ପେଶା: ସଫ୍ଟୱେର ଇଞ୍ଜିନିୟର । ଲେଖନୀ ରୁଚି: କବିତା, ଗଳ୍ପ ଓ ଜୀବନଧର୍ମୀ ଲେଖା । ମୁଁ ପେଶାରେ ଜଣେ ସଫ୍ଟୱେର ଇଞ୍ଜିନିୟର, ହେଲେ ପିଲାଦିନରୁ ହିଁ ଓଡ଼ିଆ ଭାଷା ଓ ଲେଖାଲେଖି ପ୍ରତି ମୋର ବିଶେଷ ଆଗ୍ରହ ରହିଛି । ବ୍ୟସ୍ତ କର୍ମଜୀବନ ମଧ୍ୟରୁ ସମୟ ବାହାର କରି ମୁଁ କବିତା, ଗଳ୍ପ ଏବଂ ବିଭିନ୍ନ ଭାବନାଧର୍ମୀ ଲେଖା ଲେଖିଥାଏ । ମୋ ଲେଖାରେ ଜୀବନର ଛୋଟଛୋଟ ଅନୁଭୂତି, ସମ୍ପର୍କ, ନାରୀ ଜୀବନ, ପିଲାଦିନର ସ୍ମୃତି, ସାମାଜିକ ଚିନ୍ତାଧାରା ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ମୋର ଭକ୍ତିର ଭାବନା ପ୍ରତିଫଳିତ ହୋଇଥାଏ । ମୋର ଅନେକ କବିତା ଓ ଗଳ୍ପ ପ୍ରତିଲିପିରେ ପ୍ରକାଶିତ ହୋଇଛି। ବର୍ତ୍ତମାନ ମୋର ଲେଖାକୁ ୨,୧୦,୫୪୭ରୁ ଅଧିକ ପାଠକ ପଢ଼ିଛନ୍ତି । ଏହା ସହିତ, ସମ୍ପ୍ରତି ବେଙ୍ଗାଲୁରୁରେ ରଥଯାତ୍ରା ଅବସରରେ ପ୍ରକାଶିତ 'ଭକ୍ତିଧାରା' ପତ୍ରିକାରେ ମୋର ଏକ କବିତା ପ୍ରକାଶିତ ହୋଇଛି, ଯାହା ମୋର ଲେଖନ ଯାତ୍ରାର ଏକ ଗର୍ବର ମୁହୂର୍ତ୍ତ । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ମୋର ଭଲପାଇବାକୁ ଆହୁରି ଆଗକୁ ନେବା ଏବଂ ମୋ ଲେଖା ମାଧ୍ୟମରେ ପାଠକଙ୍କ ମନକୁ ଛୁଇଁବା ମୋର ଲକ୍ଷ୍ୟ ।
ନା କେବେ ତୁମେ ତୁମ ଭଲପାଇବାକୁ ଦୁନିଆ ଆଗରେ ଦେଖାଇବାକୁ ଚାହିଁଛ, ନା କେବେ ନିଜ ତ୍ୟାଗର ହିସାବ ରଖିଛ ।
ଆପଣଙ୍କ ମତାମତ