ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ

ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ

୧୯୯୭ ମସିହା ଅକ୍ଟୋବର ୨୦ ତାରିଖରେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟାରେ ଜନ୍ମ । ବାପାଙ୍କ ନାମ ପ୍ରଦିପ କୁମାର ଦାସ ଓ ମାଆଙ୍କ ନାମ ମାନସୀରାଣୀ ଦାସ। ସମ୍ପ୍ରତି ସେ କୁନ୍ତଳା କୁମାରୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସମ୍ମାନ ନେଇ ୨ୟ ବର୍ଷ ସ୍ନାତକ ଛାତ୍ରୀ। ବିଦ୍ୟାର୍ଥୀ ଜୀବନରୁ ସେ ସାରସ୍ୱତ ସାଧନା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ କାବ୍ୟ ମାନସର ପ୍ରକୃତ ଉତ୍ତରଣ ଘଟିଥିଲା, ସାହିତ୍ୟ ଓ ସଂସ୍କୃତିର ପୀଠସ୍ଥଳୀ ବାଲେଶ୍ୱରର ଫକିରମୋହନ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ । ପ୍ରେମ ବିରହର ମଧୁର ମୂର୍ଚ୍ଚନା ସହିତ ପ୍ରକୃତିର ଜୀବନ୍ତ ଉପଲବ୍ଧି ତାଙ୍କ କଳାକୃତିର ପରମ ଭାସ୍ୱର। ବିଭିନ୍ନ ଭାବଧର୍ମୀ କବିତାର ସ୍ଫୁରଣ ଘଟିଥିଲେ ମଧ୍ୟ ନାରୀର ମନସ୍ତତ୍ତ୍ୱ ଓ ପ୍ରକୃତିର ଗଭୀର ଅଧ୍ୟୟନ ତାଙ୍କ ଲେଖନୀରେ ବିଶେଷ ସ୍ଥାନ ଅଧିକାର କରିଛି । ଏଥିପାଇଁ ମଧ୍ୟ ସେ ପାଇଛନ୍ତି ବିଭିନ୍ନ ଅନୁଷ୍ଠାନରୁ ସାରସ୍ୱତ ସ୍ୱୀକୃତି।

Posts By ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ

To Top