ଡ଼ଃ ଅଚ୍ୟୁତ କୁମାର ରଥ

ଡ଼ଃ ଅଚ୍ୟୁତ କୁମାର ରଥ

୦୬/୦୨/୧୯୬୭ ରେ ବରଗଡ ଜିଲ୍ଲା ର ଭେଡେନରେ ଜନ୍ମିତ ଲେଖକ ପଶ୍ଚିମ ଓଡିଶାର ଉଦୀୟମାନ ଗାଳ୍ପିକ ତଥା ବହୁମୂଖୀ ପ୍ରତିଭାର ଅଧିକାରୀ ବ୍ୟକ୍ତିତ୍ୱ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅତ୍ୟନ୍ତ କୃତିର ସହ ସ୍ନାତକୋତ୍ତର କରିବା ପରେ Ph ॰ D॰ କରି ଫୋରେଂସିକ ବିଜ୍ଞାନ ରେ ମଧ୍ୟ ପାରଦର୍ଶିତା ଅର୍ଜନ କଳା ପରେ ସୁନ୍ଦରଗଡ ଠାରେ ରାଜ୍ୟ ସରକାର ଙ୍କ Forensic ଲ୍ୟାବରେ ମୁଖ୍ୟ ହିସାବ ରେ କାର୍ଯ୍ୟରତ । ସେ ପଞ୍ଜାବର ଚଣ୍ଡିଗଡ ଠାରେ ଫୋରେଂସିକ ବିଜ୍ଞାନ ରେ ଉଚ୍ଚତର ଗବେଷଣା ମଧ୍ୟ କରିଥିଲେ । ତାଙ୍କର କର୍ମ କ୍ଷେତ୍ର ରେ ସେ ଯେପରି ନିଷ୍ଠାର ସହ କାର୍ଯ୍ୟ କରନ୍ତି, ସାମାଜିକ ଉନ୍ନତି ଦିଗରେ ମଧ୍ୟ ନିରଳସ ଭାବରେ ନିଯୋଜିତ ରହନ୍ତି । ଏତେ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଡ଼ଃ ରଥ ସାହିତ୍ୟ ସେବା ପାଇଁ ନିଶ୍ଚୟ ସମୟ ଦେଇ ଥାଆନ୍ତି । ତାଙ୍କର ଗଳ୍ପ, କବିତା, ପ୍ରବନ୍ଧ ସବୁଥିରେ ମାନବିକତାର ସୁନ୍ଦର ପ୍ରତିଫଳନ ଦେଖିବାକୁ ମିଳେ । ସେ ତାଙ୍କର କୃତି ପାଇଁ ଅନେକ ସାହିତ୍ୟ ଅନୁଷ୍ଠାନରୁ ବହୁ ସମ୍ମାନ ପାଇଛନ୍ତି । କର୍ମ ବହୁଲତା ଓ ନିଜେ ପ୍ରଚାର ସର୍ବସ୍ଵ ହେଇ ନଥିବାରୁ ସେ ତାଙ୍କର କୃତି ସମୂହକୁ ପ୍ରକାଶନ ପାଇଁ ନ ଦେଇ କେବଳ ସାମାଜିକ ମେଡିଆରେ ଦେଇଥାନ୍ତି । ତାଙ୍କର ଭଦ୍ର, ଅମାୟିକ ବ୍ୟବହାର, କର୍ତବ୍ୟନିଷ୍ଠା ପାଇଁ ଡ଼ଃ ରଥ ସବୁ ମହଲରେ ଅତ୍ୟନ୍ତ ପ୍ରିୟ ।

Posts By ଡ଼ଃ ଅଚ୍ୟୁତ କୁମାର ରଥ

To Top