ଶ୍ରୀଯୁକ୍ତ ନୃସିଂହ ଚରଣ ନାୟକ

ଶ୍ରୀଯୁକ୍ତ ନୃସିଂହ ଚରଣ ନାୟକ

(୧୨ ମେ ୧୯୩୩) ଜ୍ୟେଷ୍ଠ କୃଷ୍ଣ ତୃତୀୟା ଗୁରୁବାର ଦିନ କଟକ ସ୍ଥିତ ବିରୂପା କୂଳସ୍ଥ ମୂଳବସନ୍ତ ଗ୍ରାମରେ ଭିକାରୀ ଚରଣ ନାୟକ ଓ ତାରାମଣି ନାୟକଙ୍କ ଜ୍ୟେଷ୍ଠ ପୁତ୍ର ରୂପେ ଜନ୍ମ ଗ୍ରହଣ କରନ୍ତି । ୧୯୫୪ରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା ସହିତ ୧୯୯୪ ମସିହାରେ କଟକ ସହରସ୍ଥିତ ଆଦର୍ଶ ଆୟୁର୍ବେଦ ବିଦ୍ୟାଳୟରେ ସହ ପ୍ରଧାନଶିକ୍ଷକ ଭାବରେ ଅବସର ଗ୍ରହଣ କରନ୍ତି । ଏହି ସମୟ ମଧ୍ୟରେ ସେ ବହୁ କାବ୍ୟ କବିତା ଏବଂ ପ୍ରବନ୍ଧ ଲେଖିଛନ୍ତି । ତାଙ୍କର ଲେଖାଗୁଡ଼ିକ ମୁଖ୍ୟତଃ ସତ୍ୟ, ଧର୍ମ, ନ୍ୟାୟ, କ୍ଷମା ଓ ଆଧ୍ୟାତ୍ମ ଉପରେ ଆଧାରିତ । ଶ୍ରୀଯୁକ୍ତ ନାୟକ ଜଣେ ସରଳ ଓ ଧର୍ମପରାୟଣ ବ୍ୟକ୍ତି ଯେ କି ଗାନ୍ଧିଙ୍କ ଅହିଂସା ପଥରେ ବିଶ୍ୱାସ ରଖନ୍ତି ।

Posts By ଶ୍ରୀଯୁକ୍ତ ନୃସିଂହ ଚରଣ ନାୟକ

To Top