ଲଘୁ ରସାୟନ ଯନ୍ତ୍ରୀ । ସ୍ୱାମୀ-ସୈଳେଶ ସାମଲ । ଘର ନଂ- ଏଫ୍-୧୩, ଏନ୍.ଆଇ.ଟି କ୍ୟାମ୍ପସ୍, ରାଉରକେଲା । ସାହିତ୍ୟ ସହିତ ଓତଃପ୍ରତଃ ଭାବେ ଜଡ଼ିତ ସାହିତ୍ୟିକ ହିଁ ସୁନ୍ଦର ରଚନାଟିଏ ପାଇଁ ସକ୍ଷମ । କବିତା ଲେଖିବା, ଅନେକ ପଠନ, ଅନୁଧ୍ୟାନ, ଏକ ଉତ୍ତମ ସୁଯୋଗ ଓ ଅଜସ୍ର ଆନ୍ତରିକତାର ସୁଫଳ ବୋଲି ମୋର ମତ । ସାହିତ୍ୟରୁ ଅନେକ ଦୂରରେ ଥାଇ ଆପ୍ରାଣ ଉଦ୍ୟମ କରୁଛି ସାହିତ୍ୟକୁ କାଣିଚାଏ ଜାଣିବାକୁ । ପଞ୍ଚମ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ କରିଥିଲେ ମଧ୍ୟ ଏଯାବତ କୌଣସି ଖବରକାଗଜ ବା ବହୁପ୍ରଚଳିତ ପତ୍ରିକାରେ ସ୍ଥାନ ଦେବାରେ ସମର୍ଥ ହୋଇପାରିନାହିଁ । ମୋ ପକ୍ଷରୁ ଚେଷ୍ଟା ହୁଏତ କମ୍ ହୋଇଛି କିନ୍ତୁ କବିତା ଲେଖିବା, ଡାକରେ ଟିକେଟ୍ ଲଗାଇ ପଠାଇବା ମୋର ଭଲ ଭାବରେ ମନେ ଅଛି । ଏବେ ସ୍କୁଲ୍, କଲେଜ୍, ଅଫିସ୍ର ମାଗାଜିନ୍ରେ ମୋର ଲେଖା ବରାବର ସ୍ଥାନ ପାଇଛି । ଅନେକ କବି ସମ୍ମିଳନୀରେ ନିଜେ ଏକା ଓ କିଛି ସମ୍ମିଳନୀରେ ବାପାଙ୍କ ସହିତ ଯୋଗ ଦେଇଛି । ମୋର ଏହି ସଉକକୁ ପ୍ରଥମେ ବାପା ଆବିଷ୍କାର କରିଥିଲେ ଏବଂ ଏଥିପାଇଁ ପ୍ରେରଣା ଯୋଗାଇଥିଲେ । ସେ ନିଜେ ମଧ୍ୟ ଲେଖନ୍ତି ଓ ଅନେକ କବି, ସାହିତ୍ୟିକଙ୍କ ସହ ତାଙ୍କର ପରିଚୟ । ଆମ ଘରେ ଅଳ୍ପ କିଛି ଓଡ଼ିଆ କବିତା, ଗଳ୍ପ ସଂଗ୍ରହ ରହିଛି ଯେଉଁଥିରୁ ମୋର ଓଡ଼ିଆ ସହ ପରିଚୟ । ତେବେ ଶିକ୍ଷାର ଦିଗ ମୋତେ ସାହିତ୍ୟ ଠାରୁ ପ୍ରାୟ ଦୂରେଇ ନେଇଛି । ବର୍ତ୍ତମାନ କେବଳ ସମୟ ସୁଯୋଗ ଅଭାବର ଆଳ ଦେଖାଇ ନିଜକୁ ଦୋଷମୁକ୍ତ କରିବାକୁ ଅନବରତ ପ୍ରୟାସ କରେ ।
ଆପଣଙ୍କ ମତାମତ