[ezcol_1third]
ମୌସୁମୀ ଆସିଛି
ବରଷା ବର୍ଷୁଛି
ମନ ରେ ସରାଗ ବଢୁଛି
ଆଷାଢ଼େ ଗର୍ଜିବ
ଶ୍ରାବଣ ସାଜିବ
ଭିଜା ଭିଜା ସୁଖ ଝରୁଛି ।।
ମନ ମଉସୁମୀ
ମଉନେ ମଉନେ
ଛୁଇଁ ଯାଏ ଚଉପାଶ
ଜଳଧାରା କଳକଳ
ବହିଯାଏ
ଫିଟିପଡେ ଝୀନବାସ ।।
[/ezcol_1third] [ezcol_1third]
ପ୍ରେମର ଫଲ୍ଗୁ
ମିଶିଯାଏ ଆସି
ଥର ଥର କମ୍ପେ ହିଆ
ମୌସୁମୀ ଗୋ ତୁମ
ଶୁଭ ଆଗମନ
ଦେହରେ ଲଗାଏ ନିଆଁ ।।
ପଥର କରିଛି
ଛାତିକୁ ସହିଛି
ନିଦାଘର ବଡ଼ ଜ୍ୱାଳା
ଭିଜାଇଲ ଆସି
ତନୁ ତାପ ଲିଭି
କଷ୍ଟ ଉପଶମ ହେଲା ।।
[/ezcol_1third] [ezcol_1third_end]
ସାରା ପୃଥିବୀକୁ
ଭିଜାଇ ଦେବାକୁ
ଆସୁଛ ବରଷେ ଥରେ
ଥରୁଟେ ଛୁଆଁ ରେ
କିମିଆଁ କରୁଛ
ଲାଜେ ଲାଜେ ଝୁରିମରେ ।।
[/ezcol_1third_end]
