହୋଇ ଥିଲା । ତତ୍ପଶ୍ଚାତ ଅନେକ ସ୍ୱରଚିତ ଗଳ୍ପ (ଓଡ଼ିଆ, ହିନ୍ଦୀ, ଇଂରାଜୀ) ଅନୁବାଦ ଗଳ୍ପ (ହିନ୍ଦୀରୁ ଓଡ଼ିଆ) କବିତା (ଓଡ଼ିଆ, ହିନ୍ଦୀ, ଇଂରାଜୀ) ତଥା ଅନେକ ଟେକ୍ନିକାଲ୍ ପେପର (ଇଂରାଜୀ) ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ । ରେଭେସା କଲେଜ୍ର ନର୍ଥ ହଷ୍ଟେଲ୍ ମ୍ୟାଗାଜିନ୍ ପୂରବୀର ମୁଖ୍ୟ ସମ୍ପାଦକ ରୂପେ ୧୯୮୫ରେ କାର୍ଯ୍ୟ କରି ସାରିଛନ୍ତି । ଅନେକ ସ୍ୱରଚିତ ଗଳ୍ପ ସମୟ-ସମୟରେ ପୁରସ୍କୃତ ମଧ୍ୟ ହୋଇଛି । ପ୍ରକାଶିତ ଏବଂ ଅପ୍ରକାଶିତ ଗଳ୍ପ, ଅନୁବାଦ ଗଳ୍ପ ସମୂହକୁ ନେଇ ପୁସ୍ତକ ରୂପେ ପ୍ରକାଶ କରିବାର ଅଭିଳାଷା ଅଛି । ୨୫ ବର୍ଷର ଉକୃଷ୍ଟ ସରକାରୀ ସେବାରେ ବିଭିନ୍ନ ରାଷ୍ଟ୍ରୀୟ ପୁରସ୍କାର ଯଥା ୨୦୦୭ରେ ଆଇ ଫୋର୍ ଡି ଈ-ଇଂଡ଼ିୟା ୨୦୦୭, ଡେଟାକ୍ୱେସ୍ଟ ଈ- ଗୋଭର୍ନାଂସ ଚେମ୍ପିୟନ ଆୱାର୍ଡ ୨୦୦୮ରେ ଏବଂ ଲୋକ ପ୍ରଶାସନରେ ଉକୃଷ୍ଟତା ପାଇଁ ପ୍ରଧାନ ମନ୍ତ୍ରୀ ପୁରସ୍କାର ୨୦୦୯ରେ ସମ୍ମାନିତ ହୋଇଛନ୍ତି ।
ଆପଣଙ୍କ ମତାମତ