ଶ୍ରୀ ସତ୍ୟବ୍ରତ ମହାପାତ୍ର

ଶ୍ରୀ ସତ୍ୟବ୍ରତ ମହାପାତ୍ର

ଗଙ୍ଗାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ମଙ୍ଗରାଜପୁର ଶାସନ ଗ୍ରାମରେ ଅଗଷ୍ଟ ୭ ତାରିଖ ୧୯୮୨ ମସିହାରେ ମୋର ଜନ୍ମ । ପିତା ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ମାତା ଭାଗ୍ୟଲତା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର । ମ୍ୟାନେଜ୍‌ମେଣ୍ଟ୍‌ରେ ସ୍ନାତକୋତ୍ତର ଓ ମାନବ ଅଧିକାରରେ ସ୍ନାତୋକତ୍ତର ସାଙ୍ଗକୁ ଆଇନ ବିଷୟରେ ସ୍ନାତ୍ତକ ଶିକ୍ଷା ଅର୍ଜନ କରିଛି । ବର୍ତ୍ତମାନ ଏକ ଘରୋଇ କମ୍ପାନୀରେ ସିନିୟର୍‌ ମ୍ୟାନେଜର୍‌ (ମାନବ ସମ୍ବଳ ବିକାଶ) ଭାବେ ସିକ୍କିମ ରାଜ୍ୟର ରାଜଧାନୀ ଗ୍ୟାଙ୍ଗଟକ୍‌ ଠାରେ କାର୍ଯ୍ୟରତ । ପିଲାଟି ଦିନରୁ ସାହିତ୍ୟ ପ୍ରତି ଗଭୀର ଶ୍ରଦ୍ଧା ଥିବାରୁ ଅନେକ ଗଳ୍ପ, କବିତା ରଚନା କରିଛି, ଯାହା ବହୁତ ପତ୍ରପତ୍ରିକା, ଖବର କାଗଜରେ ପ୍ରକାଶିତ ହୋଇଛି । ନିଜ ଜନ୍ମଭୂମି ଓଡ଼ିଶା ଠାରୁ ଦୂରେଇଯିବାକୁ ନଚାହିଁ ମଧ୍ୟ, କର୍ମମୟ ଜୀବନକୁ ଅତିବାହିତ କରିବାକୁ ଯାଇ ବାଧ୍ୟ ହୋଇ ନିଜ ମାତୃଭୂମି ଠାରୁ ଦୂରେଇ ରହୁଛି । ତଥାପି ସାହିତ୍ୟ ପ୍ରତି ଥିବା ମୋର ପ୍ରବଳ ଶ୍ରଦ୍ଧା ଯୋଗୁଁ ମୁଁ ଓଡ଼ିଶାର ସାହିତ୍ୟ ଜଗତ ସହ ଜଡିତ ରହିବାକୁ ଚେଷ୍ଟା କରୁଛି ।

Posts By ଶ୍ରୀ ସତ୍ୟବ୍ରତ ମହାପାତ୍ର

To Top