ମୁଣ୍ଡରେ ତା'ର ତେଲହାତ ବାଜିଛି କି ନାହିଁ ଅନ୍ଧକାରରେ ବାରି ହେଲା ନାହିଁ ସତ, ମାତ୍ର ବୁଢ଼ୀମା' ଗଳ୍ପରେ ଥିବା ଭୂତୁରିମୁଣ୍ଡୀର ମୁଣ୍ଡପରି ତାହା ଏକ ପ୍ରକାଣ୍ଡ ଆକାରର ଦେଖାଗଲା
ସେହି ପରିବର୍ତ୍ତନ ଫଳେ ପାହାଡ଼ ତାଙ୍କ ଆଉ ଧୈର୍ଯ୍ୟ ଶିକ୍ଷା ଦେଇ ପାରିଲା ନାହିଁ, ନଈ ତାଙ୍କୁ ହସାଇ ନଚାଇ ପାରିଲା ନାହିଁ । ସେମାନେ ହା'-ହତାଶ ଭାବରେ ଏଣେ...
କିଛି ନାହିଁ ତ ନ ଥାଉ । ଯାହା ଦେଲ ମତେ ଲକ୍ଷେ ଟଙ୍କା ।
ଅଜାତିଆ ତୋର ପୁଅ ହେବ. . . ଏତିକି କହି ପୁଅ ବ୍ୟାକୁଳ ସତୃଷ୍ଣ ଭାବରେ ମାଆର ସେହି ସ୍ନେହ-ଲାବଣ୍ୟମୟ ମୁଖମଣ୍ଡଳକୁ ଚାହିଁ ରହିଲା ।
ଗାଣ୍ଡୁଆଏ ମାଟି ମୁଣ୍ଡକୁ ଟେକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁ ହୋଇଯାଏ- ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା
ମୁଁ ସେତେବେଳେ କ'ଣ କରୁଥିଲି, ଜାଣିପାରୁ ନ ଥିଲି । ମୋତେ ମୁଁ ହତ୍ୟା କରୁଥିଲି, ମୋର ସମାଧି ମୁଁ ଖୋଳୁଥିଲି ।
ଜାଣ, ତୁମେ ଏ ମନ୍ଦିରର ଇତିହାସ । ମୁଁ ମାଳି ନୁହେଁ, ମୁଁ ଭକ୍ତ ନୁହେଁ, ମୁଁ ଦେବତା ନୁହେଁ, ମୁଁ ତୁମପରି ପଥିକ ମଧ୍ୟ ନୁହେଁ ।
ବ୍ୟାକୁଳ ଅଧୀର ଭାବରେ ସେ କାହାର ଆଶ୍ରୟ ଲୋଡ଼ି ବସିଲା, ମାତ୍ର ସେପରି ସୁନାକୁ କିଏ ଛୁଇଁବ । ସେ ଯେ ଥିଲା ଦିନେ ଭିକାରୁଣୀ- ଅଛୁଆଁ ଘରର ଝିଅ...
ମାତ୍ର ପାଟ ପ୍ରକୃତରେ ଯେତେବେଳେ ପର ମୁହଁରୁ ଖବର ପାଇ, ତା' ସ୍ୱାମୀକୁ ସାଙ୍ଗରେ ଧରି ତା'ର ଶେଯ ପାଖେ ଆସି ଠିଆ ହେଲା, ସେତେବେଳକୁ ସବୁ ଶେଷ ହୋଇ...
ବାଞ୍ଛା ନାହାକ ଘରେ ଧନ ଅଛି, ସେଇଥିପାଇଁ ତ ଏତେ କଥା, ମୁଁ କ'ଣ ସେଥିକି ପାରିବି ନାହିଁ । ମା' କ'ଣ କହି ଯାଇଥିଲା ମନେ ପକାଇଲୁ ।...
ରଣ-ପିପାସୀ ବାବାଜି ଦଳ ଯୁଦ୍ଧ ଅଭାବରେ, ଦେଶ ଜୟ ଅଭାବରେ, ସ୍ୱାଧୀନତା ପ୍ରତି ଗଜପତିଙ୍କ ବିଶ୍ୱାସଘାତକତା ଫଳରେ କି ବେଶରେ କେଉଁ ଦୁର୍ଗ ତଳେ ଶେଷ-ଜୀବନ ଶେଷ କଲେ, ତାହା...
ଦେଖାଗଲା ଗାଁ ଗାଁ କୀର୍ତ୍ତନ କଲାବେଳେ ଅଇଁଠାରେ ହାତ ଥାଏ କରତାଳରେ ବନ୍ଦ, ଆଉ ଆଖି ଥାଏ ଆଖପାଖର ଗାଈ ଗୋରୁଙ୍କ ଉପରେ
ଏହି ଯେଉଁ ଭକ୍ତଦଳ ଦୟାନଦୀ କୂଳର ମଫସଲ ଭିତରୁ ବାହାରି ଅଇଁଠା ପରି ଜୀବକୁ ଟାଣି ଆଣି ପାରିଲେ, ଏମାନଙ୍କ ଭିତରୁ ଅଧିକାଂଶ ପ୍ରାୟ ଯୁବକ । ଖାଲି ନାଁକୁ...
ଶୁଚିମନ୍ତ ଯମ ଦେବତା ମାନବର ଏହି ଅଇଁଠା ନାମଧାରୀ ବକଟେ ହେବ ଶିଶୁକୁ ଛୁଇଁବ ନାହିଁ, ଏହି ଥିଲା ନାମକରଣର ଭିତିରି ରହସ୍ୟ ।
ସେ ପାଖକୁ ଆସି ମାଗେ ନାହିଁ କି ମାଗିବା ପାଇଁ କାହାକୁ କହେ ନାହିଁ । ଗୋପାଳ ତାକୁ ଦେବ ବୋଲି ବିଚାରେ, ମାତ୍ର ଗହଳି ପାରି ହୋଇ ଯାଇ...
ତାହାରି ଲାଗି ସେ ମାଣେ ବିଲ ବିକି, ଦୁଇଟା ଦୁଧିଆଳୀ ଗାଈ ବନ୍ଧା ଦେଇ ତେବେକେ ମଧ୍ୟ ଥୟ ଧରି ପାରିଲା ନାହିଁ । ଯେବେ ସେ ରେଙ୍ଗୁନ ଯାଇ...
ତାଜମହଲର ପ୍ରତି ପଥରଖଣ୍ଡରେ ପ୍ରେମିକ ପ୍ରଣୟର ଛବି ଦେଖନ୍ତି, ମାତ୍ର ବାଜପୁର ବଗିଚାର ମୁଣ୍ଡା ଶାହାଡ଼ା ଗଛର ପ୍ରତି ପତ୍ରେ ପତ୍ରେ କେତେ ଯେ ପ୍ରଣୟ ନିଃଶ୍ୱାସ ପୂରି ରହିଛି,...
କଥାଟା ଶୁଣି ଗୋପୀନାଥ ଥକା ହୋଇ ବସିପଡ଼ିଲେ । ତାଙ୍କ ଜୀବନକୁ ପୂର୍ଣ୍ଣ କରି, ତାଙ୍କ ପ୍ରାଣକୁ ଧନ୍ୟକରି ସ୍ନେହମୟୀ ଜନନୀରୂପରେ ସେହି ବୃଦ୍ଧାଙ୍କର ଉଜ୍ଜ୍ୱଳ ମୂର୍ତ୍ତି ତାଙ୍କ ଆଖି...
ନିଜେ ଦୁଇ ଟୋପା ଲୁହ ନିଜର ଚିରା କାନିରେ ପୋଛି ଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟାଏ ଗଳ୍ପ । ଲୋକଙ୍କ ବାଟ ସରିଯାଏ...
ଦେହରେ ତା'ର ଖଣ୍ଡେ ଲୁଗା । ସେଥିରୁ କାନିଏ ପିନ୍ଧି ଆର କାନିରେ ପିଠିର ଦଶପଣ ଆବୃତ କରିଥିଲା । ସତର ବର୍ଷର ସୁପରିଚିତ ଗାଁଟିକୁ ଛାଡ଼ି ସେ ଯେଉଁ...
କିଏ କହିଲା - ତାର ଏଟା ଅଭ୍ୟାସ, କିଏ କହିଲା - ଏଟା ପାଗଳ, କିଏ ବା କହିଲା - ଗଞ୍ଜୋଡ଼, ଆପୁଆ, ଗୁଲିଆ । ସେ ସବୁ ଶୁଣିଲା,...
ସୃଷ୍ଟିର ଏହି ଭଙ୍ଗା ଗଢା ଲୀଳା ଭିତରେ ସ୍ଵର୍ଗର ଦେବତା ବା ନରକର ପିଶାଚ ତୃପ୍ତି ଲାଭ କରିଥିବେ, କହି ହେଉ ନାହିଁ ।
ଆଖି କ୍ରମେ ଓଦା ହୋଇ ଆସିଲା । ତା'ପରେ, ଦୁଇ ଟୋପା ଲୁହ ନିଗିଡି ତଳେ ପଡିଗଲା । ସେ କଣ କହିବ ବୋଲି ଚେଷ୍ଟା କଲା, ଓଠ କୋଣ...
ଆପଣଙ୍କ ମତାମତ