ଅଧ୍ୟାପକ ଶୁଶାନ୍ତ ପୁରୋହିତ

ଅଧ୍ୟାପକ ଶୁଶାନ୍ତ ପୁରୋହିତ

୧୯୫୫ ଅକ୍ଟୋବର ୧୦ ରେ ବରଗଡ ଠାରେ ଜନ୍ମ ଗ୍ରହଣ କରିଥିଲେ । କୃତିର ସହ ଗଣିତରେ ସ୍ନାତକୋତ୍ତର ଓ ଆଇନରେ ଡିଗ୍ରୀ ଅଧୟନ ପରେ ୧୯୭୮ରେ ବ୍ରଜରାଜନଗର ମହାବିଦ୍ୟାଳୟରେ ଗଣିତ ଅଧ୍ୟାପକ ଭାବେ ଯୋଗଦାନ କରି ସେ ଅଞ୍ଚଳ ରେ ବହୁଳ ଲୋକପ୍ରିୟ ହେଇପାରିଥିଲେ । ତତ ପରାନ୍ତ ସେ ଝାରସୁଗୁଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଯୋଗ ଦେଇ ଅଧ୍ୟାପକ ଭାବେ ସେବା କଳା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଭାବେ କଲେଜ୍‌ର ପ୍ରଭୁତ ଉନ୍ନତି କରେଇ ବହୁଳ ପ୍ରଶଂଷିତ ହେଇଥିଲେ । କଲେଜ୍‌କୁ ଅତ୍ୟାଧୁନିକ ଶିକ୍ଷ୍ୟାନୁଷ୍ଠାନ କରି ଗଢିବାକୁ ସେ ନିରନ୍ତନ ଉଦ୍ୟମ ଜାରି ରଖି ସାଧାରଣ କଲେଜ ବର୍ଗରେ ଓଡିଶାର ପ୍ରଥମ କଲେଜ୍‌ ହିସାବରେ ସର୍ବ ବୃହତ ଅତ୍ୟାଧୁନିକ କମ୍ପୁଟର ଲ୍ୟାବ ସ୍ଥାପନ କରି ଇ-ମୂଲ୍ୟାଙ୍କନ କରେଇଥିଲେ ଓ କଲେଜ ସାରା ସିସିଟିଭି, ୱାଇ-ଫାଇ ସେବା ଆଦିର ପ୍ରଚଳନ କରେଇ ଛାତ୍ର ମାନଙ୍କ ପ୍ରିୟଭାଜନ ହେଇ ପାରିଥିଲେ । ସେ ଗତ ୬ ମାସ ହେଲା ଅବସର ନେଇ ବର୍ତ୍ତମାନ ନିଜ ସମ୍ବଲପୁର ବାସ ଭବନ ତଥା ଭୁବନେଶ୍ୱର କଳାରାହାଙ୍ଗ ସ୍ଥିତ ବାସ ଭବନ ରେ ସାହିତ୍ୟ ସେବା ଓ ସାମାଜିକ କାର୍ଯ୍ୟରେ ନିରଳସ ଭାବରେ ବ୍ୟସ୍ତ ।

Posts By ଅଧ୍ୟାପକ ଶୁଶାନ୍ତ ପୁରୋହିତ

To Top