ଶ୍ରୀ କୈଳାସ ଚନ୍ଦ୍ର ନାୟକ

ଶ୍ରୀ କୈଳାସ ଚନ୍ଦ୍ର ନାୟକ

ଗାଳ୍ପିକ ସେପ୍ଟେମ୍ୱର୍ ୨୨ ତାରିଖ ୧୯୬୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍‌ର ବଳିପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍.ଏ. ପାଶ୍ କରି ପ୍ରଥମେ ୧୯୮୫ରେ ପଞ୍ଜାବର ଲୁଧିଆନାଠାରେ ଜେନେରାଲ୍ ଇଣ୍ଡଷ୍ଟ୍ରିଆଲ୍ ସୋସାଇଟି ପ୍ରାଇଭେଟ୍ କମ୍ପାନୀରେ ସ୍ପିନିଙ୍ଗ୍ ଅଫିସର୍ ରୂପେ ନିଯୁକ୍ତି ପାଇଥିଲେ । ୧୯୮୭ରେ ସେ ଜଳନ୍ଧର ଡି.ଏ.ଭି କଲେଜର ଅଧ୍ୟାପକ ରୂପେ ଶିକ୍ଷାଦାନ କରିଥିଲେ । ୧୯୮୮ରେ ସେ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ସ୍ଥାପନ କରି ପ୍ରଥମ ପ୍ରଧାନ ଶିକ୍ଷକ ରୂପେ ଦାୟୀତ୍ୱ ତୁଲାଇଥିଲେ । ୧୯୯୧ରେ ନିଗମାନନ୍ଦ ମହାବିଦ୍ୟାଳୟରେ ସାମୟିକ ଅଧ୍ୟାପକ ରୂପେ ଅବସ୍ଥାପିତ ହୋଇଥିଲେ । ଏହାଛଡ଼ା ସେ ମଧୁସୂଦନ ସାହିତ୍ୟ ସଂସଦ, ନେତାଜୀ ଯୁବ ଫୋରମ୍, ଶ୍ରୀଚନ୍ଦନପୁରରେ ସ୍ଥାୟୀ ସଭାପତି ରୂପେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଆକୃଷ୍ଠତା ପରବର୍ତ୍ତୀ ସମୟରେ ତାଙ୍କୁ ସାହିତ୍ୟ ସାଧନାରେ ବ୍ରତି କରିଥିଲା । ସେ ଇଂରାଜୀ ଭାଷାରେ ବ୍ୟାକରଣ ପୁସ୍ତକ ପ୍ରକାଶ କରି ମଧ୍ୟ ଓଡ଼ିଆ ସାହିତ୍ୟକୁ ଆଦରି ନେଇଛନ୍ତି । ହସ, ଖୁସି ଓ ମିଳାପି ମଣିଷ ରୂପେ ନିଜକୁ ପରିଚୟ ଦେବା ସହିତ ଛାତ୍ରଛାତ୍ରୀଙ୍କ ଗହଣରେ ରହି ନିଜକୁ ଓ ନିଜ ପରିବେଶକୁ ଗଢ଼ି ତୋଳିବାର ପ୍ରୟାସ କରିଛନ୍ତି ।

Posts By ଶ୍ରୀ କୈଳାସ ଚନ୍ଦ୍ର ନାୟକ

To Top