୧୯୭୧ ମସିହା ଅକ୍ଟୋବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା କବି ଯଦୁମଣିଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍.ଏସ୍. ସି, ଏମ୍.ଜେ.ଏମ୍.ସି ଓ ତାଙ୍କର ପୈତୃକ ଗାଁ ବରଗଡ଼ ଜିଲ୍ଲା ଅନ୍ତର୍ଗତ କଣ୍ଡପଲା । ଠିକଣା - ସି-୩୦୧, କୃଷ୍ଣା ଯଶୋଧନ ବିଲଡିଙ୍ଗ୍, ଏବ୍ରୋଲ, ସୋପାରା ରୋଡ, ବୋଲିଞ୍ଜ ନାକା, ବିରାର (ପ), ମୁମ୍ବାଇ । ଦେବଦତ୍ତ ଯଦୁମଣି ନାୟକ ଓରଫ ଯଦୁମଣି ନାୟକ ଏକାଧାରରେ ଜଣେ କବି, ଗୀତ, ଚିତ୍ରନାଟ୍ୟ ଓ ସଂଳାପ ଲେଖକ, ନିର୍ଦ୍ଧେଶକ, ପ୍ରଯୋଜକ, ଅନୁବାଦକ, ପାଠ୍ୟ ପୁସ୍ତକ ଲେଖକ, ସମ୍ପାଦକ ଓ ସାମ୍ବାଦିକ । ବାସ୍ତବବାଦୀ କବିତାର ପକ୍ଷଧର କବି ଯଦୁମଣିଙ୍କ ଏ ପର୍ଯ୍ୟନ୍ତ ଗୋଟିଏ କବିତା ସଂକଳନ ‘ଧରା ଦେଉ ନ ଥିବା ଶବ୍ଦଙ୍କ ଧାରଣା’ ଓ ଗୋଟିଏ ଅନୁବାଦ ପୁସ୍ତକ ‘ଚନ୍ଦନ କା ଫୁଲ(ହିନ୍ଦୀ)’ ପ୍ରକାଶିତ । ‘ଉଦ୍ଧେଶ୍ୟ: ଆପ କୀ ଆତ୍ମା କୀ ଭାବୁକ ୟାତ୍ରା’ ନାମକ ଏକ ହିନ୍ଦୀ ପୁସ୍ତକର ସମ୍ପାଦନା କରିବା ସହିତ ସେ ସାତୋଟି ପାଠ୍ୟ ପୁସ୍ତକର ରଚନା/ସମ୍ପାଦନା କରିଛନ୍ତି । ଏହା ବ୍ୟତୀତ ସେ ୭୦୦ରୁ ଉର୍ଦ୍ଧ୍ଵ ଓଡ଼ିଆ ଓ ସମ୍ବଲପୁରୀ ଗୀତର ରଚୟିତା ଓ ୩ଟି କ୍ଷୁଦ୍ର ଚଳଚ୍ଚିତ୍ରର ଚିତ୍ରନାଟ୍ୟ-ସଂଳାପ ଲେଖକ ତଥା ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଧେଶକ ମଧ୍ୟ । ସାମ୍ବାଦିକ ଚାକିରୀ ଛାଡ଼ି ବଲିଉଡରେ ସଂଘର୍ଷ କରୁଥିବା ଯଦୁମଣି ବର୍ତ୍ତମାନ କଲର୍ସ ଓଡ଼ିଆ ପାଇଁ କଣ୍ଟେଣ୍ଟ୍ ଲେଖୁଛନ୍ତି ।
ତୁମ ଆଖିରୁ ଡେଇଁବାକୁ ଉଦ୍ୟତ ଥିବା ପ୍ରେମ ମୋ ଛାତିରେ ପଡ଼ିଲା ତ ଭଲ, ନହେଲେ ବିକଳାଙ୍ଗ ହେବା ସୁନିଶ୍ଚିତ ।
ଜୀବନ ତମ ହୃଦୟରେ ପୂର୍ଣ୍ଣିମା ରାତିରେ ଉଠିଥିବା ଜୁଆର ପ୍ରତିପଦାକୁ ଧୋଇ ସାରିଥିଲା ମୋ ହୃଦୟରୁ ବାଲିଘର !
ଆପଣଙ୍କ ମତାମତ