ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ କବି ରଞ୍ଜନ ପ୍ରଧାନ ଜଣେ ନିଆରା ପଦାତିକ । ତଥାକଥିତ କବିତା ପାଠୋତ୍ସବ, ବୁଦ୍ଧିଜୀବି ସମାବେଶ, ଭାଷଣବାଜି, ଧରାଧରି, ଦୌଡ଼ା ଧାଁରେ ସେ ନଥା'ନ୍ତି କେବେ । କବିତା ମାର୍ଫତରେ ପାଠକ, ପାଠିକାଙ୍କ ସହ ସବୁବେଳେ ଥା'ନ୍ତି କବି ରଞ୍ଜନ ପ୍ରଧାନ ନିରୋଳାରେ । ଆପଣାର ଗବେଷଣାଧର୍ମୀ ସୃଷ୍ଟି ଓ ନିଆରାପଣ ପାଇଁ ସେ ଓଡ଼ିଆ ସାହିତ୍ୟରେ ଅଳଙ୍କୃତ କରିଛନ୍ତି ଗୋଟେ ସ୍ୱତନ୍ତ୍ର ଆସନ ।
ଆପଣଙ୍କ ମତାମତ