ଠିକଣା - ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି ମେନ ରୋଡ଼, ବ୍ରହ୍ମପୁର, ଗଞ୍ଜାମ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଗ୍ରାମରେ ୧୯୭୯ ମସିହାରେ ପିତା ଶ୍ରୀ ଚନ୍ଦ୍ରମଣି ବେହେରା ଏବଂ ମାତା ଶ୍ରୀମତୀ ଶକୁନ୍ତଳା ବେହେରାଙ୍କ ଔରଶରୁ ଜନ୍ମ । ପିତା ଶ୍ରୀ ଚନ୍ଦ୍ରମଣି ବେହେରା ଗଞ୍ଜାମ ଜିଲ୍ଲାର ଜଣେ ସୁପ୍ରଷିଦ୍ଧ ଏବଂ ସୁପରିଚିତ ଶିକ୍ଷକ । ତାଙ୍କରି ଶିକ୍ଷା ଏବଂ ପ୍ରଚେଷ୍ଟା ବଳରେ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଶ୍ରୀ ନରେଶ କୁମାର ଜବାହାର ନବୋଦୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲର ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ଏବଂ ନବୋଦୟ ବିଦ୍ୟାଳୟ ସୁରଙ୍ଗୀରେ ଅଧ୍ୟୟନ କରନ୍ତି । ପିଲାବେଳୁ ସେ ପାଠପଢା ବ୍ୟତୀତ ସଙ୍ଗୀତ, ଚିତ୍ରକଳା ଏବଂ ସାହିତ୍ୟ ଆଦିରେ ରୁଚି ରଖି ଆସିଛି । ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ମୁଁ କବିତା ଲେଖିବା ଆରମ୍ଭ କରିଥିଲେ । ପିଲାବେଳେ ମୁଁ ବିଭିନ୍ନ ପୁରାଣ ଏବଂ ପୌରଣିକ ନାଟକ, ଗଳ୍ପ ଆଦି ପଢିବାକୁ ଭଲ ପାଉଥିଲି। ମୋର ସାହିତ୍ୟ ଜୀବନୀର ପ୍ରାରମ୍ଭ ୧୯୯୭-୯୮ରେ ଲଙ୍ଗଳେଶ୍ଵରରୁ ପ୍ରକାଶିତ ‘ନୀଡ’ ପତ୍ରିକାରୁ ହୋଇଥିଲା । ଯାହାର ସମ୍ପାଦନା କରୁଥାନ୍ତି ଶ୍ରୀ ଭାଗୀରଥୀ ବେହେରା ଏବଂ ଶ୍ରୀ ପ୍ରହଲ୍ଲାଦ ବେହେରା । ଏହା ପରେ ମୁଁ ଅଳ୍ପ ବହୁତ କବିତା ଏବଂ ଗଳ୍ପ ଲେଖାଲେଖି କଲି, କିନ୍ତୁ ସେ ସବୁ କୌଣସି ପତ୍ରପତ୍ରିକାରେ ପ୍ରକାଶିତ ହୋଇନଥାଏ । ୨୦୦୫ ମସିହାରେ ମୋର ହିନ୍ଦୀ ପ୍ରବନ୍ଧ ‘ଅନ୍ଦାଜ ଅପ୍ନା ଅପ୍ନା’ ଇଣ୍ଟେର୍ନେଟ ବ୍ଲଗ ମାଧ୍ୟମରେ ଖୁବ ପ୍ରସଂଶା ଲାଭ କରିଥିଲା । ମୁଁ ‘ଇଣ୍ଡିଆ ଷ୍ଟଡି ଚାନେଲ’ ୱେବସାଇଟରେ ୧୦୦ରୁ ଉର୍ଦ୍ଧ୍ଵ ପ୍ରବନ୍ଧ ଲେଖି ‘ଡାୟମଣ୍ଡ’ ଉପାଧି ପ୍ରାପ୍ତ ଲେଖକ ଭାବେ ପରିଚିତ । ମୁଁ ଜଣେ କମ୍ପ୍ୟୁଟର ଏବଂ ଇଣ୍ଟେର୍ନେଟ ବିଜ୍ଞ ହୋଇଥିବା ଯୋଗୁଁ ବିଭିନ୍ନ ୱେବସାଇଟରେ ‘କଣ୍ଟେଣ୍ଟ ରାଇଟର’ ଭାବେ ଲେଖାଲେଖି କରିଥାଏ । ୨୦୧୭ରେ ପ୍ରକାଶିତ ଗଞ୍ଜାମର କବିତାଘର ମୁଖପତ୍ର ‘ଭାଗୀରଥୀ କବିତାର ଗଙ୍ଗା’ରେ ତାଙ୍କ କବିତା ସଂକଳନ ‘ବିବାଦୀୟ ନାୟକ’ରେ ୧୪ଟି କବିତା ପ୍ରକାଶିତ । ୨୦୧୭ରେ ମୁଁ ‘ଗଳ୍ପ ଓ ଗାଳ୍ପିକ’ ନାମରେ ଏକ କ୍ଷୁଦ୍ରଗଳ୍ପ ସଂକଳନର ସମ୍ପାଦନା ବି କରିଥିଲେ । ୨୦୧୮ ମସିହାରେ ଗଞ୍ଜାମର କବିତାଘର ମୁଖପତ୍ର ‘ଭାଗୀରଥୀ କବିତାର ଗଙ୍ଗା’ର ସମ୍ପାଦନାର ଦାୟିତ୍ଵ ତୁଲାଇବା ସହ ଶ୍ରୀମତୀ ସୁଧାଂଶୁବାଳା ମିଶ୍ରଙ୍କ ‘ଖଡି ସିଲଟ’ ପୁସ୍ତକଟିକୁ ପ୍ରକାଶ କରିଥିଲି । ଏକାଧାରରେ ଜଣେ କବି, ଲେଖକ ଏବଂ ପ୍ରାବନ୍ଧିକ ଭାବେ ପରିଚିତ । ସାମାଜିକ ଏବଂ ଧାର୍ମିକ ଦିଗଦର୍ଶନ ଉପରେ କ୍ଷୁଦ୍ରଗଳ୍ପ ଏବଂ ପ୍ରବନ୍ଧ ଲେଖେ । ବର୍ତ୍ତମାନ ମୁଁ ବ୍ରହ୍ମପୁର (ଗଞ୍ଜାମ)ରେ ଏବଂ ପେଷାରେ ମୁଖ୍ୟତଃ ଫିଲ୍ମ ତିଆରି କରିଥାଏ (ଯେପରିକି କମର୍ସିୟାଲ, ଆଡ୍ ଫିଲ୍ମ, ଡ଼କୁମେଣ୍ଟରୀ ଫିଲ୍ମ ଇତ୍ୟାଦି)। ମଙ୍ଗଳାଯୋଡ଼ି, ଖୋର୍ଦ୍ଧାରୁ ପ୍ରକାଶିତ ‘ବଣମଲ୍ଲୀର ମହକ’ ପତ୍ରିକାରେ ବି ସମ୍ପାଦନା ଦାୟିତ୍ଵରେ ଅଛି ।
ଏକା ଠିକଣା ସଭିଏଁ ସେଠି ମିଛ ମାୟା ହାଟନାଟେ କଥାକଥାରେ ହୋ ହଲ୍ଲା
କାଶ! ନିଦର ବୟସ ଥାନ୍ତା, ସୀମିତ ଶେଯ ଥାନ୍ତା ଶେଯର ବି ବୟସ ଥାନ୍ତା ବର୍ଷ ପରେ ବର୍ଷ ବିତିଗଲେ
ଆପଣଙ୍କ ମତାମତ