ଠିକଣା : ନୂଆଗାଁ, ବାଲିପାଟଣା, ଖୋର୍ଦ୍ଧା ଓଡ଼ିଶା । ଖୋର୍ଦ୍ଧା ଜିଲ୍ଲାର ଏକ ଛୋଟିଆ ଗ୍ରାମ ନୂଆଗାଁ ରେ ମୋର ଜନ୍ମ । ଘରେ ମୁଁ ମୋ ବାପା ମାଆ (ଯୁଧିଷ୍ଠିର ବେହେରା / ମନୋରମା ବେହେରା)ଙ୍କ ସହ ରହୁଛି। ଏବେ ମୁଁ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ। ସାହିତ୍ୟ ପ୍ରତି ମୋର ଦୁର୍ବଳତା ସ୍କୁଲ ବେଳରୁ ଥିଲା । କବିତା କିମ୍ବା ଗଳ୍ପ ପ୍ରତିଯୋଗିତା ହେଉ ଅଥବା ସାହିତ୍ୟ ପରୀକ୍ଷା, ସବୁଥିରେ ଶୀର୍ଷ ସ୍ଥାନରେ ନିଜ ନାମକୁ ପାଇ ଭାରି ଖୁସି ଲାଗୁଥିଲା । ସ୍କୁଲରୁ କଲେଜ ଯାଏଁ ବାଣିଜ୍ୟ ବିଭାଗ ଆଡ଼କୁ ପାଦ ବଢିବା ସହିତ, ଓଡ଼ିଆ ଭାଷା ଓ ମୋ ଭିତରର ଦୂରତା ମଧ୍ୟ ବଢି ସାରିଥାଏ । ହିସାବ ନିକାଶର ଇଂରାଜୀ ଜାଲ ଆଢୁଆଳରୁ ମୋ ଭିତରର ସାହିତ୍ୟ ବଞ୍ଚିଥିଲା ସତ ହେଲେ ଜଡ ପାଲଟି ଯାଇଥିଲା । ବିଶ୍ବବ୍ୟାପୀ ମହାମାରୀ, କରୋନା ଅନେକଙ୍କ ପାଇଁ ଯେତେବେଳେ ଏକ ଅସହ୍ୟ ଅଭିଶାପ ସାଜି ନିଜର କାୟା ବିସ୍ତାର କରିଥିଲା, ସେତେବେଳେ ମୋ ପାଇଁ ମହାଆଶୀର୍ବାଦ ହେଇ ଆସିଥିଲା । ନିଜକୁ ବନ୍ଦୀ ଜୀବନରେ ବ୍ୟସ୍ତ ରଖିବା ପାଇଁ ଓଡ଼ିଆ ଗଳ୍ପ,ଉପନ୍ୟାସ ଓ କବିତା ଛଡା ମୋ ମନରେ ଅନ୍ୟ କୌଣସି ସାମାଜିକ ଗଣମାଧ୍ୟମର ଆବଶ୍ୟକ ପଡ଼ିନଥିଲା । ଲକଡାଉନ୍ ସମୟରେ ଅଣୁଗଳ୍ପ : ଭାଷାହୀନ ପ୍ରେମ, ନାରୀ ନିଜେ ନିଜର ଶତୃ, ଦଶହରା ଜୁହାର, ପାନ । କବିତା : କିଛି ମୁହୂର୍ତ୍ତ ନିଜ ପାଇଁ, ନାଲି ରକ୍ତ, ପ୍ରାୟଶ୍ଚିତ, ପ୍ରେମ ଓ ପ୍ରତାରଣା,ମହିଷା ମର୍ଦ୍ଦିନୀ, ଉତ୍କଳମଣି,ଏଠି କିଏ ମୋର?, ଗୁରୁ, ମୁଁ ବି ରକ୍ତ ମାଂସରେ ତିଆରି, ବର୍ଷା, ଜରୁରୀ ଥିଲା, ଅଭିଶପ୍ତା କଳିକା, ବିଦାୟ.. ଏ ପ୍ରେମ ସହରୁ । ପରି ଅନେକ କିଛି ଲେଖିବାପାଇଁ ସମୟ ପାଇପାରିଲି । ସାହିତ୍ୟ ପରି ଏକ ମହାସାଗରରେ ମୁଁ ଜଳ ବୁନ୍ଦାଏ ପରି । ସାହିତ୍ୟ ପ୍ରତି ଅନେକ ସାଧନା, ଅଜସ୍ର ନିଷ୍ଠା ଓ ଅଗଭୀର ଆଗ୍ରହ ନିହାତି ଆବଶ୍ୟକ ଜଣେ ଲେଖକ ବା କବିର ପରିଚୟ ପାଇଁ। ଆଜିର ଯୁବସମାଜ ହାତରେ ଆମ ଓଡ଼ିଆ ସାହିତ୍ୟର ଭବିଷ୍ୟତ ମୋ ହିସାବରେ ଅନ୍ଧକାରମୟ । ଆଧୁନିକ ଓଡ଼ିଶାରେ ଯେଉଁ ଭଳି ଇଂରେଜ ସଭ୍ୟତାର ବ୍ୟବହାର ନିଆଁ ପରି ମାଡ଼ି ଚାଲିଛି, ଏଠାରେ ପରିବର୍ତ୍ତନର ଅତ୍ୟନ୍ତ ଆବଶ୍ୟକତା ରହିଛି । କେବଳ ଭାଷାରେ ନୁହେଁ ପୋଷାକ, ଖାଦ୍ୟ ତଥା ଚାଲିଚଳଣି, ଏସବୁଥିରୁ ଓଡ଼ିଆର ମହକ ସତେ ଯେପରି ବିଲୁପ୍ତ ପ୍ରାୟ ।
ମନ୍ଦିର ରୁ ମନ୍ଦିର, ବିୟୋଗରୁ ବିଭାଘର ଉପସ୍ଥିତି ତାର ପ୍ରତି ଉତ୍ସବର ଉଦ୍ୟାନେ, ସଫଳତାର ସାବାସୀ କିମ୍ବା ପ୍ରେମ କି ଉଦାସୀ, ଉଛୁଳେ ମହକ ତା'ର କିନ୍ତୁ ରକ୍ତିମ ବଳିଦାନେ।
ଆପଣଙ୍କ ମତାମତ