ଗାଳ୍ପିକା ଚିରାଚରିତ ଗଳ୍ପ ଶିଳ୍ପକୁ ଅତିକ୍ରମ କରି କଥ୍ୟ ଓ କାରୁକାର୍ଯ୍ୟର ଏକ ନିଆରା ଦୃଷ୍ଟି ଦିଅନ୍ତି ତାଙ୍କ ଗଳ୍ପ ସମୂହରେ । ନାରୀ ଜୀବନରୁ ବିଭିନ୍ନ ଅନୁଭୂତି, ତା'ର ବେଦନା ଓ ବ୍ୟକ୍ତିତ୍ୱକୁ ଭର୍ଜିନିଆ ଉଲ୍ଫଙ୍କ ପରି ପୁରୁଷପ୍ରଧାନ ସମାଜରେ ଛିଡ଼ା କରାଇବା ପାଇଁ ସେ ଚେଷ୍ଟା କରିଛନ୍ତି । ପ୍ରେମ, ପ୍ରତ୍ୟୟ ଓ ପ୍ରତ୍ୟାଶାର ଏକ ପ୍ରତୀକ୍ଷମାଣ ପରିଭାଷା ଆମେ ତାଙ୍କର ପ୍ରତ୍ୟେକଟି ଗପରେ ପାଇଥାଉଁ । ପୁଣି ପ୍ରତ୍ୟେକ ଚରିତ୍ରର ଏକ ଅଭିନବ ବିଶ୍ଳେଷଣ କୁମୁଦିନୀଙ୍କ କାହାଣୀ ଗୁଡ଼ିକର ବିଶେଷତା । ଆଦର୍ଶ ଓ ଅଙ୍ଗୀକାର ବଦ୍ଧତାକୁ ନେଇ ତାଙ୍କ ଚରିତ୍ରଗୁଡ଼ିକ ଭାଙ୍ଗିଯାଇ ପାରନ୍ତି ମାତ୍ର କେବେ ବଙ୍କା ହୁଅନ୍ତିନି । ସେ ଭାଷାରେ ଅତ୍ୟନ୍ତ ସଂଯତ ଓ ସଂଭ୍ରମ । ତଥାପି ତାଙ୍କ ଗଳ୍ପର ଧାରାପ୍ରବାହ ଶେଷ ପର୍ଯ୍ୟନ୍ତ କୋଉଠି ବି ବ୍ୟାହାତ ହୁଏ ନାହିଁ ।
ଆପଣଙ୍କ ମତାମତ