ନାମ: ରାମ ପ୍ରାସାଦ ସିଂହ । ବୃତ୍ତି: କେମିକାଲ ଇଂଜିନିୟର । ଜନ୍ମ ଓଡିଶା ରାଜ୍ୟର କଟକ ଅନ୍ତର୍ଗତ ସୁକରପଡା ଗ୍ରାମରେ ଏକ ମଧ୍ୟମିତ ପରିବାରରେ । ପିତା: ନଳିନୀ ପ୍ରାସାଦ ସିଂହ ବୃତ୍ତିରେ ଓକିଲ, ମାତା ରଞ୍ଜୁକ୍ତା ସିଂହ ଘରୋଇ ଗୃହିଣୀ । ବର୍ତ୍ତମାନ ଗୁଜରାଟ ରାଜ୍ୟ ଅଙ୍କଲେଶ୍ଵର ସହରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ । ଓଡ଼ିଆ ସାହିତ୍ୟ ପ୍ରତି ଦୁର୍ବଳତା ମନରେ କବିତା ଲେଖିବାର ବୀଜ ଜନ୍ମାଏ । ସଂସାରରେ ଶାନ୍ତି ଏଵଂ ଗୁରୁଜନଙ୍କୁ ସମ୍ମାନ ପ୍ରତିଷ୍ଠା ଉଦ୍ଦେଶ୍ୟ କବିଙ୍କ ମନରେ ସଦା ଆନ୍ଦୋଳିତ ହୁଏ । ଈଶ୍ବରଙ୍କ ନାମ ହିଁ କଳିଯୁଗର ଏକମାତ୍ର ମାର୍ଗ ସିଦ୍ଧାନ୍ତ ଆଧ୍ୟାତ୍ମିକ ଚିନ୍ତାକୁ ଦୃଢ଼ କରାଏ । ସିଦ୍ଧାନ୍ତ: ଗୁରୁଙ୍କ କୃପା ହିଁ ଜୀବନରେ ସଫଳତାର ଏକ ଅମାପ ଚାବିକାଠି ।
କି ଲୋଡ଼ିବି ଧନ, କି ଲୋଡିବି ମାନ ଗୁରୁପାଦ ନଦୀରେ କରିବି ସ୍ନାନ...
ଆପଣଙ୍କ ମତାମତ