ବାଦଲ ପଲେଇ

ବାଦଲ ପଲେଇ

ଜନ୍ମସ୍ଥାନ – ବାକୁଟଗାଁ, ଖଲ୍ଲିକୋଟ ବ୍ଲକ୍, ଗଞ୍ଜାମ । ମୁଁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକର ବାକୁଟଗାଁ ଗ୍ରାମରେ ମାର୍ଚ୍ଚ ୧୦ ତାରିଖ ୨୦୦୨ ମସିହାରେ ଶ୍ରୀଯୁକ୍ତ ବିଦ୍ୟାଧର ପଲେଇ ଏବଂ ଶ୍ରୀମତୀ ଅନହଳ ପଲେଇଙ୍କ କୋଳ ମଣ୍ଡନ କରିଥିଲି । ମୁଁ ମୋର ପ୍ରାଥମିକ ଶିକ୍ଷା ଗ୍ରାମର ବିଦ୍ୟାଳୟରେ ଏବଂ ନବମ, ଦଶମ ଲଙ୍ଗଳେଶ୍ୱରର ରାଧା ଚରଣ ବୈଦ୍ୟ ବିଦ୍ୟାପୀଠ ଠାରେ ସମ୍ପୁର୍ଣ୍ଣ କରି ରାମ ଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତ ଦୁଇ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲି । ପରବର୍ତ୍ତୀ ସମୟରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରରେ ପଦାର୍ଥ ବିଜ୍ଞାନ ବିଷୟରେ ସ୍ନାତ୍ତକୋତ୍ତର ସମ୍ମାନ ପ୍ରାପ୍ତ କରିଥିଲି । ମୋର ମନେ ପଡୁଛି ମୁଁ ଯେବେ ଚତୁର୍ଥ୍ ପଢ଼ୁଥିଲି ମୁଁ ସେତେବେଳେ ଛୋଟ ଛୋଟ ପୌରାଣିକ ନାଟକ ଲେଖୁଥିଲି ଯଥା- ଗଣେଶ ବଧ, ନଳଦମୟନ୍ତୀ, ମହିସାସୁର ବଧ, ତଅପୋଇ ଇତ୍ୟାଦି । ଏହି ସବୁ ଲେଖାରୁ ମତେ ଚରମ ଆନନ୍ଦ ମିଳୁଥିଲା କିନ୍ତୁ ମୁଁ କେବେ ଏହି ଜିନିଷକୁ ଏତେ ପ୍ରଧାନ୍ୟ ଦେଉନଥିଲି । ଯୁକ୍ତ ତିନି ସରିବା ପରେ ମୁଁ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (upsc) ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଓଡ଼ିଆ ସାହିତ୍ୟକୁ ବୈକଲ୍ପିତ ବିଷୟ ଭାବରେ ନେଇ ପଢ଼ିବାର ସବୁଠୁ ବଡ଼ ସୁଯୋଗ ମିଳିଥିଲା। ଯାହା ଫଳରେ ମୁଁ ଓଡ଼ିଆ ସାହିତ୍ୟକୁ ଆହୁରି ନିକଟରୁ ଜାଣିବାକୁ ପାଇଲି ଏବଂ ଓଡ଼ିଆ ସାହିତ୍ୟ ପ୍ରତି ମୋ ପ୍ରେମ ଆହୁରି ବଢିବାକୁ ଲାଗିଲା । ଜୁନ ମାସ ୨୦୨୩ରେ ଯେତେବେଳେ ବାହାନଗା ଠାରେ ଭୟଙ୍କର ଏବଂ ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣା ହୋଇଥିଲା ସେ ଦୁର୍ଘଟଣାରେ ଅନେକ ଲୋକ ମୃତ୍ୟୁ ବରଣ ଏବଂ ଅନେକ ଲୋକ କ୍ଷତି ଗ୍ରସ୍ତ ହୋଇଥିଲେ । ସେ ଦୁର୍ଘଟଣାରେ ମୁଁ ଏତେ ମର୍ମାହତ ଥିଲି ସେହିଠାରୁ ମୋର ଲେଖିବାର ଯାତ୍ରା ଆରମ୍ଭ ହେଲା । ସେ ଦୁର୍ଘଟଣା ଉପରେ ମୋର ପ୍ରଥମ ଉପନ୍ୟାସ ମୁଁ ଲେଖିଲି ଯାହାର ନାମ “ମୋତେ ବଞ୍ଚାଅ“ ପରବର୍ତ୍ତୀ ସମୟରେ କାଳିଜାଇ ଭଳି ଉପନ୍ୟାସ ଓ ଅନେକ କ୍ଷୁଦ୍ରଗଲ୍ପ ସଂକଳନ ଆଦି ଲେଖିବାକୁ ସୁଯୋଗ ପାଇଲି । ମୁଁ ଆଶା କରୁଛି ମୋର ଏ ଲେଖା ଗୁଡ଼ିକ ନିଶ୍ଚୟ ଆପଣଙ୍କ ମନକୁ ସ୍ପର୍ଶ କରିବ ।

Posts By ବାଦଲ ପଲେଇ

To Top