ସୁଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ୍ଵ ସମୟ ନିରବଚ୍ଛିନ୍ନ ଭାବରେ, ଓଡ଼ିଆ କବିତା ଇଲାକାରେ, ବିଭିନ୍ନ ପରୀକ୍ଷା ନିରୀକ୍ଷାର ଅଗ୍ନିବଳୟ ଭିତରେ ସ୍ୱଚ୍ଛନ୍ଦ ବିଚରଣ ପରେ ଯେଉଁ କବି ପ୍ରଚଣ୍ଡ ମାନବବାଦୀ ସ୍ୱର, ନିଜସ୍ୱ ଭାବାବେଗ, ଅପୂର୍ବ ରୂପକଳ୍ପ ଏବଂ ଚମତ୍କାର ଅନୁରଞ୍ଜନ ଜରିଆରେ ଏକ ସଂପୂର୍ଣ୍ଣ ନୂତନ ଶୈଳୀ ପ୍ରତିଷ୍ଠା ଜରିଆରେ ସଫଳ ହୋଇପାରିଛନ୍ତି, ସେଇ ପ୍ରମୁଖ ଓ ଅନ୍ୟତମ ଅଗ୍ରଗଣ୍ୟ । କବିତାର ଐଶ୍ୱର୍ଯ୍ୟମୟ ଏବଂ ମାଧୁର୍ଯ୍ୟମୟ ଅଭିବ୍ୟକ୍ତି ବ୍ୟତୀତ କବିତାକୁ କେନ୍ଦ୍ରକରି, ସୃଜନଶୀଳତାକୁ କେନ୍ଦ୍ରକରି ଭିନ୍ନ ସ୍ୱାଦର ବୈଚିତ୍ର୍ୟମୟ ମର୍ମସ୍ପର୍ଶୀ କେତୋଟି ଉଚ୍ଚାଙ୍ଗ ମନନଶୀଳ ପ୍ରବନ୍ଧ ବା ଗଦ୍ୟରଚନା କବିଙ୍କ ସାହିତ୍ୟ ସାଧନାର ଆଉ ଏକ ଉଜ୍ଜଳ ଦିଗ ପ୍ରତି ସ୍ପଷ୍ଟ ଇଂଗିତ ପ୍ରଦାନ କରିଆସିଛି ।
ଆପଣଙ୍କ ମତାମତ